• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପିର୯କୁ ବିଜେଡିର୨୩…

ବିଜେପିର୯କୁ ବିଜେଡିର୨୩…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ଜୁନ୍ ୨୦୨୩

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ । ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରୀ ରଖିବ ବିଜେପି । ଏପରିକି ସାରାଦେଶରେ ୫୧ ଟି “ମହା ରାଲି” ଆୟୋଜନ କରାଯିବ । ଓଡ଼ିଶାରେ ମଧ୍ୟ ୪ ଟି “ମହାରାଲି” ହେବାର ଯୋଜନା ରହିଛି । ଓଡ଼ିଶାରେ ହେବାକୁ ଥିବା ମହାରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମୋଦୀ ସରକାରଙ୍କର ୯ ବର୍ଷର ସଫଳତା, ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ବାବଦରେ ସାଧାରଣ ଲୋକଙ୍କୁ ଅବଗତ କରାଇବ ବିଜେପି । ଓଡ଼ିଶାରେ ୪ଟି ମହାରାଲି ସହ ୧ ହଜାରରୁ ଅଧିକ ଜନସଭା କରାଯିବ ବୋଲି ରାଜ୍ୟ ବିଜେପି ପକ୍ଷରୁ ସ୍ଥିର କରାଯାଇଛି । ଡବଲ୍ ଇଞ୍ଜିନ୍ ସରକାର ଗଠନ ପାଇଁ ରାଜ୍ୟ ବିଜେପିର ୫ ଲକ୍ଷ କାର୍ଯ୍ୟକର୍ତ୍ତା ୧ କୋଟି ପରିବାରକୁ ଭେଟିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ମହାଜନ ସଂପର୍କ ଅଭିଯାନକୁ ରାଜ୍ୟର ୨୧ ଟି ଲୋକସଭା କ୍ଷେତ୍ରରେ କରାଯିବ । ଏହି ଲୋକସଭା କ୍ଷେତ୍ର ଗୁଡ଼ିକୁ ୬ ଟି କ୍ଲଷ୍ଟରରେ ଭାଗ କରିଛି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଆଦିଙ୍କ ସହ ଅନେକ କେନ୍ଦ୍ରମନ୍ତ୍ରୀ ଏହି ଅଭିଯାନରେ ସାମିଲ ହେବେ । ଏହି ମହା ଜନସଂପର୍କ ଅଭିଯାନକୁ ତଦାରଖ କରିବାପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ରାଜ୍ୟ ବିଜେପି ଗଠନ କରିଛି ।

ଅପରପକ୍ଷେ ଓଡ଼ିଶାରେ ଲମ୍ବା ସମୟ ଧରି ଶାସନ କ୍ଷମତା ଜାବୁଡ଼ି ଧରିଥିବା ବିଜେଡି ମଧ୍ୟ ୨୩ ବର୍ଷ ସରକାରର ସଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ । ରାଜ୍ୟ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ ଏବେଠାରୁ ଆରମ୍ଭ କରିଦେଇଛି ବିଜେଡି । ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଦ୍ୱାରା ରାଜ୍ୟସରକାରଙ୍କ ସଫଳତା ବାବଦରେ ମନ୍ତ୍ରୀ ଓ ସଚିବ ମାନେ ଲୋକଙ୍କୁ ବୁଝାଇବା ଆରମ୍ଭ କରିଦେଇଛନ୍ତି । ମନ୍ତ୍ରୀଙ୍କ ଅପେକ୍ଷା ସଚିବ ମାନଙ୍କୁ ଗଣମାଧ୍ୟମରେ ଅଧିକ ବିବୃତି ଦେବାପାଇଁ ମଧ୍ୟ ସରକାରୀ ସ୍ତରରେ ଅନୁମତି ଦିଆଯାଇଛି । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ଛାମୁଆଁ ସଂଗଠନ କର୍ମକର୍ତ୍ତାଙ୍କୁ ମଧ୍ୟ ଲୋକମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସଫଳତା ବାବଦରେ ସଚେତନ କରାଇବାକୁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆସରିଛି। ନେତା,ମନ୍ତ୍ରୀଙ୍କ ଅପେକ୍ଷା ଓଡ଼ିଶା ସରକାରଙ୍କ ସଫଳତା ସଂପର୍କରେ ସାଧାରଙ୍କ ଲୋକଙ୍କୁ ପ୍ରଭାବିତ କରିବାର ଅଧିକ ଦାୟିତ୍ୱ ନେଇଛନ୍ତି ପ୍ରଶାସନିକ ଅଧିକାରୀମାନେ । ଏମାନଙ୍କ ଜରିଆରେ ବିଜେଡି ନିଜର ଜନସଂପର୍କ ଅଭିଯାନକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖିଛି ।

ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡିର ରାଜ୍ୟବ୍ୟାପି କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ଦେଖିଲେ ଯେ କେହିବି ଭାବିବ ବୋଧହୁଏ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାରେ ନିର୍ବାଚନ ହୋଇପାରେ । ଏପରିକି କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ମଧ୍ୟ ଓଡ଼ିଶାର ଶାସକ ଦଳ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି କରିସାରିଥିବା କଥା ପ୍ରଚାରିତ ହୋଇଛି । ଏଣୁ ବିଜେଡିର ୨୩ ବର୍ଷ ସରକାରର ସଫଳତା କୁ ନେଇ ନେତା ଓ ବାବୁ ମାନଙ୍କ ଅଭିଯାନକୁ ସାମ୍ନା କରିବ ବିଜେପି ନିଜର ମହା ଜନସମ୍ପର୍କ ଅଭିଯାନ ମାଧ୍ୟମରେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ର ବାର୍ତ୍ତା ଯିବ ଲୋକଙ୍କ ପାଖକୁ । ତେବେ ବିଜେପିର ଫୋକସ ଲୋକସଭା ଅବା ବିଧାନସଭା ଉପରେ ରହିବ ତାହା ଏବେ ବି ଅସ୍ପଷ୍ଟ । ସେହିପରି ବିଜେଡି ମଧ୍ୟ ଅଧିକ ଭାବେ ବିଧାନସଭା ଆସନ ଜିତିବା ଲକ୍ଷ୍ୟ ନେଇ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଶୁଣିବାକୁ ମିଳୁଛି ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.