• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୩

ଚଳିତ ସପ୍ତାହରେ ଓଡ଼ିଶାର ଗଣମାଧ୍ୟମ ପାଇଁ ଖବରର ଅଭାବ ନଥିଲା । ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ ଆରମ୍ଭ,ବହୁ ଦିନର ନିରବତା ପରେ ଓଡ଼ିଶା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା, ଡ୍ରାଇଭର ସଂଘର ଆନ୍ଦୋଳନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ନାକେଦମ କରିବା, ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ପଣୀ ଏବଂ ଶାସକ ଦଳର ‘ଶଙ୍ଖ ମୋର ଗର୍ବ’ କ୍ୟାମ୍ପେନ ଗଣମାଧ୍ୟମ ଗୁଡ଼ିକୁ ବେଶ୍ ରୋଚକ ଖବର ଯୋଗାଇଥିଲା । ଏହି ଖବର ଗୁଡ଼ିକୁ ଓଡ଼ିଶାର ଗଣମାଧ୍ୟମ ମାନେ ନିଜସ୍ୱ ଢଙ୍ଗରେ ପରିବେଷଣ କରିଥିଲେ ।

ବିଧାନସଭାର ୨ୟ ପର୍ଯ୍ୟାୟ: ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ ଆରମ୍ଭ ହେବାକ୍ଷଣି ଗଣମାଧ୍ୟମ ଗୁଡ଼ିକୁ ଏକାଧିକ ରୋଚକ ଖବର ମିଳିଯାଇଥିଲା । ବିଧାନସଭା ଆରମ୍ଭ ହେବାପରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀଦଳ ବିଜେପିର ନେତା ମାନେ ପୁଣି ଆରମ୍ଭ କରିଦେଇଥିଲେ ହମଲା ଶାସକ ଦଳ ଉପରେ । ବିଜେପି ସହ କଂଗ୍ରେସର ମଧ୍ୟ କିଛି ବିଧାୟକ ଶାସକ ଦଳକୁ ଜୋରଦାର ଘେରିଲେ । ମାତ୍ର ଏହି ଖବରକୁ ଅଧିକାଂଶ ଗଣମାଧ୍ୟମ “ଗୃହକୁ ଫେରିଲା ନବ ଝଡ଼” ବୋଲି ଅଭିହିତ କରିଥିବା ବେଳେ ଶାସକ ଦଳର ନେତାଙ୍କ ବିରୋଧୀ ଦଳ ନେତାଙ୍କ ପ୍ରତି ଆକ୍ଷେପ “ମାନସିକ ସନ୍ତୁଳନ ହରାଉଛନ୍ତି”କୁ କେତେକ ନିର୍ଦ୍ଦିଷ୍ଟ ମିଡ଼ିଆ ଅଧିକଭାବେ ପ୍ରଚାର କରିଥିଲେ । ଏପରିକି କେତେକ ନ୍ୟୁଜ୍ ଚ୍ୟାନେଲ୍ ବିରୋଧୀ ଦଳ ନେତାମାନେ ଜନସାଧାରଣଙ୍କ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି ବୋଲି ବିରୋଧୀଦଳ ନେତା ମାନଙ୍କୁ ଆକ୍ଷେପ କରିବା ସହ ଏନେଇ ଘଣ୍ଟାଘଣ୍ଟା ବିତର୍କ ମଧ୍ୟ କରିବାର ଦେଖିବାକୁ ମିଳିଥିଲା । କେହି ବି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଦେଢ଼ମାସ ପୂରିବାକୁ ବସିଥିବା ବେଳେ ଏହାର ତଦନ୍ତର ଅଗ୍ରଗତି ନେଇ ଖବର ପରିବେଷଣ କରିବାକୁ ଚେଷ୍ଟା କରିନଥିଲେ ।

