• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଶାହା ଫେରିଯିବା ପରେ….

ଶାହା ଫେରିଯିବା ପରେ….
Share on FacebookShare on Xshare on Whatsappshare on Linkedin

ବିଜେପିର ତଥାକଥିତ ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଆସିଲେ ଓ ଫେରିଗଲେ । ଯାହା ନିଜ ଆଖିରେ ଦେଖିଲେ ତାହା ହିଁ ରାଜ୍ୟ ବିଜେପିର ବାସ୍ତବ ସ୍ଥିତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥକ ମଧ୍ୟରେ ଲଢେଇ ଓଡିଶା ବିଜେପିର ଭିତିରି କଥାକୁ ପଦାରେ ପକାଇ ଦେଲା । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦଳ ଠାରୁ ଦୂରେଇଯିବା ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଓଡିଶା ବିଜେପିର ଅଣଦେଖା ମଧ୍ୟ ବିଜେପି ରାଜନୀତିକୁ ପ୍ରଭାବିତ କରିଛି । ଅମିତ ଶାହାଙ୍କର ପୂର୍ବଭଳି ଶାସକ ଦଳ ବିଜେଡି ବିରୋଧରେ ରଣହୁଙ୍କାର ମଧ୍ୟ ଏଥର ଦେଖିବାକୁ ମିଳିଲା ନାର୍ହି । କେବଳ କହି ଦେଇଗଲେ ୨୦୨୪ରେ ବିଜେପି ସରକାର କରିବ ଓଡିଶାରେ । ଶାସନ କ୍ଷମତାରେ ଥିବା ବିଜେଡି ମଧ୍ୟ ଭାବିନେଇଛି ବିଜେପି ୨୦୨୪ ନିର୍ବାଚନକୁ ଗୁରୁତ୍ୱ ଦେବ ନାହିଁ ବୋଲି । ମାତ୍ର ଶାହାଙ୍କ କେତେକ ସନ୍ଦେଶ ଏବେ ଓଡିଶା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଅମିତ ଶାହା ଓଡିଶା ଆସିବା ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ବିରୋଧୀ ଭାବେ ଜଣାଶୁଣା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିଜେପି ବିଧାୟକ ଦଳ ନେତା ଘୋଷଣା କରାଯାଇଛି । ସେହିପରି ଶାହା ଓଡିଶାରୁ ଫେରିବାର ଦିନ କେଇଟାରେ ରାଜ୍ୟ ପ୍ରଭାରୀଙ୍କୁ ବଦଳାଇ ଦିଆଯାଇଛି । ଉତ୍ତର ପ୍ରଦେଶର ଦାୟିତ୍ୱରେ ଥିବା ସୁନୀଲ ବଂଶଲ ଓଡିଶା ବିଜେପିର ନୂଆ ପ୍ରଭାରୀ ହୋଇଛନ୍ତି । ସୁନୀଲ ବଂଶଲ ହେଉଛନ୍ତି ଅମିତ ଶାହାଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗୀ ଭାବେ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ସମ୍ଭାଳିଥିଲେ । ଏଣୁ ସେ ଓଡିଶାର ପ୍ରଭାରୀ ହେଲାପରେ ରାଜ୍ୟ ବିଜେପି ୨୦୨୪ ନିର୍ବାଚନକୁ ଲଢିବା ପାଇଁ ପ୍ରସ୍ତୁତିର ସଂକେତ ଭାବେ ବୁଝାଯାଇ ପାରେ । ବିଜେପିର ରଣନୀତିକାର ଅମିତ ଶାହାଙ୍କର ଏହି ନିଷ୍ପତି ଗୁଡିକୁ ଯଦି ତର୍ଜମା କରାଯାଏ ତେବେ ସ୍ପଷ୍ଟ ଭାବରେ କୁହାଯାଇପାରେ ପୁଣିଥରେ ଓଡିଶା ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢିବାକୁ ଯାଉଛି ।

ମାତ୍ର ଓଡିଶାର ରାଜନୀତି ଏକ ପ୍ରକାର ବିରୋଧୀ ଶୂନ୍ୟ ହୋଇପଡିଛି । ବିଜେପିକୁ ପ୍ରମୁଖ ବିରୋଧୀଦଳ ମାନ୍ୟତା ମିଳିଥିଲେ ମଧ୍ୟ ଲୋକେ ବିଶ୍ୱାସ କରିବାକୁ ନାରାଜ । କାରଣ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ବିଜେଡି ସମର୍ଥନ କରିଛି । ଏପରିକି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନପରେ ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନକରଙ୍କୁ ବିଜେଡିର ଆଗୁଆ ସମର୍ଥନ ପ୍ରମାଣିତ କରିଛି ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ କେତେ ନିବିଡ । କେବଳ କେନ୍ଦ୍ରୀୟ ସ୍ତରରେ ବିଜେଡି ଓ ବିଜେପିର ବୁଝାମଣା ରହିଛି ତା ନୁହେଁ, ରାଜ୍ୟସ୍ତରରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ନେତୃତ୍ୱ ମଧ୍ୟରେ ଥିବା ଭିତିରି ବୁଝାମଣା ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଛି । ଯାହା ଦ୍ୱାରା ରାଜ୍ୟ ବିଜେପି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ତେବେ ଯାହାବି ହେଉ ଏକରକମ ବିରୋଧୀ ଶୂନ୍ୟ ହୋଇପଡିଥିବା ଓଡିଶା ରାଜନୀତିକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ବିରୋଧରେ ବିଜେପି ପ୍ରକୃତରେ ଲଢିବ ନା ସଲାକୁସ୍ତି କରିବ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା ବିଜେପି ନିର୍ବାଚନ ଲଢିବ ନା ବିଜେଡି ସହଯୋଗରେ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ପହଞ୍ଚିବେ? ନୂଆକରି ପ୍ରଭାରୀ ହୋଇଥିବା ସୁନୀଲ ବଂଶଲ ବିଜେପିର ମିଶନ ସାକାର କରିବେ ନା ବିଜେପି ଓ ବିଜେଡି ମଧ୍ୟରେ ଥିବା ସଂପର୍କକୁ ଆହୁରି ମଜବୁତ କରିବେ?

 

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.