• About
  • Contact
Wednesday, September 2, 2026
Wednesday, September 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧାମନଗରରୁ ଦିଲ୍ଲୀ …

ଧାମନଗରରୁ ଦିଲ୍ଲୀ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୨

ଉପନିର୍ବାଚନ ହେଉଛି ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ । ଭୋଟ ଗ୍ରହଣ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ମଧ୍ୟ ସେତିକି ବଢୁଛି । ପ୍ରଥମରୁ ଏହି ଉପନିର୍ବାଚନ ଫଳାଫଳ ଏକପାଖିଆ ହେବବୋଲି ଶାସକ ଦଳର ଆକଳନ ଥିଲା । ମାତ୍ର ଧିରେ ଧିରେ ଭୋଟ ଗ୍ରହଣ ଦିନ ପାଖେଇ ଆସୁଥିବା ବେଳେ ଲଢ଼େଇ ଜୋରଦାର ହେବାର ସମ୍ଭାବନା ବଢ଼ିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ଶାସକ ବିଜେଡି ଓ ବିଜେପି ଏବେ ଦିଲ୍ଲୀରେ ପହଞ୍ଚିଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଶାସକ ବିଜେଡି ଟଙ୍କା ବାଣ୍ଟିବା ଅଭିଯୋଗ ନେଇ ପ୍ରଥମେ ପହଞ୍ଚିଲା ବିଜେପି । ଏହି ଅଭିଯୋଗ କରିବା ପାଇଁ ରାଜ୍ୟ ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଯାଇଥିଲେ ନିର୍ବାଚନ କମିଶନଙ୍କ ପାଖକୁ । ବିଜେପି ଅଭିଯୋଗର ୨୪ ଘଣ୍ଟା ନପୂରୁଣୁ ଶାସକ ବିଜେଡିର ସାଂସଦ ମାନଙ୍କ ଏକ ପ୍ରତିନିଧି ଦଳ ଭେଟିଥିଲେ ନିର୍ବାଚନ କମିଶନଙ୍କୁ । ଅଭିଯୋଗ କରିଛନ୍ତି ଯେ ରାଜ୍ୟ ବିଜେପି ନେତାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଅପମାନିତ କରିଛନ୍ତି ଏଣୁ ବିଜେପିକୁ ଏଥିରୁ ନିବୃତ୍ତ କରାଯାଉ ।

ବିଜେଡି ଓ ବିଜେପିର ଦିଲ୍ଲୀ ଅଭିଯାନ କାହିଁକି ହେଲା ? ବିଜେଡି ବିରୋଧରେ ବିଜେପି ଆଣିଥିବା ଟଙ୍କା ବାଣ୍ଟିବା ଅଭିଯୋଗ ଅପ୍ରାସଙ୍ଗିକ କି ? ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଅପମାନିତ କରିଛି କି ରାଜ୍ୟ ବିଜେପି ? ଭୋଟ ପ୍ରଚାର ବେଳେ ଏଭଳି ମୁହାଁ ମୁହିଁ ଅବସ୍ଥା ସୃଷ୍ଟି ହେଲା କାହିଁକି ? ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇର ଏହା ସଂକେତ କି ?

ଯଦି ଏହିସବୁ ପ୍ରସଙ୍ଗରେ ଆଲୋଚନା କରାଯାଏ, ତେବେ ଏକଥା ସ୍ୱୀକାର କରିବାକୁ ପଡ଼ିବ ଯେ, ଶାସକ ଦଳ ପାଇଁ ଏ ଲଢ଼େଇ ସହଜ ହୋଇ ନପାରେ । ଉପନିର୍ବାଚନ ଜିତି ରେକର୍ଡ କରିଥିବା ଶାସକ ବିଜେଡି ଏବେ ଏହି ଫଳାଫଳକୁ ନେଇ ବ୍ୟସ୍ତ ଥିବା ଭଳି ମନେ ହେଉଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପରିବର୍ତ୍ତେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କୁ ଭେଟିବାର ଅନେକ ଅର୍ଥ ରହିଛି । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ଏବେ ବିଜେପିର ଗୋଟି ଚାଳନା ବିଜେଡିକୁ ଅଡ଼ୁଆ ପରିସ୍ଥିତିରେ ପକାଇ ଦେଇଛି । ବାଧ୍ୟ ହୋଇ ବିଜେପି ସହିତ ଦିଲ୍ଲୀରେ ମୁକାବିଲା କରିବାପାଇଁ ବିଜେଡି ନିଜର ପ୍ରତିନିଧି ମଣ୍ଡଳୀ ସହ ପହଞ୍ଚିଛି ।

ଅପର ପକ୍ଷେ ରାଜ୍ୟ ବିଜେପି ମଧ୍ୟ ଏହି ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛି ବୋଲି ଏକ ସଂକେତ ଦେବାକୁ ପ୍ରୟାସ କରୁଛନ୍ତି ଖୋଦ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୭ରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରି ବିଜେପି ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଥିଲା, ଠିକ୍ ସେହିଭଳି ଆଭିମୁଖ୍ୟ ସହ ଏବେ ଆଗକୁ ବଢୁଥିବା ଭଳି ମନେହୁଏ ।

