• About
  • Contact
Saturday, July 12, 2025
Saturday, July 12, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ହତ୍ୟା, ହକି ଠାରୁ ବଜେଟ ପର୍ଯ୍ୟନ୍ତ : ଏ ସପ୍ତାହର ମିଡ଼ିଆ ..

ହତ୍ୟା, ହକି ଠାରୁ ବଜେଟ ପର୍ଯ୍ୟନ୍ତ : ଏ ସପ୍ତାହର ମିଡ଼ିଆ ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ଫେବୃଆରୀ ୨୦୨୩

ଗତ ସପ୍ତାହ ଥିଲା ଓଡ଼ିଶା ଗଣମାଧ୍ୟମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଖବରର ସଂଖ୍ୟା ଦୃଷ୍ଟିରୁ । ଜାତୀୟ ସ୍ତରର ଗଣମାଧ୍ୟମରେ ଭାରତୀୟଙ୍କ ମୁଡ୍ କୁ ନେଇ ସର୍ଭେ, ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା, କାଶ୍ମୀରରେ ଶେଷ ହେଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା, ବିଶ୍ୱକପ ହକି ମହାକୁମ୍ଭ ଶେଷ ଓ ୨୦୨୩ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନ ଆଦି ଖବର ଥିଲା ପ୍ରମୁଖ ଗଣମାଧ୍ୟମ ପାଇଁ ବିଶେଷ ପ୍ରସଙ୍ଗ ।

ନବ କିଶୋର ଦାସଙ୍କ ହତ୍ୟା ଓ ମିଡ଼ିଆ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଖବର ଥିଲା ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ପୋଲିସ କର୍ମଚାରୀଙ୍କ ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଖବର । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ଖବରକୁ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ବେଶ ଗୁରୁତ୍ୱପୂର୍ଣ୍ଣ ଖବର ଭାବରେ ପରିବେଷଣ କରିଥିଲେ । ଗୁଳିକାଣ୍ଡ ଘଟଣାର ଭିଡ଼ିଓ ବି ଦେଖାଇଥିଲେ ସମସ୍ତ ନ୍ୟୁଜ ଚ୍ୟାନେଲ। ଗୁଳିକାଣ୍ଡ ପରର ଚିତ୍ରକୁ ବେଶ ନିଖୁଣ ଭାବରେ ଉପସ୍ଥାପିତ କରିଥିଲେ ଉଭୟ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ମାନେ । ମାତ୍ର ଏହି ଘଟଣାରେ ଗୁଳିକାଣ୍ଡ ଘଟିବା ପରେ ମାତ୍ର ଅଳ୍ପ ସମୟ ପରେ ନିର୍ଦ୍ଦିଷ୍ଟ କିଛି ନ୍ୟୁଜ ଚ୍ୟାନେଲର ଭୂମିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏହି ଘଟଣା ବାବଦରେ ପୋଲିସ ତଦନ୍ତ ପୂର୍ବରୁ ନ୍ୟୁଜ ଚ୍ୟାନେଲ୍ ମାନେ କିପରି ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଜଣେ ପାଗଳ ବୋଲି ସାବ୍ୟସ୍ତ କରିବା ପାଇଁ ଉଦ୍ୟମ କରିଥିଲେ? ଗୁଳିକାଣ୍ଡ ଘଟିବାର ମାତ୍ର କିଛି ସମୟ ଭିତରେ କିଛି ନିର୍ଦ୍ଦିଷ୍ଟ ମିଡ଼ିଆ କିପରି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀଙ୍କ ପରିବାର ପାଖରେ ପହଞ୍ଚିଲେ ଓ ହତ୍ୟାକାଣ୍ଡର ଅଭିଯୁକ୍ତ କେଉଁ ଡାକ୍ତରଙ୍କ ପାଖରେ ଔଷଧ ଖାଉଥିଲେ ତାହା କିପରି ଜାଣିଲେ? ତେବେ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ସେହି ଗଣମାଧ୍ୟମମାନେ ଉଦ୍ୟମ କରିଥିଲେ କି? ଏଭଳିପ୍ରଶ୍ନ ଏବେ ସାଧାରଣ ଲୋକ ମାନଙ୍କ ଭିତରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ଏପରିକି ଏହି ସମ୍ବେଦନଶୀଳ ଘଟଣାରେ ଓଡ଼ିଶାରେ ପ୍ରମୁଖ ନ୍ୟୁଜ ଚ୍ୟାନେଲ ଓ ଖବର କାଗଜ ଗୁଡ଼ିକ କ୍ରାଇମ ବ୍ରାଞ୍ଚ ତଦନ୍ତ ଠାରୁ ଅଧିକ ବେଗରେ କାର୍ଯ୍ୟ କରୁଥିବାର ନଜରକୁ ଆସିଛନ୍ତି । ପ୍ରତିଦିନ ହତ୍ୟାକାଣ୍ଡର ନୂଆ ନୂଆ ଥିଓରୀକୁ ପାଠକ ଓ ଦର୍ଶକଙ୍କ ନିକଟରେ ରଖିବାକୁ ପ୍ରୟାସ କରୁଛନ୍ତି । ହତ୍ୟାକାଣ୍ଡ ଓ ଅଭିଯୁକ୍ତ ବାବଦରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମଗୁଡ଼ିକରେ ପ୍ରସାରିତ ଖବର ଲୋକଙ୍କୁ ଏବେ ଗଣମାଧ୍ୟମର ବିଶ୍ୱସନୀୟତା ଉପରେ ସନ୍ଦେହ କରିବା ଭଳି ପରିସ୍ଥିତି ଉପୁଜାଇଛି। ଏପରିକି ରାଜ୍ୟର ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚର ମୁଖ୍ୟ ତଦନ୍ତ ଅଧିକାରୀ ଗୁଳିକାଣ୍ଡ ଓ ଅଭିଯୁକ୍ତ ବାବଦରେ ଗଣମାଧ୍ୟମକୁ ସିଧା ସଳଖ କୌଣସି ତଥ୍ୟ ଦେଇନଥିବା ବେଳେ କିଭଳି ପ୍ରମୁଖ ଗଣମାଧ୍ୟମ ମାନେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ କାହାଣୀ ତିଆରି କରୁଛନ୍ତି ସେନେଇ ଏବେ ସାଧାରଣ ଲୋକମାନେ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି।

