• About
  • Contact
Sunday, June 22, 2025
Sunday, June 22, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ସୁପ୍ରିମ କୋର୍ଟ ବନାମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍…

ସୁପ୍ରିମ କୋର୍ଟ ବନାମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୨

ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ କୋର୍ଟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଥିଲା ନ୍ୟୁଜ୍ ଚ୍ୟାନେଲ୍ ଓ ଏହାର ଆଙ୍କର ମାନଙ୍କୁ ନେଇ ଗତ ସେପ୍ଟେମ୍ବର ମାସରେ। ନ୍ୟୁଜ୍ ଚ୍ୟାନେଲ୍ ର ବିତର୍କ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଆଙ୍କର ମାନଙ୍କ ଉଦ୍ଦେଶ୍ୟରେ କଡ଼ା ଟିପ୍ପଣୀ ଦେଇଥିଲେ ସୁପ୍ରିମ କୋର୍ଟ । ବିଚାରପତି ଜଷ୍ଟିସ୍ କେ.ଏମ. ଯୋଶେଫ୍ ଙ୍କ ଖଣ୍ଡପୀଠ “ହେଟ୍ ସ୍ପିଚ” ମାମଲାର ଶୁଣାଣି କରି ନ୍ୟୁଜ୍ ଚ୍ୟାନେଲ୍ ର ଆଙ୍କର ମାନଙ୍କୁ ଏକ ପ୍ରକାର ଚେତାବନୀ ଦେଇଥିଲେ । “ହେଟ୍ ସ୍ପିଚ” ର ପ୍ରଚାର ଓ ପ୍ରସାର ରୋକିବାରେ ଆଙ୍କର ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମଧ୍ୟ କହିଥିଲେ । ଏପରିକି ସମ୍ପୃକ୍ତ ରାଜ୍ୟସରକାର ମାନଙ୍କୁ ମଧ୍ୟ ନିରବ ଦର୍ଶକ ହୋଇ ବସିବା ଉଚିତ୍ ନୁହେଁ ବୋଲି ନିଜ ଟିପ୍ପଣୀ ରେ ଉଲ୍ଲେଖ କରିଥିଲେ । ସୁପ୍ରିମ କୋର୍ଟଙ୍କ ଏହି ଟିପ୍ପଣୀ ମଧ୍ୟ ଦେଶର ସମସ୍ତ ପ୍ରମୁଖ ଗଣମାଧ୍ୟମରେ ପ୍ରମୁଖ ଖବର ହିସାବରେ ସ୍ଥାନ ପାଇଥିଲା । ଠିକ୍ ମାସକ ପରେ ଓଡ଼ିଶାର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ସର୍ବୋଚ୍ଚ ଅଦାଲତଙ୍କ ଟିପ୍ପଣୀକୁ କିଭଳି ସମ୍ମାନ ଦେଇଛନ୍ତି ତାହା ଗତ ସୂର୍ଯ୍ୟପରାଗ ଦିନଠାରୁ ପ୍ରସାରିତ ହେଉଥିବା ଖବର ହିଁ ସ୍ପଷ୍ଟ କରୁଛି । ତଥା କଥିତ ୧ ନମ୍ବର ଓ ୨ ନମ୍ବର ଚ୍ୟାନେଲ୍ ର ପ୍ରମୁଖ ଖବର ଥିଲା “ହେତୁବାଦୀ ଖାଇଲେ ଚିକେନ ବିରିୟାନୀ”, “ପରାଗ ନୀତିକୁ ମାନୁ ନାହାନ୍ତି ହେତୁବାଦୀ”, “ସୂର୍ଯ୍ୟପରାଗ ରେ ଆମିଷ ଖାଇବା ଉଚିତ୍ କି “? ଠିକ୍ ୨୪ ଘଣ୍ଟା ପରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ଖବରର ଶିରୋନାମା ବଦଳିଗଲା । “ହେତୁବାଦୀଙ୍କୁ ଧମକ ପୂର୍ଣ୍ଣ ଫୋନ୍ କଲ୍ ଓ ଥାନାରେ ଏତଲା” । ଠିକ୍ ପରେ ପରେ ଶଙ୍କରାଚାର୍ଯ୍ୟ ଓ ବାବା ବଳିଆଙ୍କୁ ନେଇ ହିନ୍ଦୁଧର୍ମ ର ବାଖ୍ୟା ଓ ହେତୁବାଦୀଙ୍କୁ “ଅଣହିନ୍ଦୁ” ଅବା “ହିନ୍ଦୁ ବିରୋଧୀ ମାନସିକତା” ବୋଲି ଦର୍ଶାଇବାକୁ ହେଳା କଲେ ନାହିଁ ନ୍ୟୁଜ୍ ଚ୍ୟାନେଲ୍ ର କିଛି ହାତ ଗଣତି ଆଙ୍କର । ପୁଣି ୨୪ ଘଣ୍ଟା ପରେ ନୂଆ ଶିରୋନାମା ଭିତ୍ତିକ ଖବର ଆସିଲା “ହେତୁବାଦୀଙ୍କୁ ଲିଗାଲ୍ ନୋଟିସ୍” । ୩ ଦିନର ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ଏହି ଖବର ପରିବେଷଣର ଉଦ୍ଦେଶ୍ୟ କ’ଣ ଥିଲା ? ହେତୁବାଦୀ ମାନଙ୍କୁ ନ୍ୟୁଜ୍ ଚ୍ୟାନେଲ୍ ର ଆଙ୍କର ମାନେ କିଭଳି ଭାବେ ଚିତ୍ରଣ କଲେ ? ହେତୁବାଦୀ ମାନେ କ’ଣ ସତରେ ହିନ୍ଦୁ ବିରୋଧୀ ମାନସିକତାକୁ ସମର୍ଥନ କରନ୍ତି କି ? ହେତୁବାଦୀଙ୍କ ସହ ଶଙ୍କରାଚାର୍ଯ୍ୟ ଓ ବାବା ବଳିଆଙ୍କୁ ନିଜ କାର୍ଯ୍ୟକ୍ରମରେ ସାମିଲ କରି ନିର୍ଦ୍ଦିଷ୍ଟ ଏକ ଧର୍ମ ଓ ବିଶ୍ବାସ ବିରୋଧରେ ଆଙ୍କର ମାନେ ଯୁକ୍ତି ଉପସ୍ଥାପନ କଲେ କାହିଁକି ?

ଏବେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ର ଦର୍ଶକ ମାନେ ଚିନ୍ତା କରନ୍ତୁ ରାଜ୍ୟର ତଥାକଥିତ ୧ ନମ୍ବର ଠାରୁ ଆରମ୍ଭ କରି ଶେଷ ସ୍ଥାନରେ ଥିବା ଚ୍ୟାନେଲ୍ ଗୁଡ଼ିକ କିଭଳି ଖବରକୁ ଗୁରୁତ୍ୱ ଦେଉଛନ୍ତି । ସୂର୍ଯ୍ୟପରାଗର ବିଜ୍ଞାନ ଆଧାରିତ ବାର୍ତ୍ତାକୁ ପହଞ୍ଚାଇବା ବଦଳରେ ଏମାନେ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ଏମାନେ କରୁଛନ୍ତି କ’ଣ ? ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଲୋକଙ୍କ ମନରେ ଉଗ୍ର ଧର୍ମୀୟ ଭାବନା ଜାଗ୍ରତ କରିବା କାର୍ଯ୍ୟ ଏହି ଗଣମାଧ୍ୟମ ଗୁଡ଼ିକ କରୁନାହାନ୍ତି କି ? ଶଙ୍କରାଚାର୍ଯ୍ୟ, ବାବା ବଳିଆ ଓ ହେତୁବାଦୀ ମାନଙ୍କ ମଧ୍ୟରେ ଟିଭି ଷ୍ଟୁଡ଼ିଓରେ ମୁକାବିଲା କରାଇବାର ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ ? ଖବର ପରିବେଷଣ ନାଁ ରେ ନିର୍ଦ୍ଦିଷ୍ଟ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା କ’ଣ ପ୍ରମୁଖ ଗଣମାଧ୍ୟମର ଦାୟିତ୍ୱବୋଧତା କୁ ସୂଚାଉଛି ?

ଟେଲିପ୍ରମ୍ପଟର ଦେଖି ଖବର ପଢ଼ୁଥିବା ଅବା ସମ୍ପାଦକଙ୍କ ଠାରୁ ଲେଖି ଆଣି ଷ୍ଟୁଡିଓରେ ପ୍ରଶ୍ନ ପଚାରୁଥିବା ଆଙ୍କର ମାନଙ୍କ ଭୂମିକା କ’ଣ ତାହା ସେମାନେ ଜାଣନ୍ତି ନାହିଁକି ? ସମ୍ପୃକ୍ତ ନ୍ୟୁଜ୍ ଚ୍ୟାନେଲ୍ ର ସଂପାଦକ ଓ ମାଲିକ ମାନେ କ’ଣ ଏହି ଖବର ପରିବେଷଣ ବିଷୟରେ କିଛି ଜାଣିନାହାଁନ୍ତି ? ଦେଶର ସର୍ବୋଚ୍ଚ ଅଦାଲତର ଟିପ୍ପଣୀ ପରେ ନ୍ୟୁଜ୍ ଚ୍ୟାନେଲ୍ ର ଆଙ୍କର ଓ ସମ୍ପାଦକ ମାନଙ୍କର ଏହା ଅଜ୍ଞତା ଅବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ବୁଝାଯିବ ? TRP ଦୌଡ଼ରେ ଆଗରେ ଥିବା ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ଏଭଳି ଖବର ପ୍ରସାରଣ ପରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏହିପାଇଁ ଦାୟୀ ରହିବେ କିଏ ? ଆଙ୍କର, ସମ୍ପାଦକ ନା ନ୍ୟୁଜ୍ ଚ୍ୟାନେଲ୍ ର ମାଲିକ ? ସର୍ବୋପରି ୨୦୦୮ କନ୍ଧମାଳ ଦଙ୍ଗାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବକ୍ତବ୍ୟ ଥିଲା “Each bone of my body is secular” , ଅର୍ଥାତ ଧର୍ମନିରପେକ୍ଷତାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଥିବା ଓଡ଼ିଶା ସରକାର ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମର ଏହି ଖବର ପରିବେଷଣ ଉପରେ ରୋକ ଲଗାଇବେ ନା ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଭଳି ନିରବ ଦର୍ଶକ ସାଜିବେ ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.