• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପି ଫୋକସରେ ପୁରୀ, କନ୍ଧମାଳ…

ବିଜେପି ଫୋକସରେ ପୁରୀ, କନ୍ଧମାଳ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୨

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ୨୦୨୪ ପାଇଁ ବିଜେପିର ଲୋକସଭା ଆସନ ଫୋକସରେ ରହିଛି ଓଡ଼ିଶାର ୧୬ଟି ଲୋକସଭା ଆସନ । ପୁରୀ ଓ କନ୍ଧମାଳ ଦଖଲ କରିବା ପାଇଁ ବିଜେପି ଆରମ୍ଭ କରିଛି ତାର ରଣନୀତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଏହି ଦୁଇ ଲୋକସଭା ଆସନ ଉପରେ ଦଳ ଫୋକସ କରିବା କଥା ଏବେ ସ୍ପଷ୍ଟ ହୋଇଛି । ଗତ ଲୋକସଭା ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ପୁରୀ ଆସନ ହରାଇଥିବା ବିଜେପି ଏଥର ଏହି ଆସନକୁ ଦଖଲ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଗତ ଥର ୨ଟି ବିଧାନସଭା ଆସନ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ରରୁ ଯାଇଥିଲା ବିଜେପି ହାତକୁ । ଏଣୁ ଆଗାମୀ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରୁ ଅଧିକ ବିଧାନସଭା ଆସନ ପାଇଲେ ବିଜେପିକୁ ଏହି ଲୋକସଭା ଆସନ ଜିତିବା ପାଇଁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ ନାହିଁ ବୋଲି ଦଳ ବିଶ୍ୱାସ କରୁଛି । ଏହି ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନରୁ ୨ଟିରେ ବିଜେପି ଜିତିଛି । ବାକି ୫ଟି ଆସନର ସ୍ଥିତି ଯଦି ସମୀକ୍ଷା କରାଯାଏ ତେବେ ଚିଲିକା, ପିପିଲି, ନୟାଗଡ଼ ଓ ରଣପୁର ଆସନରେ ବିଜେପିର ସ୍ଥିତି ସେତେ ଖରାପ ନାହିଁ । ଏହି ୪ଟି ଯାକ ବିଧାନସଭା ଆସନ ବିଜେଡି ଦଖଲରେ ଥିଲେ ମଧ୍ୟ ଏବେ ଶାସକ ଦଳର ଗୋଷ୍ଠୀକନ୍ଦଳ ଯୋଗୁଁ ବିଜେପି ପାଇଁ ଭଲ ସୁଯୋଗ ରହିଛି । ଚିଲିକା ଆସନରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିବାଦୀୟ ହେବା ସାଙ୍ଗକୁ ବିଜେଡିର ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କ ସହ ବ୍ୟକ୍ତିଗତ ବିବାଦ ଏବେ ଚିଲିକାରେ ଚର୍ଚ୍ଚା ହେଉଛି। ଯାହାକି ବିଜେପି ପାଇଁ ଚିଲିକାରେ ଏକ ଭଲ ସୁଯୋଗ ସୃଷ୍ଟି କରିଛି । ସେହିପରି ନୟାଗଡ଼ ଆସନରେ ଯଦି ବିଜେପି ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ାଏ, ତେବେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ହରାଇବା କଷ୍ଟକର ହୋଇନପାରେ, କାରଣ ଏକାଧିକବାର ଏହି ଆସନରେ ଜିତି ଆସୁଥିବା ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ବିବାଦୀୟ ହୋଇପଡିଛନ୍ତି । ଏପରିକି ସ୍ଥାନୀୟ ବିଜେଡିର ନେତା ଏବେ ଅରୁଣ ସାହୁଙ୍କ ବଦଳରେ ନୂଆ ନେତୃତ୍ୱ ସନ୍ଧାନରେ ଥିବା କଥା ଶୁଣିବାକୁ ମିଳୁଛି । ପିପିଲି ଓ ରଣପୁରରେ ମଧ୍ୟ ବିଜେପି ଶାସକ ଦଳର ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ ଚେଷ୍ଟା କରିବ ।

