• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅବାଧ ଓ ମୁକ୍ତ ନିର୍ବାଚନ ସମ୍ଭବ କି ?

ଅବାଧ  ଓ ମୁକ୍ତ ନିର୍ବାଚନ ସମ୍ଭବ କି ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୧ ଜୁନ୍ ୨୦୨୩

ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ କୋଲକାତା ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ରାଜ୍ୟ ନିର୍ବାଚନ କମିସନଙ୍କୁ ମଧ୍ୟ ତାଗିଦ୍ କରି କହିଛନ୍ତି, ନିର୍ବାଚନ ମାନେ ନୁହେଁ ହିଂସାକୁ ଲାଇସେନ୍ସ ମିଳିଗଲା । ମୁକ୍ତ ଓ ଅବାଧ ନିର୍ବାଚନ କରାଇବା ରାଜ୍ୟ ନିର୍ବାଚନ କମିସନଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ରାଜ୍ୟସରକାର କାହିଁକି ବିରୋଧ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ଏଠାରେ ସୂଚନାଯୋଗ୍ୟ ଯେ, ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ଆଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋଲକାତା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିବାସହ କେନ୍ଦ୍ରୀୟ ବାହିନୀ ମୁତୟନ ହେଲେ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏବେଠାରୁ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏପରିକି ଗତ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ପଶ୍ଚିମବଙ୍ଗରେ ବ୍ୟାପକ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା ।

ତେବେ ସୁପ୍ରିମକୋର୍ଟଙ୍କ ଉପଦେଶକୁ ଯଦି ତର୍ଜମା କରାଯାଏ, ତେବେ ରାଜ୍ୟ ଗୁଡ଼ିକରେ ମୁକ୍ତ ଓ ଅବାଧ ନିର୍ବାଚନ କରିବାର ଦାୟିତ୍ୱ ରାଜ୍ୟ ନିର୍ବାଚନ କମିସନ ଉପରେ ନିର୍ଭର କରେ । ମାତ୍ର ଗତ କିଛିବର୍ଷ ଧରି ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନ ଓ ଉପନିର୍ବାଚନ ସମୟରେ ହିଂସାକାଣ୍ଡ ଘଟିବା ଏକ ନିୟମିତ ଘଟଣାରେ ପରିଣତ ହୋଇଛି । ଏପରିକି ଯଦି ଆମେ ଓଡ଼ିଶାରେ ପୂର୍ବରୁ ହୋଇଥିବା ୩/୪ ଟି ଉପନିର୍ବାଚନ କଥା ମନେପକାଇବା ତେବେ, ଶାସକ ଓ ବିରୋଧୀଙ୍କ ପକ୍ଷରୁ ବିଭିନ୍ନ ଆଚରଣବିଧି ଉଲ୍ଲଂଘନ ନେଇ ହୋଇଥିବା ଅଭିଯୋଗର ଫଳାଫଳ ଯାହାହେଲା ତାହା ରାଜ୍ୟବାସୀ ଜାଣନ୍ତି । ଏପରିକି ପରସ୍ପର ବିରୋଧରେ ଉଭୟଦଳ ଆଣିଥିବା ଅଭିଯୋଗର ତଦନ୍ତ ମଧ୍ୟ ରାଜ୍ୟ ନିର୍ବାଚନ କମିସନ କଲେ କି ନାହିଁ ତାହାମଧ୍ୟ କାହାକୁ ଜଣାନାହିଁ । ଏଥିରୁ ଚିନ୍ତା କରାଯାଇପାରେ ଯେ, ଯଦି ଓଡ଼ିଶାରେ ବ୍ୟାପକ ହିଂସାକାଣ୍ଡ ନହୋଇ ମଧ୍ୟ ରାଜ୍ୟ ନିର୍ବାଚନ କମିସନ ଶାସକ ଓ ବିରୋଧୀ ପକ୍ଷର ଅଭିଯୋଗକୁ ଗୁରୁତ୍ୱ ଦେଉ ନାହାଁନ୍ତି, ଏଣୁ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କିଭଳି ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ହେବ ? ସେହି ରାଜ୍ୟର ନିର୍ବାଚନ କମିସନ କ’ଣ ଅବାଧ ଓ ମୁକ୍ତ ନିର୍ବାଚନ କରାଇପାରିବେ ? ନିର୍ବାଚନ ସମୟରେ ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ଯଦି ରାଜ୍ୟ ନିର୍ବାଚନ କମିସନର ଦାୟିତ୍ୱ ତେବେ ଏହି ଦାୟିତ୍ୱ ତୁଲାଇବାରେ ଅସୁବିଧା କେଉଁଠି ? ରାଜ୍ୟରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ଗୁଡ଼ିକ ଦ୍ୱାରା ନିର୍ବାଚନ କମିଶନ ଗୁଡ଼ିକ ପରିଚାଳିତ ହେଉଛନ୍ତି କି ? ଯଦି ନୁହେଁ ତେବେ ନିର୍ବାଚନ ସମୟରେ ହେଉଥିବା ହିଂସାକାଣ୍ଡ ଓ ଆଚରଣ ବିଧି ଉଲ୍ଲଂଘନକୁ ରୋକିବାରେ ରାଜ୍ୟ ନିର୍ବାଚନ କମିସନ କାହିଁକି ବିଫଳ ହେଉଛନ୍ତି ?

ସର୍ବୋପରି ଦେଶର ସର୍ବୋଚ୍ଚ ଅଦାଲତ ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ କମିସନଙ୍କ ବାବଦରେ ଦେଇଥିବା ଟିପ୍ପଣୀ ସୂଚାଉଛି ଯେ, ରାଜ୍ୟର ନିର୍ବାଚନ କମିସନ ଶାସକ ଦଳର ଚାପରେ ନିଜର କାର୍ଯ୍ୟ ତୁଲାଇ ପାରୁନାହାନ୍ତି । ତେବେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଅପେକ୍ଷା କରାଯାଇପାରେ । ଆସନ୍ତା ଜୁଲାଇ ୮ ରେ ହେବାକୁ ଥିବା ଏହି ତୃଣମୂଳ ସ୍ତରର ନିର୍ବାଚନରେ ରାଜ୍ୟ ନିର୍ବାଚନ କମିସନଙ୍କ ଭୂମିକା ଉପରେ ସବୁକିଛି ନିର୍ଭର କରିବ । ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଯଦି କାର୍ଯ୍ୟକାରୀ କରିବାରେ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କ୍ଷେତ୍ରରେ ରାଜ୍ୟ ନିର୍ବାଚନ କମିସନ ବିଫଳ ହୁଏ ତେବେ ଜନସାଧାରଣ ଭାବିବାକୁ ବାଧ୍ୟ ହେବେ ଯେ, ଆଉ କ’ଣ ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ ?

Nirvik Bureau

Nirvik Bureau

Related Posts

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?
Politics

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

by Nirvik Bureau
April 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଏପ୍ରିଲ, ୨୦୨୬ ଗତ ୧୭ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ...

Read more
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.