• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେଡିର ସଂଗଠନ ଚିନ୍ତା…

ବିଜେଡିର ସଂଗଠନ ଚିନ୍ତା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ମାର୍ଚ୍ଚ ୨୦୨୩

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଏବେ ନିଜର ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଏପରିକି ବିଭିନ୍ନ ଜିଲ୍ଲାରେ ଥିବା ବିଦ୍ରୋହୀ ନେତା ମାନଙ୍କୁ ଆଖି ଆଗରେ ରଖି ସଙ୍ଗଠନ ସଜାଡ଼ିବାକୁ ଚେଷ୍ଟା କରିଛି ଶାସକ ଦଳ । ସାଂଗଠନିକ ଦାୟିତ୍ବ ଦେବାସହ ବିଭିନ୍ନ ଜିଲ୍ଲା ପାଇଁ ୩୦ ଜଣିଆ ତାଲିକା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାତ୍ର କେଇମାସ ପୂର୍ବରୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନେତାମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ବେଳେ ପୁଣି ଅଦଳ ବଦଳ କାହିଁକି କରାଗଲା ? ମୟୁରଭଞ୍ଜ ଦାୟିତ୍ବରୁ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହଟାଯାଇ ୪ଟି ଜିଲ୍ଲାର ଦାୟିତ୍ୱ ଦେବା ପଛର କାରଣ କ’ଣ ? ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ କେନ୍ଦୁଝର ଭଳି ୪ଟି ଜିଲ୍ଲାର ଦାୟିତ୍ବ ପ୍ରଣବ ପ୍ରକାଶଙ୍କ ହାତରେ କାହିଁକି ? ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ଅରୁଣ ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର,ପ୍ରତାପ ଜେନା,ପଦ୍ମନାଭ ବେହେରା ଆଦିଙ୍କୁ ସଂଗଠନ ଦାୟିତ୍ୱ ଦେବା ନିଷ୍ପତ୍ତି କାହିଁକି ?

