• About
  • Contact
Monday, May 12, 2025
Monday, May 12, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ମୋ ସରକାର ଓ ଆମ ମିଡ଼ିଆ…

ମୋ ସରକାର ଓ ଆମ ମିଡ଼ିଆ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୩

ଗତ ସପ୍ତାହର ଦୁଇଟି ଘଟଣା ଓଡ଼ିଶା ଗଣମାଧ୍ୟମ ପାଇଁ ମନେ ରଖିବା ଭଳି ଥିଲା । ଏ ଦୁଇଟି ଖବର ଓଡ଼ିଶାର ସମସ୍ତ ଖବର କାଗଜ ପାଠକ ଓ ନ୍ୟୁଜ୍ ଚାନେଲ୍ ର ଦର୍ଶକ ମାନଙ୍କ ଭିତରେ ଦୀର୍ଘ ସମୟ ଯାଏଁ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ପାଇଁ ବେଶ୍ ଖୋରାକ ମଧ୍ୟ ଯୋଗାଇଛି । ତେବେ ଘଟି ଯାଇଥିବା ଦୁଇଟି ଘଟଣା ନେଇ ରାଜ୍ୟରେ ଶାସନ କରୁଥିବା ସରକାର ଓ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ଭିତରେ ଥିବା ସମ୍ପର୍କ ବାବଦରେ ରାଜ୍ୟବାସୀ ଭଲ ଭାବରେ ଅବଗତ ହୋଇଥିବେ।

ଦଉଡ଼ି ଅଟକାଇଲା ସାମ୍ବାଦିକଙ୍କୁ :- ବିଧାନସଭା ଅଧିବେଶନ ଆରମ୍ଭହେଲା । ବହୁଦିନ ପରେ ଗଣମାଧ୍ୟମ ପ୍ରତିନିଧି ମାନେ ସୁଯୋଗ ପାଇଲେ ବିଧାନସଭା ଭିତରକୁ ଯିବା ପାଇଁ । ବଜେଟ ଅଧିବେଶନ ହୋଇଥିବାରୁ ଅଧିକ ସମୟ ଚାଲିବ, ଏଣୁ ବେଶ୍ କିଛି ଖବର ଓ ଫଟୋ ମଧ୍ୟ ମିଳିଯିବ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ । ବହୁଦିନ ଧରି ସଚିବାଳୟ, ବିଧାନସଭା ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର କଭରେଜ୍ ରୁ ବଂଚିତ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଥିଲା ଏକ ବଡ଼ ସୁଯୋଗ । ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ୍ ମାନେ ଆଗୁଆ ପହଞ୍ଚି ଯାଇଥିଲେ ବିଧାନସଭାରେ । ଅପେକ୍ଷା କଲେ ରାଜ୍ୟପାଳ ଆସିବେ, ମୁଖ୍ୟମନ୍ତ୍ରୀ ଆସିବେ ନେତା ଓ ବିଧାୟକ ମାନଙ୍କ ଦର୍ଶନ ମଧ୍ୟ ମିଳିବ। ସେମାନଙ୍କ ପାଖକୁ ଯାଇ ଫଟୋ ସଂଗ୍ରହ କରିବେ ଓ ଖବର ବି ମିଳିଯିବ । ମାତ୍ର ହଠାତ୍ ମାଡ଼ି ଆସିଲେ ପୋଲିସ କର୍ମଚାରୀ ମାନେ ହାତରେ ଦଉଡ଼ି ଧରି । ଘେରିଗଲେ ସାମ୍ବାଦିକ ଓ କ୍ୟାମେରା ମ୍ୟାନ୍ ମାନଙ୍କୁ । କହିଲେ “ଉପରୁ ନିର୍ଦ୍ଦେଶ ଅଛି”, ଦଉଡ଼ି ଡେଇଁ କେହି ଆଗକୁ ଯାଇପାରିବେ ନାହିଁ ବୋଲି । ସମସ୍ତ କ୍ୟାମେରା ମ୍ୟାନ୍ ଓ ସାମ୍ବାଦିକ ହତବାକ୍ ହୋଇଗଲେ । କାରଣ ଏଭଳି ଘଟଣା ଆଗରୁ କେବେ ହୋଇନାହିଁ । ବହୁ କାକୁତି ମିନତି ହେଲେ ପାଖକୁ ଯିବା ପାଇଁ, ମାତ୍ର ସେମାନଙ୍କୁ ଅନୁମତି ମିଳିଲା ନାହିଁ । ଭାବନ୍ତୁ ଶେଷରେ ଗଣମାଧ୍ୟମର ଏହି ପ୍ରତିନିଧି ମାନେ କରିଥିବେ କ’ଣ? କାହାକୁ କହିବେ ଶୁଣିବ କିଏ? ଅଭିଯୋଗ କଲେ ସଂପାଦକ ସାର ମାନେ ରାଗିବେ । ପ୍ରତିବାଦ କରିପାରିବେନି କାରଣ ମାଲିକ ମାନେ ଜାଣିଲେ ଚାକିରୀ ଚାଲିଯିବ । ତେଣୁ ପୋଲିସ ଦଉଡ଼ି ଧରିଥିବାର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଏହାକୁ ପୋଷ୍ଟ କଲେ କିଛି ଗଣମାଧ୍ୟମ ପ୍ରତିନିଧି । ଏହି ଫଟୋ ବି ବେଶ ଭାଇରାଲ ହେଲା। ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ବୁଝିଯାଇଥିବେ ଆମ ମିଡ଼ିଆର କାଟତି ବାବଦରେ।

