• About
  • Contact
Thursday, July 10, 2025
Thursday, July 10, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଓ ଧାମନଗର ଉପନିର୍ବାଚନ

ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଓ ଧାମନଗର ଉପନିର୍ବାଚନ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୪ ନଭେମ୍ବର ୨୦୨୨

ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହେଲା । ଦୁଇ ସପ୍ତାହରୁ ଅଧିକ ସମୟ ଧରି ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଏହି ଖବରକୁ ପ୍ରମୁଖ ରାଜନୈତିକ ଖବର ଭାବରେ ଦର୍ଶକଙ୍କ ପାଖରେ ରଖିଲେ । ଏହି ଉପନିର୍ବାଚନରେ କେଉଁ ଦଳର ପ୍ରଭାବ କିପରି ଥିଲା ? କେଉଁ ଦଳର ପ୍ରଚାର କିପରି ରହିଥିଲା ? କେଉଁ ଦଳର ନେତା ମାନେ ଲୋକଙ୍କ ପାଖରେ କିଭଳି ପହଞ୍ଚିଥିଲେ ? ଧାମନଗରବାସୀଙ୍କର ବିଭିନ୍ନ ରାଜନୈତିକ ଦଳକୁ ନେଇ ମନୋଭାବ କ’ଣ ଥିଲା ? ବିଭିନ୍ନ ଦଳ ଓ ନେତାଙ୍କର ପ୍ରତିଶ୍ରୁତି ବାବଦରେ ଲୋକ କ’ଣ କହୁଥିଲେ ? ଏ ବାବଦରେ ନ୍ୟୁଜ୍ ଦେଖୁଥିବା ଦର୍ଶକ ମାନେ ହୁଏତ କିଛି କିଛି ଖବର ଜାଣିପାରିଥିବେ ।

ଯଦି ଦର୍ଶକୀୟ ଦୃଷ୍ଟି କୋଣରୁ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ରେ ଧାମନଗର ଉପନିର୍ବାଚନ ସଂପର୍କିତ ଖବରକୁ ଆମେ ବିଶ୍ଳେଷଣ କରିବା ତାହା ହୁଏତ ଖବର ପ୍ରସାରଣ କରିଥିବା ସମ୍ପୃକ୍ତ ଚ୍ୟାନେଲ୍ ର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଧିକ ଭାବେ ଆତ୍ମ ସମୀକ୍ଷା କରିବାର ସୁଯୋଗ ଦେବ । ପ୍ରାର୍ଥୀ ମାନଙ୍କ ମନୋନୟନ ପତ୍ର ଦାଖଲ ପରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ନିର୍ବାଚନୀ ଅଭିଯାନ ଆରମ୍ଭ ହୋଇଥିଲା ।

TRP ଅନୁସାରେ ରାଜ୍ୟର ୧ ନମ୍ବର ଓ ୭ ନମ୍ବର ନ୍ୟୁଜ୍ ଚ୍ୟାନେଲ୍ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ସମ୍ପର୍କରେ ଅଧିକ ଖବର ଦର୍ଶକଙ୍କୁ ଦେବାକୁ ଚାହିଁଲେ । ଅପରପକ୍ଷେ ୫ନମ୍ବର ଚ୍ୟାନେଲ୍ ଟି ଯଥା ସମ୍ଭବ ଚେଷ୍ଟା କଲା ବିଦ୍ରୋହୀ ପ୍ରାର୍ଥୀ ଭାବେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ରାଜେନ୍ଦ୍ର ଦାସଙ୍କ ବାବଦରେ ଖବରକୁ ଚାପି ଦେବାକୁ । ସେହିପରି ଯଥାକ୍ରମେ ୨, ୩, ୪ ଓ ୬ ନମ୍ବର ସ୍ଥାନରେ ଥିବା ଚ୍ୟାନେଲ୍ ମାନେ ନିଜର ଧର୍ମ ରକ୍ଷା କରିବାକୁ ଯାଇ ୫୦ – ୫୦ ଖବର ନିୟମକୁ କଡ଼ାକଡ଼ି ପାଳନ କଲେ । ସାମ୍ବାଦିକତାର ନୂଆ ନୀତିକୁ ଅନୁପାଳନ କରିବାରେ ୪ ଓ ୬ ନମ୍ବର ଚ୍ୟାନେଲ୍ ଅନ୍ୟ ମାନଙ୍କ ଠାରୁ ନିଜର ସ୍ୱତନ୍ତ୍ରତାକୁ ବଜାୟ ରଖିଲେ ।

