• About
  • Contact
Wednesday, July 16, 2025
Wednesday, July 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଅସହାୟ ଗଣମାଧ୍ୟମ !

ଅସହାୟ ଗଣମାଧ୍ୟମ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ଫେବୃଆରୀ ୨୦୨୩

ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ କିଭଳି ସ୍ଥିତିରେ ଅଛନ୍ତି, ଗଣମାଧ୍ୟମ ପ୍ରତିନିଧିମାନେ କିପରି ନିଜ କାର୍ଯ୍ୟ କରୁଛନ୍ତି ଓ ଅନ୍ୟ ରାଜ୍ୟ ତୁଳନାରେ ଏମାନେ କିଭଳି ସ୍ବାଧୀନଭାବେ ଖବର ପରିବେଷଣ କରୁଛନ୍ତି ତାହାର ଏକ ନମୂନା ଗତ ସପ୍ତାହରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ଦେଶର ସାମ୍ବିଧାନିକ ମୁଖ୍ୟଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ବେଳେ ଯାହା ଦେଖିବାକୁ ମିଳିଥିଲା ତାହା ଥିଲା ଆଲୋଚନା କରିବା ପାଇଁ ଏକ ପ୍ରମୁଖ ପ୍ରସଙ୍ଗ।

ଗଣମାଧ୍ୟମ ପ୍ରତିନିଧିଙ୍କ ସୋସିଆଲ ମିଡ଼ିଆରେ ପ୍ରତିବାଦ:- ଗତ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିଲେ ଓଡ଼ିଶା ଗସ୍ତରେ। ଭୁବନେଶ୍ୱରରେ ଥିଲା ତାଙ୍କର ଏକାଧିକ କାର୍ଯ୍ୟକ୍ରମ। ରାଷ୍ଟ୍ରପତିଙ୍କ ଆସିବା ପୂର୍ବରୁ ଓଡ଼ିଶାର ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ହୋଇଥିଲା ଏହି ଖବର। ଏପରିକି ରାଷ୍ଟ୍ରପତିଙ୍କ ଗସ୍ତର କଭରେଜ୍ ପାଇଁ ରାଜ୍ୟର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜର ପ୍ରତିନିଧି ମାନେ ପ୍ରସ୍ତୁତ ହୋଇ ରହିଥିଲେ। ମାତ୍ର ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଖବରଦାତା ମାନଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଖବର ସଂଗ୍ରହ ପାଇଁ ଛଡ଼ାଯିବ ନାହିଁ ବୋଲି ସୂଚନା ମିଳିଲା। ଖବର ଦାତାଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖିବା ଓଡ଼ିଶାରେ ନୂଆ ନୁହେଁ। ମାତ୍ର ରାଷ୍ଟ୍ରପତିଙ୍କ ଗସ୍ତର କଭରେଜ ପାଇଁ ପ୍ରସ୍ତୁତ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ। ଏଣୁ ଏମାନଙ୍କ ମଧ୍ୟରୁ କିଛି ଖବରଦାତା ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି ଘଟଣାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କଲେ। ଏପରିକି କିଛି ଦିନ ପୂର୍ବରୁ ରାଜ୍ୟସରକାରଙ୍କର ଅତିଥି ହୋଇ ବିଶ୍ୱକପ୍ ହକିର ମଜାନେଇ ସରକାରଙ୍କ ସହ ଫଟୋ ଉଠାଇଥିବା ଥିବା କିଛି ସମ୍ପାଦକ ମଧ୍ୟ ଏହି ଘଟଣାରେ ଦୁଃଖୀ ହୋଇଥିବା ଦେଖିବାକୁ ମିଳିଛି ସେମାନଙ୍କ ସୋସିଆଲ ମିଡ଼ିଆ ପ୍ଲାଟ୍ ଫର୍ମରେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ମାନେ ଏନେଇ ନିଜର ଗଣମାଧ୍ୟମରେ ମଧ୍ୟ ମୁହଁ ଖୋଲି ପାରିଲେ ନାହିଁ । ସେ ସୁଯୋଗରୁ ମଧ୍ୟ ଏମାନେ ବଂଚିତ ହେଲେ ଓ ସୋସିଆଲ ମିଡ଼ିଆରେ ଏହି ପ୍ରତିବାଦକୁ ସୀମିତ ରଖିଲେ । ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ତ ଦୂରର କଥା ଗଣମାଧ୍ୟମ ପ୍ରତିନିଧି ମାନେ ଚୁପ୍ ରହିବାକୁ ପସନ୍ଦ କଲେ। ଅନ୍ୟ ଖବରକୁ ନେଇ ତମ୍ବି ତୋଫାନ କରୁଥିବା ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ମଧ୍ୟ ଏନେଇ ବିତର୍କଟିଏ ବି ଦେଖିବାକୁ ମିଳିଲା ନାହିଁ।

