• About
  • Contact
Thursday, July 10, 2025
Thursday, July 10, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ

ଏ ସପ୍ତାହର ମିଡ଼ିଆ ହାଲଚାଲ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଅପ୍ରେଲ ୨୦୨୩

ଚଳିତ ସପ୍ତାହରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ଯାହା ମଧ୍ୟରେ ଥିଲା ଗଣମାଧ୍ୟମ ଉଦ୍ଦେଶ୍ୟରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଏକ ଗୁରୁତ୍ବପୂର୍ଣ୍ଣ ରାୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ଓ ନିପନ ଷ୍ଟିଲ୍ ର ଓଡ଼ିଶାରେ ମେଗା ପ୍ଲାଣ୍ଟ ସ୍ଥାପନ ନେଇ ସହମତି, ଝାରସୁଗୁଡ଼ା ଉପନିର୍ବାଚନ ପ୍ରସ୍ତୁତି, ଓଡ଼ିଶାର ଦାଦନ ଚାଲିଲେ ୧୦୦୦ କିଲୋମିଟର ଆଦି ଅନେକ ପ୍ରସଙ୍ଗ ।

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଓ ଗଣମାଧ୍ୟମର ଧାରାବିବରଣୀ: ବେଶ କିଛିଦିନ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଛନ୍ତି । ନିଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କୁ ମଧ୍ୟ ନେଇ ଯାଇଛନ୍ତି ଏହି ଗସ୍ତରେ । ଯେଉଁଥିରେ ମନ୍ତ୍ରୀ, ସଚିବ ଓ ଅନ୍ୟ ଅଧିକାରୀ ମାନେ ମଧ୍ୟ ସାମିଲ ହୋଇଛନ୍ତି । ଜାପାନ ଗସ୍ତର ଖବରକୁ ବେଶ୍ ଗୁରୁତ୍ୱ ସହକାରେ ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ ପ୍ରଚାର କରିଛନ୍ତି । ଏପରିକି ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରକୁ ମଧ୍ୟ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ମାନେ ନିଜ ନିଜର ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ହେଳା କରିନାହାନ୍ତି । ଯଦିଓ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜର କୌଣସି ପ୍ରତିନିଧି ଯାଇନାହାନ୍ତି, ମାତ୍ର ଯାଇଥିବା ଅଫିସରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପ୍ରସ୍ତୁତ ହୋଇ ନ୍ୟୁଜ୍ ଚ୍ୟାନେଲ୍ ପାଖରେ ପହଞ୍ଚାଯାଇଛି ଓ ବିନା ଖର୍ଚ୍ଚ ଓ ପରିଶ୍ରମରେ ଏକ୍ସକ୍ଲୁସିଭ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରକୁ ଲାଗିପଡ଼ି ନ୍ୟୁଜ୍ ଚ୍ୟାନେଲ୍ ମାନେ ପ୍ରସାରିତ କରିଛନ୍ତି । ଜାପାନ ନଯାଇ ଏବଂ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ନେବାର ସୁଯୋଗ ନପାଇ ମଧ୍ୟ ଆମ ଗଣମାଧ୍ୟମ ପ୍ରତିନିଧି ମାନେ ଏତେ ମାତ୍ରାରେ ଖୁସି ହୋଇପଡ଼ିଛନ୍ତି ଯେ, ନିପନ ଷ୍ଟିଲ ଓଡ଼ିଶା ଆସିବା ଖବର ଛାପିବା ବା ଦେଖାଇବା ବେଳେ କେହି ବି ଏହି ଷ୍ଟିଲ କମ୍ପାନୀର ଓଡ଼ିଶା ସହ ପୁରୁଣା ସମ୍ପର୍କ କଥା ମନେ ପକାଇ ନାହାଁନ୍ତି। ପୂର୍ବରୁ ମିତ୍ତଲ-ନିପନ ଓଡ଼ିଶାରେ ଘୋଷଣା କରିଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରକଳ୍ପ କେଉଁ ସ୍ଥିତିରେ ଅଛି ତାହା ମଧ୍ୟ ଓଡ଼ିଆ ଗଣମାଧ୍ୟମ ଭୁଲି ଯାଇଛି । ଏପରିକି ନିପନ ଷ୍ଟିଲ କୁ ପ୍ରଥମେ ପୂର୍ବତନ ଇସ୍ପାତ ବିଭାଗର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ଆସିବା ପାଇଁ କରିଥିବା ଅନୁରୋଧ ଖବର ଓ କେନ୍ଦ୍ରସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ସହ ନିପନ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଲୋଚନାକୁ ମଧ୍ୟ ନିଜ ନିଜ ଖବରରେ ସ୍ଥାନ ଦେବାକୁ ଭୁଲିଗଲେ ଆମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଓ ଖବରକାଗଜର ପ୍ରତିନିଧିମାନେ । ସତେ ଯେମିତି ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ମାନେ ଜାପାନ ବୁଲିବାର ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି ।

