ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୩ ଅଗଷ୍ଟ ୨୦୨୩
ତୁମେ ତ ରୂପର ସ୍ରଷ୍ଟା ମହାପ୍ରଭୁ
ତୁମେ ହିଁ ବିଚିତ୍ର ରୂପକାର
କାହା ରୂପ ସହ ମିଶେନି କା ରୂପ
ତୁମେ ତ ରୂପ ର ଗନ୍ତାଘର.
ଚକା ଆଖି ମେଲି ଦେଖ ମହାପ୍ରଭୁ
ଅଦେଖା ତୁମର କିଛି ନାହିଁ
ପାପ ପୂଣ୍ୟ କର୍ମ ଦେଖୁ ଥାଅ ସଦା
କର୍ମ ଫଳ ଦାତା ତୁମେ ସାଇଁ.
ଭୁଜ ମେଲିଅଛ ତୁମେ ମହାପ୍ରଭୁ
ନେବାକୁ କୋଳେଇ ଭକ୍ତ ଜନ
ସେ ଭୁଜ ପ୍ରସ୍ତୁତ ରହିଥାଏ ସଦା
ନାଶି ପାପ ସ୍ଥାପିବାକୁ ଧର୍ମ.
ହସୁ ଥାଅ ସଦା ତୁମେ ମହାପ୍ରଭୁ
ବୁଝାଇ ଦେବାକୁ ବିଶ୍ୱ ଜନ
ଦୁଃଖେ ବିଚଳିତ ସୁଖେ ଉତଫୁଲିତ
ନ ହୋଇ କରିବା ସ୍ଥିର ମନ.
ଷାଠିଏ ପଉଟି ଭୁଞ୍ଜ ମହାପ୍ରଭୁ
ପ୍ରାଣୀଙ୍କ ମଙ୍ଗଳ ପାଇଁ ନାଥ
ତୁମେ ଚାହଁ ପ୍ରାଣୀ ନ ରହି ଅଭୁକ୍ତ
ଖାଦ୍ୟ ପାନୀୟ ରେ ହେଉ ତୃପ୍ତ.