• About
  • Contact
Wednesday, July 16, 2025
Wednesday, July 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

୨୩ର ରାଜନୀତି …

୨୩ର ରାଜନୀତି …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ଜାନୁୟାରୀ ୨୦୨୩

୨୦୨୩ ହେଉଛି ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ୯ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା ଏବଂ ଜାମ୍ମୁ କାଶ୍ମୀରରେ ହେବ ନିର୍ବାଚନ । ଏଣୁ ସ୍ଵାଭାବିକ ଭାବେ ୨୦୨୩ ମସିହା ଏକ ବ୍ୟସ୍ତ ବହୁଳ ବର୍ଷ ହେବ ବିଜେପି, କଂଗ୍ରେସ ଓ କିଛି ଆଞ୍ଚଳିକ ରାଜନୈତିକ ଦଳ ମାନଙ୍କ ପାଇଁ । ମାତ୍ର ଓଡ଼ିଶାରେ ନିର୍ବାଚନ ନଥିଲେ ମଧ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ରହିବ।

ଶାସନ କ୍ଷମତାରେ ଥିବା ବିଜେଡି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପାଇଁ । ୨୦୨୨ ମସିହା ଶେଷ ଆଡ଼କୁ ହୋଇଥିବା ପଦ୍ମପୁର ଉପନିର୍ବାଚନ ପରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇର କ୍ଳାଇମାକ୍ସ ଉପରେ ଏବେ ସମସ୍ତଙ୍କ ନଜର । ଉପନିର୍ବାଚନ ହାରିବା ପରେ ବିଜେପି ଖୋଜୁଛି ଏହାର କାରଣ । ବିଜେଡିର ବୃହତ ବ୍ୟବଧାନରେ ବିଜୟ ଅସୁବିଧାରେ ପକାଇଦେଇଛି ବିଜେପିର ରାଜ୍ୟ ନେତୃତ୍ୱକୁ । ଆଭାସ ମିଳୁଛି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ହୋଇପାରେ ରାଜ୍ୟ ସଭାପତି ଓ ତାଙ୍କ ଟିମରେ ଏକ ବଡ଼ ପରିବର୍ତ୍ତନ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଦଳ ଏକାକୀ ଭରସା କରିବ କି ନାହିଁ ସେ ନେଇ ମଧ୍ୟ ଦଳ ଭିତରେ ଚାଲିଛି ବେଶ୍ ଆଲୋଚନା । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଦଳ ଲଢ଼ିବ ନା ଆଉ କାହାକୁ ଏଥିପାଇଁ ବଛାଯିବ ତାହା ଏବେ ରାଜ୍ୟ ବିଜେପି ପାଇଁ ବଡ଼ ପ୍ରଶ୍ନ । ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ମନମୋହନ ସାମଲ ଓ ସମ୍ବିତ ପାତ୍ର ଆଦି ନେତାଙ୍କ ଉପରେ ମଧ୍ୟ ଦଳର ହାଇକମାଣ୍ଡଙ୍କର ନଜର ରହିଛି । ଓଡ଼ିଶାରେ ଏହି ନେତାମାନେ ଏକାଠି ନହେଲେ ଶାସକ ବିଜେଡି ସହ ଲଢ଼ିବା ସମ୍ଭବପର ହେବ ନାହିଁ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଭିମୁଖ୍ୟ ଏବେବି ସନ୍ଦେହ ଘେରରେ । ଯଦି ତାଙ୍କୁ ପୂର୍ଣ୍ଣକାଳୀନ ଦାୟିତ୍ୱ ଦିଆଯାଏ ସେ ନିଜେ ଜିତିବା ପାଇଁ ଚେଷ୍ଟା କରିବେ ନା ଦଳକୁ ଜିତାଇବା ପାଇଁ କାର୍ଯ୍ୟ କରିବେ ତାହା ଏକ ବଡ଼ ପ୍ରଶ୍ନ । ଏବେବି ଦଳରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ରହିଛି ଏହା ସତ ଅନ୍ୟ ପକ୍ଷରେ ଧର୍ମେନ୍ଦ୍ରଙ୍କ ସହ ଶାସକ ଦଳ ବିଜେଡିର ନିବିଡ଼ ସମ୍ପର୍କ ନେଇ ମଧ୍ୟ ଦଳ ଭିତରେ ଓ ବାହାରେ ଆଲୋଚନା ଚାଲିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସତରେ କ’ଣ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ଚାହିଁବେ ବୋଲି ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟରେ ସନ୍ଦେହ ରହିଛି ।

