• About
  • Contact
Saturday, July 12, 2025
Saturday, July 12, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୪ ମାର୍ଚ୍ଚ ୨୦୨୩

ଚଳିତ ସପ୍ତାହରେ ଓଡ଼ିଶାର ଗଣମାଧ୍ୟମ ପାଇଁ ସେଭଳି ହଟଚମଟ ସୃଷ୍ଟିକାରୀ ଖବର କିଛି ନଥିଲା । ମାତ୍ର ବିଧାନସଭା ଅଧିବେଶନରେ ୨ୟ ପର୍ଯ୍ୟାୟରେ ବିରୋଧୀ ବିଜେପି ଓ କଂଗ୍ରେସର ଶାସକ ଦଳ ବିଜେଡି ବିରୋଧରେ ହଲ୍ଲାବୋଲ, ବାରମ୍ବାର ଗୃହ ମୁଲତବୀ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ, ଶାସକ ବିଜେଡିର ନେତାମାନଙ୍କ ବ୍ୟସ୍ତତା, ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡ଼ିଶା ଗସ୍ତ ଆଦି ଥିଲା ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ର ପ୍ରମୁଖ ଖବର ।

ବିଜେପି ଓ କଂଗ୍ରେସର ହଲ୍ଲାବୋଲ: ବିଧାନସଭା ଅଧିବେଶନରେ ଏହି ୨ୟ ପର୍ଯ୍ୟାୟରେ ପୂର୍ବ ଅପେକ୍ଷା ଅଧିକ ଶାଣିତ ଆକ୍ରମଣ କରିଛନ୍ତି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳ ଓ ସରକାରଙ୍କୁ । ଏପରିକି ସମାନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଘେରିଛନ୍ତି ସରକାରଙ୍କୁ । ୫ଟି ଓ ମିଶନ ଶକ୍ତି ବିରୋଧରେ ବିଜେପି ଓ କଂଗ୍ରେସର ଏହି ରଣନୀତି ଆଗରେ ଫିକା ପଡ଼ିଥିଲା ଶାସକ ବିଜେଡିର ନେତାମାନଙ୍କ ବୟାନବାଜି । ଓଡ଼ିଆ ଖବର କାଗଜରେ ଏହି ଖବର କିଛି ମାତ୍ରାରେ ପ୍ରକାଶିତ ହୋଇଥିବା ବେଳେ ନ୍ୟୁଜ ଚ୍ୟାନେଲ ଗୁଡ଼ିକ ବେଶ ସତର୍କତାର ସହ ବିରୋଧୀ ଦଳ ନେତାମାନଙ୍କ ବାବଦରେ ଖବର ପରିବେଷଣ କଲେ । ଅଧାରୁ ଅଧିକ ସମୟ ଶାସକ ଦଳ ନେତା ମାନଙ୍କ ବୟାନକୁ ଦେଖାଇବା ବେଳେ ବିରୋଧୀ ନେତା ମାନଙ୍କ ବୟାନକୁ କାଣ୍ଟଛାଣ୍ଟ କରି ଦେଖାଇବାର ପ୍ରୟାସ କଲେ ।

ଜୟନାରାୟଣଙ୍କ ଟାର୍ଗେଟରେ ୫ଟି: ବଜେଟ ଅଧିବେଶନର ପ୍ରଥମ ପାଳି ଠାରୁ ଶାସକ ବିଜେଡିକୁ ଅଧିକ ଶାଣିତ ଆକ୍ରମଣ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସିଧାସଳଖ ଭାବେ ୫ଟି ଉପରେ ବର୍ଷିବା ସହ ଏହାର ମନ୍ତ୍ରୀ କିଏ, କେତେ ଜଣ କର୍ମଚାରୀ ଏହି ବିଭାଗରେ କାର୍ଯ୍ୟ କରୁଛନ୍ତି, ଏହି ବିଭାଗର ଦପ୍ତର କେଉଁଠି ଆଦି ପ୍ରଶ୍ନ ପଚାରି ଘାଇଲା କଲେ ଶାସକ ଦଳକୁ । ଜୟନାରାୟଣଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ଶାସକ ଦଳ ସହ ଓଡ଼ିଶାର ଗଣମାଧ୍ୟମ ମାନେ ମଧ୍ୟ ଭୟଭୀତ ହୋଇପଡ଼ିଲେ । ୫ଟି ର ନାଁ ନେବାକୁ ଡରୁଥିବା ଗଣମାଧ୍ୟମ ମାନେ କିପରି ଏହି ଖବର ପ୍ରସାରଣ କରିବେ ତାହା ବୁଝି ପାରିଲେ ନାହିଁ । ଶେଷରେ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ଶାସକ ଦଳର ନେତାଙ୍କ ବକ୍ତବ୍ୟ ଯୋଗାଡ଼ କରିବା ପରେ ବିରୋଧୀଦଳ ନେତାଙ୍କ ବୟାନକୁ କାଣ୍ଟଛାଣ୍ଟ କରି ପ୍ରସାରଣ କରିବାର ସାହସ କଲେ । ଖବର କାଗଜ ଗୁଡ଼ିକ ମଧ୍ୟ ଭୟରେ ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ପ୍ରଥମ ପୃଷ୍ଠାରେ କିଏ କିଏ ଛୋଟିଆ ଖବର ଭାବରେ ତ ଅନ୍ୟ କିଏ ଭିତର ପୃଷ୍ଠାରେ ଏହାକୁ ସ୍ଥାନ ଦେଇଥିଲେ । ତେବେ ଯାହା ବି ହେଉ ୫ଟି ବାବଦରେ ପାଟି ଫିଟାଇବାକୁ ଭୟ କରୁଥିବା ଓଡ଼ିଶାର ଗଣମାଧ୍ୟମକୁ ବିରୋଧୀ ଦଳ ନେତା ଏକ ଭଲ ସୁଯୋଗ ଦେଇଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ମନେ ମନେ ବିରୋଧୀ ଦଳ ନେତାଙ୍କୁ ଧନ୍ୟବାଦ ଜଣାଇଥିବେ ।