ସମ୍ପାଦକ ଓ ମାଲିକ ନିରବ :- ଖବର ସଂଗ୍ରହ କରିବାରୁ ବଂଚିତ ହୋଇ ଗଣମାଧ୍ୟମ ପ୍ରତିନିଧି ମାନେ ଯେ କେବଳ ଚୁପ୍ ଚାପ୍ ରହିଲେ ତାହା ନୁହେଁ, ବରଂ ଗଣମାଧ୍ୟମର ସ୍ୱାଧୀନତା ବାବଦରେ ଲମ୍ଵାଚଉଡ଼ା ଭାଷଣ ରଖୁଥିବା ଓଡ଼ିଶାର କିଛି ନ୍ୟୁଜ୍ ଚ୍ୟାନେଲ୍ ର ସଂପାଦକ ଓ କାମଚଳା ସଂପାଦକ ମାନେ ମଧ୍ୟ ଏ ବାବଦରେ ପଦୁଟିଏ ବି କହିଲେ ନାହିଁ। ଏମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଏକ ଅଜଣା ଭୟରେ ନିଜର ସୋସିଆଲ ମିଡ଼ିଆରେ ବି ଏ ବାବଦରେ ଟିକିଏ ପ୍ରତିବାଦ କରିବାକୁ ସାହସ କଲେ ନାହିଁ। ଅନେକ ସଂପାଦକ ଓ କାମଚଳା ସଂପାଦକ ମାନେ ବିଶ୍ୱକପ୍ ହକି ସମୟରେ ସରକାରଙ୍କ ଦ୍ୱାରା ଆପ୍ୟାୟିତ ହୋଇ ସରକାରର କ୍ଷମତା କେନ୍ଦ୍ର ସହ ଫଟୋ ସେସନ କରି ଫେରିଥିବାରୁ ସେମାନଙ୍କର ମଧ୍ୟ ନିଜ ପ୍ରତିନିଧିଙ୍କ ପ୍ରତି ହୋଇଥିବା ଅବିଚାର ବାବଦରେ ମୁହଁ ଖୋଲିବାର ଉପାୟ ନଥିଲା। ଓଡ଼ିଶାର ପ୍ରମୁଖ ଗଣମାଧ୍ୟମର ମାଲିକ ମାନଙ୍କ ମଧ୍ୟରୁ ଅନେକ ଶାସକ ଦଳର ସଦସ୍ୟ ଅବା ପୂର୍ବତନ ସଦସ୍ୟ ହୋଇଥିବାରୁ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଠାରୁ ନିଜକୁ ନିରାପଦ ଦୂରତାରେ ରଖିବାକୁ ଚାହିଁଲେ। ଯାହା ସରକାରଙ୍କ ପକ୍ଷରୁ ମିଳୁଛି ତାହାକୁ ପ୍ରସାରଣ କରିବାକୁ ନିଜର କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଏହି ମାଲିକ ମାନେ। ଏମାନେ ବି ନିରୁପାୟ କାରଣ ଓଡ଼ିଶାର ସମସ୍ତ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜର ମାଲିକ ମାନେ ଓଡ଼ିଶା ସରକାରଙ୍କର ବିଜ୍ଞାପନ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇପଡ଼ିଛନ୍ତି ।

