• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧାମନଗର ଫଳ:ଆତ୍ମସମୀକ୍ଷାର ବେଳ…

ଧାମନଗର ଫଳ:ଆତ୍ମସମୀକ୍ଷାର ବେଳ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ନଭେମ୍ବର ୨୦୨୨

ଶେଷରେ ବାହାରିଲା ଧାମନଗର ଉପନିର୍ବାଚନର ଫଳ । ବିଜେଡିର ବିଜୟ ଧାରାରେ ବ୍ରେକ୍ କଷିଲା ବିଜେପି । ୯,୮୮୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ହାରିଗଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ରାଜେନ୍ଦ୍ର ଦାସ ୮,୧୫୩ ଖଣ୍ଡ ଭୋଟ ପାଇଲେ ସତ ମାତ୍ର ବିଜେଡି ହାତରୁ ଆସନ ଛଡ଼ାଇ ନେବାର ପ୍ରମୁଖ ଭୂମିକା ନେଲେ।

ତେବେ ଶାସକ ବିଜେଡି ପାଇଁ ଏହି ଉପନିର୍ବାଚନର ଫଳ କ’ଣ ସନ୍ଦେଶ ଦେଲା ? ବିଜେଡ଼ି ର “ବିକାଶ” ର ସଂଜ୍ଞାକୁ ଧାମନଗର ବାସୀ ପ୍ରତ୍ୟାଖ୍ୟାନ କଲେ କି? ସ୍ୱୟଂ ସହାୟିକା ଗୋଷ୍ଠୀ ଦଳୀୟ ସଂଗଠନର ବିକଳ୍ପ ହୋଇପାରିବ କି? ବିଜେଡିର ପ୍ରାର୍ଥୀ ଚୟନରେ ଭୁଲ୍ ରହିଗଲା କି? ରାଜେନ୍ଦ୍ର ଦାସ ଙ୍କୁ ପ୍ରାର୍ଥୀ ନକରିବା ବିଜେଡିକୁ ମହଙ୍ଗା ପଡ଼ିଲା କି? ବରିଷ୍ଠ ନେତାଙ୍କୁ ଅଣଦେଖା କରି ଯୁବ ବ୍ରିଗେଡ ଉପରେ ଭରସା କରିବା ବିଜେଡିକୁ କ୍ଷତି ପହଞ୍ଚାଇଲାକି?

ଏବେ ଏହି ପ୍ରଶ୍ନର ଉତ୍ତର ବିଜେଡିକୁ ଖୋଜିବାକୁ ପଡ଼ିବ । ଏହା ସହିତ ଆହୁରି କିଛି ପ୍ରଶ୍ନ ମଧ୍ୟ ଏବେ ବିଜେଡି ଭିତରେ ଆଲୋଚିତ ହେଉଛି। ରାଜେନ୍ଦ୍ର ଦାସ ଙ୍କ ଟିକେଟ କାଟିବା ନିଷ୍ପତ୍ତି ଯଦି ଭୁଲ୍ ପ୍ରମାଣିତ ହେଲା ତେବେ ଏହି ନିଷ୍ପତ୍ତି କିଏ ନେଇଥିଲେ? ଅବନ୍ତୀ ଦାସ ଙ୍କ ପ୍ରାର୍ଥୀତ୍ୱ ପଛରେ କାହାର ଦୃଢ ସମର୍ଥନ ଥିଲା? ପ୍ରାର୍ଥୀ ଚୟନରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଜିଲ୍ଲା ପ୍ରଭାରୀ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଚାପ ପକାଇ ନଥିଲେ ତ? ଭଦ୍ରକ ର ବରିଷ୍ଠ ନେତା ଯୁଗଳ ପଟ୍ଟନାୟକ ଓ ପ୍ରଫୁଲ୍ଲ ସାମଲ ଙ୍କ ମତାମତ କୁ ଦଳ ଗୁରୁତ୍ୱ ଦେଇଥିଲା କି? ନିର୍ବାଚନ ପରିଚାଳନାରେ ଆଗରେ ଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ପ୍ରଣବ ବଳବନ୍ତ ରାୟ ଓ ବ୍ୟୋମକେଶ ରାୟ ଙ୍କ ଭୂମିକା ଦଳ ପାଇଁ ବୁମେରାଂ ହେଲାନି ତ?

ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଆଗକୁ ବଢୁଥିବା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଫଳତା ରେ ବିଚଳିତ ହୋଇ ଯାଜପୁରର ଏହି ନେତାମାନେ ଷଡ଼ଯନ୍ତ୍ର କରିନାହାନ୍ତି ତ? ସେହିପରି ବିଜେଡିର ତ୍ରିଶକ୍ତି କୁହାଯାଉଥିବା ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପୂରା ଦମ ରେ ପ୍ରଚାରରେ ସାମିଲ ନକରିବା ଓ ସଂଜୟ ଦାସବର୍ମା ଙ୍କୁ ସଂପୂର୍ଣ୍ଣ ଏହି ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବା ଏକ ଭୁଲ ରଣନୀତି ନଥିଲା ତ?