ମୁଡ୍ ଅଫ ଦି ନେସନ୍ ସର୍ଭେ ରିପୋର୍ଟ: ପ୍ରତିଷ୍ଠିତ ଇଂରାଜୀ ମାଗାଜିନ୍ “ଇଣ୍ଡିଆ ଟୁଡ଼େ” ର ମୁଡ୍ ଅଫ ଦି ନେସନ୍ ସର୍ଭେ ବାବଦରେ ଓଡ଼ିଶାର ଗଣମାଧ୍ୟମରେ କୋଳାହଳ ଦେଖିବାକୁ ମିଳିଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ଅଛି ବୋଲି ସର୍ଭେରୁ ଜଣାପଡ଼ିବା ପରେ ମଧ୍ୟ ଓଡ଼ିଆ ଗଣମାଧ୍ୟମ ମାନେ ଏନେଇ ବେଶୀ ଚର୍ଚ୍ଚା କଲେ ନାହିଁ । ଏପରିକି ଏହି ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ଅଧିକ ଲୋକପ୍ରିୟ ସାବ୍ୟସ୍ତ ହେବା ପରେ ମଧ୍ୟ ଗଣମାଧ୍ୟମ ଗୁଡ଼ିକ ଏନେଇ ଚର୍ଚ୍ଚା କଲେ ନାହିଁ । କେବଳ ଶାସକ ଦଳର ନେତାମାନେ ନିଜର ସୋସିଆଲ ମିଡ଼ିଆରେ ଏହି ଖବରଟିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଥିବାର ଦେଖିବାକୁ ମିଳିଥିଲା । ଓଡ଼ିଶାର ଗଣମାଧ୍ୟମ ମଧ୍ୟ ଶାସକ ଦଳର ଖୁସିରେ ସାମିଲ ହେଲା ନାହିଁ ଅବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପ୍ରତିଶତ କାହିଁକି ପୂର୍ବ ତୁଳନାରେ ହ୍ରାସ ପାଇଛି ସେନେଇ ବିଶ୍ଳେଷଣ ମଧ୍ୟ କରିବାକୁ ଆଗ୍ରହ ଦେଖାଇଲା ନାହିଁ ।

