• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧାମନଗର ଉପନିର୍ବାଚନ : ଏକ ସମ୍ମାନର ପ୍ରଶ୍ନ….

ଧାମନଗର ଉପନିର୍ବାଚନ : ଏକ ସମ୍ମାନର ପ୍ରଶ୍ନ….
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅକ୍ଟୋବର ୨୦୨୨

ଧାମନଗର ଉପନିର୍ବାଚନକୁ ନେଇ ଓଡ଼ିଶା ରାଜ୍ୟ ରାଜନୀତି ଏବେ ବେଶ୍ ସରଗରମ ହୋଇଉଠିଛି । ୨୦୧୯ ପରଠାରୁ ଓଡ଼ିଶାରେ ହୋଇଥିବା ୫ଟି ଉପନିର୍ବାଚନ ଠାରୁ ଧାମନଗର ଫଳାଫଳ କିଛି ଭିନ୍ନ ହୋଇପାରେ ବୋଲି ଆକଳନ ମଧ୍ୟ କରାଯାଉଛି । ସାଧାରଣ ଭାବରେ ଉପନିର୍ବାଚନର ଫଳାଫଳ ଶାସକ ଦଳ ସପକ୍ଷରେ ଯାଇଥାଏ, ମାତ୍ର ଏହି ଉପନିର୍ବାଚନକୁ ନେଇ ରାଜନୈତିକ ବ୍ୟସ୍ତତା ବଢ଼ିଯାଇଛି କାହିଁକି ? କାହା ପାଇଁ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି ? ଧାମନଗରର ଲଢ଼େଇ କାହା କାହା ଭିତରେ ହେବାକୁ ଯାଉଛି ? କିଏ ଏଠି ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ? ଏଭଳି ଅନେକ ପ୍ରଶ୍ନ ଏବେ ଧାମନଗର ଭିତରେ ସୀମିତ ନରହି ରାଜ୍ୟ ରାଜନୀତିରେ ଆଲୋଚିତ ହେଉଛି ।

ଏହି ନିର୍ବାଚନ ତାରିଖ ଘୋଷଣା ପରେ ଜଣାପଡ଼ୁଥିଲା ଧାମନଗରରେ ଦ୍ଵିମୁଖୀ ଲଢ଼େଇ ହୋଇପାରେ, ତାହା ପୁଣି ବିଜେଡି ଓ ବିଜେପି ମଧ୍ୟରେ । ମାତ୍ର ପ୍ରାର୍ଥୀପତ୍ର ଦାଖଲ ପରେ ଏଠାରେ ଚତୁର୍ମୁଖୀ ଲଢ଼େଇ ହେବାକୁ ଯାଉଛି ଏହା ବେଶ୍ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଲାଣି । ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ୍, କଂଗ୍ରେସରୁ ହରେକୃଷ୍ଣ ସେଠୀ, ବିଜେଡିରୁ ଅବନ୍ତୀ ଦାସ ଏବଂ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିପାରେ । ୩ଟି ଯାକ ରାଜନୈତିକ ଦଳର ନଜର ରହିଛି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ । ଏହି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି, ଏହାକୁ କେବଳ ପ୍ରଭାବିତ କରିବାକୁ ଯାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ୨୦୧୯ ସାଧାରଣ ନିର୍ବାଚନ ପରେ ସମସ୍ତ ଉପନିର୍ବାଚନକୁ ଜିତି ଆସୁଥିବା ଶାସକ ବିଜେଡି ମଧ୍ୟ ରାଜେନ୍ଦ୍ର ଦାସଙ୍କ ଉପରେ ରଖୁଛି ନଜର । ବିଜେଡି କ୍ଷମତାସୀନ ହେବା ଦିନଠାରୁ ଅନେକ ନିର୍ବାଚନ ଲଢ଼ିଛି ଏବଂ ଜିତିଛି । ଏପରିକି ଆଗରୁ ମଧ୍ୟ ଅନେକ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଜିତିବା ସହ ବିଜେଡି ପାଇଁ ସେତେଟା ସମସ୍ୟା ସୃଷ୍ଟି କରିପାରି ନାହାନ୍ତି। ମାତ୍ର ଏଥରର ଧାମନଗର ନିର୍ବାଚନ ଅନ୍ୟ ଉପନିର୍ବାଚନ ଠାରୁ ଅଧିକ ରୋମାଞ୍ଚକର ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ଆକଳନ କଲେଣି ।

ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ରାଜେନ୍ଦ୍ର ଦାସ କିଏ ? କାହିଁକି ତାଙ୍କ ଉପରେ ସମସ୍ତଙ୍କର ନଜର ? ନିର୍ବାଚନର ଫଳାଫଳକୁ ସେ ପ୍ରଭାବିତ କରିବାର ଆଶଙ୍କା କାହିଁକି କରାଯାଉଛି ? ୨୦୦୪ ମସିହାରେ ୩୪ ବର୍ଷର ଜଣେ ଯୁବକ ଭାବେ ସ୍ୱାଧୀନ ପ୍ରାର୍ଥୀ ହୋଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିଥିଲେ ରାଜେନ୍ଦ୍ର ଦାସ । ବିଜେଡି ଓ ବିଜେପି ମେଣ୍ଟର ମିଳିତ ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କୁ ଚାନ୍ଦବାଲିରେ ହରାଇବାରେ ମୁଖ୍ୟ ଭୂମିକା ନେଇଥିଲେ ରାଜେନ୍ଦ୍ର ଦାସ । ୨୨,୮୫୫ ଖଣ୍ଡ ଭୋଟ୍ ପାଇ ୩ୟ ସ୍ଥାନରେ ରହିଥିଲେ ରାଜେନ୍ଦ୍ର ଓ ଚାନ୍ଦବାଲିର ଆସନ ଯାଇଥିଲା କଂଗ୍ରେସ ହାତକୁ । ପରେ ୨୦୦୯ରେ ଶାସକ ବିଜେଡି ରାଜେନ୍ଦ୍ର ଦାସଙ୍କୁ ଟିକେଟ ଦେଇଥିଲା ଓ ସେ ନିର୍ବାଚିତ ହୋଇ ଆସିଥିଲେ ଧାମନଗର ଆସନରୁ । ୨୦୧୪ରେ ତାଙ୍କ ଟିକେଟ କଟିବା ପରେ ମଧ୍ୟ ସେ ବିଜେଡିରେ ଶୃଙ୍ଖଳିତ କର୍ମୀ ଭାବରେ ରହି ଧାମନଗରର କାର୍ଯ୍ୟ କରୁଥିଲେ । ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ସେ ବେଶ୍ ଜଣା ଶୁଣା । ୨୦୧୯ରେ ସେ ମାତ୍ର ୪,୬୨୫ ଖଣ୍ଡ ଭୋଟ୍ ରେ ହାରିଯାଇଥିଲେ ବିଜେପି ପ୍ରାର୍ଥୀଙ୍କ ଠାରୁ । ତେଣୁ ଏଥର ବି ସେ ଏହି ଉପନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ । ବିଜେଡି ତାଙ୍କୁ ଟିକେଟରୁ ବଞ୍ଚିତ କରିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବା ଦ୍ୱାରା ଶାସକ ବିଜେଡିର ଅଙ୍କ ବିଗିଡ଼ିବା ଭଳି ସ୍ଥିତି ତିଆରି ହୋଇଛି ।

ଓଡ଼ିଶାରେ ଲମ୍ବା ସମୟ ଧରି କ୍ଷମତାରେ ଥିବା ବିଜେଡି ୨୦୦୦ ମସିହାର ଦୁଇଟି ନିର୍ବାଚନର ଫଳାଫଳକୁ ଏଯାଏଁ ଭୁଲିପାରିନାହିଁ । ପାଟକୁରାରେ ବିଜୟ ମହାପାତ୍ରଙ୍କ ଟିକେଟ କାଟିବାପରେ ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରି ବିଜେଡି ପ୍ରାର୍ଥୀଙ୍କୁ ହରାଇ ଦେଇଥିଲେ । ସେହିପରି ଧାମନଗରରେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ହୋଇ ମାନସ ମଲ୍ଲିକ ବିଜେପି ଓ ବିଜେଡି ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଦେବାରେ ସକ୍ଷମ ହୋଇଥିଲେ । ସେହି ଧାମନଗରରେ ଏଥର ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଦୁଇ ଦୁଇଟି ଚିଠି ଓ କ୍ୟାମ୍ପେନର ତାଲିକାକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ।