ସୁପ୍ରିମକୋର୍ଟଙ୍କ ଗଣମାଧ୍ୟମ ସମ୍ପର୍କିତ ରାୟ ଓ ଆମ ମିଡ଼ିଆ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ଦେଶର ସର୍ବୋଚ୍ଚ ଅଦାଲତ “ମିଡ଼ିଆ ୱାନ୍” ମାଲାୟାଲମ ଚ୍ୟାନେଲ୍ ବାବଦରେ ଦେଇଥିବା ରାୟ । ଯାହାକୁ ଭାରତ ବର୍ଷର ପ୍ରମୁଖ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ଅତି ଗୁରୁତ୍ୱପୂର୍ଣ୍ଣ ଖବର ଭାବରେ ପ୍ରସାରିତ କରିଥିବା ବେଳେ ଓଡ଼ିଶାର ଗଣମାଧ୍ୟମ ଏହାକୁ ଏକ ପ୍ରମୁଖ ଖବରର ମାନ୍ୟତା ଦେବା ଭଳି ମନେ ହେଲାନାହିଁ । ଏହି ରାୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ ଯେ, ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ଗଣମାଧ୍ୟମ ସଂସ୍ଥାକୁ ଦେଶ ବିରୋଧୀ କୁହାଯାଇ ପାରିବ ନାହିଁ । ଏପରିକି ସରକାରଙ୍କୁ ଗଣମାଧ୍ୟମ ସମର୍ଥନ କରିବା ଜରୁରୀ ବୋଲି ସରକାରଙ୍କ ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ । ସରକାର ଗଣମାଧ୍ୟମ ଗୁଡ଼ିକ ଉପରେ ଅଯଥା କଟକଣା ଜାରୀ କରିପାରିବେ ନାହିଁ ବୋଲି ଏହି ଖଣ୍ଡପୀଠ ମଧ୍ୟ କହିଛନ୍ତି । ଜନସାଧାରଣଙ୍କ ଆଗରେ ସତ୍ୟର ପରିପ୍ରକାଶ କରିବା ପ୍ରତ୍ୟେକ ଗଣମାଧ୍ୟମର ଦାୟିତ୍ୱ ବୋଲି ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ କହିଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟକୁ ଦେଶର ପ୍ରମୁଖ ଗଣମାଧ୍ୟମ ମାନେ ପ୍ରମୁଖ ଖବର ଭାବେ ନେବାସହ ଏହାର ପ୍ରଚାର ପ୍ରସାର କରିଥିବା ବେଳେ ଓଡ଼ିଶାର ଗଣମାଧ୍ୟମ ଏହି ଖବରକୁ ଗୁରତ୍ୱ ନଦେବା ଭଳି ମନେହୁଏ । ଏପରିକି ଏହି ରାୟ ନେଇ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ବିତର୍କ କାର୍ଯ୍ୟକ୍ରମ ଅବା ପ୍ରାଇମ୍ ଟାଇମ୍ ରେ ଖବର ପରିବେଷଣ ମଧ୍ୟ ଦେଖିବାକୁ ମିଳିଲା ନାହିଁ । ଓଡ଼ିଆ ଖବର କାଗଜ ଗୁଡ଼ିକ ମଧ୍ୟ ଏହି ଖବରକୁ ନେଇ ସମ୍ପାଦକୀୟ ଅବା ଅଗ୍ରଲେଖ ଲେଖିବା ପାଇଁ ସାହସ କଲେ ନାହିଁ। କିଛି ଗଣମାଧ୍ୟମ ଏହି ଖବରଟିକୁ ଏକ ସାଧାରଣ ଖବର ଭାବେ ଦର୍ଶକ ଓ ପାଠକଙ୍କ ଆଗରେ ଉପସ୍ଥାପିତ କରିବାର ଦେଖିବାକୁ ମିଳିଲା ।