କନ୍ଧମାଳ ଦଙ୍ଗା ପରେ ଏହି ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରତି ଲୋକଙ୍କର ସମର୍ଥନ ବଢ଼ିଥିଲା । ମାତ୍ର ବିଜେପି ନେତୃତ୍ୱ ଠିକଣା ଭାବେ ଏହି ଆସନ ଜିତିବା ପାଇଁ ଉଦ୍ୟମ ନକରିବାରୁ ଏହାକୁ ଶାସକ ବିଜେଡି ଦଖଲ କରିଛି । ଯଦି ଏହି ଆସନରେ ବିଜେପି ପ୍ରାର୍ଥୀ ଚୟନ ଠିକ ଭାବେ କରେ ଓ ହିନ୍ଦୁ ଭୋଟକୁ ଏକାଠି କରିବାରେ ସକ୍ଷମ ହୁଏ, ତେବେ ଏହି ଲୋକସଭା ଜିତିବା ମଧ୍ୟ ଦଳ ପାଇଁ ବେଶୀ ଅସୁବିଧା ହୋଇନପାରେ । କନ୍ଧମାଳ ଲୋକସଭା କ୍ଷେତ୍ରରେ ବିଜେଡି ଭିତରେ ବିବାଦ ରହିଥିବା ବେଳେ ଗତ ଥର ନିର୍ବାଚନ ଜିତିଥିବା ବିଜେଡି ସାଂସଦଙ୍କ ସହ ଦଳର ବହୁ ନେତାଙ୍କର ସମ୍ପର୍କ ଭଲ ନାହିଁ । ଏହି ଅଞ୍ଚଳର ଆଦିବାସୀ ଭୋଟକୁ ଯଦି ବିଜେପି ନିଜ ସପକ୍ଷରେ ନେବାର ପ୍ରୟାସ କରେ ତେବେ କନ୍ଧମାଳ ଲୋକସଭା କ୍ଷେତ୍ର ମଧ୍ୟ ବିଜେପି ପାଇଁ ଦଖଲ କରିବା ସହଜ ହୋଇପାରେ ।

ଗତ ଥର ଓଡ଼ିଶାରୁ ବିଜେପି ଜିତିଥିବା ୮ଟି ଲୋକସଭା ଆସନ ସହ ଆହୁରି ୮ଟି ଲୋକସଭା ଆସନ ଉପରେ ବିଜେପି ଫୋକସ କରୁଛି । ଦଳର କେନ୍ଦ୍ରୀୟ ନେତାମାନେ ପର୍ଯ୍ୟାୟକ୍ରମେ ଏହି ଆସନ ଗୁଡ଼ିକରେ ୨୦୨୪ ପାଇଁ ପ୍ରଚାର ଆରମ୍ଭ କରିବା ସହ ଉପଯୁକ୍ତ ପ୍ରାର୍ଥୀ କିଏ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତର ଆଭିମୁଖ୍ୟ ସ୍ପଷ୍ଟ କରିଛି ଯେ, ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜେଡି ସହ ଆଗାମୀ ଲୋକସଭା ନିର୍ବାଚନରେ ଅଧିକ ଆସନ ପାଇଁ ବେଶ୍ ଜୋରଦାର ଲଢ଼େଇ କରିବ ବିଜେପି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଆଉକିଛି ନୂଆ ଚେହେରାଙ୍କୁ ମଧ୍ୟ ବିଜେପି ଏଥର ଲୋକସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବାର ଯୋଜନାରେ ରହିଛି । ତେବେ ୨୦୧୯ରେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ହୋଇଥିବା ଲଢ଼େଇ ଠାରୁ ୨୦୨୪ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବାକୁ ଯାଉଛି ବୋଲି ଏବେଠାରୁ ସଂକେତ ମିଳିସାରିଲାଣି ।

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.