• About
  • Contact
Saturday, December 6, 2025
Saturday, December 6, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଓଡ଼ିଶାର ଗଣମାଧ୍ୟମ: ଚାପ ଯୁକ୍ତ ନା ଚାପ ମୁକ୍ତ ?

ଓଡ଼ିଶାର ଗଣମାଧ୍ୟମ: ଚାପ ଯୁକ୍ତ ନା ଚାପ ମୁକ୍ତ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୧ ନଭେମ୍ବର ୨୦୨୨

ଗତ ସପ୍ତାହରେ ୩ ଟି ଖବର ଓଡ଼ିଶାର ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ସେଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଖବରଟି ଥିଲା ଧାମନଗର ଉପନିର୍ବାଚନର ଫଳାଫଳ। ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ଲଢ଼େଇ ଓ ନାଗ ସାମ୍ରାଜ୍ୟ ଉପରେ ଇଡିର ଚଢ଼ାଉ ମଧ୍ୟ ଅନ୍ୟତମ ଖବର ହିସାବରେ ଗଣମାଧ୍ୟମରେ ସ୍ଥାନ ପାଇଥିଲା। ଏହି ଖବରକୁ ନିଜ ନିଜ ଢାଞ୍ଚାରେ ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ଓଡ଼ିଆ ଖବର କାଗଜ ଓ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ । ଏହି ଖବର ଗୁଡ଼ିକୁ ଯଦି ପାଠକ ଓ ଦର୍ଶକ ଭାବେ କେହି ବିଶ୍ଳେଷଣ କରିବେ ତେବେ ସେମାନଙ୍କ ମନରେ ଏକାଧିକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । ଧାମନଗର ଉପନିର୍ବାଚନ ଫଳାଫଳକୁ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜ କିଭଳି ଭାବେ ଦର୍ଶକ ଓ ପାଠକଙ୍କ ପାଖରେ ଉପସ୍ଥାପନ କରିଥିଲା? ଉପନିର୍ବାଚନ ଫଳାଫଳର ତର୍ଜମା ଓ ଖବର କାଗଜରେ ଏନେଇ ସମ୍ପାଦକୀୟ ଥିଲା କି? ହେତୁବାଦୀ ଓ ପରମ୍ପରାବାଦୀଙ୍କ ଭିତରେ ଲଢ଼େଇର ସୂତ୍ରଧର କିଏ? ନାଗ ସାମ୍ରାଜ୍ୟ ଉପରେ ଇଡି ଚଢ଼ାଉ ପଛର କାରଣ ସ୍ପଷ୍ଟ ଥିଲା କି?

ପ୍ରଥମେ ଯଦି ଧାମନଗର ଉପନିର୍ବାଚନ ଫଳାଫଳ ବାବଦରେ ନ୍ୟୁଜ୍ ଚ୍ୟାନେଲ୍ ର ଖବର ପରିବେଷଣକୁ ଦେଖିବା ତାହେଲେ, ବିଜେଡି ପରାଜୟ ପରେ ହଠାତ୍ ଶାସକ ଦଳ ସମର୍ଥିତ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ବିଶ୍ଳେଷଣ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଗଲା। ଆଉ କେତେକ ନ୍ୟୁଜ୍ ଚ୍ୟାନେଲ୍ ବିଜେଡିର ପରାଜୟ ଓ ବିଜେପିର ବିଜୟ ବାବଦରେ ଆଲୋଚନା ନକରି କଂଗ୍ରେସର ଶୋଚନୀୟ ପରାଜୟର କାରଣ ଉପରେ ଘଣ୍ଟା ଘଣ୍ଟା ଧରି ବିତର୍କ କରିବାରେ ଲାଗିପଡ଼ିଲେ । ଶାସକ ବିଜେଡିର ମୁଖପତ୍ର ଓ ସହଯୋଗୀ ଚ୍ୟାନେଲ୍ ଗୁଡ଼ିକ କଂଗ୍ରେସ ପ୍ରାର୍ଥୀ କାହିଁକି ଅମାନତ ହରାଇଲେ ସେ ନେଇ ଷ୍ଟୁଡ଼ିଓରେ ଲମ୍ବା ବିତର୍କ ଜାରି ରଖିଲେ । କେହିବି ସାହସ କଲେନାହିଁ ଶାସକ ଦଳର ପରାଜୟର କାରଣ ବାବଦରେ ମୁହଁ ଖୋଲିବାକୁ। ଏପରିକି ଏହି ଚ୍ୟାନେଲ୍ ଗୁଡ଼ିକର କାମଚଳା ସମ୍ପାଦକ ମାନଙ୍କର ମୁହଁ ଦେଖିବାକୁ ମିଳିଲା ନାହିଁ କି ସ୍ୱର ଶୁଭିଲା ନାହିଁ ପ୍ରାଇମ ଟାଇମ୍ ରେ । ଆଙ୍କର ମାନେ ଶାସକ ଦଳ ଗଣତି ଆରମ୍ଭରୁ ପଛୁଆ ହେବା ଦେଖି ନିଜ ନିଜର ଶାଣିତ ସ୍ୱରକୁ ଚପାଇ ଦେଲେ । ସେହିପରି ଓଡ଼ିଆ ଖବର କାଗଜ ଗୁଡ଼ିକ ଉପନିର୍ବାଚନ ଫଳାଫଳକୁ ପ୍ରଥମ ପୃଷ୍ଠାରେ ସ୍ଥାନିତ କଲେ ମଧ୍ୟ ଶାସକ ଦଳ ହାରିଥିବାରୁ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ଭଳି ଖବରଟିକୁ ସ୍ଥାନ ଦେଲେ ନାହିଁ । କିଏ କିଏ ଭିତର ପୃଷ୍ଠାରେ ସାହସ ଗୋଟାଇ ହାରଜିତ୍ ର ବିଶ୍ଳେଷଣ କଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ରାଜ୍ୟର ଏକ, ଦୁଇ ଓ ତିନି ନମ୍ବର ଖବର କାଗଜର ସମ୍ପାଦକ ମାନେ ମଧ୍ୟ ଉପନିର୍ବାଚନ ଫଳାଫଳ ନେଇ ନିଜ କାଗଜର ପ୍ରଥମ ପୃଷ୍ଠାରେ ସମ୍ପାଦକୀୟ ଟିଏ ଲେଖିଲେ ନାହିଁ । କଥା କଥାରେ ପ୍ରଥମ ପୃଷ୍ଠାରେ ସମ୍ପାଦକୀୟ ଲେଖି ଝଡ଼ ସୃଷ୍ଟି କରୁଥିବା ସମ୍ପାଦକ ମାନେ ମଧ୍ୟ କାହିଁକି ନିରବ ରହିଲେ ତାହା ସମସ୍ତଙ୍କୁ ବେଶ୍ ଭଲଭାବରେ ଜଣା ।