୨୦୦୦ ମସିହାର ଇତିହାସକୁ ଦୋହରାଇବେନି ତ ରାଜେନ୍ଦ୍ର ଦାସ ? ମାନସ ମଲ୍ଲିକଙ୍କ ଭଳି ଶାସକ ଦଳକୁ ଚକମା ଦେବେନି ତ ଏହି ସ୍ୱାଧୀନ ପ୍ରାର୍ଥୀ ? ରାଜେନ୍ଦ୍ର ଦାସ ଓ ବିଜେଡି ମଧ୍ୟରେ ଲଢ଼େଇ ହେଲେ ଫାଇଦା ନେବନି ତ ବିଜେପି ? ୨୦୧୯ ପରଠାରୁ କାଏମ ରହିଥିବା ବିଜେଡିର ଉପ ନିର୍ବାଚନ ଅପରାଜେୟ ରେକର୍ଡ଼ ଭାଙ୍ଗି ଯିବନି ତ ? ଏଭଳି ଅନେକ ପ୍ରଶ୍ନ ଏବେ ଶାସକ ବିଜେଡି କୁ ଅସ୍ତବ୍ୟସ୍ତ କଲା ପରି ମନେହୁଏ । ଯଦି ବିଜେଡିର ନେତା ଓ ନୀତି ନିର୍ଦ୍ଧାରକ ମାନେ ଜାଣିଥିଲେ ରାଜେନ୍ଦ୍ର ଦାସଙ୍କ ସାଙ୍ଗଠନିକ ଦକ୍ଷତା ବାବଦରେ ତେବେ ଟିକେଟ କାଟିବା ନିଷ୍ପତ୍ତି ପଛରେ କାହାର ହାତ ? ଜିଲ୍ଲା ପ୍ରଭାରୀ, ପଡ଼ୋଶୀ ନିର୍ବାଚନ ମଣ୍ଡଳୀର ବିଧାୟକ ନା ଆଉ କିଏ ? ଯଦି ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଚାଲିଥିବା ବିଜେଡି ପାଇଁ ଫଳାଫଳ କିଛି ଭିନ୍ନ ହୁଏ, ତେବେ ପ୍ରାର୍ଥୀ ଚୟନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦଳ ସୁପ୍ରିମୋ କ୍ଷମା ଦେବେ ତ ? ଏଭଳି ପ୍ରଶ୍ନ ପଚାରୁଛନ୍ତି ରାଜେନ୍ଦ୍ରଙ୍କୁ ସମର୍ଥନ କରୁଥିବା ଧାମନଗରର ବିଜେଡି କର୍ମୀ ।

ବର୍ତ୍ତମାନ ସ୍ଥିତିରେ ଏହି ଉପନିର୍ବାଚନର ଫଳାଫଳ ଉଭୟ ଶାସକ ବିଜେଡି ଓ ବିଜେପି ପାଇଁ ସମ୍ନାନର ପ୍ରଶ୍ନ । ବିଜେପି ଏହି ଆସନ ବଞ୍ଚାଇବା ଯେତିକି ଗୁରୁତ୍ୱ ରଖେ ଶାସକ ବିଜେଡି ପାଇଁ ମଧ୍ୟ ଏହି ନିର୍ବାଚନ ଜିତିବା ସେତିକି ଗୁରୁତ୍ୱ ରଖେ । ନଚେତ୍ ୨୦୨୪ ପୂର୍ବରୁ ବିଜେପିର ଭବିଷ୍ୟତ ଓ ବିଜେଡିର ଅସନ୍ତୋଷର ପ୍ରତୀକ ହୋଇପାରେ ଧାମନଗରର ଫଳାଫଳ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.