• About
  • Contact
Saturday, April 18, 2026
Saturday, April 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉପନିର୍ବାଚନ : ସେବେ ଓ ଏବେ

ଉପନିର୍ବାଚନ : ସେବେ ଓ ଏବେ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨

ମୁଖ୍ୟମନ୍ତ୍ରୀମାନେ ଉପ-ନିର୍ବାଚନରେ
ପ୍ରଚାର କରିବା ଉଚିତ ନୁହେଁ,
ପ୍ରକୃତ ଯୋଗ୍ୟ ଆଉ ଦକ୍ଷ ପ୍ରାର୍ଥୀ ସବୁ
ବିଜୟୀ ହୁଅନ୍ତୁ ସମାଜ ଚାହେଁ।

ଏଭଳି ଉକ୍ତି ରଖିଥିଲେ ଯେଉଁ ଲୋକ
ନାମ ଥିଲା ତାଙ୍କର ବିଜୁ ପଟ୍ଟନାୟକ।।୧।।

ମୁଖ୍ୟମନ୍ତ୍ରୀ ଭାବେ ଉପ-ନିର୍ବାଚନର
ପ୍ରଚାରେ ସେ ଭାଗ ନେଇ ନଥିଲେ,
ରାଜନୀତି ମୈଦାନ ସ୍ୱଚ୍ଛ କରିବାକୁ
ମନ୍ତ୍ରୀଙ୍କ ସମ୍ପତ୍ତି ଜଣାଇ ଦେଲେ।

ଏଭଳି ନୂଆ କୀର୍ତ୍ତିମାନ ସ୍ଥାପନ କଲେ
ଦେଶରେ ଓଡ଼ିଶା ଗୌରବ ବଢ଼ାଇ ଦେଲେ।।୨।।

ଏବେ ଉପ-ନିର୍ବାଚନ ଜିତିବା ପାଇଁ
ମୁଖ୍ୟମନ୍ତ୍ରୀ ଆଗେ ମୈଦାନ ଯାଇ,
ନୂଆ ଘୋଷଣାର ପେଡ଼ି ଫିଟାଇ ଦେଇ
ଭୋଟର ସାମ୍ନାରେ ଦିଅନ୍ତି ଥୋଇ।

ରାଜନୀତି କ୍ଷେତ୍ର ନିର୍ମଳ କରିବା ପାଇଁ
ଦଳ ବା ନେତାଙ୍କ ସାମାନ୍ୟ ଦରଦ ନାଇଁ।।୩।।

ପୁଣି ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନେଇ
ନୂଆପଡ଼ା ଭୂଇଁ କମ୍ପି ଉଠଇ,
ଭୋଟରଙ୍କୁ ମିଠା ମିଠା କଥା ଶୁଣାଇ
ମତ ନେବା ଲାଗି ହୁଅନ୍ତି ବାଇ।

ଆଉ କିଏ ଭୋଅଟ ନେଉଛି ଟଙ୍କା ଦେଇ
କିଏ ତାହା ହାସଲ କରୁଛି ଧମକାଇ।।୪।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.