ଓଡ଼ିଶା କଂଗ୍ରେସର ଆଦାନୀ ବିରୋଧରେ ଆନ୍ଦୋଳନ: ବହୁଦିନର ନିରବତା ପରେ ରାଜ୍ୟ କଂଗ୍ରେସର କିଛି ନେତା ରାସ୍ତାକୁ ଓହ୍ଲାଇବା ଦେଖିବାକୁ ମିଳିଥିଲା । ତାହା ପୁଣି ଥିଲା ଆଦାନୀ ପ୍ରସଙ୍ଗକୁ ନେଇ । କଂଗ୍ରେସର ଏହି ପ୍ରତିବାଦକୁ ମଧ୍ୟ ଅନେକ ଗଣମାଧ୍ୟମ ସେତେଟା ଗୁରୁତ୍ୱ ଦେଇନଥିଲେ । ଏପରିକି ଏହି ଆନ୍ଦୋଳନ ବାବଦରେ କଂଗ୍ରେସ ନେତାଙ୍କ ବୟାନକୁ ମଧ୍ୟ ଅନେକ ନ୍ୟୁଜ୍ ଚ୍ୟାନେଲ୍ ନିଜର ପ୍ରାଇମ୍ ଟାଇମ୍ ଖବରରୁ ବାଦ୍ ଦେଇଥିବା ବେଳେ କିଛି ଓଡ଼ିଆ ଖବର କାଗଜ ମଧ୍ୟ ଏହି ଖବରକୁ ପ୍ରଥମ ପୃଷ୍ଠାରେ ସ୍ଥାନ ନଦେଇ ଭିତର ପୃଷ୍ଠାରେ ଏକ ଗୁରୁତ୍ବହୀନ ଖବର ଭଳି ସ୍ଥାନ ଦେବାର ପ୍ରୟାସ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ କଂଗ୍ରେସର ଏହି ଆନ୍ଦୋଳନ ବାବଦରେ ପ୍ରଶ୍ନ ପଚାରିବାତ ଦୂରର କଥା, କଂଗ୍ରେସ ନେତା କହିଥିବା କଥାକୁ ମଧ୍ୟ ଉପଯୁକ୍ତ ଭାବେ ନିଜ ନିଜ ଗଣମାଧ୍ୟମରେ ଉପସ୍ଥାପିତ କରିନଥିବାର ଦେଖିବାକୁ ମିଳିଥିଲା ।

ସାହିତ୍ୟ ସଭାରେ ଧର୍ମେନ୍ଦ୍ର ପ୍ରଧାନ ଓ ଭର୍ତ୍ତୃହରି ମହତାବ: ଗୋଟିଏ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ ରାଜ୍ୟ ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜୁ ଜନତା ଦଳର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କ ସପକ୍ଷରେ ମତ ରଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଭାରତର କିଛି ଚରିତ୍ରର ଉଦାହରଣ ଦେଇଥିଲେ । ଏପରିକି କଥା ଛଳରେ ଭର୍ତ୍ତୃହରିଙ୍କୁ “ଭୀଷ୍ମ ପିତାମହ” କହିବା ସହ ପରୋକ୍ଷରେ ବିଜେଡିକୁ “କୌରଵ” ସହ ତୁଳନା କରିଥିଲେ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଆହ୍ୱାନ କରିଥିଲେ “ଆଉ ଟିକେ ଖୋଲି କରି କୁହନ୍ତୁ ବୋଲି” । ଉଭୟଙ୍କ ଭାଷଣକୁ କିଛି ଗଣମାଧ୍ୟମ “ଭର୍ତ୍ତୃହରି ବିଜେଡି ଛାଡ଼ିବେ କି” ବୋଲି ପ୍ରଶ୍ନ ଉଠାଇଥିବା ବେଳେ ଆଉ କିଛି ନ୍ୟୁଜ ଚ୍ୟାନେଲ୍ “କିଏ କୌରଵ ଓ କିଏ ପାଣ୍ଡଵ ” ବୋଲି ଶୀର୍ଷକରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଖବରଟିକୁ ସୀମିତ କରିଦେଲେ ।

