• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ଜୁନ୍ ୨୦୨୩

ଦିନକୁ ଦିନ ହିଂସାକାଣ୍ଡ ଓ ସଂଘର୍ଷ ଯୋଗୁଁ ମଣିପୁରର ପରିସ୍ଥିତି କ୍ରମଶଃ ଖରାପ ହୋଇ ଚାଲିଛି । ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ହରାଉଛନ୍ତି ସାଧାରଣ ଲୋକ । ଆଦିମ ଅଧିବାସୀଙ୍କ ସଂଘର୍ଷରେ ଅନେକ ଧନଜୀବନ ହାନୀ ହୋଇଛି। ଏପରିକି ଗୁରୁବାର ଦିନ ମଣିପୁରରେ ଘଟିଥିବା ସାନି ହିଂସାକାଣ୍ଡରେ ନିରାପତ୍ତା ବଳ ଓ ସନ୍ଦିଗ୍ଧ ଦଙ୍ଗାକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏନେଇ ବାରମ୍ବାର ପ୍ରତିବାଦକାରୀ ଓ ରାଜନୈତିକ ଦଳ ମାନେ କେନ୍ଦ୍ରସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବୀ କରିଆସୁଛନ୍ତି । ପୂର୍ବରୁ କୁକି ସମ୍ପ୍ରଦାୟର ସଦସ୍ୟ ମାନେ ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିସାରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁର ଆସି ସ୍ଥିତି ସମୀକ୍ଷା କରି ଫେରିଛନ୍ତି । ମାତ୍ର ମଣିପୁର ତଥାପି ଅଶାନ୍ତ ରହିଛି। ରାଜ୍ୟରେ ଥିବା ନିର୍ବାଚିତ ସରକାରଙ୍କ ଉପରେ ଲୋକଙ୍କ ଭରସା ଥିବାଭଳି ମନେ ହେଉନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଘଟଣାସ୍ଥଳୀକୁ ନଯିବା ପାଇଁ ସୁରକ୍ଷାବଳ ରୋକିବା ଘଟଣାକୁ ବିରୋଧୀ ଦଳ ପ୍ରସଙ୍ଗ କରିଛନ୍ତି । ତେବେ କଂଗ୍ରେସ ନେତାଙ୍କ ଏହି ଗସ୍ତ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ସୋସିଆଲ ମିଡ଼ିଆରେ ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଏକ ପ୍ରକାର ଲଢ଼େଇ ଚାଲିଛି ।

ଅନ୍ୟ ପକ୍ଷରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବା ନେଇ ଏବେ ଚର୍ଚ୍ଚା ଚାଲିଛି । ମଣିପୁରର ସ୍ଥାନୀୟ ସମ୍ବାଦପତ୍ରର ସୂଚନା ଅନୁସାରେ ମଣିପୁର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି । ଖବର କାଗଜ ରିପୋର୍ଟ ବିରୋଧରେ ମଧ୍ୟ ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉତ୍ତରପୂର୍ବ ରାଜ୍ୟର ବିକାଶକୁ ପ୍ରମୁଖତା ଦେଇଥିବା କେନ୍ଦ୍ର ସରକାରଙ୍କ ପାଇଁ ମଣିପୁର ମୁଣ୍ଡବ୍ୟଥା ପାଲଟିଛି। କାହିଁକି ମଣିପୁର ହିଂସାକୁ ରାଜ୍ୟସରକାର ନିୟନ୍ତ୍ରଣ କରିପାରୁ ନାହାଁନ୍ତି ? ଯଦି ରାଜ୍ୟ ସରକାର ଏହି ହିଂସା ନିୟନ୍ତ୍ରଣରେ ବିଫଳ, ତେବେ କେନ୍ଦ୍ର ସରକାର ନିରବ ରହିବାର କାରଣ କ’ଣ ? କେତେଦିନ ପର୍ଯ୍ୟନ୍ତ କେନ୍ଦ୍ରସରକାର ମଣିପୁର ଘଟଣା ବାବଦରେ ରାଜ୍ୟ ସରକାରଙ୍କୁ ମହଲତ ଦେବେ ? ମଣିପୁର ହିଂସା ବାବଦରେ ଖୋଦ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ କାହିଁକି ? କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ପରେ ମଣିପୁର ସ୍ଥିତି ବାବଦରେ କେନ୍ଦ୍ରସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଭୟ କରୁଛନ୍ତି କାହିଁକି ? ଏଭଳି ଅନେକ ପ୍ରଶ୍ନ ଏବେ ମଣିପୁର ସମେତ ସାରା ଦେଶରେ ଲୋକଙ୍କ ମନରେ ଉଠିଛି । ଉଗ୍ରବାଦ ଓ ଆତଙ୍କବାଦ କାର୍ଯ୍ୟକଳାପ ଉପରେ କଠୋର ମନୋଭାବ ପୋଷଣ କରୁଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ରସରକାର ମଣିପୁର ହିଂସା ବାବଦରେ ଅନ୍ୟ କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉନି ତ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.