୨ୟ ଗୁରୁତ୍ୱପୂର୍ଣ୍ଣ ଖବରଟି ଥିଲା ହେତୁବାଦୀ ବନାମ୍ ପରମ୍ପରାବାଦୀ ଲଢ଼େଇ । ରାଜରାସ୍ତାରୁ ଟିଭି ଷ୍ଟୁଡିଓ ଉଠିଲା ଓ ପଡ଼ିଲା । ହେତୁବାଦୀ ଓ ପରମ୍ପରାବାଦୀ ବାକ୍ ଯୁଦ୍ଧରେ ସୀମିତ ନରହି ହାତାହାତି ମଧ୍ୟ ହୋଇଗଲେ । ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଏହାର ସିଧା ପ୍ରସାରଣ କରିବାକୁ ଭୁଲିଲେ ନାହିଁ । ପ୍ରତିଯୋଗିତା ଏଭଳି ହେଲା ଯେ, ୭ଟି ଯାକ ନ୍ୟୁଜ୍ ଚ୍ୟାନେଲ୍ ରେ ଏହି ହେତୁବାଦୀ ଓ ପରମ୍ପରାବାଦୀ ଲଢ଼େଇ ରୁଷ-ୟୁକ୍ରେନ୍ ଯୁଦ୍ଧ ଭଳି ପ୍ରସାରିତ ହେଲା। ନ୍ୟୁଜ ଚ୍ୟାନେଲର ଆଙ୍କର ମାନେ ହେତୁବାଦୀଙ୍କୁ ପାକିସ୍ତାନର ଆତଙ୍କବାଦୀଙ୍କ ଠାରୁ ଆହୁରି ଭୟଙ୍କର ବୋଲି ଚିତ୍ରଣ ମଧ୍ୟ କଲେ। ଏପରିକି ନ୍ୟୁଜ୍ ଆଙ୍କର ଓ ପରମ୍ପରାବାଦୀଙ୍କ ଭୟରେ ହେତୁବାଦୀ ମାନେ ଷ୍ଟୁଡିଓ ଛାଡ଼ି ପଳାଇ ଗଲେ । ପ୍ରଥମ ଥର ପାଇଁ ଓଡ଼ିଶା ଦେଖିଲା ହେତୁବାଦୀ ଓ ପରମ୍ପରାବାଦୀ ଲଢ଼େଇ । ଯାହାର ମାଧ୍ୟମ ହୋଇଥିଲେ ଓଡ଼ିଶାର ଗଣମାଧ୍ୟମ । ନ୍ୟୁଜ୍ ଚ୍ୟାନେଲ୍ ଆଙ୍କର ମାନେ ହେଲେ ରେଫରୀ ଓ ଷ୍ଟୁଡିଓରେ କୁସ୍ତି ଲଢ଼ିଲେ ହେତୁବାଦୀ ଓ ପରମ୍ପରାବାଦୀ । ଖବରକାଗଜ ଗୁଡ଼ିକ ମଧ୍ୟ ଏହି ଖବରକୁ ପ୍ରାଥମିକତା ଦେବାକୁ ପଛାଇଲେ ନାହିଁ ।

