• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

5G ବନାମ 5T …

5G ବନାମ 5T …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୫ ଜାନୁଆରୀ ୨୦୨୩

ଓଡ଼ିଶାର କଟକ ଓ ଭୁବନେଶ୍ୱରରେ 5G ସେବାର ଶୁଭାରମ୍ଭ ହୋଇଛି । ଯାହାକି ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର । ଏହି ଦୁଇ ସହରର ଟେଲିକମ୍ ଉପଭୋକ୍ତା ମାନେ ଏହି ସେବାର ଲାଭ ଉଠାଇ ପାରିବେ । ଏହି ସେବା ଆରମ୍ଭ କରି ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ଏପରିକି ଆସନ୍ତା ୨୦୨୪ ଡିସେମ୍ବର ୩୧ତାରିଖ ସୁଦ୍ଧା ଏହି ସେବା ରାଜ୍ୟର ସମସ୍ତ ସ୍ଥାନରେ ମିଳିପାରିବ ବୋଲି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟରେ ୮ଟି ସ୍ଥାନରେ ଟେକ୍ନୋଲୋଜି ପାର୍କ କାର୍ଯ୍ୟକ୍ଷମ ହେବାସହ ୫୦୦୦ରୁ ଅଧିକ ମୋବାଇଲ୍ ଟାୱାର ସ୍ଥାପନ ହେବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଗୋଟିଏ ଦିନରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତି ଓ ଓଡ଼ିଶାରେ ଉନ୍ନତ ମାନର ଟେଲିକମ୍ ଯୋଗାଇଦେବାର ପ୍ରତିଶୃତି ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜେଡିକୁ ବିଚଳିତ କରିଦେଇଛି ।

5G ସେବାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଶାସକ ବିଜେଡି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିବାକୁ ଯାଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସଭା ସାଂସଦ ତଥା ବିଜେଡିର ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ବର୍ଷିଛନ୍ତି କେନ୍ଦ୍ର ସରକାରଙ୍କ ଉପରେ । ଏପରିକି ଏହି ଯୋଜନାକୁ ପ୍ରଚାର ସର୍ବସ୍ୱ କରାନଯାଉ ବୋଲି ସେ କହିଛନ୍ତି । ବିଜେଡିର ଏହି ଜାତୀୟ ମୁଖପାତ୍ର ଓଡ଼ିଶାର ଟେଲି ଘନତ୍ଵ ଦେଶର ୫ଟି ପଛୁଆ ରାଜ୍ୟ ଭିତରେ ରହିଛି ବୋଲି ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । ‘ଟ୍ରାଇ’ର ଏକ ରିପୋର୍ଟକୁ ଉଲ୍ଲେଖ କରି ସେ କହିଛନ୍ତି ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ଟେଲି ଘନତ୍ଵ ୭୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୭୫ ପ୍ରତିଶତ ରହିଛି ଓ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପରୋକ୍ଷରେ ସେ ଦୋଷ ଦେବାକୁ ପଛାଇ ନାହାଁନ୍ତି । ଏପରିକି ଏହି ସେବା ପହଞ୍ଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ଥିବା ବେଳେ ଏଯାଏଁ ମାତ୍ର ୪୮୮ଟି ଟାୱାର ପାଇଁ ମଞ୍ଜୁରୀ ମିଳିଛି ବୋଲି ବିଜେଡି ଜାତୀୟ ମୁଖପାତ୍ର ଅଭିଯୋଗ କରିଛନ୍ତି।

ସାଂସଦ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ଆଦର୍ଶ 5T ମଡ଼େଲ କାର୍ଯ୍ୟକାରିତା ହେବାରେ ମଧ୍ୟ ଦୁର୍ବଳ ଟେଲିକମ ସେବା ବାଧା ପହଞ୍ଚାଇଛି । 5Tର ଏକ ପ୍ରମୁଖ ଅଙ୍ଗ ହେଉଛି ଟେକ୍ନୋଲୋଜି । ନେଟୱର୍କ ନଥିବାରୁ ଟେକ୍ନୋଲୋଜି ମାଧ୍ୟମରେ ବହୁ ଜିଲ୍ଲା ମାନଙ୍କରେ ସ୍କୁଲ ପିଲାଙ୍କ ପାଖରେ ଶିକ୍ଷା ଓ ଗ୍ରାମାଞ୍ଚଳର ଲୋକ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଯାଇ ପାରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଆଜି ବି ଓଡ଼ିଶାର ଅନେକ ସ୍ଥାନରେ ଲୋକେ 2G, 3G ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ 5G ସେବା ଦୁଇଟି ସହରରେ ଆରମ୍ଭ କରି କାହିଁକି ବାହାବା ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଏହି ବିଜେଡି ସାଂସଦ । ବିଜେଡି ସାଂସଦଙ୍କ ଏହି ଅଭିଯୋଗ ଓ କେନ୍ଦ୍ର ଟେଲିକମ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ଶୈଳୀରୁ ବୁଝା ପଡ଼ୁଛି ଶାସକ ବିଜେଡିର ଉଦ୍ଦେଶ୍ୟ କ’ଣ ଓ କାହିଁକି 5G ସେବା ପ୍ରଦାନ ଆରମ୍ଭ ନେଇ ଦୁଇ ଦଳ ମୁହାଁ ମୁହିଁ ହୋଇଛନ୍ତି । ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳବାଇ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଜମି ଅଧିଗ୍ରହଣ ନେଇ ଅସହଯୋଗ ପ୍ରସଙ୍ଗ ଉଠାଇ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହାର ଜବାବ ରଖିବାକୁ ପଡ଼ିଥିଲା। ତା ପରଠାରୁ ବିଜେଡି ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଭିତରେ ଲଢ଼େଇ ଆରମ୍ଭ ହୋଇଯାଇଛି। ଏବେ ପୁଣି ବିଜେଡି ସାଂସଦଙ୍କ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସମାଲୋଚନା ଏକ ନୂଆ ଲଢ଼େଇର ସୂତ୍ରପାତ କରିନାହିଁ ତ? ଯଦି ଏହି ଲଢ଼େଇ ଆଗକୁ ଜାରୀରହେ ତେବେ ଏହାକୁ 5G ବନାମ 5T ବୋଲି କୁହାଯିବନି ତ ?

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.