• About
  • Contact
Thursday, July 10, 2025
Thursday, July 10, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଅଚ୍ୟୁତଙ୍କୁ ପଛରେ ପକାଇଲେ ମାନସ !

ଅଚ୍ୟୁତଙ୍କୁ ପଛରେ ପକାଇଲେ ମାନସ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୫ ନଭେମ୍ବର ୨୦୨୨

ଓଡ଼ିଆ ନ୍ୟୁଜ୍ ଚ୍ୟାନେଲର TRP ଦୌଡ଼ରେ ବଡ଼ ପରିବର୍ତ୍ତନ ଘଟିଛି। ୭ଟି ଚ୍ୟାନେଲର TRPକୁ ଯଦି ନଭେମ୍ବର ୨୪ ତାରିଖ ରିପୋର୍ଟ ଅନୁସାରେ ଦେଖାଯାଏ ତେବେ ଆରମ୍ଭରୁ ସଂଘର୍ଷ କରୁଥିବା ନନ୍ଦିଘୋଷ ଟିଭି ଶେଷ ସ୍ଥାନରୁ ଆସି ୪ର୍ଥ ସ୍ଥାନ ଦଖଲ କରିଛି। ଗତ ରିପୋର୍ଟରେ ବଡ଼ ଝଟକା ଲାଗିଛି ବହୁଦିନଧରି ୩ୟ ସ୍ଥାନ ଦଖଲ କରିଆସୁଥିବା କଳିଙ୍ଗ ଟିଭିକୁ। ଏହି ଟିଭିର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦିଗ୍ ଦର୍ଶନରେ “କହେ ଠିକ୍, ଦେଖାଏ ଠିକ୍” କୁ ଆଧାର କରି କମ୍ ଦିନରେ ସଫଳତା ପାଇଥିବା କଳିଙ୍ଗ ଟିଭି ଏବେ TRP ଦୌଡ଼ରେ ଖସିଚାଲିଛି। ଗତ ନଭେମ୍ବର ୩ ତାରିଖ TRP ରିପୋର୍ଟରେ କଳିଙ୍ଗ ଟିଭି ୩ୟ ସ୍ଥାନରୁ ୪ର୍ଥ ସ୍ଥାନକୁ ଖସିଥିଲା। ନଭେମ୍ବର ୧୦ ତାରିଖ ରିପୋର୍ଟରେ କଳିଙ୍ଗ ଟିଭିକୁ ପଛକୁ ଠେଲି ନନ୍ଦିଘୋଷ ଟିଭି ୪ର୍ଥ ସ୍ଥାନ ଦଖଲ କଲା। ଏହା ପରେ ଆଉ ପଛକୁ ଫେରିନାହିଁ ନନ୍ଦିଘୋଷ ଟିଭି। କ୍ରମାଗତ ଭାବେ ନଭେମ୍ବର ୧୭ ଓ ନଭେମ୍ବର ୨୪ ତାରିଖର TRP ରିପୋର୍ଟରେ ନନ୍ଦିଘୋଷ ନିଜର ୪ର୍ଥ ସ୍ଥାନ ବଜାୟ ରଖିବାରେ ସମର୍ଥ ହୋଇଛି। ମାତ୍ର ୨ବର୍ଷରୁ କିଛି ଅଧିକ ସମୟ ଭିତରେ ନନ୍ଦିଘୋଷ ଟିଭିର ଏହି ସଫଳତା ପଛରେ ରହିଛି ସାମ୍ବାଦିକତା ପେଶାରୁ ରାଜନୀତିକୁ ଡେଇଁଥିବା ଓ ବିଜେଡି ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତାର ସୋପାନ ଚଢ଼ୁଥିବା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଦିଗ୍ ଦର୍ଶନ ବୋଲି ନନ୍ଦିଘୋଷ ଟିଭିର କର୍ମକର୍ତ୍ତାମାନେ କହନ୍ତି। ଏପରିକି ନନ୍ଦିଘୋଷ ଟିଭିକୁ ଯଦିଓ ଶାସକ ବିଜେଡିର ମୁଖପତ୍ର ଭାବେ ଓଡ଼ିଶାର ଦର୍ଶକମାନେ ଗ୍ରହଣ କରିନେଇଛନ୍ତି, ମାତ୍ର ସାଂସଦ ମାନସ ମଙ୍ଗରାଜଙ୍କ ମାର୍ଗ ଦର୍ଶନ ଓ ଦୁଇ ବିଧାୟକ ତଥା ନନ୍ଦିଘୋଷ ଟିଭିର ନିର୍ଦ୍ଦେଶକ ସୁଶାନ୍ତ ରାଉତ ଓ ସଂଜୀବ ମଲ୍ଲିକଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ନ୍ୟୁଜ୍ ଚ୍ୟାନେଲକୁ BARC ରେଟିଙ୍ଗରେ ୪ର୍ଥ ସ୍ଥାନକୁ ଉନ୍ନୀତ କରିପାରିଛି। ନନ୍ଦିଘୋଷ ଟିଭିର ଏହି ଦୁଇ ନିର୍ଦ୍ଦେଶକ କୌଣସି ଗଣମାଧ୍ୟମ ଚଳାଇବା ଅଭିଜ୍ଞତା ନଥାଇ ମଧ୍ୟ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ନନ୍ଦିଘୋଷ ଟିଭିକୁ ଆଗକୁ ନେବାରେ ସଫଳ ହୋଇଛନ୍ତି।