ଭାରତ ଯୋଡ଼ରେ ଯୋଡ଼ି ହେଲାନାହିଁ ମିଡ଼ିଆ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ କାର୍ଯ୍ୟକ୍ରମ ଥିଲା । ଯାହାକି ଏହି ସପ୍ତାହରେ ଶେଷ ହେଲା । କଂଗ୍ରେସ ଭଳି ଏକ ପୁରୁଣା ତଥା ଦେଶର ପ୍ରମୁଖ ବିରୋଧୀ ଦଳର ଏହି ଖବର ବାବଦରେ ଓଡ଼ିଶାର ଗଣମାଧ୍ୟମମାନେ ନିଜର ଉତ୍ସୁକତା ଦେଖାଇବା ତ ଦୂରର କଥା, ୧୧୬ଦିନର ଏହି ଯାତ୍ରାକୁ ଆଦୌ ଏକ ରାଜନୈତିକ ଖବର ଭାବେ ମଧ୍ୟ ଗୁରୁତ୍ୱ ଦେଲେ ନାହିଁ । ଏପରିକି ଯାତ୍ରାର ଶେଷ ଦିନର ଖବରକୁ ମଧ୍ୟ ଓଡ଼ିଆ ଗଣମାଧ୍ୟମ ଗୁଡ଼ିକ ଏକ ପ୍ରମୁଖ ଖବର ହୋଇପାରିବ ବୋଲି ଭାବିଲେ ବି ନାହିଁ ।

ଫିକା ପଡ଼ିଗଲା ହକି: ବିଶ୍ୱକପ୍ ହକିକୁ ନେଇ ଓଡ଼ିଶାର ଗଣମାଧ୍ୟମ ଆରମ୍ଭରୁ ବେଶ୍ ଉତ୍ସାହିତ ହୋଇପଡିଥିଲେ । ବିଜ୍ଞାପନପ୍ରଭାବ, ଓ ଆୟୋଜନକାରୀଙ୍କ ଅତିଥି ଚର୍ଚ୍ଚାରେ ବିଭୋର ହୋଇପଡିଥିଲେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ସମ୍ପାଦକ ଓ ମାଲିକ ମାନେ । ମାତ୍ର ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକର ଉତ୍ସାହରେ ଫିକା ପଡ଼ିଗଲା। ଏପରିକି ଫାଇନାଲ୍ ମ୍ୟାଚ ଦିନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ବିଶ୍ୱକପ୍ ହକିକୁ ଏକ ପ୍ରକାର ଗୌଣ କରିଦେଲା । ଗଣମାଧ୍ୟମ ଗୁଡ଼ିକ ଏହି ହକି ମହାକୁମ୍ଭ ଶେଷ ଆଡ଼କୁ ଏହି ଖବର ଠାରୁ ନିଜକୁ ଦୂରେଇ ରଖିଲା ଭଳି ମନେହେଲା । ପାଠକ ଓ ଦର୍ଶକମାନେ ନ୍ୟୁଜ୍ ଚ୍ୟାନେଲ ଓ ଓଡ଼ିଆ ଖବର କାଗଜରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁଳିକାଣ୍ଡ ଘଟଣାର ଖବର ଦେଖୁ ଦେଖୁ ଭୁଲିଗଲେ ବିଶ୍ୱକପ୍ ହକିକୁ ।

କେନ୍ଦ୍ରସରକାରଙ୍କ ବଜେଟ ଓ ବିଜେଡି, ବିଜେପି କଳି: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରସରକାର ବଜେଟ୍ ଆଣିଲେ । ଏହି ବଜେଟର ବିଶ୍ଳେଷଣ ବଦଳରେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ମାନେ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା କଳିକୁ ବଜେଟ ବିଶ୍ଳେଷଣ ଠାରୁ ଅଧିକ ଗୁରୁତ୍ୱ ଦେଲାଭଳି ମନେହେଲା । ଏହି ବଜେଟ ର ସାରାଂଶ ଓ ଉପଯୋଗିତା ବାବଦରେ ଆଲୋଚନା କମ୍ କରି ବିଜେଡି ଓ ବିଜେପି ନେତାଙ୍କ ବିବାଦକୁ ଅଧିକ ଗୁରୁତ୍ୱ ଦେଲେ ଓଡ଼ିଶାର ନ୍ୟୁଜ ଚ୍ୟାନେଲ ମାନେ।

ପରିଶେଷରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଅନ୍ୟସବୁ ଖବରର ଗୁରୁତ୍ୱକୁ ଗୌଣ କରିଦେଲା ଏହି ସପ୍ତାହରେ । ଏପରିକି ଏହି ସମ୍ବେଦନଶୀଳ ଘଟଣାରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଦ୍ୱାରା ହତ୍ୟାକାଣ୍ଡ ଓ ଅଭିଯୁକ୍ତକୁ ନେଇ ପେଶ୍ କରାଯାଉଥିବା ଆଈମା’ କାହାଣୀ ଗୁଡ଼ିକ ମଧ୍ୟ ସାଧାରଣ ଲୋକଙ୍କ ମନରେ ବେଶ କ୍ଷୋଭ ସୃଷ୍ଟି କରିବା ସହ ମିଡ଼ିଆର ଭୂମିକା ନେଇ ଏକାଧିକ ପ୍ରଶ୍ନ ଛିଡ଼ା କରିଛି।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.