• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦଙ୍ଗା, କର୍ଫ୍ୟୁ ଓ ପଦଯାତ୍ରା…..

ଦଙ୍ଗା, କର୍ଫ୍ୟୁ ଓ ପଦଯାତ୍ରା…..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୯ ଅପ୍ରେଲ ୨୦୨୩

ଓଡ଼ିଶାରେ ପୁଣି ବହୁ ଦିନର ବ୍ୟବଧାନ ପରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡ ଏବେ ପୂରା ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ଉପରେ ପ୍ରଭାବ ପକାଇଛି । ହିଂସାକାଣ୍ଡ ଘଟିବା ପରେ ରାଜନୈତିକ ଗତିବିଧି ମଧ୍ୟ ଜୋର ଧରିଛି । ଏହି ହିଂସାକାଣ୍ଡକୁ ରୋକିବା କାହାର ଦାୟିତ୍ୱ ଥିଲା ? ହିଂସାକାଣ୍ଡ ନେଇ ସ୍ଥାନୀୟ ପୋଲିସ ଆଗରୁ ସତର୍କ ନହେବାର କାରଣ କ’ଣ ? ଏପରିକି ଜିଲ୍ଲା ପୋଲିସର ଗୁଇନ୍ଦା ବିଭାଗ କ’ଣ କରୁଥିଲା ? ହିଂସାକାଣ୍ଡ ପରେ ଏହାର ନିୟନ୍ତ୍ରଣ ସହଜ ହେଲାନାହିଁ କାହିଁକି ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କନ୍ଧମାଳ ଦଙ୍ଗା ପରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ପର୍କ ତିକ୍ତ ହେଲା । ଦୁଇ ଦଳର ରାଜନୈତିକ ବୁଝାମଣା ସମାପ୍ତ ହେଲା । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଲେ ଯେ, ତାଙ୍କ ଦଳ ସମ୍ପୂର୍ଣ୍ଣ ଭାବେ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରେ ।

ମାତ୍ର ସମ୍ବଲପୁରରେ ଯେଉଁ ଘଟଣା ଘଟିଲା ତାହା ପୁଣିଥରେ ଓଡ଼ିଶା ଭଳି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଶାସକ ଦଳର ଧର୍ମ ନିରପେକ୍ଷତା ନୀତି ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଏପର୍ଯ୍ୟନ୍ତ ଏହି ହିଂସାକାଣ୍ଡର କାରଣ କ’ଣ ଓ ଏଥିରେ କିଏ ସମ୍ପୃକ୍ତ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ । କେବଳ ପୋଲିସ ଗିରଫଦାରୀ ସଂଖ୍ୟା ବଢ଼ୁଛି ବୋଲି ସୂଚନା ଦେଇ ଚାଲିଛି । ଯାହାର ଫଳ ସ୍ୱରୂପ ହିଂସାକାଣ୍ଡ ପରବର୍ତ୍ତୀ ସ୍ଥିତି ଏବେ ଜଟିଳ ହେବାରେ ଲାଗିଛି । କର୍ଫ୍ୟୁ ଜାରି କରିବାପରେ ସମ୍ବଲପୁରର ଜନସାଧାରଣ ମଧ୍ୟ ବେଶ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିକି ହିଂସାକାଣ୍ଡର ପ୍ରତିବାଦ କରି ବିଭିନ୍ନ ସଂଗଠନ ପକ୍ଷରୁ ୧୪ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ବିଜେପିର ନେତାମାନେ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ଅପରପକ୍ଷେ ଶାସକ ଦଳ ମଧ୍ୟ ଶାନ୍ତି ପଦଯାତ୍ରାର ଆୟୋଜନ କରିବାର ନିଷ୍ପତ୍ତି ନେଇଛି । ଏହା ଭିତରେ ବିଜେପି ଓ ବିଜେଡିର ନେତାମାନଙ୍କ ମଧ୍ୟରେ ବୟାନବାଜି ଜୋର ଧରିଛି । କିଏ କାହାକୁ ରାଜଧର୍ମ ପାଳନ ପାଇଁ ଉପଦେଶ ଦେଉଥିବା ବେଳେ, ଆଉ କିଏ ଓଡ଼ିଶାର ସ୍ଥିତି ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ଅପରାଧ ପ୍ରବଣ ରାଜ୍ୟଠାରୁ ଭଲ ବୋଲି କହିବାକୁ ପଛାଉ ନାହାନ୍ତି ।