ପୂର୍ବରୁ ରାଜନୈତିକ ସମୀକ୍ଷକ ମାନେ ଯାହା ଆଶା କରୁଥିଲେ, ଠିକ୍ ସେହିପରି ଭାବେ ବିଜେପିର ପ୍ରଭାବଶାଳୀ ନେତା ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଘେରିବା ପାଇଁ ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି। ଏପରିକି ନିଜେ ମଧ୍ୟ ଏହି ଦାୟିତ୍ୱ ସମ୍ଭାଳିବେ କି ନାହିଁ, ଯେଉଁ ପ୍ରଶ୍ନ ସୃଷ୍ଟି ହୋଇଥିଲା ତାର ଉତ୍ତର ମଧ୍ୟ ସେ ରଖିଛନ୍ତି । ବିଜେଡି ବିରୋଧରେ ପାଟି ଚୁପ୍ କରି ବସିଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ଏହି ନିର୍ବାଚନରେ ନିଜର ଗୋଟିଚାଳନା ବେଶ୍ ମାପିଚୁପି ଆରମ୍ଭ କରିଛନ୍ତି । ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ ନକରି ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବ୍ୟୁରୋକ୍ରାଟ୍ ମାନଙ୍କୁ ଅକଳରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ରଙ୍କ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଯଦି ଆଗକୁ ବଢ଼ନ୍ତି ଓ ବିଜେଡି ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରନ୍ତି ତେବେ ଭୋଟ ପୂର୍ବରୁ ବିଜେପି କର୍ମୀ ମାନଙ୍କର ମନୋବଳ ଏକ ପ୍ରକାର ଦୃଢ ହେବ । ଦଳର କର୍ମୀ ମାନେ ମଧ୍ୟ ନିଜ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ଉଦ୍ୟମ କରିବେ । ଯାହା ଶାସକ ବିଜେଡିକୁ ମଧ୍ୟ ଅଡୁଆରେ ପକାଇପାରେ । ଦୁଇଦଳ ପକ୍ଷରୁ ଆସିଥିବା ଅଭିଯୋଗକୁ ତୁଳନା କଲେ ଏକଥା ସ୍ପଷ୍ଟ ଯେ, ବିଜେଡି ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେବାର ଅଧିକ ସମ୍ଭାବନା ରହିଛି । ଶାସକ ବିଜେଡି ଯେଉଁଭଳି ଭାବେ ବିଜେପିକୁ କାଉଣ୍ଟର ଆଟାକ୍ କରିବାକୁ ଚେଷ୍ଟା କରିଛି ତାହା ବି ବିଜେଡି ସପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏକାଠି କରିପାରେ । ମାତ୍ର ବିଜେପି ଉପରେ ଆସିଥିବା ଅଭିଯୋଗ ନେଇ କେନ୍ଦ୍ର ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ନାହଁ ।

ଦୁଇ ଦଳର ରଣନୀତିରେ ଏପରି ପରିବର୍ତ୍ତନ ହେବାର ମୁଖ୍ୟ କାରଣ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେଦ୍ର ଦାସ । ସଂଖ୍ୟାଲଘୁଙ୍କ ଭୋଟ୍ ବିଭାଜନ ହେବା ଜାଣିବା ପରେ ଶାସକ ବିଜେଡି ବିଚଳିତ ହୋଇ ସ୍ୱୟଂ ସହାୟକ ଗୋଷ୍ଠୀର ସାହାଯ୍ୟ ନେବାକୁ ଚେଷ୍ଟା କରିଛି । ବିଜେଡି ଓ ବିଜେପିର ଲଢ଼େଇ ଧାମନଗରରୁ ଦିଲ୍ଲୀରେ ପହଞ୍ଚିବା ପରେ ଏ ଲଢ଼େଇର ରୂପରେଖ କଣ ହେବ ? କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜବାବ ତଲବ କରିବେ କି ? ବିଜେଡିର ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପାଟି ଖୋଲିବାକୁ ସାହସ କରୁନାହାନ୍ତି କାହିଁକି ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ବିଜେପି ନେତା ମାନେ ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଟାର୍ଗେଟ କରୁନାହାନ୍ତି କାହିଁକି ? ବିଜେପିର ୩ ଜଣ କେନ୍ଦ୍ର ମନ୍ତ୍ରୀ ଏହି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ପୂରା ଦମ ଲଗାଇବେ ତ ? ସିଧାସଳଖ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରିବେ ତ ? ଯଦି ସେଭଳି କିଛି ଦେଖିବାକୁ ନମିଳେ ତେବେ ଏହି ଲଢ଼େଇର ଉଦ୍ଦେଶ୍ୟ କ’ଣ ଓ କାହିଁକି ତାହା ଆଉ ଅବୁଝା ହୋଇ ରହିବ ନାହିଁ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.