ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୦ ମଇ ୨୦୨୩
ତୁମେ ତ ଜନମ ଦେଇଛ ଧରାରେ
ମାତା ପିତା ଭାଇ ଭଗ୍ନୀ ମେଳେ
ତାଙ୍କ ସ୍ନେହ ପ୍ରେମ ଆଦର ଯତନ
ମୋ ମନରେ ଖୁସି ହୋଇ ଖେଳେ.
ତୁମେ ବଢ଼ାଇଛ ସମାଜ ଭିତରେ
ପାଇଅଛି ଖେଳ ପଢା ସାଥୀ
ତାଙ୍କ ସାଥିରେ ମୁଁ ମିଶିଛି ଖୋଲାରେ
ପାଇ ଯାଇଅଛି ଭଲ ମତି.
ତୁମରି ଦୟା ରେ ପାଇ ଅଛି ଗୁରୁ
ଅଜ୍ଞାନତା ମୋର ନାଶ ପାଇଁ
ମୋ ଜ୍ଞାନ ଭଣ୍ଡାର ପୂର୍ଣ୍ଣ ସେ କରନ୍ତି
ତୁମ ସତ୍ତା ମୁଁ ଜାଣି ପାରଇ.
ତୁମ ଯୋଗୁଁ ମିଳେ ଖାଦ୍ୟର କଣିକା ମିଳଇ ପବନ ପାଣି ମୋତେ
ସେଥିପାଇଁ ମୋର ଦେହ ମୁଁ ଧରିଛି
ବଞ୍ଚି ରହିଅଛି ରକ୍ତ ସ୍ରୋତେ.
ଜାଣି ଅଛି ପ୍ରଭୁ ତୁମରି ଆଜ୍ଞାରେ
ଉଦେ ହୁଏ ସୂର୍ଯ୍ୟ ଅସ୍ତ ଯାଏ
ତୁମରି କରୁଣା କଣିକା ବଳରେ
ସୁମଧୁରେ ତୁମ ଗୁଣ ଗାଏ.