• About
  • Contact
Tuesday, June 17, 2025
Tuesday, June 17, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ

ଏ ସପ୍ତାହର ମିଡ଼ିଆ ହାଲଚାଲ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ୮ ଅପ୍ରେଲ ୨୦୨୩

ଗତ କିଛିଦିନ ଭିତରେ ଓଡ଼ିଶା ଗଣମାଧ୍ୟମରେ ପରିବେଷିତ ହୋଇଥିବା କିଛି ଖବରକୁ ନେଇ ସାଧାରଣ ଲୋକଙ୍କ ଭିତରେ ବେଶ୍ ଚର୍ଚ୍ଚା ଓ ଆଲୋଚନା । ଏହି ଖବର ଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଆ ନବବର୍ଷରେ ନୂଆ ପାଞ୍ଜି ବାହାରିବାକୁ ନେଇ ଖବର, ଭାରତରେ ୨ୟ ଆଞ୍ଚଳିକ ଦଳ ଭାବେ ପରିଗଣିତ ବିଜେଡିର ନୂଆ ପାର୍ଟି ଅଫିସ୍ ଶଙ୍ଖ ଭବନର ଲୋକାର୍ପଣ, ଉତ୍ତର ପ୍ରଦେଶର ଅପରାଧୀ ଗୁଡ୍ଡୁ ମୁସଲିମର ଓଡ଼ିଶାରେ ରହଣି, ସମ୍ବଲପୁର ଦଙ୍ଗା ପ୍ରସଙ୍ଗ । ଓଡ଼ିଆ ଖବର କାଗଜ ଓ ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ମାନେ କିପରି ଏହି ଖବରକୁ ପରିବେଷଣ କରିଥିଲେ ଓ କାହାକୁ ଅଧିକ ଗୁରୁତ୍ୱ ଦେଇଥିଲେ ତାହାକୁ ନେଇ ଖବର କାଗଜ ପାଠକ ଓ ନ୍ୟୁଜ ଚାନେଲ୍ ର ଦର୍ଶକ ମାନଙ୍କ ଭିତରେ ଭିନ୍ନ ମତ ରହିଛି ।

ନୂଆ ବର୍ଷ ଓ ନୂଆ ପାଞ୍ଜିର ଗଣନା: ଓଡ଼ିଆ ନୂଆ ବର୍ଷକୁ ସମସ୍ତେ ଖୁସିର ସହ ପାଳନ କଲେ । ନୂଆ ପାଞ୍ଜି ମଧ୍ୟ ଏହି ଦିନ ଠାରୁ ଆରମ୍ଭ ହେଲା ମାତ୍ର କିଛି ନିର୍ଦ୍ଦିଷ୍ଟ ନ୍ୟୁଜ ଚ୍ୟାନେଲ୍ ଓ ପ୍ରତିଷ୍ଠିତ ଖବର କାଗଜରେ ପାଞ୍ଜିର ଗଣନାକୁ ନେଇ ପ୍ରମୁଖ ଖବର ସ୍ଥାନ ପାଇଲା । ବିଭିନ୍ନ ଜ୍ୟୋତିଷ ଓ ଗଣନାକାରୀଙ୍କ ମତାମତ ନେଇ ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ମାନେ ଭିନ୍ନ ଭିନ୍ନ ଭବିଷ୍ୟବାଣୀ ମଧ୍ୟ କଲେ । କିଏ କିଏ କହିଲେ ଓଡ଼ିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନାହିଁ, ସରକାର ବଦଳିବେ ନାହିଁ, ଆଉ କିଏ କିଏ କହିଲେ ବିରୋଧୀ ଦଳ ଅଧିକ ସକ୍ରିୟ ହେବେ, ସରକାର ବଦଳିବାର ସମ୍ଭାବନା ମଧ୍ୟ ରହିଛି । ପାଞ୍ଜିକୁ ନେଇ ରାଜନୈତିକ ଭବିଷ୍ୟତର ଗଣନାରେ ମାତିଗଲେ ଉଭୟ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ । ଏପରିକି ନୂଆପାଞ୍ଜି ନେଇ ଗଣନାକାରୀ ମାନେ ମଧ୍ୟ ଭିନ୍ନ ଭିନ୍ନ ମତଦେବା ଆରମ୍ଭ କଲେ । ଓଡ଼ିଆ ଗଣମାଧ୍ୟମରେ ବୋଧହୁଏ ପ୍ରଥମ ଥର ପାଇଁ ପାଞ୍ଜିକୁ ନେଇ ରାଜନୈତିକ ଦଳ ଓ ନେତାମାନଙ୍କର ଭବିଷ୍ୟତ ଗଣନା ସମ୍ପର୍କରେ ଭଳିକି ଭଳି ଖବର ପ୍ରସାରିତ ହେଲା । ଯାହାକି ପାଠକ ଓ ଦର୍ଶକ ମାନଙ୍କୁ ମଧ୍ୟ ଭାବିବାକୁ ବାଧ୍ୟ କଲା ଯେ, ପାଞ୍ଜି କ’ଣ ଲେଖିଛି ? ପାଞ୍ଜିର ଗଣନା କରିବାରେ ଗଣନାକାରୀ ଓ ଗଣମାଧ୍ୟମ କିଏ ଠିକ ଓ କିଏ ଭୁଲ ?