ତେବେ ସମସ୍ତେ ଥରେ ଭାବିବା ଦରକାର ଯେ, ହିଂସାକାଣ୍ଡ ଅବା ଦଙ୍ଗାର ଆବଶ୍ୟକତା ଅଛି କି ? ହିଂସାକାଣ୍ଡ ଓ ଦଙ୍ଗାହେବା କ’ଣ ସାଧାରଣ ଲୋକ ଚାହାଁନ୍ତି କି ? ଦଙ୍ଗା ପରେ ଘଣ୍ଟା ଘଣ୍ଟା ଧରି କର୍ଫ୍ୟୁ ଘୋଷଣା ହେବା, ଇଣ୍ଟରନେଟ୍ ସେବା ବନ୍ଦ ରହିବା କଣ ଲୋକଙ୍କୁ ପ୍ରଭାବିତ କରୁନାହିଁ ? ହିଂସାକାଣ୍ଡରେ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେଉଛି ଏହା କଣ ସରକାର ଓ ସ୍ଥାନୀୟ ପ୍ରଶାସନ ବୁଝିବା ଉଚିତ ନୁହେଁ କି ? ଏପରିକି ହିଂସାକାଣ୍ଡ ପରେ କର୍ଫ୍ୟୁ ଘୋଷଣା, ବିଭିନ୍ନ ଦଳର ବନ୍ଦ ଡାକରା,ଶୋଭାଯାତ୍ରା ଓ ପ୍ରତିବାଦ ଆଦି କାହା ସ୍ୱାର୍ଥରେ କରାଯାଇଛି ? ଏସବୁ ପ୍ରଶ୍ନର ଉତ୍ତର ଜନସାଧାରଣଙ୍କୁ ନଦେଇ ପରସ୍ପରକୁ ସମାଲୋଚନା କରି ଖସିଯିବା ଓ ହିଂସାକାଣ୍ଡରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ପ୍ରତି କଠୋର ନହେବା ଏକ ନିର୍ବାଚିତ ସରକାର ଓ କାର୍ଯ୍ୟରତ ପ୍ରଶାସନର ଦାୟିତ୍ୱ କି ?

ସମ୍ବଲପୁର ହିଂସାକାଣ୍ଡକୁ ନେଇ ଦୁଇ ରାଜନୈତିକି ଦଳ ବିଜେଡି ଓ ବିଜେପିର ଆଭିମୁଖ୍ୟକୁ କ’ଣ କୁହାଯାଇପାରେ ? ସମ୍ବଲପୁରର ପୋଲିସ ଏସପି ଓ ଜିଲ୍ଲାପାଳଙ୍କ ସମେତ ଗୁଇନ୍ଦା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ଭୂମିକା ସନ୍ଦେହ ପରିସରଭୁକ୍ତ ହେବା ଉଚିତ ନୁହେଁ କି ? ସାଧାରଣ ଲୋକ ଏହି ହିଂସାକାଣ୍ଡ ଓ ପରବର୍ତ୍ତୀ ସମୟରେ ଯେଉଁ ଅଭାବନୀୟ ପରିସ୍ଥିତିର ସାମ୍ନା କଲେ ସେ ନେଇ କିଏ ଉତ୍ତର ଦାୟୀ ହେବା ଉଚିତ ? ପରିଶେଷରେ ସମ୍ବଲପୁର ହିଂସାକାଣ୍ଡ ପରେ ଓଡ଼ିଶାକୁ ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ର ଭଳି ଅପରାଧ ଅଧିକ ଘଟୁଥିବା ରାଜ୍ୟ ମଧ୍ୟରୁ ଅଲଗା ଭାବେ ଦେଖା ଯାଇପାରିବ କି ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.