ଗୀତାଞ୍ଜଳି କର, କଟକ, ୧ ଅପ୍ରେଲ ୨୦୨୪
ମୋହିତ କଣ୍ଠରେ
ଜୟ ଗୀତି ଗାଥା
ଭାସିଆସେ ଆଜି
ଉତ୍କଳ ସନ୍ତାନ ପ୍ରାଣେ
ସରବେ ଗରବେ
ନୁଆଁଇକି ମଥା
ଆନନ୍ଦେ ଗାଆନ୍ତି
ସ୍ୱତନ୍ତ୍ରତା ଭରି ମନେ
ବନ୍ଦେ ଉତ୍କଳ ଜନନୀ
ପୂର୍ବ ସୁରୀ ସ୍ଵରେ
ପ୍ରଚେଷ୍ଟା ଫଳିଲା
ଡେଙ୍ଗୁରା ପିଟିକି
ମାଟିମା ଟେକ ରଖିଲେ
ଓଡ଼ିଆ ପ୍ରାଣରେ
ସତ୍ତାଟେ ଆସିଲା
କୁଟଚକ୍ର ଭେଦି
ସ୍ୱତନ୍ତ୍ର ପ୍ରଦେଶ କଲେ
ଉତ୍କଳ ମାଟିରେ
ଏପ୍ରିଲ ପହିଲା
ଉଣେଇଶ ଛତିଶୀ
ଉଲ୍ଲାସ ଆଣିଲା ସତେ
ସ୍ୱତନ୍ତ୍ର ଉତ୍କଳେ
ଆମ ମାତୃଭାଷା
ପରିଚୟ ପାଇ
ପାବନୀତ ନୂଆ ପଥେ
ଭାଷା ଅନାଦରେ
ବଢ଼ଇ ଅସ୍ମିତା
ଆଣ ହେ ଜାଗୃତି
ଉତ୍ତର ପିଢ଼ିର ଆଶେ
ମାତୃଭାଷା ପ୍ରୀତେ
ରଖ ହୃଦ ବ୍ୟଥା
ଆନ୍ଦୋଳନ ଜାରି
ରହୁ ଓଡ଼ିଆର ପାଶେ
ଓଡ଼ିଆ ଭାଷାରେ
ଗରବ କରୁଥା
ଆପଣାର କରି
ଜନମରୁ ଯୁଇ ଯାଏ
ବିଶ୍ୱ ଦରବାରେ
ଉଚ୍ଚ କର ମଥା
ଭାଷାର ଉନ୍ନତି
ରହୁ ଓଡ଼ିଆର କାୟେ