• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଗୁଆ ନିର୍ବାଚନର ସଂକେତ…

ଆଗୁଆ ନିର୍ବାଚନର ସଂକେତ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ଜୁନ୍ ୨୦୨୩

୨୦୨୪ ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ବୋଲି ଏକ ଚର୍ଚ୍ଚା ଏବେ ଦେଶବ୍ୟାପୀ ଚାଲିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଏ ନେଇ ଭବିଷ୍ୟବାଣୀ କରିବା ସହ ନିଜ ନିଜ ଦଳର କର୍ମୀମାନଙ୍କୁ ସନ୍ଦେଶ ଦେଇଛନ୍ତି । ତେବେ କାହିଁକି ଆଗୁଆ ସାଧାରଣ ନିର୍ବାଚନ ହେବ ବୋଲି ଆଲୋଚନା ହେଉଛି ? କିଏ କିଏ ଏହି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ? ରାଜନୈତିକ ଦଳ ଓ ନିର୍ବାଚନ କମିଶନଙ୍କ ପକ୍ଷରୁ କିଛି ସଂକେତ ମିଳିଛି କି ? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠିଛି । ଆଗୁଆ ନିର୍ବାଚନ ପାଇଁ ଯଦିଓ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ, ମାତ୍ର ଅନେକ ରାଜନୈତିକ ଦଳର ନେତା ମାନେ ନିଜେ ନିଜେ ଏଥିପାଇଁ ପ୍ରସ୍ତୁତ ଥିବା କଥା ସୂଚନା ଦେଉଛନ୍ତି। ଏହି କ୍ରମରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ନିଜ ରାଜ୍ୟରେ ଏକାଧିକ ସରକାରୀ ଯୋଜନାର ଶିଳାନ୍ୟାସ କରିବା ସହ ଲୋକସଭା ନିର୍ବାଚନ ଆସନ୍ତା ବର୍ଷ ନହୋଇ ଚଳିତ ବର୍ଷ ହୋଇପାରେ ବୋଲି କହିଛନ୍ତି । ଏନେଇ ସେ ପରୋକ୍ଷରେ ନିଜର ଦଳ ଓ ସହଯୋଗୀ ମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ ଏକ ବାର୍ତ୍ତା ଦେଇଛନ୍ତି ।

ସେହିପରି କିଛିଦିନ ପୂର୍ବରୁ ଓଡ଼ିଶା ମଧ୍ୟ ଆଗୁଆ ନିର୍ବାଚନକୁ ଯାଇପାରେ ବୋଲି ଏକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଡିସେମ୍ବରରେ ହେବାକୁ ଥିବା ୫ଟି ରାଜ୍ୟର ନିର୍ବାଚନ ସହ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡି ମଧ୍ୟ ନିର୍ବାଚନକୁ ଯିବା ପାଇଁ ପ୍ରସ୍ତୁତ ବୋଲି ଏକ ଚର୍ଚ୍ଚା ଏବେ ବି ଚାଲିଛି । ପୁଣି ଆଉ କିଛି ଜାତୀୟ ଗଣମାଧ୍ୟମ ମଧ୍ୟ ଚର୍ଚ୍ଚା କରୁଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ବେଳେ ଆଗୁଆ ନିର୍ବାଚନ ବାବଦରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏପରିକି ବିଜେପି ମଧ୍ୟ ଆଗୁଆ ଲୋକସଭା ନିର୍ବାଚନ କରାଇବାକୁ ପ୍ରସ୍ତୁତ ହେଉଛି ବୋଲି ଶୁଣିବାକୁ ମିଳୁଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସଂକେତ ମଧ୍ୟରୁ, ନୂଆ ସଂସଦ ଭବନକୁ ତରବରିଆ ଭାବେ ଉଦଘାଟନ କରିବା, ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଉଦ୍ୟମ ହେବା, ବିଜେପିର ଦେଶବ୍ୟାପୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହା ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେବା ଆଦି ଆଗୁଆ ଲୋକସଭା ନିର୍ବାଚନର ଏକ ସଂକେତ ବୋଲି ବିଚାର କରାଯାଇପାରେ । ଅନ୍ୟ ପକ୍ଷରେ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ବିଜେପି ବିରୋଧୀ ମେଣ୍ଟ ଗଠନରେ ତତ୍ପରତା ଦେଖାଇବା ଓ ଏନେଇ ବିହାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଓ ବିଭିନ୍ନ ରାଜ୍ୟ ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ଆଗୁଆ ନିର୍ବାଚନର ଅନ୍ୟ ଏକ ସଂକେତ ଭାବେ ବିଚାର କରାଯାଇପାରେ । ଯଦି ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ସମସ୍ତେ ସ୍ଥିର ନିଶ୍ଚିତ ତେବେ ବିରୋଧୀ ମେଳି ଆରମ୍ଭ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉଦ୍ୟମ କ’ଣ ପାଇଁ ? ବର୍ଷେରୁ ଅଧିକ ସମୟ ଯଦି ନିର୍ବାଚନ ପାଇଁ ରହିଛି ତେବେ ସମସ୍ତ ରାଜନୈତିକ ଦଳ ଆଗୁଆ ନିର୍ବାଚନ ବାବଦରେ ନିଜ ଦଳର କର୍ମୀଙ୍କୁ ପ୍ରସ୍ତୁତ ରହିବା ପାଇଁ କାହିଁକି କହୁଛନ୍ତି ?

