• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜୁଳି ବିଭ୍ରାଟ : ସରକାର ବନାମ ଟାଟା ପାୱାର…

ବିଜୁଳି ବିଭ୍ରାଟ : ସରକାର ବନାମ ଟାଟା ପାୱାର…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଜୁନ୍ ୨୦୨୩

ଓଡ଼ିଶାରେ ଏବେ ବିଦ୍ୟୁତ କାଟକୁ ନେଇ ସରକାର ଓ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ମଧ୍ୟରେ ବିବାଦ ଉପୁଜିଛି । କିଛି ଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ଯୋଗୁଁ ବହୁ ସମୟ ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଏପରିକି ଖୋଦ ରାଜଧାନୀରେ ମଧ୍ୟ ବହୁ ସ୍ଥାନରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ ପୁନଃ ସଂଯୋଗ ହୋଇ ପାରିନଥିଲା । ଏନେଇ ଲୋକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ସୋସିଆଲ ମିଡ଼ିଆରେ । ଯାହାକୁ ଦେଖିବା ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଟାଟା ପାୱାରର ବିତରଣ ଓ ସଂଯୋଗ ବ୍ୟବସ୍ଥା ନେଇ ବେଶ୍ ସମାଲୋଚନା କରିଥିଲେ ।

ସୋସିଆଲ ମିଡ଼ିଆରେ ବିଜୁଳି ବିଭ୍ରାଟକୁ ନେଇ ଆରମ୍ଭ ହୋଇଗଲା ଜୋରଦାର ଲଢ଼େଇ । ମୁଖ୍ୟ ଶାସନ ସଚିବଙ୍କ କଥାକୁ ସମର୍ଥନ କରିବାକୁ ଆଗେଇ ଆସିଲେ ବିଜେଡିର ସାଂସଦ ଅମର ପଟ୍ଟନାୟକ । ସେ ମଧ୍ୟ ଟ୍ୱିଟ୍ କରି ନିଜର ଅସନ୍ତୋଷ ଝାଡ଼ିଲେ ଟାଟା ପାୱାର ଉପରେ । ଏପରିକି କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶାରେ ଏବେ ବିଦ୍ୟୁତ ବିଭ୍ରାଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଜାରି ରହିଛି । ପରିସ୍ଥିତି ଏପରି ହେଲା ଯେ “ପାୱାର କଟ୍” ହେଉନାହିଁ ବୋଲି ଗଣମାଧ୍ୟମ ଆଗରେ ବାରମ୍ବାର ସଫେଇ ଦେଉଥିବା ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ଶେଷରେ ମାନିଗଲେ ଯେ, ଆମ ରାଜ୍ୟରେ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ସୁଦୃଢ଼ ନାହିଁ ବୋଲି । ଶକ୍ତିମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ପରେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବୀ କରାଗଲା ଯେ, ବିଦ୍ୟୁତ ବଣ୍ଟନ ପ୍ରକ୍ରିୟାକୁ ତୃଟି ଶୁନ୍ୟ କରିବାକୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିଥିବା ଦାବୀ କରୁଥିବା ସରକାର ଉତ୍ତର ଦିଅନ୍ତୁ କାହିଁକି ବିଦ୍ୟୁତ ଯୋଗାଣ ପାଇଁ ଭିତ୍ତିଭୂମି ସୁଦୃଢ଼ ହୋଇପାରିନାହିଁ ? ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥ କୁଆଡ଼େ ଗଲା ? ଏହା ଠିକ ଭାବେ ବିନିଯୋଗ ଯଦି ହୋଇନି ତାର ହିସାବ ରାଜ୍ୟବାସୀଙ୍କ ନିକଟରେ ସରକାର ରଖିବେ ତ ?

