• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

୨୩ର ରାଜନୀତି …

୨୩ର ରାଜନୀତି …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ଜାନୁୟାରୀ ୨୦୨୩

୨୦୨୩ ହେଉଛି ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ୯ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା ଏବଂ ଜାମ୍ମୁ କାଶ୍ମୀରରେ ହେବ ନିର୍ବାଚନ । ଏଣୁ ସ୍ଵାଭାବିକ ଭାବେ ୨୦୨୩ ମସିହା ଏକ ବ୍ୟସ୍ତ ବହୁଳ ବର୍ଷ ହେବ ବିଜେପି, କଂଗ୍ରେସ ଓ କିଛି ଆଞ୍ଚଳିକ ରାଜନୈତିକ ଦଳ ମାନଙ୍କ ପାଇଁ । ମାତ୍ର ଓଡ଼ିଶାରେ ନିର୍ବାଚନ ନଥିଲେ ମଧ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ରହିବ।

ଶାସନ କ୍ଷମତାରେ ଥିବା ବିଜେଡି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପାଇଁ । ୨୦୨୨ ମସିହା ଶେଷ ଆଡ଼କୁ ହୋଇଥିବା ପଦ୍ମପୁର ଉପନିର୍ବାଚନ ପରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇର କ୍ଳାଇମାକ୍ସ ଉପରେ ଏବେ ସମସ୍ତଙ୍କ ନଜର । ଉପନିର୍ବାଚନ ହାରିବା ପରେ ବିଜେପି ଖୋଜୁଛି ଏହାର କାରଣ । ବିଜେଡିର ବୃହତ ବ୍ୟବଧାନରେ ବିଜୟ ଅସୁବିଧାରେ ପକାଇଦେଇଛି ବିଜେପିର ରାଜ୍ୟ ନେତୃତ୍ୱକୁ । ଆଭାସ ମିଳୁଛି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ହୋଇପାରେ ରାଜ୍ୟ ସଭାପତି ଓ ତାଙ୍କ ଟିମରେ ଏକ ବଡ଼ ପରିବର୍ତ୍ତନ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଦଳ ଏକାକୀ ଭରସା କରିବ କି ନାହିଁ ସେ ନେଇ ମଧ୍ୟ ଦଳ ଭିତରେ ଚାଲିଛି ବେଶ୍ ଆଲୋଚନା । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଦଳ ଲଢ଼ିବ ନା ଆଉ କାହାକୁ ଏଥିପାଇଁ ବଛାଯିବ ତାହା ଏବେ ରାଜ୍ୟ ବିଜେପି ପାଇଁ ବଡ଼ ପ୍ରଶ୍ନ । ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ମନମୋହନ ସାମଲ ଓ ସମ୍ବିତ ପାତ୍ର ଆଦି ନେତାଙ୍କ ଉପରେ ମଧ୍ୟ ଦଳର ହାଇକମାଣ୍ଡଙ୍କର ନଜର ରହିଛି । ଓଡ଼ିଶାରେ ଏହି ନେତାମାନେ ଏକାଠି ନହେଲେ ଶାସକ ବିଜେଡି ସହ ଲଢ଼ିବା ସମ୍ଭବପର ହେବ ନାହିଁ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଭିମୁଖ୍ୟ ଏବେବି ସନ୍ଦେହ ଘେରରେ । ଯଦି ତାଙ୍କୁ ପୂର୍ଣ୍ଣକାଳୀନ ଦାୟିତ୍ୱ ଦିଆଯାଏ ସେ ନିଜେ ଜିତିବା ପାଇଁ ଚେଷ୍ଟା କରିବେ ନା ଦଳକୁ ଜିତାଇବା ପାଇଁ କାର୍ଯ୍ୟ କରିବେ ତାହା ଏକ ବଡ଼ ପ୍ରଶ୍ନ । ଏବେବି ଦଳରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ରହିଛି ଏହା ସତ ଅନ୍ୟ ପକ୍ଷରେ ଧର୍ମେନ୍ଦ୍ରଙ୍କ ସହ ଶାସକ ଦଳ ବିଜେଡିର ନିବିଡ଼ ସମ୍ପର୍କ ନେଇ ମଧ୍ୟ ଦଳ ଭିତରେ ଓ ବାହାରେ ଆଲୋଚନା ଚାଲିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସତରେ କ’ଣ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ଚାହିଁବେ ବୋଲି ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟରେ ସନ୍ଦେହ ରହିଛି ।

