• About
  • Contact
Sunday, June 22, 2025
Sunday, June 22, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ..

ଏ ସପ୍ତାହର ମିଡ଼ିଆ ହାଲଚାଲ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ମାର୍ଚ୍ଚ ୨୦୨୩ 

ଗତସପ୍ତାହର ଓଡ଼ିଶା ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ କିଛି ଖବର ପାଠକ ଓ ଦର୍ଶକ ମାନଙ୍କୁ ଗଣମାଧ୍ୟମ ଗୁଡ଼ିକର ପରିବର୍ତ୍ତିତ ଖବର ପରିବେଷଣ ଶୈଳୀନେଇ ଦ୍ବନ୍ଦରେ ପକାଇଛି । କେଉଁ ଗଣମାଧ୍ୟମର ଖବରକୁ ପାଠକ ଓ ଦର୍ଶକ ମାନେ ବିଶ୍ୱାସକୁ ନେବେ ସେ ନେଇ ମନସ୍ଥିର କରିପାରୁନାହାନ୍ତି । ଗତ ସପ୍ତାହରେ ସବୁଠାରୁ ପ୍ରମୁଖ ଘଟଣା ଥିଲା ରାଜଧାନୀ ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷର ଖବର। ଯାହାକୁ ନେଇ ଓଡ଼ିଶାର ମିଡ଼ିଆ ବେଶ୍ ଉତ୍ସାହିତ ହୋଇଥିଲେ।

ପୋଲିସ, ବିଜେପି କର୍ମୀ ହାତାହାତି :- ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ବିଜେପିର ଯୁବମୋର୍ଚ୍ଚା କର୍ମୀ ଓ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥଲେ । ହଠାତ୍ ପୋଲିସ୍ ଓ ବିଜେପି ଯୁବମୋର୍ଚ୍ଚାର ସଦସ୍ୟଙ୍କ ଭିତରେ ହାତାହାତି ଆରମ୍ଭ ହୋଇଯାଇଥିଲା ।ଏହି ଗଣ୍ଡଗୋଳ ସମୟରେ ଦୁଇ ପ୍ରକାର ଚିତ୍ର ଦେଖିବାକୁ ମିଳିଥିଲା ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ । ୨/୩ ଟି ନ୍ୟୁଜ୍ ଚ୍ୟାନେଲ୍ ଏହି ଘଟଣାର ଦୁଇ ଦୁଇଟି ଚିତ୍ର ଦେଖାଇଥିବା ବେଳେ ରାଜ୍ୟର ବାକି ନ୍ୟୁଜ୍ ଚ୍ୟାନେଲ୍ ରେ ଚାଲିଥିଲା ପୋଲିସ୍ ଆହତ ହୋଇଥିବାର ଫଟୋ ଚିତ୍ର ଓ ଯୁବମୋର୍ଚ୍ଚା କର୍ମୀଙ୍କ ଆକ୍ରମଣର ଗୋଟିଏ ଚିତ୍ର । ଏପରିକି ଏହି ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ନିଜ ଦର୍ଶକ ମାନଙ୍କ ପାଖରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟଙ୍କୁ ଆତଙ୍କବାଦୀ ଠାରୁ ମଧ୍ୟ କମ୍ ଭାବେ ଚିତ୍ରଣ କରିନଥିଲେ । କିଏ କିଏ ଏମାନଙ୍କୁ ପାକିସ୍ତାନର ଆତଙ୍କବାଦୀ ସହ ମଧ୍ୟ ତୁଳନା କରିବାକୁ ପଛାଇଲେ ନାହିଁ । ଏପରିକି ସରକାରୀ ସଂପାଦକ ମାନଙ୍କ ନିର୍ଦ୍ଦେଶରେ ତାଙ୍କ ପ୍ରତିନିଧି ମାନେ ପୋଲିସ ଡିଜିଙ୍କୁ ମଧ୍ୟ ବାରମ୍ବାର ପ୍ରଶ୍ନ କଲେ ବିଜେପି କର୍ମୀ ମାନଙ୍କ ବିରୋଧରେ କାହିଁକି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି । ଏପରିକି ଏହି ଖବରଟିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ମଧ୍ୟରେ । କିଛି ସରକାରୀ ସଂପାଦକ ଏହି ଘଟଣାରେ ସିଧାସଳଖ ବିଜେପିର ଯୁବମୋର୍ଚ୍ଚା କର୍ମୀମାନଙ୍କୁ ଆତଙ୍କବାଦୀଙ୍କ ସହ ଯୋଡ଼ିବା ଓ ଏମାନଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଥିଲେ । ମାତ୍ର ଖବର କାଗଜ ଗୁଡ଼ିକରେ ଏହି ଘଟଣାର ଦୁଇ ପକ୍ଷଙ୍କର ଯୁକ୍ତି ଦେଖିବାକୁ ମିଳିଥିଲା। ଯଦିଓ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଉଭୟ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜ ଦୋଷୀ ସାବ୍ୟସ୍ତ କରିସାରିଥିଲେ ଓ ପୋଲିସକୁ ମଧ୍ୟ କ୍ଲିନ୍ ଚିଟ୍ ଦେଇଥିଲେ ଏହି ଘଟଣାରେ । କୌଣସି ବି ଗଣମାଧ୍ୟମର ପ୍ରତିନିଧି ଅବା ସଂପାଦକ ଏହି ଘଟଣା କାହିଁକି ହେଲା ? ଏଥିପାଇଁ ଦାୟୀ କିଏ ? ପୋଲିସ ପ୍ରଶାସନର ଭୂମିକା କ’ଣ ଥିଲା ? ଏଭଳି ପ୍ରଶ୍ନ କେହି ପଚାରିଲେ ନାହିଁ ଅବା ଜାଣିବାକୁ ଚେଷ୍ଟା କଲେ ନାହିଁ ।

