• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅସୁରକ୍ଷିତ ଲୋକସେବା ଭବନ ?

ଅସୁରକ୍ଷିତ ଲୋକସେବା ଭବନ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୬ଜୁନ୍ ୨୦୨୬

ଓଡିଶାର ପ୍ରଶାସନିକ ଇତିହାସରେ ଏକ ନୂଆ ଘଟଣା ଏବେ ସାମ୍ନାକୁ ଆସିଛି। ରାଜ୍ୟର ସବୁଠାରୁ ସୁରକ୍ଷିତ ଓ ଶୀର୍ଷସ୍ଥାନ କୁହାଯାଉଥିବା ରାଜ୍ୟ ସଚିବାଳୟ ଯାହା ଏବେ ଲୋକସେବା ଭବନ ପରିଚିତ, ଏହି ବିଲଡିଂରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଦୁଇଟି ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ ଗାଏବ ହୋଇଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ୟାପିଟାଲ ଥାନାରେ ଗୃହ ବିଭାଗ ପକ୍ଷରୁ ଏଫଆଇଆର ଦାୟର କରାଯାଇଛି। ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ।

ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଗାଏବ ହୋଇଥିବା ଫାଇଲ ମଧ୍ୟରେ ରହିଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ। ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ଓ ଏହି ଘଟଣା ପରେ କନ୍ଧମାଳରେ ବ୍ୟାପକ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ମାମଲାର ତଦନ୍ତ କରିଥିଲେ ପ୍ରଥମେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ଓ ପରେ ତାଙ୍କର ଦେହାନ୍ତ ପରେ ଏହି ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ ଏ.ଏସ. ନାଇଡୁ। ୨୦୧୬ ମସିହାରେ ଏହି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଠାଯାଇଥିଲା। ସେହିପରି ୨୦୧୬ ମସିହାରେ ଭୁବନେଶ୍ୱରର ସମ ହସ୍ପିଟାଲରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ। ଏଥିରେ ୨୨ ଜଣକ ଜୀବନ ଚାଲିଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର “ଆରଡିସି ସ୍ତରୀୟ ତଦନ୍ତ” ନିର୍ଦେଶ ଦେଇଥିଲେ। ଏହି ତଦନ୍ତ ରିପୋର୍ଟ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମଧ୍ୟ ପଠାଯାଇଥିଲା, ଯାହାର ଏବେ ପତ୍ତା ମିଳୁନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଦୁଇଟିଯାକ ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ ଗଲା କୁଆଡ଼େ ? ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ହଜିଲା କିପରି ? ଏହାକୁ ଚୋରି କରିବାକୁ ସାହସ କଲା କିଏ ?

ରାଜ୍ୟରେ ବିଜେପି ସରକାର ଗଠନକୁ ଦୁଇବର୍ଷ ପୂରିବାକୁ ବସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସ କେମିତି ଜାଣିପାରିଲା ନାହିଁ ଦୁଇଟି ଫାଇଲ ଗାଏବ ହେବା ଘଟଣା ? ପ୍ରଥମେ ଗଣମାଧ୍ୟମକୁ ସୂଚିତ କରିଥିଲେ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦୁଇଟି ଫାଇଲ ଗାଏବ ହୋଇଛି ବୋଲି ଆଇନ ମନ୍ତ୍ରୀଙ୍କ ସୂଚନା ପରେ ମୁଖ୍ୟମନ୍ତ୍ରୀ ଏ ବାବଦରେ ଜାଣନ୍ତି ନାହିଁ ବୋଲି କହିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ପକ୍ଷରୁ ଫାଇଲ ଗାଏବ ହେବା ଘଟଣା ନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏବେ ଏହି ଫାଇଲ ହଜିବା ଘଟଣା ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଦେଇଛି। ଯେତେବେଳେ ରାଜ୍ୟସରକାର ନିଜର ୨ୟ ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରିବାକୁ ଯାଉଛନ୍ତି, ଠିକ ସେତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଦୁଇଟି ସମ୍ବେଦନଶୀଳ ଫାଇଲ ଚୋରି ହୋଇଯାଇଛି ବୋଲି ପ୍ରଘଟ ହେବା ସରକାରଙ୍କ ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଫିସର ଚରମ ବିଫଳତା ଭାବେ ଲୋକଙ୍କ ସାମ୍ନାକୁ ଆସିଛି। ବିରୋଧୀଦଳ ଏହାକୁ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଛି ଓ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ ବର୍ତ୍ତମାନର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଅସହାୟତା ନେଇ ପ୍ରଶ୍ନ କରିଛନ୍ତି।

