• About
  • Contact
Wednesday, May 20, 2026
Wednesday, May 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ମୋ ବାପା

ତୁମେ ମୋ ବାପା
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୯ ଅପ୍ରେଲ ୨୦୨୩

ତୁମକୁ କେବଳ ଜଣା
ଲହୁକୁ ଝାଳକରି
ବୁହାଇ ଦେବାର କଳା କୌଶଳ
ତୁମେ କେବଳ ଠିଆ ହୋଇପାର
ଅଭାବ ଦୁଃଖ ଦୁର୍ଦ୍ଦଶାର ସାମ୍ନାରେ
ଧୈର୍ଯ୍ୟର ମେରୁ ଟିଏ ହୋଇ ।
ତୁମେହିଁ ସହିପାର….
ନିହାଣ ମୁନର ସହସ୍ରାଘାତ ।

ତୁମେ କେବେ ଭାଙ୍ଗି ପଡ଼ିବାର
ମୁଁ ଅନୁଭବ କରିନି
ତୁମ କାନ୍ଧରେ ଥିବା ଗାମୁଛା ତ
ତୁମର ଏକାନ୍ତ ନିଜର
ସେ ହିଁ ପିଇନିଏ
ତୁମ ତତଲା ଲୁହ ଝାଳ ହୋଇ
ବହୁଥିବା ବେଳେ।

ତୁମ ଓଠ ନୁହେଁ ଆଖି କଥାକହେ
ମୁଁ କେବେ ପଢିନି ତୁମକୁ
ତୁମର ସେ ବାଟା ଚପଲ
ଆଉ ପୁରୁଣା ସାଇକେଲ
ସେ ହିଁ ତୁମକୁ ପଢି ଥିବେ
ପ୍ରତି ମୂହୁର୍ତ୍ତରେ ।

ତୁମ ପିଠିରେ ଅଙ୍କା ହୋଇଛି
ମୋ ପାଦ ଚିହ୍ନ
ତୁମ ଅନୁସାଶନରେ ଗଢ଼ା
ମୋର ଏ ଜୀବନ ।
ଚଲାପଥେ ମୋର
ତୁମେ ହିଁ ପଥପ୍ରଦର୍ଶକ
ତୁମେ କେବଳ ଦେଖିପାର
ପ୍ରତିମୂହୁର୍ତ୍ତରେ ମୋ ପାଇଁ ସ୍ବପ୍ନ
ତୁମ କାନ୍ଧରେ ସଂସାର ବୋଝ
ତୁମ ହିସାବ ଖାତାକୁ
ଆକଳନ କରିବାର
ଧ୍ରୁଷ୍ଟତା ମୁଁ କେମିତି କରିବି ଯେ ।।

କେତେ ସମୁଦ୍ର ଲୁଚିଛି ତୁମ
ଛାତି ଭିତରେ
କୂଳ ଲଙ୍ଘନ କରିବାର
ଦେଖିନି ମୁଁ କେବେ
ତୁମେ ଆକାଶଠୁ ଉଦାର
ଉପର ତୁମର ପଥର ହେଲେ
ଭିତରଟା ଫୁଲର ସହର
ତୁମେ ଈଶ୍ବରଙ୍କ ପ୍ରତିନିଧି ନୁହଁ
ସାକ୍ଷାତ ଈଶ୍ବର….ତୁମେ ମୋ ବାପା।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମାଆର ମୂଲ ଅମୂଲ ମୂଲ
Literature

ମାଆର ମୂଲ ଅମୂଲ ମୂଲ

by ଭକ୍ତ ଚରଣ ସାହୁ
May 10, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫ ମାଆର ମୂଲ ଅମୂଲ ମୂଲ ତା' ମୂଲ କିଏ ଦେବ। ମାଆର ଗେଲ ଅମୃତ ତୁଲ ତା'...

Read more
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.