• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଚରଣ ଓ ଉଚ୍ଚାରଣର ରୂପାନ୍ତରଣ…

ଆଚରଣ ଓ  ଉଚ୍ଚାରଣର ରୂପାନ୍ତରଣ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୩

ବେଶ୍ କିଛିଦିନ ଧରି ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ନେତା ଓ ବାବୁ ମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? କାହାର କ୍ଷମତା ଗଣତନ୍ତ୍ରରେ ଅଧିକ ? କିଏ ଲୋକଙ୍କ ନିକଟରେ ଅଧିକ ଉତ୍ତର ଦାୟୀ ? ଏହାକୁ ନେଇ ନେତାମାନଙ୍କର ବୟାନ ଓ ସଚିବ ମାନଙ୍କର ଆଚରଣ ଏବେ ସାଧାରଣ ଲୋକଙ୍କୁ ମଧ୍ୟ ଦ୍ବନ୍ଦରେ ପକାଇ ଦେଇଛି । ବିଗତ ବର୍ଷ ମାନଙ୍କରେ ଆମ ନେତା ଓ ବାବୁ ମାନଙ୍କ ଆଚରଣ ଓ ଉଚ୍ଚାରଣରେ ବ୍ୟାପକ ପରିବର୍ତ୍ତନ ହୋଇଥିବା ଭଳି ମାନେ ହୁଏ । ନିର୍ଦ୍ଦିଷ୍ଟ ଭାବେ କେତେକ କଥା ଓ ଘଟଣା ଉପରେ ଯଦି ଆମେ ବିଶ୍ଳେଷଣ କରିବା ହୁଏତ ତାହା ବୁଝିବା ପାଇଁ ଯଥେଷ୍ଟ ହୋଇପାରେ ।

ବାବୁରୁ ନେତା ବନିଥିବା ତଥା ଶାସକ ବିଜୁଜନତା ଦଳର ସବୁଠାରୁ କ୍ଷମତା ସଂପନ୍ନ ବ୍ୟକ୍ତିତ୍ୱ ଥିବା ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଏକ ବାକ୍ୟ ଗଣମାଧ୍ୟମରେ ବେଶ୍ ଆଲୋଚନା ହୋଇଥିଲା । ସେ କହିଥିଲେ “ଅଫିସର ମାନେ ନିଜର ଲକ୍ଷ୍ମଣରେଖା ଟପୁଛନ୍ତି” । ଏଥିପାଇଁ ଅଫିସର ମାନଙ୍କୁ ମଧ୍ୟ ସେ ପରୋକ୍ଷରେ ତାଗିଦ ବି କରିଥିଲେ । ଏହା ଥିଲା ତାଙ୍କର ଉଚ୍ଚାରଣର ଏକ ଉଦାହରଣ । ସେହିପରି ସେ ସବୁଠାରୁ କ୍ଷମତାଶାଳୀ ଥିବାରୁ ସେତେବେଳର ଶାସକ ବିଜେଡିର ୟଙ୍ଗ୍ ବ୍ରିଗେଡ଼ଙ୍କ ଠାରୁ ଆରମ୍ଭ କରି ବହୁ ନେତା ମଧ୍ୟ ବିଭିନ୍ନ ସଭା ସମିତିରେ ଓ ତାଙ୍କ ବାସ ଭବନରେ ପ୍ୟାରୀ ବାବୁଙ୍କୁ ଭେଟିବା ବେଳେ ତାଙ୍କ ପାଦ ଛୁଇଁ ପ୍ରଣାମ କରିବାର ଦେଖିବାକୁ ମିଳୁଥିଲା । ବିଜେଡିର ନେତା ମାନେ ପ୍ୟାରୀ ବାବୁଙ୍କ ପାଦ ଛୁଇଁବାକୁ ସଂକୋଚ କରୁନଥିଲେ ଅବା ପ୍ୟାରୀ ବାବୁ ମଧ୍ୟ ନେତା ମାନଙ୍କୁ ଏଥିରୁ ବାରଣ କରୁନଥିଲେ । ଇଏ ଥିଲା ଆଚରଣର ଏକ ଉଦାହରଣ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ରାଜନୈତିକ ଜୀବନ ଆରମ୍ଭ ପରଠାରୁ ପ୍ରାୟ ବହୁ ବର୍ଷ ଯାଏ କୌଣସି ଦଳୀୟ ନେତାଙ୍କୁ ପାଦ ଛୁଇଁବାକୁ ସୁଯୋଗ ଦେଇନଥିଲେ । ଏପରିକି କୌଣସି ଉତ୍ସବରେ ତାଙ୍କୁ ପାଛୋଟିବା ବେଳେ ମଧ୍ୟ ଦଳୀୟ ନେତାମାନେ ତାଙ୍କ ଠାରୁ ଢେର ଦୂରରେ ଠିଆହେଉଥିଲେ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଏଇ କିଛି ବର୍ଷ ହେବ ଦେଖାଯାଉଛି ଶାସକ ଦଳର ବହୁ ନେତା ତାଙ୍କର ପାଦ ଛୁଇଁବା ଆରମ୍ଭ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗ୍ରହଣ କରିନେଉଥିବା ଭଳି ମନେ ହୁଏ । ବହୁ ସଭା ସମିତିରେ ଓ ରାଜନୈତିକି କାର୍ଯ୍ୟକ୍ରମରେ ମଧ୍ୟ ଦଳୀୟ ନେତାମାନେ ତାଙ୍କର ପାଦଛୁଇଁ ପ୍ରଣାମ କରିବାସହ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳୁଛି । ଇଏ ମଧ୍ୟ ଜଣେ ନେତାଙ୍କର ବଦଳିଥିବା ଆଚରଣର ଏକ ଭିନ୍ନ ରୂପ ହୋଇଥାଇପାରେ ।