ଆଗରେ ସଚିବ ପଛରେ ମନ୍ତ୍ରୀ :- ଏହି ସପ୍ତାହରେ ଗଣମାଧ୍ୟମ ଗୁଡ଼ିକ ରାଜ୍ୟ ସରକାରଙ୍କ ସଚିବ ମାନଙ୍କୁ ଖବରରେ ବେଶ୍ ଅଗ୍ରାଧିକାର ଦେବାସହ ମନ୍ତ୍ରୀମାନଙ୍କ ସମ୍ପର୍କିତ ଖବରକୁ ଗୌଣ କରିଦେଇଥିବା ଭଳି ମନେହେଲା । ଆଗରୁ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜରେ ଯେଉଁଭଳି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ବିଭିନ୍ନ ଗସ୍ତ, ବୈଠକ ଓ ବକ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଥିଲା, ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । ଏବେ ଗଣମାଧ୍ୟମରେ ଖବର ପରିବେଷଣରେ ଆଗରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସଚିବ ମାନେ ରହୁଥିବା ଦେଖିବାକୁ ମିଳୁଛି। ଚଳିତ ସପ୍ତାହରେ ମୁଖ୍ୟ ଶାସନ ସଚିବ ବଦଳିବା ଓ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ଟିଭି ଓ ଖବରକାଗଜରେ ସ୍ଥାନ ପାଇଥିଲା । ଏପରିକି କିଛି ପ୍ରଭାବଶାଳୀ ସଚିବଙ୍କ ବିଭିନ୍ନ ସ୍ଥାନ ଗସ୍ତର ଫଟୋ ଓ ଖବରକୁ ସମସ୍ତ ମିଡ଼ିଆ ଅଧିକ ଗୁରୁତ୍ୱ ଦେଇଥିଲେ । ନିର୍ଦ୍ଦିଷ୍ଟ କିଛି ନ୍ୟୁଜ୍ ଚ୍ୟାନେଲ୍ ରେ ଜଣେ ସଚିବଙ୍କ ଗସ୍ତ ପ୍ରାଇମ ଟାଇମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ମଧ୍ୟ ପାଲଟି ଯାଇଛି । ଏହାକୁ ଦେଖିବା ପରେ ନ୍ୟୁଜ୍ ଚ୍ୟାନେଲ୍ ର ଦର୍ଶକ ଓ ଖବରକାଗଜ ପାଠକମାନେ ମଧ୍ୟ ଭାବୁଥିବେ ସତରେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? ମିଡ଼ିଆର ରିପୋର୍ଟ ଦେଖିଲେ ଯାହା ଜଣାପଡୁଛି ବୋଧହୁଏ ମନ୍ତ୍ରୀଙ୍କ ଠାରୁ ସଚିବ ବଡ଼ ହୋଇଗଲେଣି କି ?

ଭୁଲିଗଲେ ନବ ଦାସ ହତ୍ୟାକାଣ୍ଡ ଘଟଣା:- ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଏକମାସ ବିତିଗଲାଣି । ହତ୍ୟାର କାରଣ କ୍ରାଇମବ୍ରାଞ୍ଚ ତରଫରୁ ସ୍ପଷ୍ଟ ହୋଇନଥିବା ବେଳେ ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଏହାକୁ ଭୁଲିଗଲା ପରି ମନେହୁଏ । ତଦନ୍ତର ଗତି କାହିଁକି ଶିଥିଳ ପଡ଼ିଯାଇଛି? ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର କଥା କୁହାଯାଉଥିବା ବେଳେ ଷଡ଼ଯନ୍ତ୍ରରେ କିଏ ସାମିଲ ? ତଦନ୍ତ କେଉଁଠି ଅଟକି ଯାଇଛି ? ଗୃହ ରାଷ୍ଟ୍ରମନ୍ତ୍ରୀ ନିଜେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିବା ପରେ ମଧ୍ୟ ଷଡ଼ଯନ୍ତ୍ରର ଦିଗ ନେଇ ତଦନ୍ତ ଅଧିକାରୀଙ୍କ ନିରବତା ନେଇ ମଧ୍ୟ ଗଣମାଧ୍ୟମ ପ୍ରଶ୍ନ ପଚାରିବାକୁ ସାହସ ଜୁଟାଇ ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସତେ ଯେମିତି ଲୋକମାନେ ଏହି ଘଟଣାକୁ ଭୁଲିବା ପୂର୍ବରୁ ଗଣମାଧ୍ୟମ ଲୋକଙ୍କ ନଜର ଏଥିରୁ ହଟାଇବା ପ୍ରୟାସରେ ଲାଗି ପଡ଼ିବା ଭଳି ମନେହୁଏ ।

ଏବେ ଭାବନ୍ତୁ ତ ଏହି ସବୁ ଘଟଣାକୁ ନେଇ ଗଣମାଧ୍ୟମର ଭୂମିକା ବାବଦରେ କାହିଁକି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ନହେବ ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.