• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବଦଳିବ କି ବିଜେପି ?

ବଦଳିବ କି ବିଜେପି  ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୨

ବେଶ୍ କିଛି ଦିନର ନିରବତା ପରେ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପ୍ରଭାବଶାଳୀ ନେତା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେବାବେଳେ ଶାସକ ଦଳ ନେତାଙ୍କ ସମ୍ପୃକ୍ତି ନେଇ ସେ ବିଜେଡିକୁ ଟାର୍ଗେଟ କରିଛନ୍ତି । ଏପରିକି ନିମାପଡ଼ାର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ମଧ୍ୟ ରାଜ୍ୟ ସରକାର ଓ ପୋଲିସର ନିଷ୍କ୍ରିୟତା ନେଇ ସେ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ଠିକ୍ ଏହା ପରେ ପରେ ରାଜ୍ୟ ବିଜେପିର ମଧ୍ୟ ନିଦ ଭାଙ୍ଗିବା ଭଳି ଲାଗୁଛି । କେନ୍ଦ୍ରମନ୍ତ୍ରୀଙ୍କ ବଦଳୁଥିବା ଆଭିମୁଖ୍ୟ ବୋଧହୁଏ ରାଜ୍ୟର ବିଜେପି ନେତାଙ୍କୁ ଶାସକ ଦଳ ବିଜେଡି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଏକରକମ ବାଧ୍ୟ କରିଛି । ନିମାପଡ଼ାର “ଧର୍ମେଦ୍ର ସାହୁ ମୃତ୍ୟୁ” ଓ “ଅର୍ଚ୍ଚନା ନାଗଙ୍କ ବ୍ଲାକ ମେଲିଂ” ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଏବେ ଆନ୍ଦୋଳନକୁ ଓହ୍ଲାଇଛି । ବିଜେପିର ରାଜ୍ୟ ସ୍ତରୀୟ ନେତାମାନେ ଏହି ଦୁଇଟି ଘଟଣାରେ ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ଆଣିବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବୀ କରି ଶାସକ ବିଜେଡିକୁ ଘେରିଛନ୍ତି ।

ଏହି ଦୁଇଟି ଗୁରୁତ୍ୱପୂର୍ଣ ପ୍ରସଙ୍ଗରୁ ଖସିବାପାଇଁ ଚେଷ୍ଟା କରୁଥିବା ଶାସକ ବିଜେଡି ଏବେ ଅଡ଼ୁଆରେ ପଡ଼ିଯାଇଛି । ଧାମନଗର ଉପନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ନେବା ପାଇଁ ଦିନ ରାତି ଏକ କରିଦେଇଥିବା ଶାସକ ଦଳ ଏବେ ଏହି ପ୍ରସଙ୍ଗକୁ ନେଇ କିଭଳି ବିଜେପିର ମୁକାବିଲା କରିବ ସେ ନେଇ ଚିନ୍ତିତ ଥିବା ଭଳି ଲାଗୁଛି । ଯଦି ଏ ବାବଦରେ ଶାସକ ଦଳ ନିରବ ରହେ, ତେବେ ଏହି ପ୍ରସଙ୍ଗ ଗୁଡ଼ିକ ବିରୋଧୀ ବିଜେପି ନିର୍ବାଚନ ପ୍ରସଙ୍ଗ କରିବ ନାହିଁ ତ ? ବିରୋଧୀ ଦଳ ହିସାବରେ ବିଜେପି ଯଦି ନିଜର ସକ୍ରିୟତା ଜାହିର କରେ ତେବେ ଏହି ଦୁଇଟି ଘଟଣାର ପର୍ଦ୍ଦାଫାଶ ହେବନି ତ ? ଅର୍ଚ୍ଚନା ନାଗ ଘଟଣାରେ ସମ୍ପୃକ୍ତ ବିଜେଡି ନେତାମାନଙ୍କ ନାଁ କୁ ପୋଲିସ ଲୁଚାଇବା ସମ୍ଭବ ହେବ କି ? ନିମାପଡ଼ା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ଭୂମିକାକୁ ନେଇ ବିଜେପିର ଆନ୍ଦୋଳନ ବିଜେଡିକୁ ବିଚଳିତ କରିବ ନାହିଁ ତ ?