ବିଜେଡିର ଶଙ୍ଖ ଭବନ : ୨୫ବର୍ଷର ଦଳ ଓ ୨୩ବର୍ଷର ସରକାରରେ ଥିବା ବିଜେଡିର ବିରାଟ ଅଫିସ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କଲେ ବିଜେଡି ସଭାପତି । ଏଭଳି ପାର୍ଟି ଅଫିସଟିଏ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଲୋକେ କେବେ ଦେଖିନଥିଲେ । ବିଜେଡିର ଏହି ଅଫିସରେ କ’ଣ ସୁବିଧା ଅଛି, ପ୍ରକୋଷ୍ଠ ଗୁଡ଼ିକ କିପରି ସାଜସଜ୍ଜା ହୋଇଛି ସେ ନେଇ ଘଣ୍ଟା ଘଣ୍ଟା ଧରି ସିଧା ପ୍ରସାରଣ କଲେ ନିର୍ଦ୍ଦିଷ୍ଟ କିଛି ନ୍ୟୁଜ ଚ୍ୟାନେଲ୍ । ଆଉ ନ୍ୟୁଜ ରୁମରେ ରିପୋର୍ଟର ଓ ଷ୍ଟୁଡ଼ିଓରେ ଆଙ୍କର ମାନେ ଏଭଳି ଏକ ଦିବ୍ୟ, ଭବ୍ୟ ପ୍ରାସାଦ ବାବଦରେ ଧାରାବିବରଣୀ ଦେଇ ଚାଲିଲେ ନିଜ ନିଜ ଦର୍ଶକ ମାନଙ୍କୁ । ଏପରିକି ଓଡ଼ିଆ ଖବର କାଗଜ ଗୁଡ଼ିକ ମଧ୍ୟ ଏହି ଶଙ୍ଖ ଭବନରେ ସୂଚିତ ହୋଇଥିବା କାରୁକାର୍ଯ୍ୟ, ଓ ସୌନ୍ଦର୍ଯ୍ୟ କରଣ ବାବଦରେ ପୃଷ୍ଠା ପରେ ପୃଷ୍ଠା ବର୍ଣ୍ଣନା କଲେ ନିଜ ପାଠକଙ୍କ ପାଇଁ । ମାତ୍ର କେହିବି ସାହସ କରି ଶାସକ ଦଳର ସଭାପତି ଅବା କ୍ଷମତାଶାଳୀ ନେତାଙ୍କୁ ପ୍ରଶ୍ନଟିଏ ପଚାରିଲେ ନାହିଁ ଯେ, କାହିଁକି ଏ ପ୍ରକାରର ବିରାଟ ଅଟ୍ଟାଳିକାର ଦରକାର ପଡ଼ିଲା ବିଜେଡିକୁ ? ଏଥିରେ କେତେ ଅର୍ଥ ବ୍ୟୟ କରିଛି ଶାସକ ଦଳ ? ଏପରିକି ବ୍ୟୟ ହୋଇଥିବା ଅର୍ଥର ଉତ୍ସ ବାବଦରେ ମଧ୍ୟ ଜାଣିବାକୁ ଅବା ଜଣାଇବାକୁ ଚାହିଁଲେ ନାହିଁ ଗଣମାଧ୍ୟମ ଗୁଡ଼ିକ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ୪୫କୋଟି ଟଙ୍କା ଖର୍ଚ୍ଚ ନେଇ ଘଣ୍ଟା ଘଣ୍ଟା ବିତର୍କ କରୁଥିବା ଓଡ଼ିଆ ନ୍ୟୁଜ ଚ୍ୟାନେଲ ମାନେ ଶଙ୍ଖ ଭବନ ବାବଦରେ ଆଲୋଚନା କରିବାକୁ ସାହସ ଜୁଟାଇ ପାରିଲେ ନାହିଁ ।

