• About
  • Contact
Tuesday, June 17, 2025
Tuesday, June 17, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜୁଳି ବିଭ୍ରାଟ : ସରକାର ବନାମ ଟାଟା ପାୱାର…

ବିଜୁଳି ବିଭ୍ରାଟ : ସରକାର ବନାମ ଟାଟା ପାୱାର…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଜୁନ୍ ୨୦୨୩

ଓଡ଼ିଶାରେ ଏବେ ବିଦ୍ୟୁତ କାଟକୁ ନେଇ ସରକାର ଓ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ମଧ୍ୟରେ ବିବାଦ ଉପୁଜିଛି । କିଛି ଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ଯୋଗୁଁ ବହୁ ସମୟ ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଏପରିକି ଖୋଦ ରାଜଧାନୀରେ ମଧ୍ୟ ବହୁ ସ୍ଥାନରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ ପୁନଃ ସଂଯୋଗ ହୋଇ ପାରିନଥିଲା । ଏନେଇ ଲୋକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ସୋସିଆଲ ମିଡ଼ିଆରେ । ଯାହାକୁ ଦେଖିବା ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଟାଟା ପାୱାରର ବିତରଣ ଓ ସଂଯୋଗ ବ୍ୟବସ୍ଥା ନେଇ ବେଶ୍ ସମାଲୋଚନା କରିଥିଲେ ।

ସୋସିଆଲ ମିଡ଼ିଆରେ ବିଜୁଳି ବିଭ୍ରାଟକୁ ନେଇ ଆରମ୍ଭ ହୋଇଗଲା ଜୋରଦାର ଲଢ଼େଇ । ମୁଖ୍ୟ ଶାସନ ସଚିବଙ୍କ କଥାକୁ ସମର୍ଥନ କରିବାକୁ ଆଗେଇ ଆସିଲେ ବିଜେଡିର ସାଂସଦ ଅମର ପଟ୍ଟନାୟକ । ସେ ମଧ୍ୟ ଟ୍ୱିଟ୍ କରି ନିଜର ଅସନ୍ତୋଷ ଝାଡ଼ିଲେ ଟାଟା ପାୱାର ଉପରେ । ଏପରିକି କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶାରେ ଏବେ ବିଦ୍ୟୁତ ବିଭ୍ରାଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଜାରି ରହିଛି । ପରିସ୍ଥିତି ଏପରି ହେଲା ଯେ “ପାୱାର କଟ୍” ହେଉନାହିଁ ବୋଲି ଗଣମାଧ୍ୟମ ଆଗରେ ବାରମ୍ବାର ସଫେଇ ଦେଉଥିବା ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ଶେଷରେ ମାନିଗଲେ ଯେ, ଆମ ରାଜ୍ୟରେ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ସୁଦୃଢ଼ ନାହିଁ ବୋଲି । ଶକ୍ତିମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ପରେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବୀ କରାଗଲା ଯେ, ବିଦ୍ୟୁତ ବଣ୍ଟନ ପ୍ରକ୍ରିୟାକୁ ତୃଟି ଶୁନ୍ୟ କରିବାକୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିଥିବା ଦାବୀ କରୁଥିବା ସରକାର ଉତ୍ତର ଦିଅନ୍ତୁ କାହିଁକି ବିଦ୍ୟୁତ ଯୋଗାଣ ପାଇଁ ଭିତ୍ତିଭୂମି ସୁଦୃଢ଼ ହୋଇପାରିନାହିଁ ? ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥ କୁଆଡ଼େ ଗଲା ? ଏହା ଠିକ ଭାବେ ବିନିଯୋଗ ଯଦି ହୋଇନି ତାର ହିସାବ ରାଜ୍ୟବାସୀଙ୍କ ନିକଟରେ ସରକାର ରଖିବେ ତ ?

