• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧାନ ପାଇଁ ଲଢ଼େଇ …

ଧାନ ପାଇଁ ଲଢ଼େଇ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୯ ଫେବୃଆରୀ ୨୦୨୩

କିଛିଦିନର ବିରତି ପରେ ଓଡ଼ିଶାରେ ଏବେ ଚାଷୀଙ୍କ ହକ୍, ଚାଷୀ ପ୍ରସଙ୍ଗ ନେଇ ରାଜନୈତିକ ସ୍ତରରେ ଲଢ଼େଇ ଆରମ୍ଭ ହୋଇଯାଇଛି । ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ ପାଇଁ ବେଶ୍ ଲଢ଼ାଲଢ଼ି ହୋଇଥିଲେ ଶାସକ ବିଜେଡି ଓ ବିରୋଧୀ ବିଜେପି ।ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ସରକାରଙ୍କୁ ଚାଷୀମାନଙ୍କ ପ୍ରସଙ୍ଗ ନେଇ ବେଶ୍ ସମାଲୋଚନା କରିଥିଲେ । ପଦ୍ମପୁର ଏକ ଚାଷୀ ବହୁଳ ଅଞ୍ଚଳ ହୋଇଥିବାରୁ ବିଜେପି ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟ ନିର୍ବାଚନୀ ମଇଦାନକୁ ଓହ୍ଳାଯାଇଥିଲା ।

ମାତ୍ର ପଦ୍ମପୁର ଉପନିର୍ବାଚନ ପରେ ଆଉ ଚାଷୀମାନେ ରାଜନୀତିର ପ୍ରସଙ୍ଗ ହୋଇ ରହି ପାରିଲେ ନାହିଁ । ଆଗକୁ ପୁଣି ଆସୁଛି ଆଉ ଏକ ଉପନିର୍ବାଚନ । ଝାରସୁଗୁଡ଼ାର ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଏହି ଆସନ ପାଇଁ ଉପନିର୍ବାଚନ ହେବା ଏକପ୍ରକାର ନିଶ୍ଚିତ । କେବଳ ଉପନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ରାଜନୈତିକ ଦଳର ନେତା ଓ କର୍ମୀମାନେ । ବରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଏହି ବିଧାନସଭା ଆସନଟି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ଉଭୟ ବିଜେଡି ଓ ବିଜେପି ପାଇଁ । ଏଣୁ ଏହାକୁ ହାତେଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଶାସକ ବିଜୁ ଜନତା ଦଳ । ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ରହିଛି ଚାଷୀମାନଙ୍କ ପ୍ରସଙ୍ଗ । ଏଣୁ ପୁଣି ଥରେ ଚାଷୀମାନଙ୍କ ପ୍ରସଙ୍ଗକୁ ଏକାଠି କରି ଶାସକ ଦଳ ତାର ରଣନୀତି ପ୍ରସ୍ତୁତ କରିଛି । ଏପରିକି ଧାନ କିଣା ପ୍ରସଙ୍ଗକୁ ନେଇ ଶାସକ ବିଜେଡି ସଂସଦରେ ମଧ୍ୟ ପ୍ରଶ୍ନ ଉଠାଇବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି ।

ତେବେ ଧାନ କିଣା ପ୍ରସଙ୍ଗ ନେଇ ବିଜେଡି ଓ ବିଜେପି ଯଦିଓ ମୁହାଁମୁହିଁ ହୋଇଛନ୍ତି, ମାତ୍ର ଏଥିରେ ଅନେକ ତଥ୍ୟ ଲୁଚାଇଲା ଭଳି ଳାଗୁଛି । ପ୍ରକୃତରେ ଓଡ଼ିଶାରେ ଚାଷୀଙ୍କ ସଂଖ୍ୟା କେତେ? ନିଜର ଜମି ଥିବା ଚାଷୀ ଓ ଭାଗ ଚାଷୀଙ୍କ ସଂଖ୍ୟା ମଧ୍ୟ ସାର୍ବଜନୀନ ହେବା ଦରକାର । କେଉଁ ଚାଷୀମାନଙ୍କ ଠାରୁ ସରକାର ଧାନ କିଣୁଛନ୍ତି ସେମାନଙ୍କ ତାଲିକା ଦେବାସହ କେଉଁ ମାନଙ୍କ ଠାରୁ ଧାନ କିଣା ହୋଇପାରିଲା ନାହିଁ ସେମାନଙ୍କ ତାଲିକା ମଧ୍ୟ ରାଜ୍ୟ ସରକାର ଜନସାଧାରଣଙ୍କୁ ଜଣାଇବାର ଆବଶ୍ୟକତା ରହିଛି ।

ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନବଢ଼ିବା ପର୍ଯ୍ୟନ୍ତ ଅନ୍ୟ ରାଜ୍ୟସରକାରଙ୍କ ଭଳି ଓଡ଼ିଶା ସରକାର ମଧ୍ୟ ଚାଷୀଙ୍କୁ ବୋନସ୍ ଦେଉଛନ୍ତି କି ? ଯଦି ନୁହେଁ ତେବେ କାହିଁକି ରାଜ୍ୟସରକାର ଚାଷୀ ମାନଙ୍କୁ ଏଯାଏଁ ବୋନସ୍ ଦେଇ ପାରୁନାହାନ୍ତି ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର । ତେବେ ଧାନର କିଣା ବିକାକୁ ନେଇ ଶାସକ ଦଳର ସାମ୍ବାଦିକ ସମ୍ମିଳନୀ ଓ ଟିଭି ଡିବେଟ୍ ରେ ଯୁକ୍ତିତର୍କ କ’ଣ ଚାଷୀ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ସାହାଯ୍ୟ କରୁଛି କି? ସଂସଦରେ କେବଳ ସର୍ବନିମ୍ନ ସହାୟକ ମୂଲ୍ୟ ଦାବୀ କରି ଚୁପ୍ ବସିଯିବାରେ ଦାୟିତ୍ୱ ଶେଷ ହୋଇଯାଏକି? ବିଧାନସଭା ଓ ସଂସଦ ଅଧିବେଶନ କିମ୍ବା ଉପନିର୍ବାଚନ ଓ ନିର୍ବାଚନକୁ ଛାଡ଼ିଦେଲେ ଓଡ଼ିଶାର ଚାଷୀମାନେ କେବେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ହୁଅନ୍ତି କି ? ରାଜନୈତିକ ଦଳ ଓ ଗଣମାଧ୍ୟମ ପାଇଁ ଚାଷୀଙ୍କ ପ୍ରସଙ୍ଗ କେତେ ଗୁରୁତ୍ୱ ରଖେ?

ଯଦି ରାଜ୍ୟର ଚାଷୀ ମାନଙ୍କ ଆୟ ଦ୍ବିଗୁଣିତ ହୋଇନାହିଁ, ଚାଷୀମାନେ ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇଆସୁଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇପାରୁନାହିଁ, ଭାଗଚାଷୀମାନଙ୍କୁ ସେମାନଙ୍କ ହକ୍ ମିଳିପାରୁନାହିଁ ଆଦି ଅନେକ ପ୍ରସଙ୍ଗ ଥିବା ବେଳେ କେବଳ “ଧାନ କିଣାବିକା” ଏକ ପ୍ରସଙ୍ଗ କାହିଁକି ? ଉପନିର୍ବାଚନ ଆସୁଥିବାରୁ ନା ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ୟ ଉପରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଚାଷୀଙ୍କୁ ପ୍ରସଙ୍ଗ କରାଯାଉନି ତ ? ଏଭଳି ଚର୍ଚ୍ଚା ସାଧାରଣ ଲୋକମାନେ ବିଭିନ୍ନ ସ୍ଥାନରେ କରୁଥିବାର ଶୁଣିବାକୁ ମିଳୁଛି।

ତେବେ ସମ୍ବଳର ଅଭାବ ନଥିବା ତଥା ବଜେଟ ପରିଚାଳନାରେ ଦେଶର ଏକ ନମ୍ବର ହୋଇଥିବା ରାଜ୍ୟ ସରକାର ଚାହିଁଲେ କ’ଣ ଯେଉଁ ଚାଷୀମାନେ ନିଜର ଉତ୍ପାଦିତ ଧାନ ବିକ୍ରି କରିପାରୁନାହାନ୍ତି ସେମାନଙ୍କ ଠାରୁ ଧାନ କିଣିପାରିବେ ନାହିଁ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.