• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୫ ଜୁଲାଇ ୨୦୨୬

ବିଜେଡି ରାଜନୀତିରୁ ଦୂରେଇ ରହିଥିବାର ଭ୍ରମ ସୃଷ୍ଟି କରୁଥିବା ପୂର୍ବତନ ଆଇଏଏସ୍ ଅଫିସର ଭି.କେ. ପାଣ୍ଡିଆନ୍ ହଠାତ୍ ଭେନେଜୁଏଲାର ଭୂକମ୍ପ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ସେଠାକାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ରେଜ୍‌ଙ୍କୁ ଭେଟିଥିଲେ । ସେଠାରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍ ବାବଦରେ ଆଲୋଚନା କରିବା ସହ ନିଜ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ପୋଷ୍ଟ କଲେ । ଏହା ପରେ ଆରମ୍ଭ ହୋଇଗଲା ପାଣ୍ଡିଆନ ପନ୍ଥୀ ମାନଙ୍କର ପ୍ରଚାର ପ୍ରତିଯୋଗିତା । ଆଗକୁ ଚାଲି ଆସିଲେ ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ନୂଆ ନୂଆ ନେତା ବନିବାକୁ ଚେଷ୍ଟା କରୁଥିବା ମନ୍ମଥ ରାଉତରାୟ । ସନ୍ୟାସୀଙ୍କ ଭକ୍ତ ବୋଲି ପ୍ରମାଣ କରିବାକୁ ଯାଇ କିଛି ବୋଲକରା ଡିଜିଟାଲ୍ ମିଡିଆ ଦ୍ୱାରା ପ୍ରଚାର ଆରମ୍ଭ କଲେ ଯେ, ପାଣ୍ଡିଆନ୍‌ଙ୍କୁ ଖୋଦ୍ ଭେନେଜୁଏଲା ରାଷ୍ଟ୍ରପତି ଆମନ୍ତ୍ରଣ କରିଛନ୍ତି । କିନ୍ତୁ ସତ ଅଧିକ ସମୟ ଲୁଚି ରହିଲା ନାହିଁ । ଖୁଲାସା ହେଲା ଯେ, କୌଣସି ସରକାରୀ ବା ମିଳିତ ଜାତିସଂଘର ନିମନ୍ତ୍ରଣ ନୁହେଁ, ବରଂ ‘ସତ୍ୟସାଇ ସେବା ସଂଗଠନ’ର ଜଣେ ସ୍ଵେଚ୍ଛାସେବୀ ଭାବେ ସେ ସେଠାକୁ ଯାଇଥିଲେ । ନିଜ ଦଳର ନେତାଙ୍କ ଅତି-ଉତ୍ସାହୀ ମିଥ୍ୟା ପ୍ରଚାର ଯୋଗୁଁ ପାଣ୍ଡିଆନ୍ ନିଜେ ହିଁ ନିଜ ଜାଲରେ ଛନ୍ଦି ହୋଇଗଲେ । ଏହି ମିଥ୍ୟା ପ୍ରଚାର ଏବେ ବିଜେଡି ଓ ପାଣ୍ଡିଆନ୍‌ଙ୍କ ପାଇଁ ସାରା ଓଡ଼ିଶାରେ ଏକ ବଡ଼ ଉପହାସ ପାଲଟିଛି । ଜନସାଧାରଣ ବୁଝିଗଲେଣି ଯେ, ପାଣ୍ଡିଆନ୍ ପଛ ଦୁଆର ଦେଇ ପୁଣି ସକ୍ରିୟ ରାଜନୀତିକୁ ଫେରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି । ଏହି ଭେନେଜୁଏଲା ଗସ୍ତର ପ୍ରଚାର ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍‌ଙ୍କ ଅପରିପକ୍ୱତାକୁ ପୁଣି ଥରେ ପ୍ରମାଣିତ କରିଦେଲା ।