ତେବେ ବିରୋଧୀଙ୍କ ଏହି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ରାଜ୍ୟସରକାର ଓ ପ୍ରଶାସନ ପକ୍ଷରୁ ଏନେଇ ଟାଟା ପାୱାରକୁ ଦୋଷ ଦିଆ ଚାଲିଛି । ମୁଖ୍ୟ ଶାସନ ସଚିବ, ବିଜେଡି ସାଂସଦ ଓ ଶକ୍ତି ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଦ୍ବନ୍ଦରେ ପକାଇଦେଇଛି । ସମସ୍ତେ ଏବେ ଭାବିବାକୁ ବାଧ୍ୟ ହୋଇଛନ୍ତି ଯେ, ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ? ରାଜ୍ୟସରକାର ନା ଟାଟା ପାୱାର ? ତେବେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ନିର୍ଦ୍ଦେଶ ଦିଆଯାଇଛି ଯେ, ସାମାଜିକ ଗଣମାଧ୍ୟମରେ ଆସୁଥିବା ସାଧାରଣ ଲୋକଙ୍କ ଅଭିଯୋଗକୁ ସମାଧାନ କରାଯାଉ । ବିଦ୍ୟୁତ କଟା ସମସ୍ୟାକୁ ଦୂର କରିବା ଓ ତତକାଳ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଶକ୍ତିବିଭାଗ ଓ ବିତରଣ କଂପାନୀକୁ କହିଛନ୍ତି । ଏହା ସହିତ ବିଦ୍ୟୁତ ଉପୋଭୋକ୍ତା ମାନଙ୍କୁ ନିରବଛିନ୍ନ ବିଦ୍ୟୁତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମୁଖ୍ୟ ସଚିବଙ୍କ ଏହି ନିର୍ଦ୍ଦେଶ ପରେ ସାଧାରଣ ଲୋକମାନେ ଏବେ ଆଲୋଚନା କରୁଛନ୍ତି ଯେ, ଏହି ବିଦ୍ୟୁତକାଟ୍ ବନ୍ଦ କରିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ କିଏ ? ରାଜ୍ୟ ସରକାରଙ୍କର ଶକ୍ତି ବିଭାଗ ନା ବିତରଣ ବ୍ୟବସ୍ଥା ଦାୟିତ୍ୱରେ ଥିବା ଟାଟା ପାୱାର ? ବାରମ୍ବାର ବିଦ୍ୟୁତକାଟ ହେଲା ପରେ ମଧ୍ୟ ଶକ୍ତି ବିଭାଗର ମନ୍ତ୍ରୀ ଏହାକୁ ସ୍ୱୀକାର କରୁନଥିଲେ କାହିଁକି ? ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍ କୁ ଟାଟା ପାୱାର ମାନିବ ତ ? ଲୋକମାନେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଜଣାଇଲେ ଏହା ତତକାଳ ସମାଧାନ ହେବ ତ ? ଯଦି ବିଦ୍ୟୁତ କାଟ ବାବଦରେ ବିଭାଗୀୟ ମନ୍ତ୍ରୀ ଜାଣିଶୁଣି ନିରବ ରହିଥିଲେ, ବିତରଣ କଂପାନୀ ମଧ୍ୟ ସାଧାରଣ ଲୋକଙ୍କ ଅଭିଯୋଗକୁ ଶୁଣିବାକୁ ପ୍ରସ୍ତୁତ ନାହିଁ ଓ ସରକାରୀ ଦଳର ସାଂସଦଙ୍କ ଠାରୁ ଆରମ୍ଭ କରି ଶାସକ ଦଳ ମୁଖପାତ୍ର ଓ ସରକାରୀ ଗଣମାଧ୍ୟମ ମଧ୍ୟ ବିତରଣ କଂପାନୀ ବିରୋଧରେ ମୁହଁ ଖୋଲିବା ସତ୍ତ୍ୱେ କଂପାନୀ ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ ତେବେ, ମୁଖ୍ୟ ଶାସନ ସଚିବଙ୍କ ବିଦ୍ୟୁତ କାଟ ବନ୍ଦ କରିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବ କିପରି ?

Nirvik Bureau

Nirvik Bureau

Related Posts

Sanctimonia Tales:The Indomitable Awami League: Why Yunus’s Ban and Islamist Pressure May Fail to Sink Bangladesh’s Political Behemoth
Opinion

Sanctimonia Tales:
The Indomitable Awami League: Why Yunus’s Ban and Islamist Pressure May Fail to Sink Bangladesh’s Political Behemoth

by Sanctimonia Binocs
May 20, 2025

Sanctimonia Binocs, Bhubaneswar, 20 May 2025 The Enduring Awami League: Why Bangladesh's Political Stalwart Defies Suppression The recent proscription of...

Read more
The Delhi Message

The Delhi Message

February 9, 2025
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …

June 30, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.