• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆରମ୍ଭ ହେବ କି ଏମ୍ ଏସ୍ ପି ଲଢ଼େଇ…?

ଆରମ୍ଭ ହେବ କି ଏମ୍ ଏସ୍ ପି ଲଢ଼େଇ…?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୮ ଜୁନ୍ ୨୦୨୩

ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ ଏସ୍ ପି) ରେ ୧୪୩ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଧନରେ ଏମ୍ ଏସ୍ ପି ୨୦୪୦ ଟଙ୍କାକୁ ବୃଦ୍ଧି କରାଯାଇ ୨୧୮୩ ଟଙ୍କା ହୋଇଛି । ସେହିପରି ଏ-ଗ୍ରେଡ଼ ଧାନର ଏମ୍ ଏସ୍ ପି ୧୪୩ ଟଙ୍କା ବଢ଼ି ୨୨୦୩ ଟଙ୍କା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଏମ୍ ଏସ୍ ପି ଦରକୁ ମଂଜୁରୀ ମିଳିଛି । ଧାନର ଏହି ସର୍ବନିମ୍ନ ସହାୟକ ଦରବୃଦ୍ଧି ଏବେ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡି ଓ ବିରୋଧୀ ବିଜେପିକୁ ମଧ୍ୟ ଅଡ଼ୁଆରେ ପକାଇଛି ।

ସ୍ୱାମୀନାଥନ କମିସନ ଅନୁସାରେ ଧାନପାଇଁ ୩୫୦୦ ଟଙ୍କା ଖର୍ଚ୍ଚ ହେଉଛି । ଏପରିକି ଓଡ଼ିଶା ବିଧାନସଭାରେ ସର୍ବଦଳୀୟ କମିଟି ମଧ୍ୟ ଏହି ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ଦାବୀ କରିଆସୁଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଓଡ଼ିଶା ପକ୍ଷରୁ କରାଯାଉଥିବା ଦାବୀରେ ବିଜେଡି, ବିଜେପି ଓ କଂଗ୍ରେସର ସହମତି ରହିଛି । ଏବେ କେନ୍ଦ୍ରସରକାରଙ୍କର ଏହି ମୂଲ୍ୟ ବୃଦ୍ଧିକୁ ରାଜ୍ୟ ବିଜେପି ଓ ଶାସକ ବିଜେଡି କିଭଳି ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଏଣୁ ଧାନର ସର୍ବନିମ୍ନ ସାହାୟକ ମୂଲ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେବ ଚାଷୀଙ୍କ ଭୋଟକୁ ହାତେଇବା ପାଇଁ । ଏ ବାବଦରେ ବିଜେପି ବର୍ଦ୍ଧିତ ଦରକୁ ବିରୋଧ କରିପାରିବ ନାହିଁ, କାରଣ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟର ନେତା ବିରୋଧ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ଶାସକ ବିଜେଡି ଏହି ପ୍ରସଙ୍ଗରେ ଏବେ ମାପି ଚୁପି ପାଟି ଖୋଲିବ । କାରଣ ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା କ୍ଷମତା ବର୍ତ୍ତମାନ ବିଜେଡିର ନାହିଁ । ମାତ୍ର ନିରବ ରହିଲେ ସମସ୍ତ ଚାଷୀଙ୍କ ଭୋଟ ହାତେଇବାରେ ମଧ୍ୟ ବିଜେଡିକୁ ଅସୁବିଧା ହୋଇପାରେ ।ଅନ୍ୟତମ ରାଜନୈତିକ ଦଳ ଭାବେ ରାଜ୍ୟ କଂଗ୍ରେସ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିବ, ଏଥିରେ ସନ୍ଦେହ ନାହିଁ ।

ଏପରିକି ରାଜ୍ୟ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି । ସେମାନେ ପୁଣି ଏହାକୁ କେନ୍ଦ୍ର ସରକାରଙ୍କର ଚାଷୀଙ୍କ ପ୍ରତି ଅବହେଳା ଭାବେ ଦର୍ଶାଇବା ସହ ଚାଷୀଙ୍କୁ ଏହି ନିଷ୍ପତ୍ତି ବିରୋଧରେ ଯିବାପାଇଁ ପ୍ରବର୍ତ୍ତାଇବେ ।

ପୂର୍ବରୁ ବିଜେପି ମଧ୍ୟ ପ୍ରତିଶୃତି ଦେଇଥିଲା ଯେ, ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବ ବୋଲି, ମାତ୍ର ବାରମ୍ବାର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ୁଥିବା ବେଳେ ସ୍ୱାମୀନାଥନ କମିଟି ରିପୋର୍ଟକୁ ଅଣଦେଖା କରିଚାଲିଛି । ବିଜେପି ବିରୋଧରେ ଚାଷୀଙ୍କୁ ଏକଜୁଟ କରିବା ପାଇଁ ବିଜେଡି ଓ କଂଗ୍ରେସ ଚେଷ୍ଟା କରିବା କଥା । ଏପରିକି ଚାଷୀ ସଂଗଠନ ଗୁଡ଼ିକୁ ମଧ୍ୟ ନିଜ ସପକ୍ଷର ନେବାକୁ ଦୁଇଦଳ ଚେଷ୍ଟା କରି ପାରନ୍ତି ।

ତେବେ ଚାଷୀ ବହୁଳ ଅଞ୍ଚଳ ବିଶେଷକରି ପଶ୍ଚିମ ଓଡ଼ିଶାର ଚାଷୀଙ୍କ ଭୋଟକୁ ନିଜ ସପକ୍ଷରେ ନେବାପାଇଁ ବୋଧହୁଏ ଶାସକ ବିଜେଡି ଓ କଂଗ୍ରେସ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗକୁ ଏକ ନିର୍ବାଚନୀ ପ୍ରସଙ୍ଗ କରି ପାରନ୍ତି । ଏବେ ନହେଲେ ବି ବିଳମ୍ବରେ ମଧ୍ୟ ଶାସକ ବିଜେଡି ଚାଷୀ ସଂଗଠନ ଦ୍ୱାରା ମଧ୍ୟ ପଶ୍ଚିମ ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରସରକାଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ବାବଦରେ ସ୍ୱର ଉତ୍ତୋଳନ କରିପାରେ । ଯଦି ବିଜେଡି, କଂଗ୍ରେସ ଓ ଚାଷୀ ସଂଗଠନ ମାନେ ଭିନ୍ନ ଭିନ୍ନ ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ଆନ୍ଦୋଳନ କରନ୍ତି ତେବେ ବିଜେପି ବିରୋଧରେ ପଶ୍ଚିମ ଓଡ଼ିଶାରେ ଏହା ଏକ ନିର୍ବାଚନୀ ପ୍ରସଙ୍ଗ ଭାବେ ଚାଷୀ ମାନଙ୍କୁ ପ୍ରଭାବିତ କରିବ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.