ମିଥ୍ୟା ପ୍ରଚାର ଏବଂ ନିଜ ଦଳର ନେତାଙ୍କ ଅତ୍ୟଧିକ ଚାଟୁକାରିତା ଯୋଗୁଁ ଭି.କେ. ପାଣ୍ଡିଆନ୍‌ଙ୍କୁ ରାଜନୈତିକ ସ୍ତରରେ ବଡ଼ ଧକ୍କା ଲାଗିଛି । ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ମନ୍ମଥ ରାଉତରାୟଙ୍କ ଭଳି ନେତାମାନେ ପାଣ୍ଡିଆନ୍‌ଙ୍କୁ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭାବେ ଚିତ୍ରଣ କରିବାକୁ ଯାଇ ସତ୍ୟର ଅପଳାପ କରିଛନ୍ତି। ଯେତେବେଳେ ବାବୁ ପାଣ୍ଡିଆନଙ୍କ ସହ ସତ୍ୟସାଇ ଟ୍ରଷ୍ଟର ସଂଯୋଗ ସାମ୍ନାକୁ ଆସିଲା, ସେତେବେଳେ ବିରୋଧୀଙ୍କୁ ଆକ୍ରମଣ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିଗଲା ଏବଂ ପାଣ୍ଡିଆନ୍ ନିଜ ସମର୍ଥକଙ୍କ ଯୋଗୁଁ ହିଁ ଅପଦସ୍ଥ ହେଲେ । ୨୦୨୪ ନିର୍ବାଚନ ବିପର୍ଯ୍ୟୟ ପରେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ଘୋଷଣା କରିଥିଲେ, କିନ୍ତୁ ଏହି ଗସ୍ତର ପିଆର୍ ଷ୍ଟଣ୍ଟ୍ ସ୍ପଷ୍ଟ କରୁଛି ଯେ ସେ ଆଲୋଚନାରେ ରହିବାକୁ ଚାହୁଁଛନ୍ତି ଓ ବାରମ୍ବାର ଚେଷ୍ଟା ବି କରୁଛନ୍ତି । ଏହା ଦ୍ୱାରା ଜନସାଧାରଣଙ୍କ ମନରେ ତାଙ୍କ ପ୍ରତି ଥିବା ଆକ୍ରୋଶ ଆହୁରି ବଢ଼ିଛି। ଏହି ଘଟଣା ପାଣ୍ଡିଆନ୍‌ଙ୍କୁ ଓଡ଼ିଶା ରାଜନୀତିରେ ଜଣେ ‘ଅପରିପକ୍ୱ ନେତା’ ଭାବେ ପୁଣି ପ୍ରମାଣିତ କରିଛି । ସେ ଯେତେବେଳେ ବି ଫେରିବାକୁ ଚେଷ୍ଟା କରିବେ, ଏହି ମିଥ୍ୟା ପ୍ରଚାରର ଦାଗ ତାଙ୍କ ପିଛା ଛାଡ଼ିବ ନାହିଁ ।

ଏହି ଭେନେଜୁଏଲା ମିଥ୍ୟା ପ୍ରଚାର ଘଟଣା ସମଗ୍ର ବିଜେଡି ଦଳ ପାଇଁ ମଧ୍ୟ ଏକ ବଡ଼ ରାଜନୈତିକ ସଙ୍କଟ ସୃଷ୍ଟି କରିଛି । ଦଳର ପୁରୁଖା ନେତାମାନେ ଏବେ ମଧ୍ୟ ପାଣ୍ଡିଆନ୍ ଏବଂ ତାଙ୍କ କୋଟେରୀ ଦ୍ଵାରା ଦଳ ପରିଚାଳିତ ହେଉଥିବା ଦେଖି କ୍ଷୁବ୍ଧ ହୋଇଛନ୍ତି । ନେତାମାନଙ୍କ ମଧ୍ୟରେ ଅବିଶ୍ଵାସର ପରିବେଶ ସୃଷ୍ଟି