• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେଡି ମୁକ୍ତ ଓଡ଼ିଶା : ଓଡ଼ିଶା ବିଜେପିର ଆଉ ଏକ ସ୍ୱପ୍ନ…

ବିଜେଡି ମୁକ୍ତ ଓଡ଼ିଶା : ଓଡ଼ିଶା ବିଜେପିର ଆଉ ଏକ ସ୍ୱପ୍ନ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ମଇ ୨୦୨୩

ନିକଟରେ ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ବିଜେପି ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ବ୍ଲୁପ୍ରିଣ୍ଟର ମୂଳ ଲକ୍ଷ୍ୟ ହେଉଛି ୨୦୨୪ରେ ଓଡ଼ିଶାକୁ ବିଜେଡି ଶାସନରୁ ମୁକ୍ତ କରିବା । ଏହି ବ୍ଲୁପ୍ରିଣ୍ଟ ମୁତାବକ ରାଜ୍ୟଶାସନରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବାସହ କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାକୁ ପ୍ରତି ଘରେ ପହଞ୍ଚାଇବାର ଯୋଜନା କରିଛି ଦଳ । ଗରିବ, ମଧ୍ୟବିତ୍ତ ଓ ଯୁବ ଭୋଟରଙ୍କୁ ଟାର୍ଗେଟରେ ରଖିଛି ବିଜେପି । ଏନେଇ ଆସନ୍ତା ମେ ୨୯ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଦଳ ତରଫରୁ ଗାଁ ଗାଁ ବୁଲି ପ୍ରଚାର କରିବାର ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ବିଜେପିର ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ବେରୋଜଗାର, କୁପୋଷଣ, ମହାପ୍ରଭୁଙ୍କ ମନ୍ଦିର ବିଭ୍ରାଟ, ୫ଟି ରୂପାନ୍ତରଣ ନାଁ ରେ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସୀମା ବିବାଦ ଓ କୋଟିଆ ପ୍ରସଙ୍ଗ ଆଦି ସ୍ଥାନ ପାଇଛି । ଏପରିକି କେନ୍ଦ୍ର ସରକାରଙ୍କ ଓଡ଼ିଶା ବିକାଶ ପ୍ରତି ଧ୍ୟାନ ଦେଇଥିବା ପ୍ରସଙ୍ଗ ଗୁଡ଼ିକୁ ମଧ୍ୟ ଲୋକମାନଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଆସନ୍ତା ୪ ମାସ ମାସ ପାଇଁ ଦଳର ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବଡ଼ ପ୍ରଶ୍ନ ହେଉଛି ବିଜେଡି ମୁକ୍ତ ଓଡ଼ିଶାର ସ୍ବପ୍ନ ରାଜ୍ୟ ବିଜେପି ଦେଖି ପାରିବା ଭଳି ସ୍ଥିତିରେ ଅଛି କି ? ବିଜେପିର ଏହା ଯୋଜନା ନା ସ୍ବପ୍ନ ? ସ୍ବପ୍ନ ପୁରଣ ପାଇଁ ଓଡ଼ିଶା ବିଜେପିର ସାମର୍ଥ୍ୟ ଅଛି ତ ? ଏଭଳି ପ୍ରଶ୍ନ ଗୁଡ଼ିକର ଉତ୍ତର ଖୋଜିବାକୁ ଚେଷ୍ଟା କଲେ ଓଡ଼ିଶା ବିଜେପିର ସଂଗଠନର ସ୍ଥିତି ଓ ନେତୃତ୍ବର ସଫଳତା ବାବଦରେ ଚିନ୍ତା କରିବାକୁ ପଡ଼ିବ । ବିଗତ ଦିନରେ ରାଜ୍ୟ ବିଜେପି ମିଶନ-୧୨୦ ସ୍ବପ୍ନ ଦେଖିଥିଲା ଓ ତାହା ମାତ୍ର ୨୩ ଜଣ ବିଧାୟକଙ୍କୁ ଜିତାଇବାରେ ସୀମିତ ହୋଇ ରହିଲା । ୨୦୧୯ ପରଠାରୁ ହୋଇଥିବା ସମସ୍ତ ଉପନିର୍ବାଚନରେ ଧାମନଗରକୁ ଛାଡ଼ିଦେଲେ ଅନ୍ୟ ଗୁଡ଼ିକରେ ଦଳର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇଛି । ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ରାଜ୍ୟ ବିଜେପିର ସାମର୍ଥ୍ୟ ମଧ୍ୟ ଓଡ଼ିଶାବାସୀ ଦେଖି ସାରିଛନ୍ତି । ଏପରିକି ୨୦୧୭ ପଞ୍ଚାୟତ ନିର୍ବାଚନ ଠାରୁ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ଆହୁରି ନୈରାଶ୍ୟ ଜନକ ହୋଇଛି । ରାଜ୍ୟର ପ୍ରମୁଖ ନେତାମାନଙ୍କ ମଧ୍ୟରେ ସମନ୍ବୟର ଘୋର ଅଭାବ ରହିଛି । ଦଳର ଏକାଧିକ ନେତାଙ୍କର ଏକାଧିକ ଗୋଷ୍ଠୀ ରହିଛି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏମାନଙ୍କ ସମର୍ଥକ ମାନେ ନିଜ ନିଜର ନେତାଙ୍କୁ ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ଆରମ୍ଭ କରିଦେଇଛନ୍ତି । ଏପରିକି ନବ ନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱ ପଛରେ ମଧ୍ୟ ପୁରା ଦଳର ସମର୍ଥନ ନଥିବା ଭଳି ମନେହୁଏ । ବିଜେପିର ରାଜ୍ୟ ନେତୃତ୍ୱ ଯିଏ ନିଅନ୍ତୁ ନା କାହିଁକି ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ନେତା ଭାବରେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାଡ଼ି ବିଜେପିର ସଫଳତା କଥା ଚିନ୍ତା କରାଯାଇ ନପାରେ ।

