• About
  • Contact
Wednesday, August 19, 2026
Wednesday, August 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅପରାଜିତାଙ୍କ ହିସାବ କିତାବ…

ଅପରାଜିତାଙ୍କ ହିସାବ କିତାବ…
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଜାନୁଆରୀ ୨୦୨୩

ମାଗଣା ଚାଉଳ ନେଇ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ। ଜଣଙ୍କ ପରେ ଜଣେ ବିଜେପିର ନେତାମାନେ ଏବେ ମାଗଣା ଚାଉଳର ହିସାବ ଦେଇଚାଲିଛନ୍ତି । ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନା ଅନୁଯାୟୀ ଏବେ ଓଡ଼ିଶାର ୯୩ ଲକ୍ଷ ପରିବାରର ୩କୋଟି ୨୪ ଲକ୍ଷ ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଚାଉଳ ଯୋଗାଇଦେବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ। ଏପରିକି ଚାଉଳ ନେଇ କଷିଥିବା ଅଙ୍କକୁ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଖରେ ରଖିଛନ୍ତି । ଚାଉଳ କେଜିର ଦାମ ପୂର୍ବରୁ ୩୨ ଟଙ୍କା ୯୧ ପଇସା ଥିବାବେଳେ କେନ୍ଦ୍ର ସରକାର ଦେଉଥିଲେ ୨୯ଟଙ୍କା ୧୫ପଇସା, ରାଜ୍ୟ ସରକାର ଦେଉଥିଲେ ୨ଟଙ୍କା ୭୬ ପଇସା ଓ ହିତାଧିକାରୀଙ୍କୁ ଦେବାକୁ ପଡୁଥିଲା ମାତ୍ର ୧ଟଙ୍କା । ଓଡ଼ିଶା ସରକାର ମାତ୍ର ୨ଟଙ୍କା ୭୬ ପଇସା ଦେଇ ମାଗଣା ଦେଉଛନ୍ତି ବୋଲି କହି ଲୋକଙ୍କୁ ମିଛ କହୁଥିଲେ ବୋଲି ଅଭିଯୋଗ କରିଛନ୍ତି ଏହି ବିଜେପି ସାଂସଦ।

କେନ୍ଦ୍ରସରକାରଙ୍କ ନୂଆ ନିୟମ ଅନୁଯାୟୀ ଏବେ ରାଜ୍ୟସରକାରଙ୍କୁ ଓ ହିତାଧିକାରୀଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ସମସ୍ତ ୩କୋଟି ୨୪ ଲକ୍ଷ ହିତାଧିକାରୀ ମାଗଣାରେ ଚାଉଳ ପାଇବେ । ଏପରିକି କେନ୍ଦ୍ରସରକାର ଦେଉଥିବା ଚାଉଳର ରସିଦ ମଧ୍ୟ ଅଲଗା ଦିଆଯିବ । ଏହି ଯୋଜନାର ନାଁ ପରିବର୍ତ୍ତନ କରାଯାଇ ଏବେ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା” ହୋଇଛିବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶାର ସମସ୍ତ ହିତାଧିକାରୀଙ୍କ ପାଇଁ ମାସକୁ ୬୧୬ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ରସରକାର ବୋଲି ସେ ହିସାବ ଦେଇଛନ୍ତି । ଏପରିକି ଓଡ଼ିଶା ଲୋକ ଜାଣିବା ଦରକାର କିଏ ପ୍ରକୃତରେ ମାଗଣା ଚାଉଳ ଦେଉଛନ୍ତି ବୋଲି ସେ କହିଛନ୍ତି । ଆଗରୁ ଲୋକଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ଚୁ ନଥିଲା ବୋଲି ସେ କହିଛନ୍ତି। ବେଶ୍ କିଛି ଦିନର ନୀରବତା ପରେ ଭୁବନେଶ୍ୱରର ଏହି ବିଜେପି ସାଂସଦ ରାଜ୍ୟ ସରକାରଙ୍କୁ ପୁଣି ସମାଲୋଚନା କରିବା ସହ ନିଜ ପୁରୁଣା ଆଭିମୁଖ୍ୟ ବଦଳି ନାହିଁ ବୋଲି ଏକ ସଂକେତ ଦେଇଛନ୍ତି ।

ଏହି ନୂଆ ଯୋଜନାରେ ଚାଉଳ ଯୋଗାଣ ବାବଦରେ ପ୍ରଥମେ ଅବଗତ କରାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛିଦିନ ଆଗରୁ ସେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଓଡ଼ିଶାର ହିତାଧିକାରୀଙ୍କୁ ନେଇ ଏକ ତଥ୍ୟ ରଖିଥିଲେ । ଏପରିକି ୩ କୋଟି ୨୪ ଲକ୍ଷ ଲୋକଙ୍କୁ କେନ୍ଦ୍ର ସରକାର ହିଁ ଚାଉଳ ଯୋଗାଣ କରୁଛନ୍ତି ବୋଲି କହିବା ସହ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରର ବିଜେପି ସରକାରଙ୍କୁ ମିଳିବା ଦରକାର ବୋଲି ସେ ମଧ୍ୟ ଦାବୀ କରିଥିଲେ । ଏହି ମାଗଣା ଚାଉଳ ପ୍ରସଙ୍ଗରେ ଏବେ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ବୁଝାଇବା ପାଇଁ ରାଜ୍ୟ ବିଜେପି ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବା ବେଳେ ଦୁଇ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଶାସକ ବିଜୁ ଜନତା ଦଳ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା ବିଭିନ୍ନ ନିର୍ବାଚନ ସମୟରେ । ଲୋକମାନଙ୍କ ପାଖରେ ଏବେବି ଏହି ଧାରଣା ରହିଛି ରାଜ୍ୟ ସରକାର ହିଁ ଏହି ଯୋଜନା ଆରମ୍ଭ କରିବା ସହ ଗରିଵ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି ବୋଲି । ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଏହି ଯୋଜନାର ରୂପରେଖ ପରିବର୍ତ୍ତନ କରିବା ଓ ରାଜ୍ୟ ବିଜେପିର ନେତାମାନେ ଜଣକ ପରେ ଜଣେ ଚାଉଳର ହିସାବ ରଖିବା ହିତାଧିକାରୀଙ୍କୁ ପ୍ରଭାବିତ କରିବ କି ? ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କର ଏହା ଏକ ଯୋଜନା ବୋଲି ହିତାଧିକାରୀମାନେ ଗ୍ରହଣ କରି ନେଇଥିବା ବେଳେ ଲୋକଙ୍କ ବିଶ୍ୱାସରେ ପରିବର୍ତ୍ତନ ଆଣି ପାରିବ ତ ରାଜ୍ୟ ବିଜେପି ? ଲୋକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ତାହା ତ ପରବର୍ତ୍ତୀ ସମୟରେ ଜଣାପଡ଼ିବ ମାତ୍ର ରାଜ୍ୟ ବିଜେପି ଏବେ “ମାଗଣା ଚାଉଳ” ପ୍ରସଙ୍ଗରେ ଶାସକ ବିଜେଡିକୁ ସହଜରେ ଛାଡ଼ିବ ନାହିଁ ତାହା ସ୍ପଷ୍ଟ ହୋଇଛି ବିଜେପି ନେତା ମାନଙ୍କ ବୟାନ ବାଜିରୁ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.