• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦିଲ୍ଲୀ ମହାନଗର ନିର୍ବାଚନ ପରେ …

ଦିଲ୍ଲୀ ମହାନଗର ନିର୍ବାଚନ ପରେ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୮ ଡିସେମ୍ବର ୨୦୨୨

ଦିଲ୍ଲୀ ମହାନଗର ନିର୍ବାଚନର ଫଳାଫଳରେ ବାଜିମାତ୍ କରିଛି ଆମ୍ ଆଦମୀ ପାର୍ଟି। ୨୫୦ଟି ୱାର୍ଡ଼ରୁ ୧୩୪ଟି ଆସନରେ ବିଜୟ ଲାଭ କରିବା ସହ ପରିଷଦ ଗଠନ କରିବାର ରାସ୍ତା ସଫା ହୋଇଛି। ସେହିପରି ବିଜେପି ୧୦୪ଟି ଆସନ ପାଇ ୨ୟ ସ୍ଥାନରେ ଓ କଂଗ୍ରେସ ୯ଟି ଆସନ ପାଇ ୩ୟ ସ୍ଥାନରେ ରହିଛି। ୧୫ ବର୍ଷ ଧରି ଦିଲ୍ଲୀ ମହାନଗର ନିଗମକୁ ଦଖଲରେ ରଖିଥିବା ବିଜେପିକୁ ଏଥର ପରାଜୟର ମୁହଁ ଦେଖିବାକୁ ମିଳିଛି। ଦିଲ୍ଲୀ ମହାନଗର ନିର୍ବାଚନ ଯଦିଓ ଆପ୍ ପାଇଁ ବେଶ୍ ଉତ୍ସାହ ଜନକ ମାତ୍ର ଆଗକୁ ଆପ୍ ପାଇଁ ଅନେକ ଚାଲେଞ୍ଜ ରହିଛି ।

କେଜ୍ରିୱାଲ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ କେଜ୍ରିୱାଲଙ୍କ ଲୋକପ୍ରିୟତା ହିଁ ଆପ୍ କୁ ବିଜୟୀ କରାଇଛି। ଅନ୍ୟପକ୍ଷରେ ବିଜେପି ୩ ଜଣ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ, ଶିବରାଜସିଂ ଚୌହାନ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ପ୍ରଚାରରେ ବ୍ୟବହାର କରି ମଧ୍ୟ ହାରିଯାଇଛି। ଏହି ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ତୁଙ୍ଗ ନେତା ମଧ୍ୟ ଏହି ନିର୍ବାଚନରେ ସାମିଲ ହୋଇଥିଲେ। ବିଜେପିର ଜୋରଦାର ପ୍ରଚାର ଦଳକୁ ବିଜୟୀ କରିପାରିଲା ନାହିଁ । ଏପରିକି ଦଳର ବହୁ ସାଂସଦଙ୍କ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପିର ପ୍ରାର୍ଥୀ ମାନେ ପରାସ୍ତ ହୋଇଛନ୍ତି। ଯଦିଓ ବିଜେପିର ରଣନୀତି ଆପ୍ ବିରୋଧରେ ସଫଳ ହୋଇନାହିଁ ମାତ୍ର ବିଳମ୍ବରେ ନିର୍ବାଚନ ନିଷ୍ପତ୍ତି ଓ କେଜ୍ରିୱାଲ ସରକାର ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦ୍ୱାରା ବିଜେପି ୧୦୪ଟି ଆସନ ପାଇ ସମ୍ମାନ ରକ୍ଷା କରିପାରିଛି। ବିଗତ ଦୁଇଟି ନିର୍ବାଚନରେ ବିଜେପି ପାଇଥିବା ସଫଳତାକୁ ନଦୋହରାଇଲେ ମଧ୍ୟ ଏକ ସଶକ୍ତ ବିରୋଧୀ ଭାବେ ଠିଆ ହୋଇ ପାରିଛି। ଅନ୍ୟପକ୍ଷରେ ୨୦୧୨ ଓ ୨୦୧୭ ନିର୍ବାଚନରେ କଂଗ୍ରେସ ପାଇଥିବା ଆସନ ଗୁଡ଼ିକ ହାତଛଡ଼ା କରିଛି । ଏପରିକି ଭୋଟ ପ୍ରତିଶତ ମଧ୍ୟ କଂଗ୍ରେସର ଯଥେଷ୍ଟ ହ୍ରାସ ପାଇଛି । କେବଳ ଦଙ୍ଗା ପ୍ରଭାବିତ ଅଞ୍ଚଳରେ କଂଗ୍ରସର ପ୍ରାର୍ଥୀ ମାନଙ୍କ ସପକ୍ଷରେ ଜନମତ ଯାଇଛି। ଅର୍ଥାତ୍ ସଂଖ୍ୟାଲଘୁ ଭୋଟରମାନେ ଆପ୍ କୁ ବିଜେପିର ବିକଳ୍ପ ଭାବି ନାହାଁନ୍ତି। ଏପରିକି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସାହିନବାଗ୍ ଘଟଣାରେ ନିରବ ରହିବା ଓ ଦିଲ୍ଲୀ ଦଙ୍ଗା ବାବଦରେ ନିଜର ମୁହଁ ନଖୋଲିବା ଦ୍ୱାରା ସଂଖ୍ୟାଲଘୁ ଭୋଟର ମାନେ ଆପ୍ ଅପେକ୍ଷା କଂଗ୍ରେସକୁ ଅଧିକ ପସନ୍ଦ କରିଛନ୍ତି। କେବଳ ସାହିନବାଗ୍ ଘଟଣା ନୁହେଁ ବିଲକିସ ବାନୋ ପ୍ରସଙ୍ଗରେ ମଧ୍ୟ ଆପ୍ ନେତାଙ୍କ ନୀରବତା ସଂଖ୍ୟାଲଘୁ ସମୁଦାୟ ପାଖରେ ଆପ୍ କୁ ବିଜେପିର ବିକଳ୍ପ ଛବି ଭାବେ ଉପସ୍ଥାପିତ କରିବାରେ ବିଫଳ ହୋଇଛି।