ହୋଇଛି, କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଏପରି ପିଆର୍ ଷ୍ଟଣ୍ଟ୍ ଦଳକୁ ବାରମ୍ବାର ନିନ୍ଦିତ କରୁଛି । ୨୦୨୪ ବିପର୍ଯ୍ୟୟ ପରେ ବିଜେଡି ନିଜକୁ ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ ଏହି ମିଛ ପ୍ରଚାର ପୁଣି ଥରେ ଦର୍ଶାଇଛି ଯେ ଦଳ ଏବେ ମଧ୍ୟ ପୁରୁଣା “ସୋସିଆଲ୍ ମିଡିଆ ହାଇପ୍” ଏବଂ ମିଥ୍ୟା ଆଖ୍ୟାନ ଉପରେ ନିର୍ଭରଶୀଳ, ଯାହା ବିଜେଡିର ତୃଣମୂଳସ୍ତରର କର୍ମୀଙ୍କ ମନୋବଳକୁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ କରିଦେଇଛି । ବିଜେଡି ଭିତରେ ତାଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ଆହୁରି ତୀବ୍ର ହେବାରେ ଲାଗିଛି, କାରଣ ଦଳର ବରିଷ୍ଠ ନେତାମାନେ ଏଭଳି ଶସ୍ତା ପିଆର୍ ଷ୍ଟଣ୍ଟ୍‌କୁ ଆଦୌ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ଏହି ବିବାଦର ସିଧାସଳଖ ପ୍ରଭାବ ପାଣ୍ଡିଆନ୍‌ଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା ପାଣ୍ଡିଆନ୍‌ ଙ୍କ ରାଜନୈତିକ କାର୍ଯ୍ୟକଳାପ ଉପରେ ମଧ୍ୟ ପଡ଼ିଛି। ସୁଜାତା ନିକଟରେ ବିଜେଡିରେ ସାମିଲ ହୋଇଛନ୍ତି ଏବଂ ଦଳରେ ତାଙ୍କୁ ଏକ ବଡ଼ ଭୂମିକା, ବିଶେଷକରି ମହିଳା ସଂଗଠନ ଓ ସକ୍ରିୟ ରାଜନୀତିରେ ଆଗକୁ ଆଣିବା ପାଇଁ ଯୋଜନା ଚାଲିଥିଲା । କିନ୍ତୁ ତାଙ୍କ ସ୍ୱାମୀଙ୍କର ଏହି ଭେନେଜୁଏଲା ମିଥ୍ୟା ପ୍ରଚାର ତାଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ସାଜିଛି । ବିଜେଡି ଭିତରେ ଥିବା ତାଙ୍କ ବିରୋଧୀ ନେତାମାନେ ଏବେ ସୁଜାତାଙ୍କୁ କାଉଣ୍ଟର କରିବା ପାଇଁ ପାଣ୍ଡିଆନ୍‌ଙ୍କ ଏହି ଅପରିପକ୍ୱତାକୁ ଅସ୍ତ୍ର କରୁଛନ୍ତି । ସୁଜାତା ନିଜକୁ ଓଡ଼ିଶାର ଘରର ଝିଅ ଓ ଜଣେ ଦକ୍ଷ ପ୍ରଶାସିକା ଭାବେ ଉପସ୍ଥାପନ କରୁଥିବା ବେଳେ, ତାଙ୍କ ସ୍ୱାମୀ ଏବଂ ତାଙ୍କ ସମର୍ଥକ ମାନଙ୍କର ଏହି “ମିଛ ପ୍ରଚାର” ବା ଫେକ୍ ମିଡିଆ ମ୍ୟାନେଜମେଣ୍ଟ୍‌ ପୁଣି ଧରାପଡ଼ିଯିବା ଫଳରେ ମହିଳା କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାମାନଙ୍କ ମଧ୍ୟରେ ତାଙ୍କ ପ୍ରତିଷ୍ଠା ଓ ବିଶ୍ଵସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ସମଗ୍ର ଘଟଣାକ୍ରମ ପଛରେ ବ୍ୟବସାୟୀ-ରାଜନେତା ତଥା ପାଣ୍ଡିଆନଙ୍କ ଅନ୍ୟତମ ପ୍ରଚାର ମନ୍ତ୍ରୀ ମାନସ ମଙ୍ଗରାଜଙ୍କର ଏକ ବଡ଼ ସ୍ୱାର୍ଥପର ଉଦ୍ଦେଶ୍ୟ ଲୁଚିକି ଥିବା ଭଳି ମନେହୁଏ। ମାନସ ମଙ୍ଗରାଜ କେବଳ ଜଣେ ରାଜନେତା ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ । ସେ ଭଲ ଭାବରେ ଜାଣନ୍ତି ଯେ ତାଙ୍କର ରାଜନୈତିକ ଅସ୍ତିତ୍ଵ ପାଣ୍ଡିଆନ୍‌ଙ୍କ ଆଶୀର୍ବାଦ ଉପରେ ନିର୍ଭରଶୀଳ । ପାଣ୍ଡିଆନ୍‌ଙ୍କୁ ଜଣେ ‘ବିଶ୍ୱସ୍ତରୀୟ ନେତା’ ଭାବେ ଚିତ୍ରିତ କରି ସେ ପାଣ୍ଡିଆନ୍‌ଙ୍କ ନିକଟତର ହୋଇ ରହିବାକୁ ଏବଂ ନିଜର କ୍ଷମତା ଜାହିର କରିବାକୁ ଚାହୁଁଥିଲେ । ଏପରିକି ତାଙ୍କର ଏଭଳି ପ୍ରଚାର ମାଧ୍ୟମରେ ସେ ନିଜର ବ୍ୟାନର୍ ଏବଂ କିଛି ପେଡ୍ ଡିଜିଟାଲ୍ ମିଡିଆକୁ ବ୍ୟବହାର କରି କିଛି ନେରେଟିଭ୍ ବିଲ୍ଡିଂ କରିବାକୁ ଚାହୁଁଥିଲେ, ଯାହା ଦ୍ୱାରା ତାଙ୍କର ମିଡିଆରେ ପ୍ରାଧାନ୍ୟ ସର୍ବୋପରି, ନବୀନ ପଟ୍ଟନାୟକ ଏବଂ ଦଳୀୟ କର୍ମୀଙ୍କୁ ଏହା ଦେଖାଇବା ପାଇଁ ଏହି ଡ୍ରାମା କରାଯାଇଥିଲା ଯେ, ପାଣ୍ଡିଆନ୍‌ଙ୍କର ଏବେ ବି ଆନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟତା ରହିଛି, ଯାହାଫଳରେ ପାଣ୍ଡିଆନ୍ ପୁଣି ଥରେ ବିଜେଡିର ସମସ୍ତ ନିଷ୍ପତ୍ତି ନେବା ପାଇଁ ଯୋଗ୍ୟ ବୋଲି ପ୍ରମାଣିତ ହେବେ । ପରିଣାମସ୍ୱରୂପ, ଏହି ସମଗ୍ର ଚକ୍ରବ୍ୟୂହରେ ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ମନ୍ମଥ ରାଉତରାୟଙ୍କ ଅପରିପକ୍ଵ ପ୍ରଚାର ଯୋଗୁଁ ନିଜେ ପାଣ୍ଡିଆନ୍ ହିଁ ସମାଲୋଚନାର ଶିକାର ହୋଇଛନ୍ତି ଏବଂ ବିଜେଡି ଆଜି ଜନସାଧାରଣଙ୍କ ସାମ୍ନାରେ ଉପହାସର ପାତ୍ର ସାଜିଛି ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.