• About
  • Contact
Sunday, June 22, 2025
Sunday, June 22, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ସରକାରୀ ସମ୍ପାଦକ ଓ ସାମ୍ବାଦିକମାନେ !

ସରକାରୀ ସମ୍ପାଦକ ଓ ସାମ୍ବାଦିକମାନେ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୩

ଓଡ଼ିଶାରେ ବିଶ୍ୱକପ ହକି ଦୁଇ ଦୁଇ ଥର ଆୟୋଜନ ହେବା ବେଶ ଗର୍ବ ଓ ଗୌରବର କଥା । ଯେଉଁମାନେ ଏହି ଖେଳକୁ ପାଖରେ ରହି ଉପଭୋଗ କଲେ ସେମାନଙ୍କ ପାଇଁ ଏହା ମଧ୍ୟ ମନେରହିବା ଭଳି ଘଟଣା । ଏହି ବିଶ୍ୱକପ ହକିକୁ କେବଳ ଖେଳପ୍ରେମୀ ମାନେ ଉପଭୋଗ କରିଥିବାର ସୁଯୋଗ ପାଇଲେ ତା ନୁହେଁ ବରଂ ନେତା, ଅଫିସରଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଏଭଳି ଅପୂର୍ବ ସୁଯୋଗର ଭରପୁର ଫାଇଦା ନେଇଥିଲେ ।

ଚଳିତ ବିଧାନସଭା ଅଧିବେଶନରେ କ୍ରୀଡ଼ା ଓ ଯୁବସେବା ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ତଥ୍ୟ ଦେଖିଲା ପରେ ଜଣା ପଡ଼ିଲା ଯେ, ବିଶ୍ୱକପ ହକିର ଅତିଥି ମାନଙ୍କ ମଧ୍ୟରେ ଓଡ଼ିଶାର ଗଣମାଧ୍ୟମର କେଉଁ ଭାଗ୍ୟବାନ ସମ୍ପାଦକ ଓ ସାମ୍ବାଦିକ ମାନେ ସାମିଲ ହୋଇଥିଲେ । ଏପରିକି ଏହି ଗଣମାଧ୍ୟମ ବ୍ୟକ୍ତିବିଶେଷ ମାନେ ଓଡ଼ିଶା ସରକାରଙ୍କର ଅତିଥି ହେବା ସହ ସରକାରୀ ଆତିଥେୟତା ଲାଭ କରିଥିଲେ । ଏମାନେ କିଭଳି ଭାବେ ଅତିଥି ତାଲିକାରେ ସ୍ଥାନ ପାଇଲେ ଓ ସରକାର ସେମାନଙ୍କୁ ଆତିଥେୟତା କିଭଳି ଭାବେ ପ୍ରଦାନ କରିଥିଲେ ସେ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀଙ୍କ ଉତ୍ତର ଉପରେ ଯଦି ନଜର ପକାଇବା ତେବେ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ “ହକି ବିଶ୍ୱକପ ରେ ଅତିଥି ମାନଙ୍କୁ ଚୟନ କରିବାର କୌଣସି ମାପଦଣ୍ଡ ନଥିଲା, ଭୁବନେଶ୍ୱରରୁ ରାଉରକେଲାକୁ ପ୍ରତିଦିନ ବିଭିନ୍ନ ଦେଶର ଅଂଶଗ୍ରହଣକାରୀ ଦଳ ଏବଂ ବିଶ୍ୱକପ ପରିଚାଳନାରେ ନିୟୋଜିତ କର୍ମକର୍ତ୍ତାଙ୍କ ପରିବହନ ପାଇଁ ସ୍ୱତନ୍ତ୍ର ଵିମାନ ସେବାର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଆବଶ୍ୟକତା ପୂରଣପରେ, ବଳକା ବିମାନ ସିଟ ମାନଙ୍କରେ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ, ମାନସିକ ଅନଗ୍ରସର ବିଦ୍ୟାଳୟ, ITI ଛାତ୍ର ଛାତ୍ରୀ ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହକି ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ରାଉରକେଲାକୁ ଯାତ୍ରା ପାଇଁ ବ୍ୟବସ୍ଥା କରାଯାଇଥିଲା । ବିମାନ ଭଡ଼ା ବାବଦରେ ହୋଇଥିବା ଖର୍ଚ୍ଚ ବାଣିଜ୍ୟ ଓ ପରିବହନ (ପରିବହନ) ବିଭାଗର ପରିସରଭୁକ୍ତ ।”

ତେବେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରୁ ଅନେକ କିଛି ସ୍ପଷ୍ଟ ହୋଇଛି । ସରକାରଙ୍କ ଅତିଥି ଚୟନ ନେଇ କୌଣସି ମାପଦଣ୍ଡ ନଥିଲା । ଅର୍ଥାତ ଯାହାକୁ ସରକାର ଚାହିଁଲେ ତାଙ୍କୁ ଅତିଥି କରାଯାଇଥିଲା । ୧୫ ଜଣ ସମ୍ପାଦକ / ସାମ୍ବାଦିକ ଅତିଥି ଭାବେ ସରକାରୀ ସ୍ୱୀକୃତି ଲାଭ କରିଥିଲେ । ସେମାନଙ୍କୁ ଖେଳାଳି ଓ କର୍ମକର୍ତ୍ତାଙ୍କ ପାଇଁ ବ୍ୟବସ୍ଥା ଥିବା ସ୍ୱତନ୍ତ୍ର ବିମାନର ବଳକା ସିଟରେ ରାଉରକେଲା ନିଆଯାଇଥିଲା । ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ, ମାନସିକ ଅନଗ୍ରସର ବିଦ୍ୟାଳୟ ଓ ITI ଛାତ୍ର ଛାତ୍ରୀଙ୍କ ସହ ବିମାନରେ ନିଆଯାଇଥିଲା । ଶେଷରେ ବିମାନ ଭଡ଼ା ଓ ଆତିଥେୟତା ବାବଦକୁ ହୋଇଥିବା ଖର୍ଚ୍ଚ ରାଜ୍ୟ ସରକାରଙ୍କର ବାଣିଜ୍ୟ ଓ ପରିବହନ ବିଭାଗ ବହନ କରିଥିଲା।

କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଦେଖିବା ପରେ ଯେ କେହିବି ଭାବିବ ପ୍ରକୃତରେ ପ୍ରଶ୍ନ ପଚରାଯାଇଥିଲା କ’ଣ ଓ ଉତ୍ତର ମିଳିଲା କ’ଣ ? ପ୍ରଶ୍ନରେ ଭୁବନେଶ୍ୱରରୁ ଯାଇଥିବା ନେତା, ପ୍ରଶାସକ, ବିଶିଷ୍ଟ ବ୍ୟକ୍ତି ଓ ସାମ୍ବାଦିକଙ୍କ ତାଲିକା ଦେବାପାଇଁ କୁହାଯାଇଥିବା ବେଳେ କ୍ରୀଡ଼ାମନ୍ତ୍ରୀ କେବଳ ଗଣମାଧ୍ୟମ ବ୍ୟକ୍ତି ମାନଙ୍କ ତାଲିକା ଦେବା ପଛର କାରଣ କ’ଣ ? ଗଣମାଧ୍ୟମ ପ୍ରତିନିଧିଙ୍କ ତାଲିକା ଦେଇ ଅନ୍ୟ ଅତିଥି ମାନଙ୍କ ତାଲିକା ନଦେବା ପଛର ଉଦ୍ଦେଶ୍ୟ କ’ଣ ? ସମସ୍ତ ଅତିଥିଙ୍କ ତଥ୍ୟ ନଦେଇ ଏ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣକୁ ମଧ୍ୟ ଲୁଚାଯିବା ପାଇଁ ପ୍ରୟାସ କରାଯାଇନି ତ ? ଏପରିକି ବିଶ୍ୱକପ ହକି ସମୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ଯେଉଁ ଫଟୋ ବିଭିନ୍ନ ଖବରକାଗଜରେ ବାହାରିଥିଲା, ସେଥିରେ ଥିବା ସମ୍ପାଦକ ଓ ସାମ୍ବାଦିକଙ୍କ ସଂଖ୍ୟା ସହିତ କ୍ରୀଡ଼ାମନ୍ତ୍ରୀଙ୍କ ତାଲିକା ମେଳ ଖାଉଛି କି ? ନା ଫଟୋରେ ଅଧିକ ଏବଂ ସରକାରୀ ତାଲିକାରେ ଥିବା ସଂଖ୍ୟା ମଧ୍ୟରେ ଫରକ ରହିଛି ? ପରିଶେଷରେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଗଣମାଧ୍ୟମର ଏହି ସମ୍ପାଦକ ଓ ସାମ୍ବାଦିକଙ୍କ ନାଁ ର ତାଲିକା ପ୍ରକାଶ କରି ଏମାନଙ୍କୁ ସରକାରୀ ସମ୍ପାଦକ / ସାମ୍ବାଦିକର ମାନ୍ୟତା ଦେଲେ ନାହିଁ ତ ? ଯାହାବି ହେଉ ରାଜ୍ୟର ବହୁ କ୍ରୀଡ଼ାପ୍ରେମୀ ଟିକେଟ ନପାଇ ବିଶ୍ୱକପ ହକିର ଅନେକ ମ୍ୟାଚ ଦେଖିବାରୁ ବଞ୍ଚିତ ହୋଇଥିବା ବେଳେ ହାତ ଗଣତି କିଛି ସମ୍ପାଦକ ଓ ସାମ୍ବାଦିକଙ୍କୁ ସରକାରୀ ଖର୍ଚ୍ଚରେ ବିମାନରେ ନେଇ ସ୍ୱତନ୍ତ୍ର ଆତିଥେୟତା ପ୍ରଦାନ ପୂର୍ବକ ମ୍ୟାଚ ଦେଖିବାର ସୁଯୋଗ ସରକାର ଦେଇଥିବାରୁ ଓ ସେମାନଙ୍କ ପ୍ରତି ରାଜ୍ୟସରକାରଙ୍କ ଥିବା ଭଲ ପାଇବାକୁ ସାର୍ବଜନୀନ କରିଥିବାରୁ ସେମାନେ ସରକାରଙ୍କ ପାଖରେ କୃତଜ୍ଞ ରହିବେ ନିଶ୍ଚୟ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.