ସ୍ୱାଧୀନତା ଏବେ ସ୍ବପ୍ନ :- ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ମଧ୍ୟ କିଛି ବର୍ଷ ଧରି ନିଜର ବାକ୍ ସ୍ୱାଧୀନତା ହରାଇବା ଭଳି ମନେ ହୁଏ। ପ୍ରମୁଖ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଖବରଦାତା ହୁଅନ୍ତୁ ଅବା ସଂପାଦକ ସମସ୍ତେ ଏବେ ସରକାରୀ କଳ ଓ ଶାସକ ଦଳ ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ିଥିବାର ଚର୍ଚ୍ଚା ହେଉଛି। ଯଦି କେହି ଗଣମାଧ୍ୟମ ପ୍ରତିନିଧିଙ୍କ ସୋସିଆଲ ମିଡ଼ିଆରେ ସେମାନେ କରିଥିବା ପ୍ରତିବାଦର ପୋଷ୍ଟିଂକୁ ଦେଖିଥିବେ ତେବେ ଏକଥା ଆହୁରି ସ୍ପଷ୍ଟ ଯେ, ସାଧାରଣ ଲୋକ ମଧ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ସମର୍ଥନ କରିବା ତ ଦୂରର କଥା ସମବେଦନା ଜଣାଇବାକୁ ମଧ୍ୟ କୁଣ୍ଠିତ ହୋଇଛନ୍ତି। ଏପରିକି ଅନେକ ବ୍ୟକ୍ତିବିଶେଷ ସିଧା ସଳଖ ଭାବେ ଏଥିପାଇଁ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ଓ ସଂପାଦକ ମାନଙ୍କୁ ମଧ୍ୟ ବେଶ୍ କଡ଼ା କଥା ବି ଶୁଣାଇଛନ୍ତି।

ଯେଉଁମାନେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଦେଖୁଛନ୍ତି ଓ ଓଡିଆ ଖବର କାଗଜ ପଢୁଛନ୍ତି ସେମାନେ ଭଲଭାବେ ଜାଣିପାରୁଥିବେ ଓଡ଼ିଶାରେ ଗଣମାଧ୍ୟମର ଖବର ପରିବେଷଣ ବାବଦରେ। କାହିଁକି ଓଡ଼ିଶାର ଗଣମାଧ୍ୟମ ଏଭଳି ଏକ ସ୍ଥିତି ଦେଇ ଗତି କରୁଛି? ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ରାଜ୍ୟ ସରକାର ଖବର ସଂଗ୍ରହ ପାଇଁ ଅନୁମତି ଦେଉନାହାନ୍ତି କାହିଁକି? ଖବର ସଂଗ୍ରହ କରିବା ଯାହାର କାର୍ଯ୍ୟ ସେମାନେ ଅନୁମତି ନ ପାଇ ଚୁପ୍ ବସିଛନ୍ତି କିପରି? ବହୁ ସମୟଧରି ସମସ୍ତ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ଛଡ଼ା ଯାଉନାହିଁ କାହିଁକି? ପୋଲିସ କମିଶନର ଅଫିସକୁ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମନା କରାଯିବାର କାରଣ କ’ଣ?

ଖବର ସଂଗ୍ରହରୁ ଯଦି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୂରେଇ ରଖାଯାଏ ଓ ସେମାନେ ଏହାର ପ୍ରତିବାଦ ମଧ୍ୟ କରିପାରନ୍ତି ନାହିଁ ତେବେ ଆମ ରାଜ୍ୟର ଗଣମାଧ୍ୟମର ଏହା ଅସହାୟବୋଧତା ନୁହେଁକି ? ବାକ୍ ସ୍ୱାଧୀନତା ହରାଇ ବସିଥିବା ଓଡ଼ିଶାର ଗଣମାଧ୍ୟମର ଏହି ସ୍ଥିତିପାଇଁ କାହାକୁ ଦାୟୀ କରାଯିବ? ସରକାରୀ ବିଜ୍ଞାପନ ପାଇଁ ମୁଣ୍ଡ ନୁଆଁଇ ଥିବା ଗଣମାଧ୍ୟମର ମାଲିକ ନା ସରକାରୀ ସମ୍ପାଦକଙ୍କ ନିର୍ଦ୍ଦେଶରେ କାମ କରୁଥିବା କାମଚଳା ଅବା ଛାୟା ସଂପାଦକ ମାନଙ୍କୁ…?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.