ଏଣୁ ଏଭଳି ସ୍ଥିତିରେ ରାଜ୍ୟ ବିଜେପିର ସ୍ବପ୍ନ କ’ଣ ସାକାର ହେବ ? ପ୍ରଭାରୀ ସୁନୀଲ ବଂଶଲଙ୍କ ରଣନୀତି କ’ଣ ଏକାଧିକ ଗୋଷ୍ଠୀରେ ବିଭକ୍ତ ନେତାଙ୍କୁ ଏକାଠି କରିପାରିବ ? ନିର୍ବାଚନ ଜିତିବାର କଳା ଓ କୌଶଳରେ ପାରଙ୍ଗମ ଥିବା ବିଜେଡିକୁ ବିଜେପି କ’ଣ ହଟାଇ ପାରିବ ? ନା ରାଜ୍ୟ ବିଜେପିର ଏହି ନୂଆ ସ୍ବପ୍ନ ପୁଣି ଆଗରୁ ଦେଖିଥିବା ସ୍ୱପ୍ନର ତାଲିକାରେ ଯୋଡ଼ି ହୋଇ ରହିଯିବ…?

Nirvik Bureau

Nirvik Bureau

Related Posts

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….
Politics

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

by Nirvik Bureau
July 15, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୫ ଜୁଲାଇ ୨୦୨୬ ବିଜେଡି ରାଜନୀତିରୁ ଦୂରେଇ ରହିଥିବାର ଭ୍ରମ ସୃଷ୍ଟି କରୁଥିବା ପୂର୍ବତନ ଆଇଏଏସ୍ ଅଫିସର ଭି.କେ. ପାଣ୍ଡିଆନ୍ ହଠାତ୍ ଭେନେଜୁଏଲାର...

Read more
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
ଅସୁରକ୍ଷିତ ଲୋକସେବା ଭବନ ?

ଅସୁରକ୍ଷିତ ଲୋକସେବା ଭବନ ?

June 16, 2026
ଗେରୁଆ ମଠର ହାଲଚାଲ…

ଗେରୁଆ ମଠର ହାଲଚାଲ…

June 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.