ଅନ୍ୟ ପକ୍ଷରେ ଶାସକ ଦଳ ପକ୍ଷରୁ ଏହି ଫାଇଲ ଗାଏବ ଘଟଣାରେ ବିଜେଡିର ସମ୍ପୃକ୍ତି ରହିଛି ବୋଲି ପାଲଟା ଜବାବ ଦିଆଯାଇଛି। କ୍ଷମତାରୁ ଯିବା ପୂର୍ବରୁ ବିଜେଡି ସରକାର ଏହି ଫାଇଲ ଗାଏବ କରିଛନ୍ତି ବୋଲି ବିଜେପି ମଧ୍ୟ ଅଭିଯୋଗ କରିଛି। ଏହି ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ରାଜ୍ୟ ରାଜନୀତିରେ ଏହା ଏକ ବଡ଼ ପ୍ରସଙ୍ଗ ହୋଇଯାଇଛି। ୨୪ ବର୍ଷ ଧରି ନିରଙ୍କୁଶ ଶାସନ କରିଥିବା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ଉପରେ ଏହାର ପ୍ରଭାବ ପଡ଼ିଛି। ଏପରିକି ବିଗତ ସରକାର ସମୟର ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଏହି ଘଟଣାରେ ପୂର୍ବ ସରକାର ଓ ପ୍ରଶାସନିକ ବ୍ୟବସ୍ଥାର ଅଧିକାରୀ ମାନେ ତଦନ୍ତ ପରିସରକୁ ଆସିବାର ବାଟ ଫିଟିଛି। ସେହିପରି ବିଜେପି ସରକାରର ପାରିବା ପଣିଆ ଉପରେ ମଧ୍ୟ ବଡ଼ ପ୍ରଶ୍ନବାଚୀ ଲଗାଇଛି ଏହି ଫାଇଲ ହଜିବା ଘଟଣା। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଯେତେବେଳେ ଦୁଇଟି ଫାଇଲ ଚୋରିହେବା ଘଟଣା ସାମ୍ନାକୁ ଆସିଲା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଏକ ସୁରକ୍ଷିତ ସ୍ଥାନ ବୋଲି ଆଉ କୁହାଯାଇପାରିବ କି ?

ପୂର୍ବରୁ ଅନେକ ତଦନ୍ତ କମିଶନ ରିପୋର୍ଟ କାର୍ଯ୍ୟକାରୀ ନହେବା, ଲୋକଙ୍କ ପାଖରେ ଏହି ରିପୋର୍ଟର ସମସ୍ତ ତଥ୍ୟ ନପହଞ୍ଚିବା ଅବା ରିପୋର୍ଟ ହଜିଯିବା ଓଡ଼ିଶାରେ ନୂଆ ଘଟଣା ନୁହେଁ। ୧୯୯୨ ମସିହାରେ ପୁରୀରେ ନାଗାର୍ଜୁନ ବେଶ ବେଳେ ହୋଇଥିବା ଦଳାଚକଟା ଘଟଣାରେ ୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ ମହାପାତ୍ର କମିଶନ। ୧୯୯୫ରେ ତଦନ୍ତ ରିପୋର୍ଟ ଦିଆଯାଇଥିଲା ତତ୍କାଳୀନ କଂଗ୍ରେସ ସରକାରଙ୍କୁ। ମାତ୍ର ୨୦୦୬ ମସିହାରେ ତତ୍କାଳୀନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବିଧାନସଭାରେ ଜଣାଇଥିଲେ ଏହି ରିପୋର୍ଟ ମିଳୁନାହିଁ ଓ ହଜିଯାଇଛି ବୋଲି। ସଂଯୋଗ ବଶତଃ ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଏବେ ଆଇନ ମନ୍ତ୍ରୀ। ସେ ମଧ୍ୟ ଗଣମାଧ୍ୟମରେ ସୂଚିତ କରିଛନ୍ତି ଏବେର ସରକାର ସମୟରେ ଦୁଇଟି ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ ଚୋରି ହୋଇଯାଇଛି ବୋଲି। ଏକଥା ମଧ୍ୟ ସମସ୍ତଙ୍କୁ ଜଣାଅଛି ଯେ ବିଜେଡି ସରକାର ଅମଳରେ ଅନେକ କମିଶନଙ୍କ ତଦନ୍ତ ରିପୋର୍ଟ ଏବେ ମଧ୍ୟ ଶୀତଳଭଣ୍ଡାରରେ ପଡ଼ି ରହିଛି ।

ଅତଏବ ସେହି ତଦନ୍ତ ରିପୋର୍ଟର ସ୍ଥିତି କ’ଣ ? ସେଗୁଡ଼ିକ ସୁରକ୍ଷିତ ଅଛି ତ ? ତଦନ୍ତ ରିପୋର୍ଟର ସମସ୍ତ ଫାଇଲ ବର୍ତ୍ତମାନର ସରକାରଙ୍କ ପାଖରେ ସୁରକ୍ଷିତ ଭାବେ ରହିଛି ତ ? ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ଯେ, ବିଜେଡି ସରକାର ଅମଳର ସମସ୍ତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି, ମାତ୍ର ବର୍ତ୍ତମାନର ସରକାର ଏପର୍ଯ୍ୟନ୍ତ କାହିଁକି କରିପାରି ନାହିଁ ? ଏନେଇ ଲୋକମାନେ ସନ୍ଦେହ କରିବେ ନା ନାହିଁ ଯେ, ତଦନ୍ତ ରିପୋର୍ଟ ଫାଇଲ ଅଛି ତ ?

ତେବେ ଯାହାବି ହେଉ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଦୁଇଟି ଫାଇଲ ଚୋରି ହୋଇଯାଇଛି ବୋଲି ଜଣାପଡ଼ିଲା, ତାହା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇବା ସହ ଏକଥା ପ୍ରମାଣିତ କଲା ନା ନାହିଁ ଯେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସମେତ ଅନ୍ୟ ମନ୍ତ୍ରୀ ଓ ସଚିବଙ୍କ ଅଫିସ ମଧ୍ୟ ଆଉ ସୁରକ୍ଷିତ ସ୍ଥାନ ନୁହେଁ ବୋଲି ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.