• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବାବୁ.. ବିଜେଡି..ବିବାଦ …

ବାବୁ.. ବିଜେଡି..ବିବାଦ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ଫେବୃଆରୀ ୨୦୨୩

ଏକଦା ପ୍ରଶାସକରୁ ରାଜନେତା ପାଲଟିଥିବା ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ସବୁଠାରୁ କ୍ଷମତାଶାଳୀ ରାଜନେତା ଥିବା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଏକ ବୟାନ ଓଡ଼ିଶାର ଅମଲାତନ୍ତ୍ରକୁ ବେଶ ଅଡ଼ୁଆରେ ପକାଇଥିଲା । ପ୍ୟାରୀମୋହନ କହିଥିଲେ ଯେ, ଓଡ଼ିଶା ଅମଲାତନ୍ତ୍ର କ୍ଷମତା ବାହାରକୁ ଚାଲିଯାଉଛି । ବିଜେଡିରେ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଥିବା ପ୍ୟାରୀମୋହନଙ୍କ ଏହି ବକ୍ତବ୍ୟ ସମସ୍ତଙ୍କୁ ସେତେବେଳେ ଆଶ୍ଚର୍ଯ୍ୟ କରିଥିଲା । ଲୋକେ ବୁଝିପାରିନଥିଲେ କାହାକୁ ଲକ୍ଷ୍ୟକରି ପ୍ୟାରୀବାବୁ ଏକଥା କହୁଛନ୍ତି ବୋଲି। ପରେ ଜଣାପଡ଼ିଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦପ୍ତର ପ୍ରତି ଥିଲା ପ୍ୟାରୀମୋହନ ମହାପାତ୍ରଙ୍କ ଏହି ଆକ୍ଷେପ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପ୍ରଭାବଶାଳୀ ଅଫିସରଙ୍କ ଉଦ୍ଦେଶ୍ୟରେ ଥିଲା ଏହି ବୟାନ। ଏହି ବୟାନ ପରଠାରୁ ଅନେକ ସମୟରେ ଓଡ଼ିଶା ରାଜନୀତିରେ ଅମଲାତନ୍ତ୍ରର କ୍ଷମତାକୁ ନେଇ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା ଶୁଣିବାକୁ ମିଳିଛି।

ପୂର୍ବତନ ଡିଜି ପୋଲିସ ପ୍ରକାଶ ମିଶ୍ର ଯେତେବେଳେ ବିଜେପିରେ ଯୋଗ ଦେଲେ, ସେ ମଧ୍ୟ ଓଡ଼ିଶାର ଅମଲାତନ୍ତ୍ରକୁ ସମାଲୋଚନା କରିଥିଲେ ଓ ଓଡ଼ିଶାରେ କୁଶାସନ ଚାଲିଛି ବୋଲି ଗଣମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । ଏପରିକି ପ୍ରକାଶ ମିଶ୍ରଙ୍କ ମୁହଁରୁ ମଧ୍ୟ ଶୁଣିବାକୁ ମିଳିଥିଲା ବାବୁ ମାନଙ୍କ ଶାସନ ବିରୋଧରେ ବିଷେଦଗାର। ସେହିପରି ଆଉ ଜଣେ ଆଇଏଏସ ଅଫିସର ଭାବେ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଚାକିରୀରୁ ଆଗୁଆ ଅବସର ନେଇ ଡେଇଁଥିଲେ ରାଜନୈତିକ ମଇଦାନକୁ । ବିଜେପିରେ ଯୋଗ ଦେବା ପରେ ଅପରାଜିତା ମଧ୍ୟ ରାଜ୍ୟ ଅମଲାତନ୍ତ୍ର ବାବଦରେ ବେଶ୍ ଗର୍ଜନ କରିଥିଲେ । ଏପରିକି ଅନେକ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା ନକରି ତାଙ୍କର ଅଫିସର ମାନଙ୍କୁ ଟାର୍ଗେଟ କରିବାର ନଜିର ରହିଛି । କିଛି ନିର୍ଦ୍ଦିଷ୍ଟ ଅଫିସର ଓ ତୃତୀୟ ମହଲା ଅଫିସର ବୋଲି ସେ ବାରମ୍ବାର କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏମାନେ ଭୁଲ ପରାମର୍ଶ ଦେଉଛନ୍ତି ବୋଲି ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ଆଗରେ ମଧ୍ୟ ସେ ସଚିବାଳୟର ୩ୟ ମହଲାର ଅଫିସର ମାନଙ୍କ ବିରୋଧରେ ଅନେକଥର ମତାମତ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ।