“ଦଳବଦଳ ନିରୋଧ ଆଇନ” ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି ଦିଲ୍ଲୀ ମହାନଗର ନିର୍ବାଚନରେ। ଏହି ଆଇନ କାମ ନକରିବା ଦ୍ୱାରା ଦୁଇଦଳ ଆପ୍ ଓ ବିଜେପିର ନିର୍ବାଚିତ ସଦସ୍ୟମାନଙ୍କ ଭିତରେ ଦଳ ବଦଳର ସୁଯୋଗକୁ ମଧ୍ୟ ଖୋଲା ରଖିଛି। ଏଣୁ ନିର୍ବାଚନ ଜିତିବା ପରେ ଆପ୍ ର ମେୟର ହେବେ ଏହା ମଧ୍ୟ ଜୋର ଦେଇ କୁହାଯାଇ ପାରିବ ନାହିଁ।

ତେବେ ଦିଲ୍ଲୀ ମହାନଗର ନିର୍ବାଚନ ଫଳାଫଳ ଜାତୀୟ ରାଜନୀତି ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ବିଜେପିର ପ୍ରତିଦ୍ବନ୍ଦୀ ଭାବେ ଆମ୍ ଆଦମୀ ପାର୍ଟି ଆଗକୁ ବଢୁଛି ଏହା ତାର ଏକ ସଂକେତ। ବିଜେପି ବିରୋଧୀ ମେଣ୍ଟ ଗଠନ ପ୍ରକ୍ରିୟା ଓ ଆପ୍ ର ଭୂମିକା ନେଇ ଏବେଠାରୁ ଅବଗଣନା ଆରମ୍ଭ ହୋଇପାରେ। ସେହିପରି ବିଜେପି ଓ ଆପ୍ ମଧ୍ୟରେ ନୀତିଗତ ଦୃଷ୍ଟିରୁ ବେଶିକିଛି ଫରକ୍ ନାହିଁ ବୋଲି ସଂଖ୍ୟାଲଘୁ ଭୋଟର ମାନେ ବୁଝିଗଲେଣି ତାହା ଏହି ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.