ଯଦି ଓଡ଼ିଶାର କଥାକୁ ବିଚାରକୁ ନିଆଯାଏ ତେବେ ଓଡ଼ିଶା ସରକାର ଙ୍କ ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ ଶେଷ କରିବା ପାଇଁ ୫ଟି ସଚିବଙ୍କ ରାଜ୍ୟବ୍ୟାପୀ ତୋଫାନୀ ଗସ୍ତ, ବିଭିନ୍ନ ଅଞ୍ଚଳ ପାଇଁ ନୂଆ ପ୍ରକଳ୍ପ ଘୋଷଣା, ସରକାରୀ କର୍ମଚାରୀଙ୍କ ପାଇଁ ମହାଙ୍ଗା ଭତ୍ତା ଘୋଷଣା, ଡ୍ରାଇଭର ସଂଘର ଦାବୀ ପୂରଣ, ଅନ୍ୟ ସଂଘ ମାନଙ୍କର ବହୁ ଦିନର ଦାବୀ ଗୁଡ଼ିକ ବାବଦରେ ନିଷ୍ପତ୍ତି ନେବା ଆଦି ଆଗୁଆ ନିର୍ବାଚନର ବଡ଼ ସଂକେତ ଭାବେ ବିଚାର କରାଯାଇପାରେ । ଏପରିକି ଶୁଣିବାକୁ ମିଳୁଛି ଯେ, ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ସମେତ ଅନେକ ଗୁଡ଼ିଏ ମନ୍ଦିରରେ ଆରମ୍ଭ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସହ ଏସସିବି ମେଡ଼ିକାଲ କଲେଜର ନବକଳେବରକୁ ମଧ୍ୟ ଓଡ଼ିଶା ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରୀ କର୍ମଚାରୀ ମାନଙ୍କଠାରୁ ଆରମ୍ଭ କରି ଅନ୍ୟ ମାନଙ୍କ ବାକି ଥିବା ଦାବୀ ଗୁଡ଼ିକୁ ମଧ୍ୟ ଖୁବ ଶୀଘ୍ର ସରକାର ପୂରଣ କରିବେ ବୋଲି ଶୁଣିବାକୁ ମିଳୁଛି। ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ଲୋକଙ୍କ ସହ ଆଲୋଚନା କରି ନୂଆ ପ୍ରକଳ୍ପ ଆରମ୍ଭ କରିବା ଘୋଷଣା ଓ ଜିଲ୍ଲା ଗୁଡ଼ିକୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ ଘୋଷଣାକୁ ମଧ୍ୟ ଆଗୁଆ ନିର୍ବାଚନର ବଡ ସଂକେତ ଭାବେ ଦେଖାଯାଇପାରେ ।

ତେଣୁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଓ ଶାସକ ଦଳର ନେତାମାନଙ୍କ ଆଭିମୁଖ୍ୟକୁ ଦେଖିଲେ ଯେ କେହିବି କହିବ ବୋଧହୁଏ ବିଜେଡି ଆଗୁଆ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତି କରୁଛି। ସେହିପରି କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଓ ବିଜେପିର ରଣନୀତି ମଧ୍ୟ ଆଗୁଆ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ହୋଇଥାଇପାରେ ବୋଲି ବୁଝା ପଡ଼ୁଛି।

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.