ଓଡ଼ିଶାରେ ଗୁଡ୍ଡୁ ମୁସଲିମ : ଉତ୍ତର ପ୍ରଦେଶର ଅପରାଧୀ ଅତିକ ଅହମ୍ମଦର ହତ୍ୟାପରେ ତାର ସହଯୋଗୀ ଗୁଡ୍ଡୁ ମୁସଲିମକୁ ଉତ୍ତର ପ୍ରଦେଶ ପୋଲିସ ଖୋଜୁଛି । ଠିକ ସେତିକି ବେଳେ ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ରେ ଖବର ଆରମ୍ଭ ହୋଇଗଲା ଗୁଡ୍ଡୁ ମୁସଲିମ ଓଡ଼ିଶାରେ ଥିଲା । କିଏ କହିଲେ ପୁରୀ ଆସିଥିଲା, ବରଗଡରେ ଥିଲା ଏପରି ଅନେକ ଖବର ଚାଲିଲା । ମାତ୍ର କେହିବି ଏବାବଦରେ ଓଡ଼ିଶା ପୋଲିସ ଠାରୁ ଜାଣିବାକୁ ଚାହିଁଲେ ନାହିଁ ଯେ, କିପରି ଜଣେ ଅପରାଧୀ ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ଥିଲା ? କାହା ସହିତ ତାର ସମ୍ପର୍କ ? କିଏ ତାକୁ ଏଠାରେ ରହିବାକୁ ସାହାଯ୍ୟ କରିଥିଲା । କେବଳ ଗୁଡ୍ଡୁ ମୁସଲିମ ଓଡ଼ିଶା ଆସିଥିଲା ବୋଲି ଏକ କୋଳାହଳ କରି ସମସ୍ତେ ଚୁପ ବସିଗଲେ ।

ସମ୍ବଲପୁର ଦଙ୍ଗା ରିପୋର୍ଟ : ସମ୍ବଲପୁର ରେ ଦଙ୍ଗା ହେଲା । ଅନେକ ଲୋକ ଆହତ ହେଲେ, ସହର ପରିସ୍ଥିତି ବିଗିଡ଼ି ଗଲା, ମାତ୍ର କୌଣସି ଗଣମାଧ୍ୟମ ଏହାର କାରଣ କ’ଣ ? ପୋଲିସ ପ୍ରଶାସନ ଏହା ଜାଣିପାରିଲା ନାହିଁ କାହିଁକି ? ଦଙ୍ଗା ପରବର୍ତ୍ତୀ ସ୍ଥିତିରେ ଏହାକୁ ଦମନ କରିବାପାଇଁ କ’ଣ କରାଯାଇଛି ? ଏହି ଦଙ୍ଗା ପାଇଁ ଦାୟୀ କିଏ ? ଏ ବାବଦରେ ବିସ୍ତୃତ ରିପୋର୍ଟ ମଧ୍ୟ ଦେବାକୁ ଉଚିତ ମନେକଲେ ନାହିଁ । କେବଳ ରାଜନୈତିକ ବୟାନବାଜିକୁ ନେଇ ଦଙ୍ଗା ରିପୋର୍ଟ କୁ ଶେଷ କରିଦେଲେ । ତେବେ ଯାହା ବି ହେଉ ନୂଆ ବର୍ଷର ପଞ୍ଜିକାକୁ ନେଇ ଭବିଷ୍ୟତ ଗଣନା,ଶଙ୍ଖ ଭବନର କାରୁକାର୍ଯ୍ୟର ବର୍ଣ୍ଣନା ଭିତରେ ସମ୍ବଲପୁର ଦଙ୍ଗା ଓ ଗୁଡ୍ଡୁ ମୁସଲିମ ଭଳି ଅପରାଧୀର ଓଡ଼ିଶା ଲିଙ୍କ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ଓଡ଼ିଆ ଗଣମାଧ୍ୟମ ଗୁଡ଼ିକରେ ହଜିଯିବା ଖବର କାଗଜ ପାଠକ ଓ ନ୍ୟୁଜ ଚ୍ୟାନେଲ୍ ଦର୍ଶକଙ୍କୁ ନିରାଶ କରିଥିବ ନିଶ୍ଚୟ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.