• About
  • Contact
Tuesday, June 17, 2025
Tuesday, June 17, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଟିଭି ସାମ୍ବାଦିକତାର ଗତି କୁଆଡ଼େ ?

ଟିଭି ସାମ୍ବାଦିକତାର ଗତି କୁଆଡ଼େ ?
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୨

ଶେଷ ହେଲା ପଦ୍ମପୁର ଉପନିର୍ବାଚନ। ଜିତିଲା ଶାସକ ଦଳ ବିଜେଡି ଓ ହାରିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି । ଆଉ ଏହା ଭିତରେ ଓଡ଼ିଶାର ଦୁଇଟି ନ୍ୟୁଜ୍ ଚ୍ୟାନେଲ ମଧ୍ୟରେ ଲଢ଼େଇ ଶେଷ ହୋଇ ନାହିଁ। ଧାମନଗର ଉପନିର୍ବାଚନରେ ନ୍ୟୁଜ୍ ଚ୍ୟାନେଲ ଦର୍ଶକ ମାନେ ଯାହା ଦେଖୁଥିଲେ, ଏଥର କିନ୍ତୁ ଆହୁରି ଜବରଦସ୍ତ ଦୃଶ୍ୟ ଦେଖିବାକୁ ମିଳିଲା ପଦ୍ମପୁର ଉପନିର୍ବାଚନରେ। ସମସ୍ତେ ଅନୁଭବ କଲେ ଯେମିତି ପଦମପୁର ଲଢ଼େଇ ବିଜେଡି ଓ ବିଜେପି ଭିତରେ ନଥିଲା ବରଂ ଓଡ଼ିଶାର ୨ଟି ନ୍ୟୁଜ ଚ୍ୟାନେଲ ପରସ୍ପର ବିରୋଧରେ ଲଢ଼େଇ କରୁଥିଲେ। କେବଳ ପଦମପୁରବାସୀ ନୁହଁନ୍ତି ବରଂ ସମସ୍ତ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ ଏହି ନ୍ୟୁଜ୍ ଚ୍ୟାନେଲର ଲଢ଼େଇକୁ ।

ଠିକ୍ ଧାମନଗର ପରି ପଦମପୁର ଉପନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଦୁଇଟି ଚ୍ୟାନେଲ ମଧ୍ୟ ଆରମ୍ଭ କରିଦେଲେ ନିଜ ନିଜର ସମରସଜ୍ଜା । ସମ୍ପାଦକଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ପର୍ଯ୍ୟନ୍ତ ମୁତୟନ ହେଲେ ପଦମପୁରରେ । ଚ୍ୟାନେଲର ଅଫିସ ଗୁଡ଼ିକରେ ଜାରି କରାଗଲା ଫତୱା । ଦୁଇଟି ଯାକ ନ୍ୟୁଜ୍ ଚ୍ୟାନେଲ ମଧ୍ୟରେ ଆରମ୍ଭ ହୋଇଗଲା ପ୍ରତିଦ୍ୱନ୍ଦିତା ଯେ କିଏ କେତେ ପ୍ରଭୁଭକ୍ତ ହୋଇ ପାରିବ । ସମ୍ପାଦକ ମାନଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ନ୍ୟୁଜ୍ ଚ୍ୟାନେଲର ୨୦ରୁ ଅଧିକ ପ୍ରତିନିଧି ପହଞ୍ଚିଥିଲେ ପଦମପୁରରେ। ଦୁଇ ନ୍ୟୁଜ୍ ଚ୍ୟାନେଲ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ନ୍ୟୁଜ ଆଙ୍କର ମାନଙ୍କ ଭିତରେ ଆରମ୍ଭ ହୋଇଗଲା କୁସ୍ତି । ଏହି ଲଢ଼େଇ ଦେଖି ଲୋକଙ୍କ ଭିତରେ ଆଲୋଚନା ଆରମ୍ଭ ହୋଇଗଲା ଯେ ଉପ ନିର୍ବାଚନରେ ଲଢ଼ୁଛି କିଏ ଓ କାହା ସହିତ । ସଂପାଦକ ମାନଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଖବର ଦାତା ମାନେ ପାଲଟି ଗଲେ ଦୁଇ ଦଳର ପତାକା ଧରୁଥିବା କର୍ମୀ ଓ ଆଙ୍କର ମାନେ ଜଣେ ଜଣେ ମୁଖପାତ୍ର । ଏହା ପର ଜମିଗଲା ଲଢ଼େଇ । ଖବରର ଲଢ଼େଇ ଚାଲୁ ଚାଲୁ ଏମାନଙ୍କ ଭିତରେ ଆରୋପ ପ୍ରତ୍ୟାରୋପର ପର୍ବ ବି ଆରମ୍ଭ ହେଲା । ପଦମପୁର ରାସ୍ତାରୁ ଭୁବନେଶ୍ୱରରେ ଥିବା ଷ୍ଟୁଡ଼ିଓ ପଡ଼ିଲା ଆଉ ଉଠିଲା ।

