• About
  • Contact
Monday, May 12, 2025
Monday, May 12, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଚରଣ ଓ ଉଚ୍ଚାରଣର ରୂପାନ୍ତରଣ…

ଆଚରଣ ଓ  ଉଚ୍ଚାରଣର ରୂପାନ୍ତରଣ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୩

ବେଶ୍ କିଛିଦିନ ଧରି ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ନେତା ଓ ବାବୁ ମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? କାହାର କ୍ଷମତା ଗଣତନ୍ତ୍ରରେ ଅଧିକ ? କିଏ ଲୋକଙ୍କ ନିକଟରେ ଅଧିକ ଉତ୍ତର ଦାୟୀ ? ଏହାକୁ ନେଇ ନେତାମାନଙ୍କର ବୟାନ ଓ ସଚିବ ମାନଙ୍କର ଆଚରଣ ଏବେ ସାଧାରଣ ଲୋକଙ୍କୁ ମଧ୍ୟ ଦ୍ବନ୍ଦରେ ପକାଇ ଦେଇଛି । ବିଗତ ବର୍ଷ ମାନଙ୍କରେ ଆମ ନେତା ଓ ବାବୁ ମାନଙ୍କ ଆଚରଣ ଓ ଉଚ୍ଚାରଣରେ ବ୍ୟାପକ ପରିବର୍ତ୍ତନ ହୋଇଥିବା ଭଳି ମାନେ ହୁଏ । ନିର୍ଦ୍ଦିଷ୍ଟ ଭାବେ କେତେକ କଥା ଓ ଘଟଣା ଉପରେ ଯଦି ଆମେ ବିଶ୍ଳେଷଣ କରିବା ହୁଏତ ତାହା ବୁଝିବା ପାଇଁ ଯଥେଷ୍ଟ ହୋଇପାରେ ।

ବାବୁରୁ ନେତା ବନିଥିବା ତଥା ଶାସକ ବିଜୁଜନତା ଦଳର ସବୁଠାରୁ କ୍ଷମତା ସଂପନ୍ନ ବ୍ୟକ୍ତିତ୍ୱ ଥିବା ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଏକ ବାକ୍ୟ ଗଣମାଧ୍ୟମରେ ବେଶ୍ ଆଲୋଚନା ହୋଇଥିଲା । ସେ କହିଥିଲେ “ଅଫିସର ମାନେ ନିଜର ଲକ୍ଷ୍ମଣରେଖା ଟପୁଛନ୍ତି” । ଏଥିପାଇଁ ଅଫିସର ମାନଙ୍କୁ ମଧ୍ୟ ସେ ପରୋକ୍ଷରେ ତାଗିଦ ବି କରିଥିଲେ । ଏହା ଥିଲା ତାଙ୍କର ଉଚ୍ଚାରଣର ଏକ ଉଦାହରଣ । ସେହିପରି ସେ ସବୁଠାରୁ କ୍ଷମତାଶାଳୀ ଥିବାରୁ ସେତେବେଳର ଶାସକ ବିଜେଡିର ୟଙ୍ଗ୍ ବ୍ରିଗେଡ଼ଙ୍କ ଠାରୁ ଆରମ୍ଭ କରି ବହୁ ନେତା ମଧ୍ୟ ବିଭିନ୍ନ ସଭା ସମିତିରେ ଓ ତାଙ୍କ ବାସ ଭବନରେ ପ୍ୟାରୀ ବାବୁଙ୍କୁ ଭେଟିବା ବେଳେ ତାଙ୍କ ପାଦ ଛୁଇଁ ପ୍ରଣାମ କରିବାର ଦେଖିବାକୁ ମିଳୁଥିଲା । ବିଜେଡିର ନେତା ମାନେ ପ୍ୟାରୀ ବାବୁଙ୍କ ପାଦ ଛୁଇଁବାକୁ ସଂକୋଚ କରୁନଥିଲେ ଅବା ପ୍ୟାରୀ ବାବୁ ମଧ୍ୟ ନେତା ମାନଙ୍କୁ ଏଥିରୁ ବାରଣ କରୁନଥିଲେ । ଇଏ ଥିଲା ଆଚରଣର ଏକ ଉଦାହରଣ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ରାଜନୈତିକ ଜୀବନ ଆରମ୍ଭ ପରଠାରୁ ପ୍ରାୟ ବହୁ ବର୍ଷ ଯାଏ କୌଣସି ଦଳୀୟ ନେତାଙ୍କୁ ପାଦ ଛୁଇଁବାକୁ ସୁଯୋଗ ଦେଇନଥିଲେ । ଏପରିକି କୌଣସି ଉତ୍ସବରେ ତାଙ୍କୁ ପାଛୋଟିବା ବେଳେ ମଧ୍ୟ ଦଳୀୟ ନେତାମାନେ ତାଙ୍କ ଠାରୁ ଢେର ଦୂରରେ ଠିଆହେଉଥିଲେ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଏଇ କିଛି ବର୍ଷ ହେବ ଦେଖାଯାଉଛି ଶାସକ ଦଳର ବହୁ ନେତା ତାଙ୍କର ପାଦ ଛୁଇଁବା ଆରମ୍ଭ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗ୍ରହଣ କରିନେଉଥିବା ଭଳି ମନେ ହୁଏ । ବହୁ ସଭା ସମିତିରେ ଓ ରାଜନୈତିକି କାର୍ଯ୍ୟକ୍ରମରେ ମଧ୍ୟ ଦଳୀୟ ନେତାମାନେ ତାଙ୍କର ପାଦଛୁଇଁ ପ୍ରଣାମ କରିବାସହ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳୁଛି । ଇଏ ମଧ୍ୟ ଜଣେ ନେତାଙ୍କର ବଦଳିଥିବା ଆଚରଣର ଏକ ଭିନ୍ନ ରୂପ ହୋଇଥାଇପାରେ ।