କେବଳ ଯେ, ନନ୍ଦିଘୋଷ ଟିଭି ଆଗକୁ ବଢୁଛି ତା ନୁହେଁ ବରଂ ଓଡ଼ିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ ଉଦ୍ୟୋଗୀ ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ କଳିଙ୍ଗ ଟିଭିର ସ୍ଥାନକୁ ଛଡ଼ାଇ ନେବାରେ ସକ୍ଷମ ହୋଇଛି। ଡକ୍ଟର ସାମନ୍ତ ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ସବୁଥିରେ ସେ ସଫଳ ହେବା ଦେଖାଯାଇଛି, ମାତ୍ର ଗଣମାଧ୍ୟମ ବ୍ୟବସାୟ ତାଙ୍କୁ ସେପରି ସଫଳତା ନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ନନ୍ଦିଘୋଷ ଟିଭି ଦୁଇ ନବାଗତ ନିର୍ଦ୍ଦେଶକଙ୍କୁ ନେଇ ଆଗକୁ ବଢୁଥିବା ବେଳେ କଳିଙ୍ଗ ଟିଭି ତଳକୁ ଖସିବାର କାରଣ କ’ଣ ହୋଇପାରେ? ଏହି ଟିଭି ଆରମ୍ଭରୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାମୀ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ଦ୍ୱାରା ପରିଚାଳିତ ହୋଇ ମଧ୍ୟ ନନ୍ଦିଘୋଷ ଭଳି ନୂଆ ଟିଭି ଚ୍ୟାନେଲ ଠାରୁ ଖରାପ ପ୍ରଦର୍ଶନ କରିବା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଗତ ଅଗଷ୍ଟ ମାସର ୧୯ ତାରିଖ ଠାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ମିଡ଼ିଆ ଜଗତର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଡକ୍ଟର ମନୋଜ ନାୟକଙ୍କ ଦ୍ୱାରା ପରିଚାଳିତ ନ୍ୟୁଜ୍୭ କୁ ମଧ୍ୟ TRP ଦୌଡ଼ରେ ମାତ୍ ଦେଇଛି ନନ୍ଦିଘୋଷ ଟିଭି।

ନଭେମ୍ବର ୨୪ ତାରିଖର TRP ରିପୋର୍ଟ ଅନୁସାରେ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଚ୍ୟାନେଲ ଭାବେ ଓଟିଭି ପ୍ରଥମ ସ୍ଥାନରେ ନିଜସ୍ଥାନ ସୁରକ୍ଷିତ ରଖିପାରିଛି। ସେହିପରି ୨ ନମ୍ବର ସ୍ଥାନରେ ମଧ୍ୟ ଓଡ଼ିଶାର ସବୁଠାରୁ ବଡ଼ ମିଡ଼ିଆ ହାଉସ୍ “ସମ୍ବାଦ ଗ୍ରୁପ୍” ଦ୍ୱାରା ପରିଚାଳିତ କନକ ନ୍ୟୁଜ୍ ସ୍ଥିର ରହିଛି। ବହୁଦିନ ଧରି ସଂଘର୍ଷ କରିବାପରେ ନ୍ୟୁଜ୍ ୧୮ ଓଡ଼ିଆ ତୃତୀୟ ସ୍ଥାନରେ ପହଂଚି ପାରିଛି। ନନ୍ଦିଘୋଷ ଟିଭି ସହ ପାଖାପାଖି ଆରମ୍ଭ ହୋଇଥିବା ଅନ୍ୟତମ ଚ୍ୟାନେଲ୍ ଅର୍ଗସ ନ୍ୟୁଜ୍ ଏବେ ମଧ୍ୟ ଢୋକେ ପିଇ ଦଣ୍ଡେ ଜିଇଁବା ଭଳି ୭ମ ସ୍ଥାନରେ ରହିବାରେ ସମର୍ଥ ହୋଇଛି।

ତେବେ ସଦ୍ୟପ୍ରକାଶିତ BARC ର ଏହି ରେଟିଂ ତାଲିକା ଏବେ ଦୁଇ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଡକ୍ଟର ଅଚ୍ୟୁତ ସାମନ୍ତ ଓ ଡକ୍ଟର ମନୋଜ ନାୟକଙ୍କୁ ଙ୍କୁ ବାଧ୍ୟ କରିବ ଚିନ୍ତା କରିବାପାଇଁ ନିଜ ନିଜ ଚ୍ୟାନେଲ ବାବଦରେ। ଏହି ଦୁଇଟି ଚ୍ୟାନେଲ୍ ର ଅବସ୍ଥା ଏବେ “ବୁଡ଼ିଗଲା ଗୋଡ ତଳକୁ ତଳକୁ ପରି” ହୋଇସାରିଲାଣି । ଗଣମାଧ୍ୟମ ବ୍ୟବସାୟରେ ତିଷ୍ଠିବା ପାଇଁ କେବଳ କଳିଙ୍ଗ ଟିଭି ବା ନ୍ୟୁଜ୍ ୭ ନୁହେଁ ବରଂ ଓଡ଼ିଶାର ଅନ୍ୟସମସ୍ତ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକୁ ନନ୍ଦିଘୋଷ ଟିଭିର ଦିଗ୍ ଦର୍ଶକ ଓ ନିର୍ଦ୍ଦେଶକମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଯିବାକୁ ହେବ। ପରିଶେଷରେ ନନ୍ଦିଘୋଷ ଭଳି ଏକ ନୂଆ ନ୍ୟୁଜ୍ ଚ୍ୟାନେଲ୍ ଖୁବ୍ କମ୍ ସମୟରେ BARC ରେଟିଂ ରେ ଅଗ୍ରଣୀ ହେବା ସମସ୍ତଙ୍କୁ ଆତ୍ମସମୀକ୍ଷା କରିବା ପାଇଁ ବାଧ୍ୟ କରିବ ଏଥିରେ ସନ୍ଦେହ ନାହିଁ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.