ଏହି ଲଢ଼େଇରେ ନ୍ୟୁଜ୍ ଚ୍ୟାନଲର ଦର୍ଶକ ମାନେ ଦେଖିଲେ କ’ଣ? ପଦମପୁର ରାଜନୀତିକୁ ନେଇ କେଉଁ ବାର୍ତ୍ତା ଦେବାକୁ ଚାହିଁଲେ ଏହି ଦୁଇ ନ୍ୟୁଜ୍ ଚ୍ୟାନେଲ? ଖବର ପରିବେଷଣ ନାଁରେ ସାମ୍ବାଦିକତାକୁ ଏମାନେ କିଭଳି ନ୍ୟାୟ ଦେଲେ? ଏହି ଦୁଇ ନ୍ୟୁଜ ଚ୍ୟାନେଲର ପୃଷ୍ଠ ପୋଷକତା କରୁଛନ୍ତି ପରସ୍ପର ବିରୋଧୀ ଦୁଇ ରାଜନୈତିକ ଦଳ। ପଦମପୁରରେ ହୋଇଥିବା ଆୟକର ବିଭାଗ ଚଢ଼ାଉକୁ ଗୋଟିଏ ଚ୍ୟାନେଲ ଦେଖାଇଲା ଏହା ବିଜେପି ନେତାଙ୍କ ରାଜନୈତିକ ଆକ୍ରୋଶର ପ୍ରଭାବ। ସେହିପରି ରାଜ୍ୟ ବାଣିଜ୍ୟକର ଅଧିକାରୀଙ୍କ ଚଢ଼ାଉବେଳେ ଅନ୍ୟ ଏକ ଚ୍ୟାନେଲ ଦେଖାଇଲା ଯେ ଇଏ ହେଉଛି ବିଜେଡି ସରକାରର ଆକ୍ରୋଶ ମୂଳକ ପଦକ୍ଷେପ । ଏପରିକି ଦୁଇ ନ୍ୟୁଜ ଚ୍ୟାନେଲର ଆଙ୍କର ମାନେ ବିଜେଡି ଓ ବିଜେପିର ମୁଖପାତ୍ରଙ୍କ ଭଳି ନିଜ ଭିତରେ ଲଢ଼ି ଚାଲିଲେ। କେବଳ ସେତିକି ନୁହେଁ, କିଛି ସାମ୍ବାଦିକ ମାଡ଼ ଖାଇବାର ଅଭିଯୋଗ ବି ଦେଖିବାକୁ ମିଳିଲା ଗୋଟିଏ ଚ୍ୟାନେଲରେ। ପ୍ରତିପକ୍ଷ ଚ୍ୟାନେଲ ଅଭିଯୋଗ କଲା ଶାସକ ଦଳ ଜାଣିଶୁଣି ଏଭଳି ଡ୍ରାମା କରାଉଛି ବୋଲି । ମାଡ଼ ଖାଇଥିବା ଅଭିଯୋଗ ନେଇ ଗୋଟିଏ ଚ୍ୟାନେଲର ପ୍ରତିନିଧି ମାନେ ଭେଟିଲେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ । ପଛେ ପଛେ ଶାସକ ବିଜେଡି ମଧ୍ୟ ଏହି ଚ୍ୟାନେଲ ପ୍ରତିନିଧି ମାନଙ୍କୁ ସମର୍ଥନ କରି ଅଭିଯୋଗ କଲା ନିର୍ବାଚନ ଅଧିକାରୀଙ୍କ ପାଖରେ । ପୁଣି ଟଙ୍କା ବାଣ୍ଟୁଛନ୍ତି ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲର ପ୍ରତିନିଧି ବୋଲି ଅଭିଯୋଗ କଲା ଶାସକ ବିଜେଡି। ସେହିପରି ଲୋକଙ୍କ ପାଖରେ ବିଜେପି ସମର୍ଥିତ ଚ୍ୟାନେଲ ଭାବେ ପରିଚିତ ହୋଇଥିବା ଚ୍ୟାନେଲଟି ଏକ ଖବର ପ୍ରସାରଣ କଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ନେଇ। ସଂଧ୍ୟାରେ ଗର୍ଜିଲେ ଏହି ଚ୍ୟାନେଲର ଆଙ୍କର । ପୁଣି ରାତିରେ ଦର୍ଶକଙ୍କୁ ଭୁଲ ମାଗିଲେ ସେମାନେ ଦେଖାଇଥିବା ଖବରଟି ଭୁଲ୍ ଥିଲା ବୋଲି । ମୋଟାମୋଟି ଭାବେ ନ୍ୟୁଜ ଚ୍ୟାନେଲ ଦୁଇଟିର ଖବର ପରିବେଷଣ ଶୈଳୀକୁ ଯଦି ତର୍ଜମା କରାଯାଏ, ତେବେ ସାମ୍ବାଦିକ ମାନେ ମାଡ଼ଖାଇବା, ମିଛ ଖବର ପରିବେଷଣ କରିବା ଓ ଟଙ୍କା ବାଣ୍ଟିବା ଆଦି ଘଟଣା ଓଡ଼ିଶାର ଅନ୍ୟ ମିଡ଼ିଆ ହାଉସରେ ଆଲୋଚନା ପାଇଁ ଖୋରାକ ଯୋଗାଇଲା ।