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ଗସ୍ତ ଏବଂ ପଶ୍ଚିମ ଓଡ଼ିଶାର ଟାଣୁଆ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ ଶାସକ ଦଳକୁ ସାଂଗଠନିକ ସ୍ଥିତି ସୁଦୃଢ଼ କରିବାକୁ ବାଧ୍ୟ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଢେଙ୍କାନାଳ ସମେତ ଅନୁଗୁଳ ଓ ସମ୍ବଲପୁରର ସାଂଗଠନିକ ସ୍ଥିତିକୁ ସଜାଡ଼ିବା ପରେ ଶାସକ ଦଳ ଏବେ ଛାନିଆ ହୋଇପଡ଼ିଛି । ଏଣୁ ଏହି ଜିଲ୍ଲାର ସଂଗଠନ ସଜାଡ଼ିବା ପାଇଁ ୩ୟ ମହଲାର ବିଶ୍ୱସ୍ତ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଜିଲ୍ଲା ଗୁଡ଼ିକର ଦାୟିତ୍ୱ ଦିଆଯାଇଛି । ଏପରିକି ୩୦ ଜଣିଆ ତାଲିକାରେ ସର୍ବାଧିକ ଅନୁଗତ ରହିଛନ୍ତି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର । ପାଖାପାଖି ୧୦ଜଣରୁ ଅଧିକ ନିଜର ଅନୁଗତଙ୍କୁ ଏହି ନୂଆ ତାଲିକାରେ ସ୍ଥାନ ଦେଇଛନ୍ତି ନିଜେ ପ୍ରଣବ ପ୍ରକାଶ ଦାସ । ସେହିପରି ଧାମନଗର ଉପନିର୍ବାଚନ ପରାଜୟ ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ବିଦ୍ରୋହର ସମ୍ଭାବନା ଦେଖାଦେଇ ଥିବାରୁ ସେହି ଜିଲ୍ଲା ଗୁଡ଼ିକୁ ମଧ୍ୟ ଫୋକସ୍ ରେ ରଖାଯାଇଛି ଏହି ତାଲିକାରେ । ମନ୍ତ୍ରୀମଣ୍ଡଳରୁ ବାଦ୍ ପଡି ଅସନ୍ତୁଷ୍ଟ ହୋଇପଡ଼ିଥିବା କିଛି ନେତାଙ୍କ ମଧ୍ୟରୁ ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ, ପ୍ରତାପ ଜେନା ଆଦିଙ୍କୁ ମଧ୍ୟ ଦଳ କେତେକ ଜିଲ୍ଲାର ଦାୟିତ୍ୱ ଦେଇଛି । ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ଏହି ତାଲିକାରେ ଉପକୂଳ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି । ଖୋର୍ଦ୍ଧା, ଯାଜପୁର, ଭଦ୍ରକ,ପୁରୀ, ନୟାଗଡ଼, କଟକ, ବାଲେଶ୍ଵର, ମୟୁରଭଞ୍ଜ ଆଦି ଜିଲ୍ଲା ଉପରେ ସିଧାସଳଖ ଦଳର କ୍ଷମତା କେନ୍ଦ୍ରର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାଭଳି ନେତାମାନଙ୍କୁ ଦାୟିତ୍ୱରେ ରଖାଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରଭାବ ଥିବା ଜିଲ୍ଲା ଗୁଡ଼ିକ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ୍ ରହିଥିବା ଏହି ତାଲିକାରୁ ବେଶ୍ ସ୍ପଷ୍ଟ ହୋଇଛି । ଏପରିକି ଏହି ସ୍ଥାନରେ ଦଳୀୟ ସଂଗଠନକୁ ସଜାଡ଼ିବାର ଦାୟିତ୍ୱ ସଂଗଠନ ସଂପାଦକ ପ୍ରଣବ ପ୍ରକଶ ଦାସ ଓ ତାଙ୍କ ଅନୁଗତ ନେତା ମାନଙ୍କ ଉପରେ ଛାଡ଼ି ଦିଆଯାଇଛି। ବିଜେଡିର ତ୍ରିମୁର୍ତ୍ତୀ କୁହାଯାଉଥିବା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସଂଜୟ ଦାସବର୍ମାଙ୍କ ମଧ୍ୟରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ୨ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ଅରୁଣ ସାହୁଙ୍କୁ ଗୋଟିଏ ଜିଲ୍ଲାର ଦାୟିତ୍ୱ ମିଳିଛି ଓ ସଞ୍ଜୟ ଦାସବର୍ମା ଏଥର ମଧ୍ୟ ଦାୟିତ୍ୱ ପାଇବାରୁ ବଂଚିତ ହୋଇଛନ୍ତି । ତେବେ ଏହି ୩ ନେତାଙ୍କ ମଧ୍ୟରେ ଅତନୁଙ୍କ ଗୁରୁତ୍ୱ ବଢ଼ିଥିବା ବେଳେ ଅରୁଣଙ୍କ ଗୁରୁତ୍ୱ ଅପେକ୍ଷାକୃତ କମାଇ ଦିଆଯାଇଛି ଓ ସଞ୍ଜୟଙ୍କୁ ମଧ୍ୟ ଦଳ ସମ୍ପୂର୍ଣ୍ଣ ଅଣଦେଖା କରିବା ସ୍ପଷ୍ଟ ହୋଇଛି ଏହି ତାଲିକାରୁ । ଏପରିକି ଅଧିକ ବିଦ୍ରୋହୀ ନେତାଙ୍କ ସଂଖ୍ୟା ଥିବା ଜିଲ୍ଲା ଗୁଡ଼ିକ ମଧ୍ୟରୁ କଟକ, ପୁରୀ, ଜଗତସିହପୁର, ଭଦ୍ରକ, ମୟୁରଭଞ୍ଜ ଓ ଗଂଜାମ ଜିଲ୍ଲାର ସଂଗଠନ ଉପରେ କ୍ଷମତା କେନ୍ଦ୍ରର ସ୍ୱତନ୍ତ୍ର ନଜର ରହିବା ଭଳି ଏହି ଦାୟିତ୍ୱ ବଣ୍ଟାରୁ ମନେହୁଏ ।

ତେବେ ଯାହାବି ହେଉ ଏହି ସାଂଗଠନିକ ଦାୟିତ୍ୱ ତାଲିକାରେ ସବୁଠାରୁ ଅଧିକ ୪ ଜିଲ୍ଲାର ଦାୟିତ୍ୱ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ୨ଟି ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ୨ଟି ଜିଲ୍ଲାର ଦାୟିତ୍ୱ ମିଳିଛି ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.