ସେହିପରି ଅର୍ଚ୍ଚନା ନାଗ ସାମ୍ରାଜ୍ୟ ଉପରେ ଇଡିର ଚଢ଼ାଉକୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ଉଭୟ ଖବରକାଗଜ ଓ ନ୍ୟୁଜ୍ ଚ୍ୟାନେଲ୍ ଉପସ୍ଥାପିତ କଲେ । କିଏ କିଏ ନେତା ମାନେ ବନ୍ଧା ହେବେ ବୋଲି ଗୁଜବ ମଧ୍ୟ ସୃଷ୍ଟି କଲେ । କିନ୍ତୁ କେହି ବି ଏଭଳିଏକ ସମ୍ବେଦନଶୀଳ ଖବରକୁ ନେଇ କମିଶନରେଟ ପୋଲିସର ତଦନ୍ତ ବାବଦରେ ପ୍ରଶ୍ନ ଉଠାଇଲେ ନାହିଁ। ଏପରିକି ଏହି ମାମଲାଟି ଯେଉଁ ଫିଲ୍ମ ପ୍ରଯୋଜକଙ୍କ ଠାରୁ ଆରମ୍ଭ ହୋଇଥିଲା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ କୁଆଡ଼େ ଗଲା ଓ ପ୍ରଯୋଜକ ଦୋଷୀ କି ନିର୍ଦ୍ଦୋଷ ସେ ବାବଦରେ ମଧ୍ୟ ଖୋଳତାଡ଼ କଲେ ନାହିଁ । ନ୍ୟୁଜ୍ ଚ୍ୟାନେଲ୍ ହୁଅନ୍ତୁ ଅବା ଖବର କାଗଜ ଏହି ମାମଲାରେ ଅସଲ ଦୋଷୀଙ୍କୁ ଖୋଜିବା ତ ଦୂରର କଥା ବରଂ ସେମାନଙ୍କୁ ସାଧାରଣ ଲୋକଙ୍କ ଆଗରେ ନିରୀହ ଓ ନିର୍ଦ୍ଦୋଷ ବୋଲି ଏକ ଧାରଣା ତିଆରି କରିବାରେ ସକ୍ଷମ ହୋଇଛନ୍ତି ବୋଲି କହିଲେ ଭୁଲ୍ ହେବ ନାହିଁ ।

ଏବେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ର ଦର୍ଶକ ଓ ଖବର କାଗଜର ପାଠକମାନେ ଚିନ୍ତା କରନ୍ତୁ ଏହି ୩ଟି ଖବରରେ ଗଣମାଧ୍ୟମ ଗୁଡ଼ିକ କ’ଣ ବାର୍ତ୍ତାଦେବାକୁ ଚେଷ୍ଟା କରିଛନ୍ତି? ଧାମନଗର ଫଳାଫଳ ସମ୍ପର୍କରେ ଉଚିତ ବିଶ୍ଳେଷଣ ହେଲା କି?ଖବର କାଗଜର ପ୍ରଥମ ପୃଷ୍ଠାରେ ସମ୍ପାଦକୀୟ ଲେଖି ଅବା ପ୍ରାଇମ ଟାଇମରେ କଙ୍ଗାରୁ କୋର୍ଟ ଚଳାଉଥିବା ସମ୍ପାଦକ ମାନେ ନିରବ କାହିଁକି? ଭୟରେ ନାଁ ଚାପରେ? ଶାସକ ଦଳର ପରାଜୟ କ’ଣ ଗଣମାଧ୍ୟମକୁ ବିବ୍ରତ କରିଛି କି? ହେତୁବାଦୀ ଓ ପରମ୍ପରାବାଦୀ ଲଢ଼େଇ କରି ଉଗ୍ର ଧାର୍ମିକ ଭାବନା ତିଆରିରେ ଗଣମାଧ୍ୟମର ବଡ଼ ଭୂମିକା ନାହିଁ କି? ହିନ୍ଦୁ ଧର୍ମ ଭିତରେ ବିଦ୍ଵେଷ ର ବିଷମଞ୍ଜି ବୁଣିବା ପାଇଁ ଗଣମାଧ୍ୟମର ଏହା ଅପଚେଷ୍ଟା ନୁହେଁ କି? ହେତୁବାଦୀ ଓ ପରମ୍ପରାବାଦୀ ଲଢ଼େଇ ମିଡ଼ିଆ ପ୍ରାୟୋଜିତ ଭଳି ଲାଗୁନାହିଁ କି? ଏବଂ ଶେଷରେ ଅର୍ଚ୍ଚନା ନାଗ ଘଟଣାରେ ସମସ୍ତ ଦୋଷୀଙ୍କୁ ଲୋକଙ୍କ ସାମ୍ନାକୁ ନ ଆଣି ସେମାନଙ୍କୁ ଖସାଇବା ଭଳି ଖବର ପରିବେଷଣ କରିବା କେତେଦୂର ଯୁକ୍ତି ଯୁକ୍ତ? ଏପରିକି ଏହି ଘଟଣାରେ ମୂଳ ପ୍ରସଙ୍ଗରୁ ଗଣମାଧ୍ୟମ ପଛକୁ ହଟି ଯିବାକୁ ଚାହୁଁ ନାହିଁ ତ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.