ଶାସକ ଦଳର ନେତା ଓ ଗଣମାଧ୍ୟମର ବ୍ୟସ୍ତତା: ବିରୋଧୀଙ୍କ ଶାଣିତ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଶାସକ ଦଳ ଯେତିକି ବ୍ୟସ୍ତ ହୋଇପଡ଼ିଥିଲା, ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ମାନେ ମଧ୍ୟ ସେତିକି ବ୍ୟସ୍ତ ହୋଇପଡ଼ିଥିଲେ । ବିରୋଧୀଦଳ ନେତାଙ୍କ ବୟାନକୁ ଲୁଚାଇବାକୁ ଯାଇ ଗଣମାଧ୍ୟମ ଗୁଡ଼ିକ ଶାସକ ଦଳ ନେତାଙ୍କ ବୟାନକୁ ଅଧିକ ଗୁରୁତ୍ୱ ଦେବା, କେନ୍ଦ୍ରସରକାର ଙ୍କ ଅବହେଳା ପ୍ରସଙ୍ଗ ଓ ଗୃହ ମୁଲତବୀ ଖବରକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇଥିବାର ଦେଖିବାକୁ ମିଳିଛି।

ମମତା-ନବୀନ ଭେଟଘାଟ ଓ ଛେନାପୋଡ଼-ଶାଢ଼ୀ ଖବର: ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିଲେ । ପୁରୀରେ ରହିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ। ମାତ୍ର ଓଡ଼ିଶାର ନ୍ୟୁଜ ଚ୍ୟାନେଲ୍ ମାନେ ଏହାକୁ ଏକ ପ୍ରମୁଖ ରାଜନୈତିକ ଖବର ଭାବେ ଉପସ୍ଥାପିତ କରିବା ସହ ଦେଶରେ ବିଳକ୍ପ ରାଜନୀତି ନେଇ ମମତା – ନବୀନଙ୍କ ଭିତରେ ଆଲୋଚନା ହେବ ବୋଲି ଯେଉଁ ପ୍ରଚାର ଆରମ୍ଭ କରି ଦେଇଥିଲେ ଶେଷରେ ଦୁଇ ନେତାଙ୍କ ମାପଚୁପ ବୟାନ ଓ ଛେନାପୋଡ଼-ଶାଢ଼ୀ ଉପହାର ଦେବା ନେବା ଖବର ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକୁ ହତାଶ କରିଦେଲା।

ତେବେ ସାମଗ୍ରିକ ଭାବରେ ବିଧାନସଭା ଅଧିବେଶନର ଗୁରୁତ୍ୱ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଭିମୁଖ୍ୟ, ଦୁଇ ବିରୋଧୀଦଳ ବିଜେପି ଓ କଂଗ୍ରେସ ଉଠାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗସ୍ତ ନେଇ ଯେଉଁଭଳି ଭାବେ ଓଡ଼ିଶାର ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ଖବର ପ୍ରସାରଣ କଲେ ତାହା ସ୍ପଷ୍ଟ ଭାବେ ଜଣାଇଦେଲା ଖବର କାଗଜ ପାଠକ ଓ ନ୍ୟୁଜ ଚ୍ୟାନେଲ୍ ଦର୍ଶକ ମାନଙ୍କୁ ଯେ, ପ୍ରକୃତ ଖବରକୁ କିପରି ଆମ ପ୍ରମୁଖ ଗଣମାଧ୍ୟମ ମାନେ ଅଣଦେଖା କରି ନିଜସ୍ୱ ଏଜେଣ୍ଡାରେ ପ୍ରସ୍ତୁତ ଖବରକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ପରିବେଷଣ କରିଛନ୍ତି । ଏପରିକି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରସଙ୍ଗ ଉପସ୍ଥାପିତ କରିବାକୁ ଓଡ଼ିଶାର ଗଣମାଧ୍ୟମ କିପରି ଭୟ କରୁଛି ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.