ତେବେ ବିରୋଧୀଙ୍କ ଏହି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ରାଜ୍ୟସରକାର ଓ ପ୍ରଶାସନ ପକ୍ଷରୁ ଏନେଇ ଟାଟା ପାୱାରକୁ ଦୋଷ ଦିଆ ଚାଲିଛି । ମୁଖ୍ୟ ଶାସନ ସଚିବ, ବିଜେଡି ସାଂସଦ ଓ ଶକ୍ତି ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଦ୍ବନ୍ଦରେ ପକାଇଦେଇଛି । ସମସ୍ତେ ଏବେ ଭାବିବାକୁ ବାଧ୍ୟ ହୋଇଛନ୍ତି ଯେ, ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ? ରାଜ୍ୟସରକାର ନା ଟାଟା ପାୱାର ? ତେବେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ନିର୍ଦ୍ଦେଶ ଦିଆଯାଇଛି ଯେ, ସାମାଜିକ ଗଣମାଧ୍ୟମରେ ଆସୁଥିବା ସାଧାରଣ ଲୋକଙ୍କ ଅଭିଯୋଗକୁ ସମାଧାନ କରାଯାଉ । ବିଦ୍ୟୁତ କଟା ସମସ୍ୟାକୁ ଦୂର କରିବା ଓ ତତକାଳ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଶକ୍ତିବିଭାଗ ଓ ବିତରଣ କଂପାନୀକୁ କହିଛନ୍ତି । ଏହା ସହିତ ବିଦ୍ୟୁତ ଉପୋଭୋକ୍ତା ମାନଙ୍କୁ ନିରବଛିନ୍ନ ବିଦ୍ୟୁତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମୁଖ୍ୟ ସଚିବଙ୍କ ଏହି ନିର୍ଦ୍ଦେଶ ପରେ ସାଧାରଣ ଲୋକମାନେ ଏବେ ଆଲୋଚନା କରୁଛନ୍ତି ଯେ, ଏହି ବିଦ୍ୟୁତକାଟ୍ ବନ୍ଦ କରିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ କିଏ ? ରାଜ୍ୟ ସରକାରଙ୍କର ଶକ୍ତି ବିଭାଗ ନା ବିତରଣ ବ୍ୟବସ୍ଥା ଦାୟିତ୍ୱରେ ଥିବା ଟାଟା ପାୱାର ? ବାରମ୍ବାର ବିଦ୍ୟୁତକାଟ ହେଲା ପରେ ମଧ୍ୟ ଶକ୍ତି ବିଭାଗର ମନ୍ତ୍ରୀ ଏହାକୁ ସ୍ୱୀକାର କରୁନଥିଲେ କାହିଁକି ? ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍ କୁ ଟାଟା ପାୱାର ମାନିବ ତ ? ଲୋକମାନେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଜଣାଇଲେ ଏହା ତତକାଳ ସମାଧାନ ହେବ ତ ? ଯଦି ବିଦ୍ୟୁତ କାଟ ବାବଦରେ ବିଭାଗୀୟ ମନ୍ତ୍ରୀ ଜାଣିଶୁଣି ନିରବ ରହିଥିଲେ, ବିତରଣ କଂପାନୀ ମଧ୍ୟ ସାଧାରଣ ଲୋକଙ୍କ ଅଭିଯୋଗକୁ ଶୁଣିବାକୁ ପ୍ରସ୍ତୁତ ନାହିଁ ଓ ସରକାରୀ ଦଳର ସାଂସଦଙ୍କ ଠାରୁ ଆରମ୍ଭ କରି ଶାସକ ଦଳ ମୁଖପାତ୍ର ଓ ସରକାରୀ ଗଣମାଧ୍ୟମ ମଧ୍ୟ ବିତରଣ କଂପାନୀ ବିରୋଧରେ ମୁହଁ ଖୋଲିବା ସତ୍ତ୍ୱେ କଂପାନୀ ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ ତେବେ, ମୁଖ୍ୟ ଶାସନ ସଚିବଙ୍କ ବିଦ୍ୟୁତ କାଟ ବନ୍ଦ କରିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବ କିପରି ?

Nirvik Bureau

Nirvik Bureau

Related Posts

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…
Politics

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

by Nirvik Bureau
July 22, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୨ ଜୁଲାଇ ୨୦୨୬ ପ୍ରତିବର୍ଷ ପରି ଏଥର ମଧ୍ୟ ସମସ୍ତେ ଚାହିଁ ବସିଥିଲେ କୋଟି ବ୍ରହ୍ମାଣ୍ଡର ଠାକୁରଙ୍କୁ ଟିକେ ଦେଖିବା ପାଇଁ ରଥଯାତ୍ରାରେ...

Read more
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
ଅସୁରକ୍ଷିତ ଲୋକସେବା ଭବନ ?

ଅସୁରକ୍ଷିତ ଲୋକସେବା ଭବନ ?

June 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.