• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଗୁଆ ନିର୍ବାଚନ “ଗୁଗଲି”…

ଆଗୁଆ ନିର୍ବାଚନ “ଗୁଗଲି”…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଡିସେମ୍ବର ୨୦୨୨

ପଦ୍ମପୁରର ଉପନିର୍ବାଚନର ଫଳାଫଳ ପରେ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଯଦିଓ ଏହି ସଭାରେ କେହି କାହାକୁ ରାଜନୈତିକ ଆକ୍ଷେପ କଲେ ନାହିଁ, ମାତ୍ର କେନ୍ଦ୍ର ମନ୍ତ୍ରୀ ବାହାରକୁ ଆସି ଗଣମାଧ୍ୟମ ଆଗରେ ଏକ “ଗୁଗଲି” ଫିଙ୍ଗିଦେଇ ଗଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, “ସେ ଶୁଣୁଛନ୍ତି ଓଡ଼ିଶାରେ ଆଗୁଆ ନିର୍ବାଚନ ହୋଇପାରେ ବୋଲି“। ବାସ୍ ଏଇ ପଦକ କଥା କୁ ନେଇଏବେ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଥା କାହିଁକି କହିଲେ? ସେ କେଉଁଠାରୁ ଏହି ସୂଚନା ପାଇଲେ? ବିଜେଡି ନା ବିଜେପି କିଏ ଚାହୁଁଛି ଆଗୁଆ ନିର୍ବାଚନ? ଯଦି ଆଗୁଆ ନିର୍ବାଚନ ହୁଏ ତେବେ ଫାଇଦାରେ କିଏ ରହିବ? ଏପରି ଅନେକ ପ୍ରଶ୍ନ ଏବେ ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଉଠିଛି । ତେବେ “One Nation One Election” ପଦ୍ଧତି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରର ଉଦ୍ୟମ କରୁଥିବା ବାବଦରେ ସମସ୍ତେ ଜାଣନ୍ତି । ଯଦି ଏହି ଉଦ୍ୟମ ସଫଳ ହୁଏ, ତେବେ ସବୁ ରାଜ୍ୟରେ ନହେଲେ ବି ଅଧିକାଂଶ ରାଜ୍ୟର ନିର୍ବାଚନ ୨୦୨୪ ସାଧାରଣ ନିର୍ବାଚନ ସହ ମିଶି କରାଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଅନ୍ୟ ପକ୍ଷରେ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ କାହିଁକି ଚାହିଁବ ଶୀଘ୍ର ନିର୍ବାଚନ ହେଉ ବୋଲି ତାହାର କାରଣ ମଧ୍ୟ ସ୍ପଷ୍ଟ ନୁହେଁ ।

ପଦ୍ମପୁର ଉପନିର୍ବାଚନରେ ବିଜେପି ହାରିଲା ସତ, ମାତ୍ର ବିଜେପିର ପ୍ରଚାର ରଣନୀତି ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାପରେ ବିଜେଡି ଆଗୁଆ ନିର୍ବାଚନ ଚାହିଁବ କି? ଯେଉଁଭଳି ଭାବେ ୪ଜଣ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଓ ଓଡ଼ିଶା ସରକାରଙ୍କୁ ଅସ୍ତ ବ୍ୟସ୍ତ କଲେ, ତାହା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପଦ୍ମପୁର ଯିବାକୁ ବାଧ୍ୟ କରିଦେଲା । କେବଳ ସେତିକି ନୁହେଁ ଏହି ଉପନିର୍ବାଚନ ଜିତିବା ପାଇଁ ଶାସକ ଦଳର ଡଜନେରୁ ଅଧିକ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ପଦ୍ମପୁରରେ ପଡ଼ିରହିବା ସହ ବିଧାନସଭା ଅଧିବେଶନକୁ ମଧ୍ୟ ଅଧାରୁ ବନ୍ଦ କରିବାକୁ ପଡ଼ିଲା । ଯଦି ଗୋଟିଏ ଉପନିର୍ବାଚନ ଜିତିବା ପାଇଁ ଶାସକ ବିଜେଡିକୁ ଏତେ କସରତ କରିବାକୁ ପଡୁଛି ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଗୁଆ ଓଡ଼ିଶା ସରକାର ନିଜଆଡୁ ନିର୍ବାଚନକୁ ଯିବେ ବା ଯାଇପାରିବେ ବୋଲି ଘୋଷଣା କରିବା କ’ଣ ଏତେ ସହଜ କଥା !