ଏବେ ନ୍ୟୁଜ ଚ୍ୟାନେଲର ଦର୍ଶକ ମାନେ ଭାବନ୍ତୁ ଉପନିର୍ବାଚନ ସମୟରେ ଦୁଇଟି ଚ୍ୟାନେଲର ଭୂମିକା କଣ ରହିଲା ? ଦୁଇ ଚ୍ୟାନେଲର କର୍ମଚାରୀ ମାନେ ସାମ୍ବାଦିକତା କରୁଥିଲେ ନା ୨ଟି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଥିଲେ ? ଦର୍ଶକ ମାନଙ୍କ ପାଇଁ ଖବର ପରିବେଷଣ କରୁଥିଲେ ନା ଟିଭି ସିରିଏଲ ଅଭିନେତା / ଅଭିନେତ୍ରୀଙ୍କ ଭଳି ଅଭିନୟ କରୁଥିଲେ? ଧାମନଗର ହେଉ ଅବା ପଦମପୁର ଏହି ଦୁଇ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକଙ୍କ ଠାରୁ ସଂପାଦକଙ୍କ ପର୍ଯ୍ୟନ୍ତ ଦୁଇଟି ଦଳ ପାଇଁ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବାର ଲୋକେ ଭାବିବେ ନା ନାହିଁ ? ଶେଷରେ ଏହି ନ୍ୟୁଜ ଚ୍ୟାନେଲର କର୍ମଚାରୀଙ୍କ ଆଚରଣ ଓ ଉଚ୍ଚାରଣ ଓଡ଼ିଶାର ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇ ଦେଲା ଯେ କାହିଁକି ଏଭଳି ଖବର ପ୍ରସାରଣ କରୁଛନ୍ତି ଓ କାହାର ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏମାନେ ବ୍ୟବହାର ହେଉଛନ୍ତି ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.