କେବଳ ସେତିକି ନୁହେଁ ଏବେ ନିକଟରେ ପୂର୍ବତନ ମନ୍ତ୍ରୀ ସାରଦା ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜୋତା ଉଠାଉଥିବାର ଏକ ଫଟୋ ଗଣମାଧ୍ୟମରେ ଦେଖିବାକୁ ମିଳିବା ସହ ସୋସିଆଲମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଥିଲା । ସେହିପରି ବିଜେଡିର ଅନ୍ୟତମ କ୍ଷମତାଶାଳୀ ନେତା କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଓ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଜୋତା ପିନ୍ଧାଇବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଣମାଧ୍ୟମରେ ବେଶ କିଛି ବର୍ଷ ପୂର୍ବରୁ, ସେତେବେଳେ ସେ ଶକ୍ତି ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ଓ ଜୋତା ପିନ୍ଧାଇବାରେ ତାଙ୍କୁ ସାହାଯ୍ୟ କରିଥିଲେ କୋରାପୁଟର ଜଣେ ବିଜେଡି ନେତା । ଏହା ବି ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା । ଇଏ ବି ଥିଲା ବଦଳୁଥିବା ଆଚରଣର ଆଉ ଏକ ନମୁନା ।

ଇଏ ତ ହେଉଛି ନେତା, ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣର କଥା । ମାତ୍ର ଏବେ ସଚିବ ମାନଙ୍କ ଆଚରଣକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀମାନେ ଚୁପ ରହିବା ଓ ସଚିବ ମାନେ ଗଣମାଧ୍ୟମକୁ ବୁଝାଇ କହିବା ମଧ୍ୟ ଏବେ ଦେଖିବାକୁ ମିଳୁଛି । ସେହିପରି କିଛି କିଛି ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ନିର୍ଦ୍ଦିଷ୍ଟ କିଛି ସଚିବଙ୍କୁ “ସାର” ବୋଲି ସମ୍ବୋଧନ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଜଣେ ମନ୍ତ୍ରୀ ସଚିବଙ୍କୁ ନମସ୍କାର କରିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏପରିକି ନିକଟରେ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଭେଟି ଚେକ୍ ପ୍ରଦାନ କରିବାର ଏକ ଫଟୋକୁ ନେଇ ମଧ୍ୟ ବିଧାନସଭାରେ ବେଶ୍ ହୋହଲ୍ଲା ହୋଇଛି । ସେହିପରି ୫ଟି ସଚିବଙ୍କ ନବରଙ୍ଗପୁର ଗସ୍ତ ବେଳେ କିଛି ମହିଳା ତାଙ୍କ ଗୋଡ଼ ଧୋଇବାର ଏକ ଫଟୋ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହୋଇଛି । କେବଳ ସେତିକି ନୁହେଁ ଅନେକ ସମୟରେ ଲୋକପ୍ରତିନିଧି ମାନେ ଅଭିଯୋଗ କରିଆସୁଛନ୍ତିଯେ, ବାବୁମାନେ ବାରମ୍ବାର ବୁକ ସରକୁଲାର-୪୭ର ଉଲ୍ଲଂଘନ କରୁଛନ୍ତି ।

ତେବେ ଏ ସମସ୍ତ ଆଚରଣ ଓ ଉଚ୍ଚାରଣ ନେତା ଓ ଅଫିସର ମାନଙ୍କର ଏକ ପରିବର୍ତ୍ତିତ ଭାବମୂର୍ତ୍ତୀକୁ ସୂଚାଉ ନାହିଁ କି ? ପାଦ ଛୁଇଁବା, ଜୋତା ପିନ୍ଧାଇବା, ଗୋଡ଼ ଧୋଇବା ଆଦି ଆଚରଣ କ’ଣ ସୂଚାଉଛି ? ଏପରିକି ସାଧାରଣ ଲୋକ ହୁଅନ୍ତୁ ଅବା ରାଜନୈତିକ ଦଳର କର୍ମୀ ସେମାନେ ନେତା ଓ ବାବୁ ମାନଙ୍କର ପାଦ ଛୁଇଁବା, ଜୋତା ପିନ୍ଧାଇବା, ଗୋଡ଼ ଧୋଇବା ଆଦି ସେମାନଙ୍କର ସେହି ଵ୍ୟକ୍ତି ବିଶେଷଙ୍କ ପ୍ରତି ଥିବା ଆନୁଗତ୍ୟ, ଭକ୍ତି ବୋଲି କୁହାଯିବ ନା ଆଜିକାଲିର ରୂପାନ୍ତରିକରଣ ସମୟରେ ସେମାନଙ୍କ ଆଚରଣ ଓ ଉଚ୍ଚାରଣର ଏକ ରୂପାନ୍ତରଣ ବୋଲି ଧରି ନିଆଯିବ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.