ଏହି ଦୁଇଟି ପ୍ରସଙ୍ଗକୁ ଛାଡ଼ିଦେଲେ ଏବେ ସମସ୍ତଙ୍କ ନଜର ରହିଛି ଧାମନଗର ଉପନିର୍ବାଚନ ଉପରେ । ପ୍ରଥମରୁ ବିରୋଧୀ ବିଜେପିର ପଲ୍ଲା ଭାରୀ ଥିଲା ଏହି ନିର୍ବାଚନ ମଣ୍ଡଳୀ ରେ । ମାତ୍ର ଏବେ ଶାସକ ବିଜେଡିର ମାଳ ମାଳ ନେତା ଓ ମନ୍ତ୍ରୀ ଏଠାରେ ପହଞ୍ଚି ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି । ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଉପରେ ବିଜେପିର ହାର ଜିତ୍ ନିର୍ଭର କରୁଛି । କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଆସିବା ପୂର୍ବରୁ ଏହି ଆସନ ବିଜେପି ଜିତିବ କହିବା ପରେ ବିଜେପିର ପ୍ରଚାର ଉପରେ ଏହାର ସିଧା ପ୍ରଭାବ ପଡ଼ିଛି । ୨୦୧୯ ପରଠାରୁ ଶାସକ ବିଜେଡି ବିରୋଧରେ ପାଟି ଫିଟାଉନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଦି ପୁଣି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରନ୍ତି, ତେବେ ବିଜେପିର ରଣନୀତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଉପନିର୍ବାଚର ଫଳାଫଳ ହାତରୁ ଖସିଗଲେ ଶାସକ ବିଜେଡି ପାଖରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ଏକ ପ୍ରକାର ଆତ୍ମସମର୍ପଣ ବୋଲି ଧରିନିଆଯିବ ।

ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେ. ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତପରେ କିଛି ମାତ୍ରାରେ ଉତ୍ସାହିତ ହୋଇପଡ଼ିଥିଲେ ବିଜେପିର କର୍ମୀମାନେ । ଏବେ ପୁନର୍ବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ସୂଚନା ପାଇବା ପରେ କର୍ମୀମାନେ ଧାମନଗର ଉପନିର୍ବାଚନରେ ଲଢ଼ିବା ଏକ ପ୍ରକାର ନିଶ୍ଚିତ । ସେହିପରି ରାଜ୍ୟର ଦୁଇ ଦୁଇଟି ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ବିଜେପିର ହଲ୍ଲା ବୋଲ ଆରମ୍ଭ ହୋଇଯାଇଛି । ଏହି ଆଭିମୁଖ୍ୟକୁ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି କେତେଦିନ ପର୍ଯ୍ୟନ୍ତ ଜାରିରଖି ପାରିବ ? ବିଜେଡି ସହ ଅଘୋଷିତ ବୁଝାମଣା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଆଭିମୁଖ୍ୟକୁ ବଦଳାଇବେ ତ ? ଦୁଇଟି ପ୍ରମୁଖ ଘଟଣାର ଦୋଷୀଙ୍କୁ ଖୋଜି ଉପଯୁକ୍ତ ଦଣ୍ଡବିଧାନ କରିବାକୁ ରାଜ୍ୟ ସରକାର ଉପରେ ଚାପ ପକାଇବାରେ ସକ୍ଷମ ହେବେ ତ ? ଏବଂ ଧାମନଗରରେ ନିଜେ ମଇଦାନକୁ ଓହ୍ଲାଇବା ସହ ବିଜେଡିର ନିର୍ବାଚନ ଜିତିବାର ରଣକୌଶଳକୁ ଅଟକାଇ ପାରିବେ ତ ?

Nirvik Bureau

Nirvik Bureau

Related Posts

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…
Politics

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

by Nirvik Bureau
July 22, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୨ ଜୁଲାଇ ୨୦୨୬ ପ୍ରତିବର୍ଷ ପରି ଏଥର ମଧ୍ୟ ସମସ୍ତେ ଚାହିଁ ବସିଥିଲେ କୋଟି ବ୍ରହ୍ମାଣ୍ଡର ଠାକୁରଙ୍କୁ ଟିକେ ଦେଖିବା ପାଇଁ ରଥଯାତ୍ରାରେ...

Read more
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
ଅସୁରକ୍ଷିତ ଲୋକସେବା ଭବନ ?

ଅସୁରକ୍ଷିତ ଲୋକସେବା ଭବନ ?

June 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.