ସେହିପରି ଅନ୍ୟତମ ବିରୋଧୀ କଂଗ୍ରେସର ସଭାପତି ପରିବର୍ତ୍ତନ ପରେ ମଧ୍ୟ ଦଳର କର୍ମକର୍ତ୍ତା ଘୋଷଣା ଅଟକି ରହିଛି । ପିସିସି ସଭାପତିଙ୍କୁ ଦଳ ଭିତରୁ ବାରମ୍ବାର ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡ଼ୁଛି । ସେ ନିଜେ କୌଣସି ନିଷ୍ପତ୍ତି ନେଇ ପାରୁନାହାଁନ୍ତି ଓ ଦଳ ବିରୋଧୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦଳର ହାଇକମାଣ୍ଡ ତାଙ୍କୁ ଆଗକୁ ଛାଡ଼ୁନାହାଁନ୍ତି । ଅନ୍ୟ ପକ୍ଷରେ କଂଗ୍ରେସର ବହୁ ନିର୍ବାଚିତ ବିଧାୟକ ନିଜ ନିଜର ରାସ୍ତା ଖୋଜି ସାରିଲେଣି। ତେଣୁ ଏଭଳି ସ୍ଥିତିରେ କଂଗ୍ରେସ କାହାକୁ ନେଇ ୨୦୨୪ପାଇଁ ପ୍ରସ୍ତୁତ କରିବ ତାହା କହିବା ମୁସ୍କିଲ । ଗତ ଥର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ହାତେଇଥିବା କଂଗ୍ରେସ ଏଥର କାହାକୁ ଟିକେଟ ଦେବ ତାହା ଏବେ ଦଳ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।

ଅପରପକ୍ଷେ କଂଗ୍ରେସ ଭୋଟକୁ ନିଜ ପକେଟକୁ ନେଇ ଚାଲିଥିବା ଓ ନେତାଙ୍କୁ ନିଜ ଦଳରେ ମିଶାଇ ଚାଲିଥିବା ଶାସକ ବିଜେଡି ଅପେକ୍ଷାକୃତ ସହଜ ସ୍ଥିତିରେ ରହିଛି। ତଥାପି ଦଳ ଭିତରେ ଚାପା ଅସନ୍ତୋଷ ଶାସକ ଦଳକୁ ଅସ୍ତବ୍ୟସ୍ତ କଲାଣି । ବହୁ ବରିଷ୍ଠ ନେତାଙ୍କୁ ଏଥର ଟିକେଟ ମିଳିବ ନାହିଁ, ତା ସାଙ୍ଗକୁ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ପୂର୍ବତନ ମନ୍ତ୍ରୀମାନଙ୍କ ବଦଳରେ ବିଜେଡି ନୂଆ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଇଛି । ବିଜେଡି ଭିତରେ ବରିଷ୍ଠ, କନିଷ୍ଠ ଓ ପ୍ରଭାବଶାଳୀ ଭାବେ ଏବେ ୩ଟି ଭାଗରେ ନେତାମାନେ ଭାଗ ହୋଇସାରିଲେଣି । ଆଉ କିଛି ନେତା ମଧ୍ୟ ଅମଲାଙ୍କ ହାକିମାତି ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳୁଛି । ସେମାନଙ୍କ ଟିକେଟ କଟିଲେ “ଧାମନଗର ମଡ଼େଲ” ଭାବରେ ବିଜେଡିକୁ ଅଡୁଆରେ ପକାଇବା ପାଇଁ ଅନେକ ନେତା ଏବେ ମେଳି ହେବା ଆରମ୍ଭ କରିଛନ୍ତି ।

ତେବେ ଅସନ୍ତୁଷ୍ଟକୁ ମନାଇବା ବିଜେଡି ପାଇଁ ବଡ଼ ଆହ୍ୱାନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ଅନ୍ୟ କୌଣସି ନୂଆ ନେତୃତ୍ୱକୁ ନେଇ ବିଜେପି ଆଗକୁ ବଢ଼ିବ, ସେହି ଚିନ୍ତା ବିଜେପିକୁ ଦୋଛକିରେ ପକାଇଦେଇଛି । ୨୦୨୩ ମସିହାରେ ଶାସକ ଦଳ ବିଜେଡିର ପୁରୁଖା ଓ ପ୍ରଭାବଶାଳୀ ଯୁବନେତାଙ୍କ ଭିତରେ ଆରମ୍ଭ ହୋଇଥିବା ପତିଆରା ବିବାଦ ଏବଂ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ବିରୋଧୀ କ୍ୟାମ୍ପ ମଧ୍ୟରେ ଚାଲିଥିବା ଛକାପଞ୍ଝା ହିଁ ବୟାନ କରିବ ୨୦୨୪ ପୂର୍ବର ସ୍ଥିତିକୁ ।

Nirvik Bureau

Nirvik Bureau

Related Posts

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?
Politics

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

by Nirvik Bureau
April 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଏପ୍ରିଲ, ୨୦୨୬ ଗତ ୧୭ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ...

Read more
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.