• About
  • Contact
Tuesday, September 1, 2026
Tuesday, September 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଗେ ଆଗେ ଧର୍ମେନ୍ଦ୍ର … ପଛେ ପଛେ ଅଶ୍ୱିନୀ …

ଆଗେ ଆଗେ ଧର୍ମେନ୍ଦ୍ର … ପଛେ ପଛେ ଅଶ୍ୱିନୀ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୯ ଡିସେମ୍ବର ୨୦୨୨

ଓଡ଼ିଶାରେ ୨୦୨୨ ଶେଷ ଭାଗରେ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି। ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ମୁକାବିଲା ମୂଳକ ମନୋଭାବ ନେଇ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଧାମନଗର ଓ ପଦ୍ମପୁର ଉପନିର୍ବାଚନ ପରେ ମୁକାବିଲା ମୂଳକ ରାଜନୀତି ଦେଖିବାକୁ ମିଳିଛି ଦୁଇ ଦଳ ମଧ୍ୟରେ । ଯଦି ବିଜେଡି ଓ ବିଜେପି ମଧ୍ୟରେ ତୁଳନା କରାଯାଏ, ତେବେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛି ବିଜେପି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଆଭିମୁଖ୍ୟ ବେଶ୍ ଶାଣିତ ହୋଇଛି । ବିଜେପିର ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଦୁଇ ଦୁଇଟି ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ତୀବ୍ର ସମାଲୋଚନା କରିଛନ୍ତି ।

ଏପରିକି ବିଜେଡିର ରୌପ୍ୟଜୟନ୍ତୀ ଉତ୍ସବରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଭିଭାଷଣକୁ ମଧ୍ୟ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡିର ୧୦୦ ବର୍ଷ ଶାସନ କରିବା ଇଛାକୁ ନେଇ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଓ କହିଛନ୍ତି ଓଡ଼ିଶା କାହାର ଜାଗିର ନୁହେଁ ବୋଲି। ଏତିକିରେ ସୀମିତ ହୋଇ ରହିନାହାନ୍ତି କେନ୍ଦ୍ରମନ୍ତ୍ରୀ । ରାଷ୍ଟ୍ରୀୟ ସଭାପତିଙ୍କ ଗସ୍ତ ପରେ ନିଜ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିବା ସହ ଅନ୍ୟ ସହଯୋଗୀ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଟାର୍ଗେଟ କରିଛନ୍ତି ଓଡ଼ିଶା ସରକାରଙ୍କୁ । କେନ୍ଦ୍ରୀୟ ଯୋଜନା ହଡ଼ପ କରିବା ଅଭିଯୋଗ ଆଣିଛନ୍ତି ଓଡ଼ିଶା ସରକାରଙ୍କ ବିରୋଧରେ ଓ ଏଥର ବିଜେଡି ସହ ଲଢ଼େଇ ଆରପାରର ହେବବୋଲି ସନ୍ଦେଶ ଦେଇଛନ୍ତି ନିଜ ଦଳର ନେତା ଓ କର୍ମୀମାନଙ୍କୁ।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି । ପୂର୍ବରୁ ନିରବ ରହୁଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ହଠାତ୍ ଆକ୍ରମଣାତ୍ମକ ମୁଦ୍ରାରେ ନିଜର କଥାକୁ ଓଡ଼ିଶାର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ପ୍ରଥମ ଥର ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଦ୍ମପୁର ଉପନିର୍ବାଚନ ସମୟରେ ଓଡ଼ିଶା ସରକାରଙ୍କୁ ଜୋରଦାର ସମାଲୋଚନା କରିବାର ଦେଖିବାକୁ ମିଳିଥିଲା । ପୁଣି ଏବେ ଓଡ଼ିଶା ଗସ୍ତରେ ଆସିଥିବା ଏହି କେନ୍ଦ୍ରମନ୍ତ୍ରୀ ରେଳବାଇ ବିଭାଗ କ୍ଷେତ୍ରରେ ବିଶେଷ କରି ଜମି ପ୍ରଦାନ ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ତାତ୍ସଲ୍ୟ କରିଛନ୍ତି । ଲୋକଙ୍କୁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତିଯେ, ଓଡ଼ିଶାର ରେଳବାଇର ପ୍ରକଳ୍ପ ଗୁଡ଼ିକ ବିଳମ୍ବ ହେବାପାଇଁ କେନ୍ଦ୍ର ସରକାର ନୁହେଁ ବରଂ ଓଡ଼ିଶା ସରକାର ହିଁ ଦାୟୀ ବୋଲି। ସେହିପରି ବିଜେଡିର କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ରେଳମନ୍ତ୍ରୀ । ରେଳବାଇ କ୍ଷେତ୍ରରେ ମୋଦୀ ସରକାର ଯେତେ ଅର୍ଥ ଓଡ଼ିଶାକୁ ଦେଇଛନ୍ତି ତାହାର ତଥ୍ୟ ରଖିବା ସହ ଅବହେଳା ବୋଲି କିଏ କହିପାରିବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତୃତ୍ୱକୁ।

ବିଜେପିର ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଆଭିମୁଖ୍ୟ ଦେଖିବା ପରେ ଲାଗୁଛି ସତେ ଯେମିତି ଏମାନେ ପଣ କରିଛନ୍ତି ଓଡ଼ିଶା ସରକାର ଓ ଶାସକ ବିଜେଡିକୁ ଅଣନିଶ୍ୱାସୀ କରିପକାଇବେ ନିଜ ନିଜର ସମାଲୋଚନା ମାଧ୍ୟମରେ । ଦୁଇ ମନ୍ତ୍ରୀ ମଧ୍ୟ ନିଜ ନିଜ ମଧ୍ୟରେ ରାଜ୍ୟ ସରକାରଙ୍କୁ କିଏ କେତେ ଶାଣିତ ଆକ୍ରମଣ କରିପାରିବ ତା’ର ଉଦାହରଣ ଛାଡ଼ି ଯାଇଛନ୍ତି ଏଇ କିଛିଦିନ ମଧ୍ୟରେ ।

ତେବେ ହଠାତ୍ କାହିଁକି ଏପରି ଆଭିମୁଖ୍ୟ ପୋଷଣ କରୁଛନ୍ତି ଏହି ଦୁଇ କେନ୍ଦ୍ର ମନ୍ତ୍ରୀ ? ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପଛରେ କ’ଣ କାରଣ ରହିଛି ? ବିଜେଡି ନେତୃତ୍ୱକୁ ଅସୁବିଧାରେ ପକାଇବା ପାଇଁ ବିଜେପି ଶୀର୍ଷ ନେତୃତ୍ୱର ଏହା ଏକ ଗେମ୍ ପ୍ଲାନ କି ? ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ ହରାଇବା ପାଇଁ ବିଜେପି ମାନସିକ ପ୍ରସ୍ତୁତି କରିସାରିଛି ବୋଲି ଏହା ତା’ର ସଂକେତ ନୁହେଁ ତ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.