ହଜିଗଲା ହଜାରେ କିଲୋମିଟର ଚାଲିଥିବା ଦାଦନ ମାନଙ୍କ ଖବର: ବେଙ୍ଗାଲୁରରୁ ହଜାରେ କିଲୋମିଟର ଚାଲିଚାଲି କଳାହାଣ୍ଡିରେ ପହଞ୍ଚିଥିବା ଓଡ଼ିଆ ଦାଦନଙ୍କ ଦୁଃଖ ମଧ୍ୟ ଓଡ଼ିଶାର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ପ୍ରାଇମ ଟାଇମରେ ଓ ଖବର କାଗଜର ପ୍ରମୁଖ ପୃଷ୍ଠାରେ ଦେଖିବାକୁ ମିଳିଲା ନାହିଁ । ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମ ମାନେ ଓଡ଼ିଶାର ଦାଦନ ଦୁଃଖ କୁ ଯେଉଁଭଳି ଭାବେ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉପସ୍ଥାପିତ କଲେ ଓଡ଼ିଶାର ଗଣମାଧ୍ୟମ ତାହା କରିବାକୁ ଚାହିଁଲେ ନାହିଁ । ଏପରିକି ଏହି ଖବରକୁ ଏକ ପ୍ରାଇମ୍ ଟାଇମ୍ ଖବର ବୋଲି ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ବିବେଚିତ କଲେ ନାହିଁ ।

ଝାରସୁଗୁଡ଼ା ଉପନିର୍ବାଚନ ନେଇ ମାତିଗଲେ: ଝାରସୁଗୁଡ଼ା ଉପନିର୍ବାଚନରେ ଓଡ଼ିଶାର ନ୍ୟୁଜ ଚାନେଲ୍ ଓ ଖବର କାଗଜରେ ବେଶ ଜୋରଦାର ବିଶ୍ଳେଷଣ ଓ ପ୍ରମୁଖ ଖବରର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । କିଏ ପ୍ରାର୍ଥୀ ହେବ, କିଏ ଜିତିବ, କିଏ ହାରିବ ଆଦି ପ୍ରସଙ୍ଗକୁ ନେଇ ଏବେ ଖବରର ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ କାହିଁକି ଏହି ଉପନିର୍ବାଚନ କାହିଁକି ଓ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର କାରଣ କ’ଣ ଓ କ୍ରାଇମବ୍ରାଞ୍ଚର ରିପୋର୍ଟ କୁଆଡ଼େ ଗଲା ତାହାକୁ ଭୁଲି ଯାଇଛନ୍ତି ଆମର ଗଣମାଧ୍ୟମ ଗୁଡ଼ିକ ।

ଯାହାବି ହେଉ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନିପନ ଷ୍ଟିଲ ଓଡ଼ିଶା ଆସିବା ପ୍ରତିଶ୍ରୁତିର ସତ ମିଛ, ଦାଦନର ଦୁଃଖ ଠାରୁ ଓଡ଼ିଶାର ଗଣମାଧ୍ୟମ ପାଇଁ ଜାପାନରୁ ଆସୁଥିବା ରେଡ଼ିମେଡ୍ ଖବର ଓ ସାକ୍ଷାତକାର, ଝାରସୁଗୁଡ଼ା ଉପନିର୍ବାଚନର ବିଶ୍ଳେଷଣ ବେଶୀ ଗୁରୁତ୍ୱ ବହନ କରିଛି ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.