• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପିର ୫୧ କୁ ବିଜେଡିର ୫୦

ବିଜେପିର ୫୧ କୁ ବିଜେଡିର ୫୦
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୧ ଅପ୍ରେଲ ୨୦୨୩

ନିକଟରେ ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ନେତା ମନମୋହନ ସାମଲ । ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବାପରେ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳର ବହୁ ନେତାଙ୍କୁ ଭେଟିଥିବାର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏପରିକି ଏକ ବାର୍ତ୍ତା ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି ଯେ ଦଳର ହାଇକମାଣ୍ଡଙ୍କୁ ଭେଟି ସେ ରାଜ୍ୟ ବିଜେପି ପାଇଁ ଏକ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ବିଜେପି କିପରି ଲଢ଼ିବ ସେ ନେଇ ସେ ବ୍ୟସ୍ତ ଅଛନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି ସୋସିଆଲ ମିଡ଼ିଆ ଦ୍ୱାରା ନିଜର ସମର୍ଥକ ତଥା ଦଳର କର୍ମକର୍ତ୍ତା ମାନଙ୍କୁ ।

ମନମୋହନ ସାମଲ ଦିଲ୍ଲୀ ଗସ୍ତ ଶେଷ କରି ଓଡ଼ିଶା ଫେରିବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ଭେଟିଛନ୍ତି ଓ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ସେ ଗଣମାଧ୍ୟମ ଆଗରେ ରଖିଥିବା କେଇପଦ କଥା ଏବେ ବେଶ୍ ଖୋରାକ ଯୋଗାଉଛି ଚର୍ଚ୍ଚା କରିବାକୁ । ତା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନମୋହନ ସାମଲ କହିଛନ୍ତି ବିଜେପି ୫୧ ପ୍ରତିଶତ ଭୋଟ ପାଇବ। ଓଡ଼ିଶାର ଶାସନ ପରିବର୍ତ୍ତନ ହେବା ନେଇ କେନ୍ଦ୍ରୀୟ ନେତା ଆକଳନ କଲେଣି ଏବଂ ଯେଉଁ ଉଦ୍ଦେଶ୍ୟରେ ସେ ଦିଲ୍ଲୀ ଯାଇଥିଲେ ତାହା ସଫଳ ହୋଇଛି ।

ତେବେ ମନମୋହନଙ୍କ ଏହି କଥା ଗୁଡ଼ିକୁ ଯଦି ବୁଝିବାକୁ ଚେଷ୍ଟା କରାଯାଏ, ତେବେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ଜିତିବ ବୋଲି ସେ ଜାଣିସାରିଲେଣି, ଓଡ଼ିଶାରେ ବିଜେପି ୫୧ ପ୍ରତିଶତ ଭୋଟ ପାଇବ ଓ ବିଜେପି ରାଜ୍ୟର କ୍ଷମତାକୁ ଆସୁ ବୋଲି ତାଙ୍କ ଦଳର କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି।

ଅର୍ଥାତ୍ ଓଡ଼ିଶାର ରାଜନୈତିକ ସ୍ତରରେ ବଡ଼ ପରିବର୍ତ୍ତନର ଆଭାସ ମନମୋହନଙ୍କୁ ମିଳି ଗଲାଣି ମାତ୍ର ଏହି ଖବର ଅନ୍ୟ କାହାକୁ ଜଣାନାହିଁ କିପରି ? ବିଜେପି ୫୧ ପ୍ରତିଶତ ଭୋଟ ପାଇବାର ଆଧାର କ’ଣ ? ଏବଂ ଆଗରୁ ଓଡ଼ିଶାରେ ବିଜେପି କ୍ଷମତାକୁ ଆସୁ ବୋଲି କ’ଣ ତାଙ୍କ ଦଳର କେନ୍ଦ୍ରୀୟ ନେତୃତ୍ୱ ଚାହୁଁନଥିଲେ ? ୨୦୨୪କୁ ନେଇ ମନମୋହନଙ୍କ ଆକଳନକୁ ବିଶ୍ୱାସ କରାଯାଇପାରିବ କି ?

ଅପରପକ୍ଷେ ୫ ଥର ଶାସନ କ୍ଷମତାରେ ଥିବା ବିଜେଡିର ନେତାମାନେ ବିଜେପି ରାଜ୍ୟ ସଭାପତିଙ୍କ କଥାର ଜବାବ ଦେଇ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ୬ଷ୍ଠ ଥର ଓଡ଼ିଶାରେ କ୍ଷମତାକୁ ଆସିବ ଓ ୫୦ ପ୍ରତିଶତରୁ ଅଧିକ ଭୋଟ ନେଇ ଦଳ ଜିତିବ । ଏଭଳି ବକ୍ତବ୍ୟ ରଖିଛନ୍ତି ପ୍ରଶାସକରୁ ସାଂସଦ ହୋଇଥିବା ଅମର ପଟ୍ଟନାୟକ । ଯିଏକି ପୂର୍ବରୁ ସର୍ବଭାରତୀୟ ଅଡିଟ୍ ଓ ଆକାଉଣ୍ଟ ସର୍ଭିସ୍ ରେ ଯୋଗଦେଇ ପି.ଏ. ଜି. ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ତେବେ କେଉଁ ଆଧାରରେ ବିଜେଡିର ଏହି ଜାତୀୟ ମୁଖପାତ୍ର ୫୦ ପ୍ରତିଶତରୁ ଅଧିକ ଭୋଟ ବିଜେଡି ପାଇବ ବୋଲି କହିଛନ୍ତି ?

୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାରେ ବିଜେଡି ୪୨ ପ୍ରତିଶତ ଓ ବିଧାନସଭାରେ ୪୪ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୪ ରେ ଏହା ୫୦ ପ୍ରତିଶତରୁ ଅଧିକ ହେବ କିପରି ? ୨୦୧୯ରେ ବିଜେପି ଓଡ଼ିଶାରୁ ଲୋକସଭା କ୍ଷେତ୍ରରେ ୩୮ ପ୍ରତିଶତ ଓ ବିଧାନସଭାରେ ୩୨ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୪ରେ ୫୧ ପ୍ରତିଶତରୁ ଅଧିକ ଭୋଟର ଆଧାର କ’ଣ ? ବିଜେପିର ୫୧ ପ୍ରତିଶତରୁ ଅଧିକ ଓ ବିଜେଡିର ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବାର ଆଧାର ସାଧାରଣ ଲୋକଙ୍କୁ ବୁଝା ନପଡ଼ିଲେ ବି ଦୁଇ ଦଳର କର୍ମୀ ମାନଙ୍କୁ ଉତ୍ସାହିତ କରିବାରେ ନେତା ମାନଙ୍କ ବୟାନ ସହାୟକ ହୋଇପାରେ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.