• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନଡ୍ଡାଙ୍କ ଗସ୍ତର ଏପାଖ ସେପାଖ…

ନଡ୍ଡାଙ୍କ ଗସ୍ତର ଏପାଖ ସେପାଖ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ଜୁନ୍ ୨୦୨୩

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର କଳାହାଣ୍ଡି ଗସ୍ତ ଏକ ନୂଆ ରାଜନୈତିକ ବାର୍ତ୍ତା ଦେଉଛି । ଭବାନୀପାଟଣାରେ ମହା ଜନସଂପର୍କ ସମାବେଶରେ ଯୋଗଦେଇ ମୋଦୀ ସରକାରଙ୍କର ସଫଳତା ବାବଦରେ ଲୋକଙ୍କ ପାଖରେ ରଖିଲେ ତଥ୍ୟ । ଏପରିକି ବିରୋଧୀ ଦଳ ମାନଙ୍କୁ ମଧ୍ୟ ସମାଲୋଚନା କଲେ ନଡ୍ଡା । ମୋଦୀ ସରକାରଙ୍କର ସଫଳତା କଥା ଶେଷ କରୁ କରୁ ଆରମ୍ଭ କରିଦେଲେ ଓଡ଼ିଶା ସରକାରଙ୍କୁ ସମାଲୋଚନା । ଓଡ଼ିଶାକୁ ମୋଦୀ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ରାଜ୍ୟ କାହିଁକି ପଛୁଆ ହୋଇ ରହିଛି ବୋଲି ପ୍ରଶ୍ନ କରିବା ସହ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନା କାହିଁକି ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରୁନାହିଁ ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଇଥିବା ବେଳେ ଯୋଗ୍ୟ ହିତାଧିକାରୀ କାହିଁକି ଏହା ପାଇବାରୁ ବଂଚିତ ? ଏଭଳି ପ୍ରଶ୍ନ ପଚାରିବା ସହ ସିଧାସଳଖ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ଏପରିକି ଆବାସ ଯୋଜନାରେ ଦୁର୍ନୀତି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜେଲ ପଠାଯିବ ବୋଲି ସେ କହିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୂର୍ବରୁ ପଚାରିଥିବା ପ୍ରଶ୍ନ ଓଡ଼ିଶାକୁ କିଏ ଚଳାଉଛିକୁ ପୁଣି ଦୋହରାଇ ଥିଲେ । କେବଳ ସେତିକି ନୁହେଁ, ଓଡ଼ିଶାକୁ ନେତା ନା ଅଫିସର ଚଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ବିଜେଡି ସାଂସଦ ଓ ବିଧାୟକଙ୍କ କଥା ଓଡ଼ିଶାରେ କେହି ଶୁଣୁ ନାହାନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀଙ୍କ ହାତରେ ପୂରା ଶାସନକୁ ଟେକି ଦେଇଛନ୍ତି ବୋଲି କହିବା ସହ ଓଡ଼ିଶାରେ ଏକ “ଆଉଟ ସୋର୍ସିଂ” ସରକାର ଚାଲିଛି ବୋଲି ସେ କହିଥିଲେ । ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଆକ୍ଷେପ ପ୍ରମାଣିତ କରିଛି ଯେ, ରାଜ୍ୟ ବିଜେପିର ନେତା ମାନଙ୍କ ସ୍ୱର ସହ ସେ ସହମତ ଅଛନ୍ତି ବୋଲି । ଏହି ମହା ଜନସଂପର୍କ ସମାବେଶରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଭିଭାଷଣରେ ଓଡ଼ିଶା ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ବିଜେପିର ପରିବର୍ତ୍ତିତ ରଣାନୀତିର ଏକ ସଂକେତ ହୋଇଥାଇପାରେ ।

ପୂର୍ବରୁ ନଡ୍ଡା ଆସିଲେ କ’ଣ କହିବେ, ରାଜ୍ୟ ସରକାରଙ୍କୁ ସମାଲୋଚନା କରିବେ କି ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହାର ଅବସାନ ଘଟିଛି । ଯଦିଓ ଅନ୍ୟ ଅଣ ବିଜେପି ଦଳ ପ୍ରତି ବିଜେପିର କଟାକ୍ଷ ଯେତେ ଶାଣିତ, ସେହି ତୁଳନାରେ ବିଜେଡି ପ୍ରତି ନହୋଇଥିଲେ ମଧ୍ୟ ବିଜେଡି ସହ ଆଗାମୀ ନିର୍ବାଚନରେ ବିଜେପି ଲଢ଼ିବ ବୋଲି ଏକ ବାର୍ତ୍ତା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଭରସା ପାଇବା ପରେ ଓଡ଼ିଶା ବିଜେପିର ନେତା ମାନେ ଏବେ ଆଗକୁ ବଢୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ମାତ୍ର ରାଜ୍ୟ ବିଜେପି ଓ ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ମଧ୍ୟରେ ଯେଉଁ ଫରକ ଅନୁଭବ କରାଯାଉଥିଲା ପୂର୍ବରୁ, ସେଥିରେ ଏବେ ପରିବର୍ତ୍ତନ ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ବିଶ୍ୱାସ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.