ଜୟଶ୍ରୀ ଦାସ, ବାଲେଶ୍ଵର, ୧୮ ମାର୍ଚ୍ଚ ୨୦୨୩
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର
ମନ ମୋର ଚୋରି କଲା କିଏ ସେ ଚତୁର ? ।୦।
ବଇଁଶୀରେ ନାଆଁ ଧରି କିଏ ଡାକେ ମୋତେ
ନିଦ ମୋର ଚୋରାଇଲା କିଏ ଏତେ ରାତେ
ସପନରେ ଆସି ପୁଣି କରୁଛି ଆତୁର ।୧।
କଳସୀ କାଖେଇ ଯେବେ ଯାଏଁ ପାଣି ଆଣି
କଦମ୍ବ ମୂଳେ ଦେଖାଏ ତ୍ରିଭଙ୍ଗିମା ଠାଣି
କେତେ ଛନ୍ଦ ଜାଣେ ସେ ହିଁ ଏଡ଼ିକି ହୁନ୍ଦର ।୨।
ଚାହିଁବିନି ବୋଲି ତାକୁ ଆଖି ବୁଜିଦିଏଁ
ହୃଦୟ ଭିତରେ ଦିଶେ ସିଆଣିଆ ସିଏ
ଚଂଚଳ କହିଦେ ମୋତେ କେଉଁଠି ତା’ ଘର?। ୩।