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ କେନ୍ଦ୍ର ସରକାରର ଜଣେ ମନ୍ତ୍ରୀ ନୁହଁନ୍ତି ବରଂ ଜାତୀୟ ସ୍ତରର ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟରୁ ଜଣେ । ସେ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ହୋଇପାରେ ? କାହାଠୁ ଶୁଣିକି କହିବା ବ୍ୟକ୍ତି ନୁହଁନ୍ତି ସେ । ନିଶ୍ଚିତ ଭାବେ କୌଣସି ସୂତ୍ରରୁ ସେ ଖବର ପାଇଥିବେ ବୋଲି ରାଜନୈତିକ ମହଲର ବିଶ୍ୱାସ । କର୍ଣ୍ଣାଟକ, ଗୋଆ, ମଣିପୁର, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଯେଉଁ ଉପାୟରେ ବିଜେପି କ୍ଷମତା ଦାଖଲ କରିବାର ନଜିର ରହିଛି, ତାକୁ ଲକ୍ଷ୍ୟ ରଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଥା କହି ନାହାଁନ୍ତି ତ ? ଧାମନଗର ଉପନିର୍ବାଚନରେ ଜିତିବା ଓ ପଦ୍ମପୁର ଉପନିର୍ବାଚନରେ ହାରିବା ପରେ ବିଜେପିର ଓଡ଼ିଶା ଦଖଲ ରଣନୀତିରେ ପରିବର୍ତ୍ତନ ହେବାକୁ ଯାଉନି ତ ? ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଉ କିଛି କଥା ମଧ୍ୟ ଏଭଳି ଆଶଙ୍କାକୁ ବଢ଼ାଇ ଦେଇଛି । ସେ କହିଛନ୍ତି “ଆଗୁଆ ନିର୍ବାଚନ ହେଉଛି, ଏଥିପାଇଁ ଆହୁରି ୮ମାସ କିମ୍ବା ୧୫ ମାସ ସମୟ ଅଛି । ତା ଭିତରେ ଅନେକ ପାଣି ମହାନଦୀରେ, ବ୍ରାହ୍ମଣୀରେ, ବୈତରଣୀରେ ଓ ରୁଷିକୂଲ୍ୟାରେ ବହିଯାଇଥିବ” । ଏହାର ଅର୍ଥ କ’ଣ ସୂଚାଉଛି ? ନୂଆ ପ୍ରଭାରୀ ସୁନୀଲ ବଂଶଲ ଆସିବା ପରଠାରୁ କେନ୍ଦ୍ର ବିଜେପିର ଗେମ୍ ପ୍ଲାନ୍ ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉନି ତ ? ଧାମନଗରର ରାଜୁ ଦାସଙ୍କ ଭଳି ଏକାଧିକ ବିଦ୍ରୋହୀ ନେତାଙ୍କୁ ଧରି ବିଜେପି କିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁନାହିଁ ତ ? କୌଣସି ବି ସମୟରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଶେଷ କରି ମୋଦି-ଶାହ ଯୋଡ଼ି ହଠାତ୍ ଓଡ଼ିଶା ଦଖଲ କରିବାପାଇଁ କିଛି ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ବୋଲି ଏହା ତାହାର ଆଗୁଆ ସଂକେତ ନୁହେଁ ତ ?

ବର୍ତ୍ତମାନ ପରିସ୍ଥିତିରେ ଏହା ହୁଏତ କେନ୍ଦ୍ର ମନ୍ତ୍ରୀଙ୍କର “ଗୁଗଲି” ହୋଇଥାଇପାରେ ମାତ୍ର ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହିଁଲେ ଯେକୌଣସି ସମୟରେ ମଧ୍ୟ ରାଜନୈତିକ ଅସ୍ଥିରତା ତିଆରିକରି ଓଡ଼ିଶାକୁ ଆଗୁଆ ନିର୍ବାଚନକୁ ଯିବାପାଇଁ ବାଧ୍ୟ ନକରିବେ ତାହା କେହି ଜୋର ଦେଇ କହିପାରିବେ ନାହିଁ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.