ସେହିପରି ଅନ୍ୟତମ ବିରୋଧୀ କଂଗ୍ରେସର ସଭାପତି ପରିବର୍ତ୍ତନ ପରେ ମଧ୍ୟ ଦଳର କର୍ମକର୍ତ୍ତା ଘୋଷଣା ଅଟକି ରହିଛି । ପିସିସି ସଭାପତିଙ୍କୁ ଦଳ ଭିତରୁ ବାରମ୍ବାର ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡ଼ୁଛି । ସେ ନିଜେ କୌଣସି ନିଷ୍ପତ୍ତି ନେଇ ପାରୁନାହାଁନ୍ତି ଓ ଦଳ ବିରୋଧୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦଳର ହାଇକମାଣ୍ଡ ତାଙ୍କୁ ଆଗକୁ ଛାଡ଼ୁନାହାଁନ୍ତି । ଅନ୍ୟ ପକ୍ଷରେ କଂଗ୍ରେସର ବହୁ ନିର୍ବାଚିତ ବିଧାୟକ ନିଜ ନିଜର ରାସ୍ତା ଖୋଜି ସାରିଲେଣି। ତେଣୁ ଏଭଳି ସ୍ଥିତିରେ କଂଗ୍ରେସ କାହାକୁ ନେଇ ୨୦୨୪ପାଇଁ ପ୍ରସ୍ତୁତ କରିବ ତାହା କହିବା ମୁସ୍କିଲ । ଗତ ଥର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ହାତେଇଥିବା କଂଗ୍ରେସ ଏଥର କାହାକୁ ଟିକେଟ ଦେବ ତାହା ଏବେ ଦଳ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।

ଅପରପକ୍ଷେ କଂଗ୍ରେସ ଭୋଟକୁ ନିଜ ପକେଟକୁ ନେଇ ଚାଲିଥିବା ଓ ନେତାଙ୍କୁ ନିଜ ଦଳରେ ମିଶାଇ ଚାଲିଥିବା ଶାସକ ବିଜେଡି ଅପେକ୍ଷାକୃତ ସହଜ ସ୍ଥିତିରେ ରହିଛି। ତଥାପି ଦଳ ଭିତରେ ଚାପା ଅସନ୍ତୋଷ ଶାସକ ଦଳକୁ ଅସ୍ତବ୍ୟସ୍ତ କଲାଣି । ବହୁ ବରିଷ୍ଠ ନେତାଙ୍କୁ ଏଥର ଟିକେଟ ମିଳିବ ନାହିଁ, ତା ସାଙ୍ଗକୁ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ପୂର୍ବତନ ମନ୍ତ୍ରୀମାନଙ୍କ ବଦଳରେ ବିଜେଡି ନୂଆ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଇଛି । ବିଜେଡି ଭିତରେ ବରିଷ୍ଠ, କନିଷ୍ଠ ଓ ପ୍ରଭାବଶାଳୀ ଭାବେ ଏବେ ୩ଟି ଭାଗରେ ନେତାମାନେ ଭାଗ ହୋଇସାରିଲେଣି । ଆଉ କିଛି ନେତା ମଧ୍ୟ ଅମଲାଙ୍କ ହାକିମାତି ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳୁଛି । ସେମାନଙ୍କ ଟିକେଟ କଟିଲେ “ଧାମନଗର ମଡ଼େଲ” ଭାବରେ ବିଜେଡିକୁ ଅଡୁଆରେ ପକାଇବା ପାଇଁ ଅନେକ ନେତା ଏବେ ମେଳି ହେବା ଆରମ୍ଭ କରିଛନ୍ତି ।

ତେବେ ଅସନ୍ତୁଷ୍ଟକୁ ମନାଇବା ବିଜେଡି ପାଇଁ ବଡ଼ ଆହ୍ୱାନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ଅନ୍ୟ କୌଣସି ନୂଆ ନେତୃତ୍ୱକୁ ନେଇ ବିଜେପି ଆଗକୁ ବଢ଼ିବ, ସେହି ଚିନ୍ତା ବିଜେପିକୁ ଦୋଛକିରେ ପକାଇଦେଇଛି । ୨୦୨୩ ମସିହାରେ ଶାସକ ଦଳ ବିଜେଡିର ପୁରୁଖା ଓ ପ୍ରଭାବଶାଳୀ ଯୁବନେତାଙ୍କ ଭିତରେ ଆରମ୍ଭ ହୋଇଥିବା ପତିଆରା ବିବାଦ ଏବଂ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ବିରୋଧୀ କ୍ୟାମ୍ପ ମଧ୍ୟରେ ଚାଲିଥିବା ଛକାପଞ୍ଝା ହିଁ ବୟାନ କରିବ ୨୦୨୪ ପୂର୍ବର ସ୍ଥିତିକୁ ।

Nirvik Bureau

Nirvik Bureau

Related Posts

The Delhi Message
Politics

The Delhi Message

by Nirvik Bureau
February 9, 2025

The Nirvik Bureau, Bhubaneswar, 9 February 2025 The AAP's resistance to the might of Modi and BJP has finally fallen...

Read more
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …

June 30, 2023
ବିରୋଧୀ ମେଳି : ପାଟନାରୁ ଶିମଲା…

ବିରୋଧୀ ମେଳି : ପାଟନାରୁ ଶିମଲା…

June 26, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.