ପୁଣି ଏବେ ଆଉଜଣେ ପ୍ରଭାବଶାଳୀ ଅଫିସର ଥିବା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟଶାସନସଚିବ ଦାୟିତ୍ୱରୁ ଅବସର ନେବାର ଅନେକ ଦିନ ପରେ କଂଗ୍ରେସରେ ଯୋଗ ଦେଇଛନ୍ତି ବିଜୟ ପଟ୍ଟନାୟକ । ଯିଏକି ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଅଫିସର ତଥା ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ ତୁଲାଉଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅନେକ ନିଷ୍ପତ୍ତି ଉପରେ ମଧ୍ୟ ତାଙ୍କର ପରାମର୍ଶ ଥାଏ ବୋଲି ଚର୍ଚ୍ଚା ହୋଇଥାଏ ।

ବିଜୟ ପଟ୍ଟନାୟକ ମଧ୍ୟ କଂଗ୍ରେସରେ ଯୋଗ ଦେବାପରେ ସମାନ ଢଙ୍ଗରେ ଅଭିଯୋଗ ଆଣିଛନ୍ତି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ନକରି ଟାର୍ଗେଟ କରିଛନ୍ତି ପ୍ରଭାବଶାଳୀ ବାବୁ ମାନଙ୍କୁ। ଗଣମାଧ୍ୟମ ଆଗରେ “ରୁଦ୍ଧ ଦ୍ୱାର ସରକାର”, “ମନ୍ତ୍ରୀ ଓ ବିଧାୟକ ଅସହାୟ”, “5ଟି ର ଆବଶ୍ୟକତା କ’ଣ”, “ସଚିବ ମାନଙ୍କୁ କାମ କରିବାକୁ ସୁଯୋଗ ଦିଆଯାଉନାହିଁ”, “ଅଣଓଡ଼ିଆଙ୍କୁ ପ୍ରାଥମିକତା ମିଳୁଛି” ଆଦି ଅନେକ ଅଭିଯୋଗ ଆଣିଛନ୍ତି ଏହି ପୂର୍ବତନ ମୁଖ୍ୟ ଶାସନ ସଚିବ। ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି ୩ୟ ମହଲାକୁ। ପୂର୍ବରୁ ପ୍ୟାରୀ ମୋହନଙ୍କ ଠାରୁ ଅପରାଜିତାଙ୍କ ପର୍ଯ୍ୟନ୍ତ ଯେତେ ଜଣ ଅଭିଯୋଗ କରିଥିଲେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ବିଜୟ ପଟ୍ଟନାୟକ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।

ବିଜୟଙ୍କ ଏହି ବାବୁ ମାନଙ୍କୁ ଟାର୍ଗେଟ କରିବା ଉଦ୍ୟମ ଆଗକୁ ଆହୁରି ସମସ୍ୟା ସୃଷ୍ଟି କରିପାରେ ଶାସକ ବିଜେଡି ପାଇଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ଯଦି ଚାହାଁନ୍ତି ନିର୍ବାଚନ ପୂର୍ବରୁ ଅନେକ ଗୁମର ଖୋଲିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଯେହେତୁ ପ୍ରକାଶ ମିଶ୍ର, ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ବିଜୟ ପଟ୍ଟନାୟକ ବେଶ୍ କ୍ଷମତାଶାଳୀ ଅଫିସର ଥିଲେ ଓ ଅଧିକ ବିଶ୍ୱସ୍ତ ଥିଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର, ତେଣୁ ବିଜୟଙ୍କ ଆଡୁ ଅଧିକ ବିପଦ ରହିଛି ବିଜେଡି ପାଇଁ ବୋଲି ରାଜନୈତିକ ସମୀକ୍ଷକ ମାନେ କହିବା ଆରମ୍ଭ କଲେଣି ।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ବିଜେଡି ଓ ବିଜୟଙ୍କ ଭିତରେ ବିବାଦ ଆଗକୁ କେଉଁ ରୂପ ନେବ? ବିଜୟ ବିଜେଡିର ସବୁ ଗୁମର ଖୋଲି ଦେବେନି ତ? ବର୍ତ୍ତମାନର ପ୍ରଭାବଶାଳୀ ବ୍ୟୁରୋକ୍ରାଟଙ୍କ ପାଇଁ ବିଜୟ ବଡ଼ ବିପଦ ହୋଇ ଉଭା ହେବେନି ତ? ପୂର୍ବତନ ବାବୁ ଓ ବର୍ତ୍ତମାନର ବାବୁଙ୍କ ବିବାଦ ଭିତରେ ବିଜେଡି ଛନ୍ଦି ହୋଇ ଯିବନି ତ? ଏପରିକି ବର୍ତ୍ତମାନର କ୍ଷମତାଶାଳୀ ବାବୁ ମାନେ ବିଜୟଙ୍କୁ ଚେକ୍ ଦେଇ ପାରିବେ ତ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.