• About
  • Contact
Friday, June 13, 2025
Friday, June 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପିର୯କୁ ବିଜେଡିର୨୩…

ବିଜେପିର୯କୁ ବିଜେଡିର୨୩…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ଜୁନ୍ ୨୦୨୩

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ । ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରୀ ରଖିବ ବିଜେପି । ଏପରିକି ସାରାଦେଶରେ ୫୧ ଟି “ମହା ରାଲି” ଆୟୋଜନ କରାଯିବ । ଓଡ଼ିଶାରେ ମଧ୍ୟ ୪ ଟି “ମହାରାଲି” ହେବାର ଯୋଜନା ରହିଛି । ଓଡ଼ିଶାରେ ହେବାକୁ ଥିବା ମହାରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମୋଦୀ ସରକାରଙ୍କର ୯ ବର୍ଷର ସଫଳତା, ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ବାବଦରେ ସାଧାରଣ ଲୋକଙ୍କୁ ଅବଗତ କରାଇବ ବିଜେପି । ଓଡ଼ିଶାରେ ୪ଟି ମହାରାଲି ସହ ୧ ହଜାରରୁ ଅଧିକ ଜନସଭା କରାଯିବ ବୋଲି ରାଜ୍ୟ ବିଜେପି ପକ୍ଷରୁ ସ୍ଥିର କରାଯାଇଛି । ଡବଲ୍ ଇଞ୍ଜିନ୍ ସରକାର ଗଠନ ପାଇଁ ରାଜ୍ୟ ବିଜେପିର ୫ ଲକ୍ଷ କାର୍ଯ୍ୟକର୍ତ୍ତା ୧ କୋଟି ପରିବାରକୁ ଭେଟିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ମହାଜନ ସଂପର୍କ ଅଭିଯାନକୁ ରାଜ୍ୟର ୨୧ ଟି ଲୋକସଭା କ୍ଷେତ୍ରରେ କରାଯିବ । ଏହି ଲୋକସଭା କ୍ଷେତ୍ର ଗୁଡ଼ିକୁ ୬ ଟି କ୍ଲଷ୍ଟରରେ ଭାଗ କରିଛି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଆଦିଙ୍କ ସହ ଅନେକ କେନ୍ଦ୍ରମନ୍ତ୍ରୀ ଏହି ଅଭିଯାନରେ ସାମିଲ ହେବେ । ଏହି ମହା ଜନସଂପର୍କ ଅଭିଯାନକୁ ତଦାରଖ କରିବାପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ରାଜ୍ୟ ବିଜେପି ଗଠନ କରିଛି ।

ଅପରପକ୍ଷେ ଓଡ଼ିଶାରେ ଲମ୍ବା ସମୟ ଧରି ଶାସନ କ୍ଷମତା ଜାବୁଡ଼ି ଧରିଥିବା ବିଜେଡି ମଧ୍ୟ ୨୩ ବର୍ଷ ସରକାରର ସଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ । ରାଜ୍ୟ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ ଏବେଠାରୁ ଆରମ୍ଭ କରିଦେଇଛି ବିଜେଡି । ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଦ୍ୱାରା ରାଜ୍ୟସରକାରଙ୍କ ସଫଳତା ବାବଦରେ ମନ୍ତ୍ରୀ ଓ ସଚିବ ମାନେ ଲୋକଙ୍କୁ ବୁଝାଇବା ଆରମ୍ଭ କରିଦେଇଛନ୍ତି । ମନ୍ତ୍ରୀଙ୍କ ଅପେକ୍ଷା ସଚିବ ମାନଙ୍କୁ ଗଣମାଧ୍ୟମରେ ଅଧିକ ବିବୃତି ଦେବାପାଇଁ ମଧ୍ୟ ସରକାରୀ ସ୍ତରରେ ଅନୁମତି ଦିଆଯାଇଛି । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ଛାମୁଆଁ ସଂଗଠନ କର୍ମକର୍ତ୍ତାଙ୍କୁ ମଧ୍ୟ ଲୋକମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସଫଳତା ବାବଦରେ ସଚେତନ କରାଇବାକୁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆସରିଛି। ନେତା,ମନ୍ତ୍ରୀଙ୍କ ଅପେକ୍ଷା ଓଡ଼ିଶା ସରକାରଙ୍କ ସଫଳତା ସଂପର୍କରେ ସାଧାରଙ୍କ ଲୋକଙ୍କୁ ପ୍ରଭାବିତ କରିବାର ଅଧିକ ଦାୟିତ୍ୱ ନେଇଛନ୍ତି ପ୍ରଶାସନିକ ଅଧିକାରୀମାନେ । ଏମାନଙ୍କ ଜରିଆରେ ବିଜେଡି ନିଜର ଜନସଂପର୍କ ଅଭିଯାନକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖିଛି ।

ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡିର ରାଜ୍ୟବ୍ୟାପି କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ଦେଖିଲେ ଯେ କେହିବି ଭାବିବ ବୋଧହୁଏ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାରେ ନିର୍ବାଚନ ହୋଇପାରେ । ଏପରିକି କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ମଧ୍ୟ ଓଡ଼ିଶାର ଶାସକ ଦଳ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି କରିସାରିଥିବା କଥା ପ୍ରଚାରିତ ହୋଇଛି । ଏଣୁ ବିଜେଡିର ୨୩ ବର୍ଷ ସରକାରର ସଫଳତା କୁ ନେଇ ନେତା ଓ ବାବୁ ମାନଙ୍କ ଅଭିଯାନକୁ ସାମ୍ନା କରିବ ବିଜେପି ନିଜର ମହା ଜନସମ୍ପର୍କ ଅଭିଯାନ ମାଧ୍ୟମରେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ର ବାର୍ତ୍ତା ଯିବ ଲୋକଙ୍କ ପାଖକୁ । ତେବେ ବିଜେପିର ଫୋକସ ଲୋକସଭା ଅବା ବିଧାନସଭା ଉପରେ ରହିବ ତାହା ଏବେ ବି ଅସ୍ପଷ୍ଟ । ସେହିପରି ବିଜେଡି ମଧ୍ୟ ଅଧିକ ଭାବେ ବିଧାନସଭା ଆସନ ଜିତିବା ଲକ୍ଷ୍ୟ ନେଇ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଶୁଣିବାକୁ ମିଳୁଛି ।

Nirvik Bureau

Nirvik Bureau

Related Posts

Sanctimonia Tales:The Indomitable Awami League: Why Yunus’s Ban and Islamist Pressure May Fail to Sink Bangladesh’s Political Behemoth
Opinion

Sanctimonia Tales:
The Indomitable Awami League: Why Yunus’s Ban and Islamist Pressure May Fail to Sink Bangladesh’s Political Behemoth

by Sanctimonia Binocs
May 20, 2025

Sanctimonia Binocs, Bhubaneswar, 20 May 2025 The Enduring Awami League: Why Bangladesh's Political Stalwart Defies Suppression The recent proscription of...

Read more
The Delhi Message

The Delhi Message

February 9, 2025
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …

June 30, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.