ସରକାରୀ ସଂପାଦକ ଓ ସାମ୍ବାଦିକଙ୍କ ଦୌରାତ୍ମ୍ୟ :- ଆଉ ଗୋଟିଏ ଘଟଣା ମଧ୍ୟ ଥିଲା ବେଶ୍ ରୋଚକ । ପ୍ରଥମ ଘଟଣାରେ ଆମେ ଦେଖିଲେ କିଛି ଆମ ମିଡ଼ିଆର ସାମ୍ବାଦିକ ମାନଙ୍କ ଅସହାୟତା ମାତ୍ର ଏହି ଘଟଣାରେ ଦେଖାଗଲା ଆମ ମିଡ଼ିଆର ଆଉକିଛି ସାମ୍ବାଦିକ ଓ ସଂପାଦକଙ୍କ ପ୍ରଭାବଶାଳୀ ଭୂମିକା । ଯେଉଁଥିରେ କିଛି ସରକାରୀ ସଂପାଦକ ଓ ସାମ୍ବାଦିକ ମାନଙ୍କ ଆଗରେ ତୁଚ୍ଛ ହୋଇଯାଇଥିଲେ ରାଜ୍ୟର ବିରୋଧୀ ଦଳର ନେତା । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କିଛି ବିବୃତି ଦେବାକୁ ମନା କରିଦେଲେ, ସେଇଠୁ ବେଳ ଖରାପ ପଡ଼ିଗଲା ବିରୋଧୀଦଳ ନେତାଙ୍କର । ଆଗରୁ ତ ତାଙ୍କୁ ସେହି ଗଣମାଧ୍ୟମ ହତ୍ୟାକାରୀ ବୋଲି ସାର୍ଟିଫିକେଟ ଦେଇସାରିଥିଲା, ଏବେ ତାଙ୍କର “ମାନସିକ ଅବସ୍ଥା ଭଲ ନାହିଁ “ ବୋଲି ଏହି ନ୍ୟୁଜ୍ ଚ୍ୟାନେଲ୍ ର ସରକାରୀ ସଂପାଦକଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ବଳରେ ବଳିୟାନ ସାମ୍ବାଦିକ ବାବୁ ମାନେ ମଧ୍ୟ ଆକ୍ଷେପ କରିବାକୁ ପଛଇଲେ ନାହିଁ। ଏପରିକି ଘଣ୍ଟା ଘଣ୍ଟା ଧରି ନିଜ ଚ୍ୟାନେଲରେ ବିରୋଧୀଦଳ ନେତାଙ୍କୁ ମଧ୍ୟ ମନଇଚ୍ଛାଗାଳି କରିବା ସହ ତାଙ୍କୁ ଜଣେ ପେଶାଦାର ଅପରାଧୀ ଭାବେ ଚିତ୍ରଣ କରିବାକୁ ପଛାଇଲେ ନାହିଁ ଏହି ସରକାରୀ ସଂପାଦକ ଜଣକ । କେବଳ ସେତିକି ନୁହେଁ ଅନ୍ୟ ଗଣମାଧ୍ୟମ ଗୁଡ଼ିକୁ ମଧ୍ୟ ବିରୋଧୀ ଦଳ ନେତାଙ୍କ ପାଖକୁ ନଯିବାକୁ ପରାମର୍ଶ ଦେଲେ ଏହି ସରକାରୀ ସଂପାଦକ । ନିଜର ସାମ୍ବାଦିକ ମାନଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କ କଥାକୁ କାର୍ଯ୍ୟକାରୀ କରିବାକୁ ଓ କହିଲେ ଯେ, “ଉପରୁ ନିର୍ଦ୍ଦେଶ ଆସିଛି ବୋଲି” ।