ଅନ୍ୟତମ ବିରୋଧୀ କଂଗ୍ରେସ ମଧ୍ୟ ଗତ ସାଧାରଣ ନିର୍ବାଚନ ଠାରୁ ଏଥର ଉପନିର୍ବାଚନରେ ଅଳ୍ପ ଭୋଟ ପାଇଲା । ଏ ବାବଦରେ ଦଳ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ନାହିଁକି? କାହିଁକି କଂଗ୍ରେସ ର ଭୋଟ କମିଲା? ରାଜ୍ୟର ନୂଆ ନେତୃତ୍ୱର ଏହା ଅସଫଳତା ନୁହେଁ କି? କଂଗ୍ରେସ ର ପୁରୁଣା ଚେହେରା ପ୍ରତି ଭୋଟର ମାନେ ବିମୁଖ ନୁହଁନ୍ତି ତ? ନିର୍ବାଚନରେ ସଫଳତା ପାଇବା ପାଇଁ କଂଗ୍ରେସରେ ନୂଆ ଚେହେରା ର ଆବଶ୍ୟକତା ଅଛି କି? ଏସବୁ ପ୍ରଶ୍ନର ଉତ୍ତର ମଧ୍ୟ ରାଜ୍ୟ କଂଗ୍ରେସ ନେତୃତ୍ୱ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ସେହିପରି ବିଜୟ ଲାଭ କରିଥିବା ବିଜେପି ପାଇଁ ମଧ୍ୟ ଆଗକୁ ଅନେକ ଚାଲେଞ୍ଜ । ଆଗକୁ ଆସୁଥିବା ପଦ୍ମପୁର ଉପନିର୍ବାଚନରେ ବିଜେପି ଏହି ବିଜୟ ଅଭିଯାନ କୁ ବଜାୟ ରଖି ପାରିବ ତ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ରଣନୀତି ନେଇ ଆଗକୁ ବଢ଼ିଲେ ସେହି ନୀତି ଉପରେ ପଦ୍ମପୁର ଉପନିର୍ବାଚନରେ ଭରସା କରିବେ ତ? ଦଳର ବରିଷ୍ଠ ଓ ବିବାଦୀୟ ନେତା, ନେତ୍ରୀଙ୍କୁ ଧାମନଗର ଭଳି ପଦ୍ମପୁରରେ ଦୂରେଇ ରଖି ବିଜେପି ଆଗକୁ ଯାଇ ପାରିବତ? ଧାମନଗରରେ ଯେଭଳି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ଟଂକଧର ତ୍ରିପାଠୀ ଆଦି ନେତାଙ୍କୁ ପ୍ରଚାରରୁ ଦୂରେଇ ରଖି ବିଜେପି ସଫଳତା ପାଇଲା, ଆସୁଥିବା ଉପନିର୍ବାଚନରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ସହଜ ହେବ କି?

ତେବେ ଧାମନଗର ଉପନିର୍ବାଚନ ଏବେ ରାଜ୍ୟର ୩ ଟି ପ୍ରମୁଖ ରାଜନୈତିକ ଦଳକୁ ଆତ୍ମସମୀକ୍ଷା କରିବା ପାଇଁ ବାଧ୍ୟ କରିଛି।  ଧାମନଗର ଫଳାଫଳ ଅନେକ ବାର୍ତ୍ତା ଦେଉଛି। ଯୋଗ୍ୟତା ଓ ଦକ୍ଷତା ନଥିବା ପ୍ରାର୍ଥୀ ଙ୍କୁ ଦଳ ଲୋକଙ୍କ ଉପରେ ଲଦି ଦେଲେ ଭୋଟର ତାହାକୁ ଗ୍ରହଣ କରିବେ ନାହିଁ । ସଂଗଠନକୁ ଛାଡ଼ି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ନେଇପାରିବେ ନାହିଁ ।

ଅଧିକ ଅର୍ଥ ବ୍ୟୟ କରି ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରି ସମସ୍ତ ନିର୍ବାଚନ ଜିତିବା ସମ୍ଭବ ପର ନୁହେଁ । କେବଳ ଷ୍ଟାର କ୍ୟାମ୍ପେନର ଓ ଦଳୀୟ ଚିହ୍ନ ନେଇ ଭୋଟ ମିଳିଯିବ, ଏହା ଆଶା କରିବା ମଧ୍ୟ ଭୁଲ ହେଇପାରେ । ରାଜେନ୍ଦ୍ର ଦାସଙ୍କ ଭଳି ଅନେକ ନେତା ଏବେବି ଅଛନ୍ତି ଯେଉଁମାନେ କ୍ଷମତା, ଅର୍ଥ ଦ୍ୱାରା ପ୍ରଲୋଭିତ ନହୋଇ ନିର୍ବାଚନ ଲଢ଼ିବା ସହ ଫଳାଫଳକୁ ଓଲଟାଇ ଦେବାର ସାମର୍ଥ୍ୟ ରଖନ୍ତି ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.