ଆରମ୍ଭ ହେଲା ନିର୍ବାଚନ ପ୍ରଚାର । ଧାମନଗରରେ ପହଞ୍ଚି ଗଲେ ମାଳ ମାଳ ନେତା ଓ କର୍ମୀ । ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ମଧ୍ୟ ପଛରେ ପଡ଼ିଲେ ନାହିଁ । ପ୍ରଚାର ଆରମ୍ଭ ହେବା କ୍ଷଣି ୧ ନମ୍ବର ଓ ୭ ନମ୍ବର ଚ୍ୟାନେଲ୍ ନିଜର ସମ୍ପାଦକୀୟ ନୀତି ଅନୁଯାୟୀ ସ୍ୱାଧୀନ ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀଙ୍କ ବାବଦରେ କମ୍ ଖବର ଦେଖାଇ ନିଜ ମାଲିକଙ୍କ ସ୍ଵାର୍ଥକୁ ଅଧିକ ଜଗିଲେ । ଶାସକ ବିଜେଡି ପାଇଁ ୫ ନମ୍ବର ଚ୍ୟାନେଲ୍ ଓ ବିଜେପି ପାଇଁ ୧ ଓ ୭ ନମ୍ବର ଚ୍ୟାନେଲ୍ ର ସ୍ୱତନ୍ତ୍ର ରଣନୀତି ଅନୁଯାୟୀ ଖବର ପ୍ରସାରଣ ଆରମ୍ଭ ହୋଇଗଲା । ଶାସକ ବିଜେଡି ନେତାଙ୍କ ସଂଖ୍ୟା ଅନୁପାତରେ ୫ନମ୍ବର ଚ୍ୟାନେଲ୍ ର ପ୍ରତିନିଧି ମାନେ ଏବଂ ବିରୋଧୀ ବିଜେପି ନେତାଙ୍କ ଅନୁପାତ ଅନୁସାରେ ୭ ନମ୍ବର ଚ୍ୟାନେଲ୍ ର ପ୍ରତିନିଧି ମାନେ ଧାମନଗରରେ ମୁତୟନ ହେଲେ । ସେମାନଙ୍କ ଖବର ପରିବେଷଣର ଧାରା ଦେଖିଲେ ଯେ କେହିବି ଭାବିବ ସୁରକ୍ଷା କର୍ମୀଙ୍କ ଠାରୁ ଅଧିକ ଦକ୍ଷତାର ସହ ଏହି ନ୍ୟୁଜ୍ ଚ୍ୟାନେଲ୍ ର ପ୍ରତିନିଧି ମାନେ ନିଜ ଚ୍ୟାନେଲ୍ ସମ୍ପାଦକ ଓ ମାଲିକ ମାନଙ୍କ ଆସନକୁ ସୁରକ୍ଷିତ କରିବାର ଜୋରଦାର ଉଦ୍ୟମ କଲେ । ଖବର ଆସି ପହଞ୍ଚିଲା ନ୍ୟୁଜ୍ ଚ୍ୟାନେଲ୍ ଅଫିସରେ । କିଏ ଆଗେଇଛି, କିଏ ପଛାଇଛି ଇତ୍ୟାଦି ଇତ୍ୟାଦି … । ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଖବରକୁ ସମ୍ପାଦକ ମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଙ୍କର ମାନେ ଦର୍ଶକଙ୍କ ପାଖରେ ପେଶ୍ କରିବାରେ ହେଳା କଲେ ନାହିଁ । ଯିଏ ଯାହାର ସମ୍ପାଦକୀୟ ନୀତି ଅନୁଯାୟୀ ଧାମନଗର ସମ୍ପର୍କରେ ଖବର ପରିବେଷଣ କରିଚାଲିଲେ । ଆସିଲା ଶାସକ ଦଳ ନାଁରେ “ଟଙ୍କା ବଣ୍ଟା” ଅଭିଯୋଗ । ବିରୋଧୀ ବିଜେପି ନାଁରେ ଆସିଲା “ଆଚରଣ ବିଧି ଉଲ୍ଲଂଘନ” ଅଭିଯୋଗ । ୧ ଓ ୭ ନମ୍ବର ଚ୍ୟାନେଲ୍ ବିରୋଧୀଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ନିଜର ଦର୍ଶକଙ୍କ ପାଖରେ ପହଞ୍ଚିବା ବେଳେ ୫ ନମ୍ବର ଚ୍ୟାନେଲ୍ କେବଳ ଶାସକ ଦଳର ନେତା ମାନଙ୍କ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯିବାର ଚିତ୍ର ଓ ବୟାନକୁ ବ୍ରେକିଂ ନ୍ୟୁଜ୍ ଭାବେ ପରିବେଷଣ କରିଚାଲିଲା । ଏହି ଦୁଇ ଅଭିଯୋଗକୁ ନେଇ ୪ ଓ ୬ ନମ୍ବର ଚ୍ୟାନେଲ୍ ତଥାକଥିତ “ନିରପେକ୍ଷତା” ନୀତିକୁ ପାଳନ କଲେ । ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ଓ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର ଭିତରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଭୁଲିଗଲେ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଖବର ଦେବାକୁ। ଆରମ୍ଭରୁ ଚର୍ଚ୍ଚାରେ ଥିବା ସ୍ୱାଧୀନ ପ୍ରାର୍ଥୀ ବି ହଜିଗଲେ ନ୍ୟୁଜ୍ ଚ୍ୟାନେଲ୍ ର ଖବର ଭିତରୁ । ଭୋଟଦାନ ପ୍ରକ୍ରିୟା ଶେଷ ହୋଇଗଲା, ମାତ୍ର କେହି ବି ସାହସ ଜୁଟାଇ ପାରିଲେନି ଏକ ବୁଥ୍ ବାହୁଡ଼ା ମତ ଦର୍ଶକଙ୍କୁ ଜଣାଇବାକୁ ।