ଡ୍ରାଇଭର ଆନ୍ଦୋଳନ ଓ ଗଣମାଧ୍ୟମରେ ହଟଚମଟ: ଡ୍ରାଇଭର ମାନଙ୍କ ଆନ୍ଦୋଳନ ଯେତିକି ବ୍ୟାପକ ଥିଲା, ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ ଖବର ପରିବେଷଣ ତାହାଠାରୁ ଯଥେଷ୍ଟ ଅଧିକ ଥିଲା । ଏପରିକି ଡ୍ରାଇଭର ମାନଙ୍କ ଦାବୀ ବାବଦରେ କମ ଖବର ପରିବେଷଣ ଦେଖିବାକୁ ମିଳିଥିବା ବେଳେ, ପେଟ୍ରୋଲ, ଡିଜେଲ ସଙ୍କଟ, ପରିବା ଦର ବଢ଼ି ଗଲାଣି ଆଦି ହଟଚମଟ ସୃଷ୍ଟି କରିବା ଭଳି ଖବର ପରିବେଷଣ କରି କିଛି ବ୍ୟବସାୟୀଙ୍କୁ କଳାବଜାରୀ କରିବାକୁ ଗଣମାଧ୍ୟମ ପ୍ରୋତ୍ସାହିତ କରିଥିଲା । ଯାହା ଫଳରେ ଲୋକେ ଆବଶ୍ୟକତା ଠାରୁ ଅଧିକ ଖାଉଟି ଦ୍ରବ୍ୟ, ପନିପରିବା କିଣିବା ସହ ପେଟ୍ରୋଲ ମଧ୍ୟ ନିଜନିଜର ଗାଡ଼ିରେ ଭର୍ତ୍ତି କରିବା ବେଶ କିଛି ସମୟ ପାଇଁ ରାଜଧାନୀରେ “ପେଟ୍ରୋଲ ଅଭାବ ପରିସ୍ଥିତି” ସୃଷ୍ଟି କରିଥିଲା । କୌଣସି ନ୍ୟୁଜ ଚ୍ୟାନେଲ୍ ଅବା ଖବର କାଗଜ ଏହି ଆନ୍ଦୋଳନ ପଛର କାରଣ କ’ଣ ତାହା ସାଧାରଣ ଲୋକଙ୍କୁ ଜଣାଇବାକୁ ଚାହିଁଲେ ନାହିଁ ।

ସୋସିଆଲ ମିଡ଼ିଆରେ “ଶଙ୍ଖ ମୋର ଗର୍ବ” ହେଲା ଗଣମାଧ୍ୟମର ପ୍ରମୁଖ ଖବର: ଶାସକ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ କ୍ୟାମ୍ପେନ “ଶଙ୍ଖ ମୋର ଗର୍ବ” କୁ ସମସ୍ତ ଆଗଧାଡ଼ିର ଗଣମାଧ୍ୟମ ରାଜ୍ୟର ଏକ ପ୍ରମୁଖ ରାଜନୈତିକ ଖବର ଭାବେ ପରିବେଷଣ କରିବା ସହ ଏନେଇ ନ୍ୟୁଜ ଚ୍ୟାନେଲ୍ ରେ ମଧ୍ୟ ବିତର୍କ ଦେଖିବାକୁ ମିଳିଥିଲା । ଗୋଟିଏ ଦୁଇଟି ମିଡ଼ିଆକୁ ଛାଡ଼ିଦେଲେ ଏହି କ୍ୟାମ୍ପେନ ପଛର ରାଜନୀତି କ’ଣ ତାହା କେହି ବି ରାଜ୍ୟବାସୀଙ୍କ ସାମ୍ନାକୁ ଆଣିଲେ ନାହିଁ ଅବା ଶାସକ ଦଳ ନେତାଙ୍କୁ ପ୍ରଶ୍ନଟିଏ ବି ପଚାରିଲେ ନାହିଁ ।

ଏହି ସବୁ ଖବରକୁ ଯଦି ତର୍ଜମା କରାଯାଏ ତେବେ ଓଡ଼ିଶାର ନ୍ୟୁଜ ଚ୍ୟାନେଲ ଓ ଖବର କାଗଜ ଗୁଡ଼ିକ ନିଜର ଦର୍ଶକ ଓ ପାଠକଙ୍କ ପାଖରେ କିଭଳି ଖବର ପହଞ୍ଚାଉଛନ୍ତି ଓ କ’ଣ ପହଞ୍ଚାଇବା କଥା ତାହାକୁ ନେଇ ଯେ କେହିବି ପ୍ରଶ୍ନ କରିବା ସ୍ୱାଭାବିକ୍ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.