କେବଳ ସେତିକି ନୁହେଁ ଏବେ ନିକଟରେ ପୂର୍ବତନ ମନ୍ତ୍ରୀ ସାରଦା ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜୋତା ଉଠାଉଥିବାର ଏକ ଫଟୋ ଗଣମାଧ୍ୟମରେ ଦେଖିବାକୁ ମିଳିବା ସହ ସୋସିଆଲମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଥିଲା । ସେହିପରି ବିଜେଡିର ଅନ୍ୟତମ କ୍ଷମତାଶାଳୀ ନେତା କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଓ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଜୋତା ପିନ୍ଧାଇବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଣମାଧ୍ୟମରେ ବେଶ କିଛି ବର୍ଷ ପୂର୍ବରୁ, ସେତେବେଳେ ସେ ଶକ୍ତି ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ଓ ଜୋତା ପିନ୍ଧାଇବାରେ ତାଙ୍କୁ ସାହାଯ୍ୟ କରିଥିଲେ କୋରାପୁଟର ଜଣେ ବିଜେଡି ନେତା । ଏହା ବି ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା । ଇଏ ବି ଥିଲା ବଦଳୁଥିବା ଆଚରଣର ଆଉ ଏକ ନମୁନା ।

ଇଏ ତ ହେଉଛି ନେତା, ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣର କଥା । ମାତ୍ର ଏବେ ସଚିବ ମାନଙ୍କ ଆଚରଣକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀମାନେ ଚୁପ ରହିବା ଓ ସଚିବ ମାନେ ଗଣମାଧ୍ୟମକୁ ବୁଝାଇ କହିବା ମଧ୍ୟ ଏବେ ଦେଖିବାକୁ ମିଳୁଛି । ସେହିପରି କିଛି କିଛି ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ନିର୍ଦ୍ଦିଷ୍ଟ କିଛି ସଚିବଙ୍କୁ “ସାର” ବୋଲି ସମ୍ବୋଧନ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଜଣେ ମନ୍ତ୍ରୀ ସଚିବଙ୍କୁ ନମସ୍କାର କରିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏପରିକି ନିକଟରେ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଭେଟି ଚେକ୍ ପ୍ରଦାନ କରିବାର ଏକ ଫଟୋକୁ ନେଇ ମଧ୍ୟ ବିଧାନସଭାରେ ବେଶ୍ ହୋହଲ୍ଲା ହୋଇଛି । ସେହିପରି ୫ଟି ସଚିବଙ୍କ ନବରଙ୍ଗପୁର ଗସ୍ତ ବେଳେ କିଛି ମହିଳା ତାଙ୍କ ଗୋଡ଼ ଧୋଇବାର ଏକ ଫଟୋ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହୋଇଛି । କେବଳ ସେତିକି ନୁହେଁ ଅନେକ ସମୟରେ ଲୋକପ୍ରତିନିଧି ମାନେ ଅଭିଯୋଗ କରିଆସୁଛନ୍ତିଯେ, ବାବୁମାନେ ବାରମ୍ବାର ବୁକ ସରକୁଲାର-୪୭ର ଉଲ୍ଲଂଘନ କରୁଛନ୍ତି ।

ତେବେ ଏ ସମସ୍ତ ଆଚରଣ ଓ ଉଚ୍ଚାରଣ ନେତା ଓ ଅଫିସର ମାନଙ୍କର ଏକ ପରିବର୍ତ୍ତିତ ଭାବମୂର୍ତ୍ତୀକୁ ସୂଚାଉ ନାହିଁ କି ? ପାଦ ଛୁଇଁବା, ଜୋତା ପିନ୍ଧାଇବା, ଗୋଡ଼ ଧୋଇବା ଆଦି ଆଚରଣ କ’ଣ ସୂଚାଉଛି ? ଏପରିକି ସାଧାରଣ ଲୋକ ହୁଅନ୍ତୁ ଅବା ରାଜନୈତିକ ଦଳର କର୍ମୀ ସେମାନେ ନେତା ଓ ବାବୁ ମାନଙ୍କର ପାଦ ଛୁଇଁବା, ଜୋତା ପିନ୍ଧାଇବା, ଗୋଡ଼ ଧୋଇବା ଆଦି ସେମାନଙ୍କର ସେହି ଵ୍ୟକ୍ତି ବିଶେଷଙ୍କ ପ୍ରତି ଥିବା ଆନୁଗତ୍ୟ, ଭକ୍ତି ବୋଲି କୁହାଯିବ ନା ଆଜିକାଲିର ରୂପାନ୍ତରିକରଣ ସମୟରେ ସେମାନଙ୍କ ଆଚରଣ ଓ ଉଚ୍ଚାରଣର ଏକ ରୂପାନ୍ତରଣ ବୋଲି ଧରି ନିଆଯିବ ?

Nirvik Bureau

Nirvik Bureau

Related Posts

The Delhi Message
Politics

The Delhi Message

by Nirvik Bureau
February 9, 2025

The Nirvik Bureau, Bhubaneswar, 9 February 2025 The AAP's resistance to the might of Modi and BJP has finally fallen...

Read more
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …

June 30, 2023
ବିରୋଧୀ ମେଳି : ପାଟନାରୁ ଶିମଲା…

ବିରୋଧୀ ମେଳି : ପାଟନାରୁ ଶିମଲା…

June 26, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.