ଏବେ ଆପଣମାନେ ଭାବନ୍ତୁ ଆପଣ ଦେଖୁଥିବା ରାଜ୍ୟର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଧାମନଗର ଉପନିର୍ବାଚନକୁ କିଭଳି ଭାବେ ଆପଣମାନଙ୍କ ପାଖରେ ପହଞ୍ଚାଇଲେ? ଉପନିର୍ବାଚନ ସମ୍ପର୍କିତ ସଠିକ ଖବର ଓ ବିଶ୍ଳେଷଣ ଆପଣମାନେ ଦେଖିପାରିଲେ କି? କାମଚଳା ଓ ଛାୟା ସମ୍ପାଦକଙ୍କ ଦ୍ଵାରା ପରିଚାଳିତ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଏହି ଉପନିର୍ବାଚନ ସମ୍ପର୍କରେ ନିଜର ସମ୍ପାଦକୀୟ ମତକୁ ରଖିବା ଉଚିତ ନଥିଲା କି? ଏପରିକି ସମ୍ପାଦକଙ୍କ ଠାରୁ ଖବରଦାତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭୂମିକା ନିର୍ଦ୍ଦିଷ୍ଟ କିଛି ରାଜନୈତିକ ଦଳର ମୁଖପାତ୍ରଙ୍କ ଠାରୁ କିଛି ଭିନ୍ନ ଥିଲା କି ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.