ଏହି ଦୁଇଟିଯାକ ଘଟଣା କ’ଣ ବୟାନ କରୁଛି? ପୋଲିସ ଓ ସାମ୍ବାଦିକ ମାନଙ୍କର ମୁହଁରୁ ଶୁଣିବାକୁ ମିଳୁଥିବା “ଉପରୁ ନିର୍ଦ୍ଦେଶ ଅଛି” ର ଅର୍ଥ କ’ଣ? କିଏ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସାମ୍ବାଦିକ ମାନଙ୍କୁ ଅଟକାଇବା ପାଇଁ ? ସେହିପରି ସରକାରୀ ସମ୍ପାଦକଙ୍କୁ କିଏ ନିର୍ଦ୍ଦେଶ ଦେଇ କହିଥିଲେ ବିରୋଧୀଦଳ ନେତାଙ୍କୁ “ମାନସିକ ସନ୍ତୁଳନ ହରାଇଛନ୍ତି” ବୋଲି ଆକ୍ଷେପ କରିବା ସହ ଅପରାଧୀ ଭାବେ ଚିତ୍ରଣ କରିବା ପାଇଁ? ଏଥିରୁ ଆପଣ ମାନେ ବୁଝିବାକୁ ଚେଷ୍ଟା କରନ୍ତୁ ମୋ ସରକାର ଓ ଆମ ମିଡ଼ିଆ ଭିତରେ ସମ୍ପର୍କ କ’ଣ? ପରିଶେଷରେ ସମସ୍ତଙ୍କୁ ଖୁସି ବିକୁଥିବା ମୋ ସରକାର ଓ ମୋ ସରକାରର ଖୁସିକୁ ବାଣ୍ଟି ଚାଲିଥିବା ଆମ ମିଡ଼ିଆର ସମ୍ପର୍କ ବାବଦରେ ଆଉ କିଛି ଅଛପା ରହିଲା କି?

Nirvik Bureau

Nirvik Bureau

Related Posts

ଏ ସପ୍ତାହର ମିଡ଼ିଆ ହାଲଚାଲ…
Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

by Nirvik Bureau
June 16, 2023

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ଜୁନ୍ ୨୦୨୩ ସାରା ରାଜ୍ୟରେ ବିଜୁଳି ବିଭ୍ରାଟ ନେଇ ସାଧାରଣ ଲୋକଙ୍କ ଠାରୁ ରାଜନୈତିକ ଦଳ ଓ ଅଫିସର ମାନଙ୍କ...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 12, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.