• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧରିପାରିବତ ସିବିଆଇ ?

ଧରିପାରିବତ ସିବିଆଇ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୦ ଡିସେମ୍ବର ୨୦୨୫

ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ୍ ହୋଇ ଚାଲିଛି ଓଡ଼ିଶାରେ। ଏପରିକି ବାତିଲ୍ ହୋଇଥିବା ପରୀକ୍ଷା ସଂଖ୍ୟା ମଧ୍ୟ ଦୁଇ ଅଙ୍କରେ ପହଞ୍ଚିଗଲାଣି। ପୁଣି ଏବେ ଆଉ ଏକ ପରୀକ୍ଷା ବାତିଲ୍ ହେବା ଖବର ସମସ୍ତଙ୍କୁ ଭାବିବା ପାଇଁ ବାଧ୍ୟ କରିଦେଇଛି। ବର୍ଷ ବର୍ଷ ଧରି ପରିଶ୍ରମ କରୁଥିବା ଯୁବପିଢ଼ି ଏବେ ଏକ ପ୍ରକାର ହତାଶ ହୋଇଗଲେଣି। ତଥାପି ପରୀକ୍ଷା ବାତିଲ୍ ହେବାର ସଠିକ କାରଣ ଖୋଜି ପାଉନାହାନ୍ତି ରାଜ୍ୟ ସରକାର।

କିଛି ଦିନ ପୂର୍ବରୁ ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣା ନେଇ ସାରା ରାଜ୍ୟ ପଡ଼ିଲା ଓ ଉଠିଲା। ବ୍ରହ୍ମପୁର ପୋଲିସ ଏହି ପରୀକ୍ଷା ହେବା ପୂର୍ବରୁ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଥିଲା। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେବାପରେ ଜଣାପଡିଲା ଯେ, ପରୀକ୍ଷା ପରିଚାଳନାରେ ହୋଇଥିବା ଦୁର୍ନୀତିର ଚେର ରାଜ୍ୟ ବାହାରକୁ ଲମ୍ବିଛି। ଯାହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ସମ୍ଭବ ନୁହେଁ। ଏଣୁ ବାଧ୍ୟ ହୋଇ ରାଜ୍ୟ ସରକାର ଶେଷରେ ଏହି ଘଟଣାର ତଦନ୍ତ ସିବିଆଇକୁ ଦେଲେ। କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ପାଇବା ପରେ ସିବିଆଇ ଏବେ ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତିରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କୁ ଜେରା କରିବା ଆରମ୍ଭ କରିଦେଇଛି।

ମିଳିଥିବା ଖବର ମୁତାବକ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ମାନଙ୍କୁ ପ୍ରାଥମିକ ପର୍ଯ୍ୟାୟ ଜେରା ଶେଷ କରିଛି ସିବିଆଇ। ଏ ବାବଦରେ ଅଧିକ କିଛି ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ। ଏପରିକି ଶୁଣିବାକୁ ମିଳିଛି କିଛି ବଡ଼ବଡ଼ିଆ ଅଫିସରଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଛି ଓ କୁହାଯାଇଛି ଏହି ଘଟଣାରେ ସାକ୍ଷ୍ୟ ପ୍ରମାଣ ଦେବାସହ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ। ମାତ୍ର ଏପର୍ଯ୍ୟନ୍ତ କୌଣସି ବଡ଼ ବାବୁ ତଦନ୍ତ ପ୍ରକ୍ରିୟା ଭିତରକୁ ଆସିଥିବା ଖବର ମିଳିନାହିଁ।

ତେବେ ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ବହୁ ବର୍ଷ ଧରି ଆମ ରାଜ୍ୟରେ ପରୀକ୍ଷା ପରିଚାଳନାରେ ଜାଲିଆତି ହେବା ଓ ପରୀକ୍ଷା ବାରମ୍ବାର ବାତିଲ ହେବା ଏକ ନିୟମିତ ଘଟଣା ହୋଇସାରିଛି। ପ୍ରାୟ ସମସ୍ତ ଘଟଣାରେ କୌଣସି ପ୍ରକାର ତଦନ୍ତ ହୋଇ ନାହିଁ ଅବା ରାଜ୍ୟ ସରକାର କିଛି ବି କଠୋର ପଦକ୍ଷେପ ନେଇ ପାରିନାହାନ୍ତି। ଏପରିକି ପରୀକ୍ଷା ପରିଚାଳନା ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଧରି ଦଣ୍ଡିତ କରିବାର ପ୍ରୟାସ କରିନାହାନ୍ତି। ଏଣୁ ବର୍ତ୍ତମାନର ସରକାର ଏହି ଦୁର୍ନୀତିର ପର୍ଦ୍ଦାଫାସ କରିବା ସହ ମୁଖ୍ୟ ଅଭିଯୁକ୍ତ ଓ ମାଷ୍ଟର ମାଇଣ୍ଡ ମାନଙ୍କୁ ଧରିବେ କି ନାହିଁ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ କେତେକ କୋଚିଂ ଅନୁଷ୍ଠାନର ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିବା ଓ ପୋଲିସ ଦ୍ୱାରା ଗିରଫ ହୋଇଥିବା ପରୀକ୍ଷାର୍ଥୀ ମାନେ ରାଜ୍ୟର ଏକ ପ୍ରମୁଖ କୋଚିଂ ଅନୁଷ୍ଠାନ “ବାଣିକ”ର ନାଁ ମଧ୍ୟ ନେଇଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଥିଲା। ପରେ ପରେ ଓଡ଼ିଶା ପୋଲିସ ମଧ୍ୟ ଏହି “ବାଣିକ” କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା। ଏଥିରୁ ଜଣାପଡ଼ିଥିଲା ଏହି କୋଚିଂ ଅନୁଷ୍ଠାନର ମାଲିକ ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ଯୁବନେତା ଯାହାଙ୍କ ନାଁ ହେଉଛି ସୁବ୍ରତ ଛାଟୋଇ। ଏହି ଯୁବନେତାଙ୍କ ପଛରେ ବିଜେଡିର ପ୍ରଭାବଶାଳୀ ନେତା ମାନଙ୍କ ଆଶୀର୍ବାଦ ଥିବା ଜଣା ପଡ଼ିଛି ।

ପୂର୍ବରୁ ବିଜେଡିର ଏହି ଯୁବନେତାଙ୍କ କୋଚିଂ ଅନୁଷ୍ଠାନ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିବାର ନଜିର ରହିଛି। ମାତ୍ର ଶୁଣିବାକୁ ମିଳିଲା ଯେ ବିଜେଡିର ଏହି ଯୁବ ନେତା ତଥା କୋଚିଂ ସେଣ୍ଟର ମାଲିକଙ୍କ ଉପରେ କାଳେ ବିଜେଡିର ସବୁଠାରୁ ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କ ଆଶୀର୍ବାଦ ଥିବା ଜାଣି ସମସ୍ତେ ନିରବ ରହିଛନ୍ତି।

ଏବେ ଯେହେତୁ ସିବିଆଇ ତଦନ୍ତ ଆରମ୍ଭ କରିଛି ଓ ପୂର୍ବ ସୂଚନା ମୁତାବକ ଏହି କୋଚିଂ ଅନୁଷ୍ଠାନ ସମେତ ରାଜ୍ୟର ଆଉ କିଛି କୋଚିଂ ଅନୁଷ୍ଠାନର ସମ୍ପୃକ୍ତି ଥାଇପାରେ ବୋଲି ଅଭିଯୋଗ ହେଉଛି । ତେଣୁ ସିବିଆଇ ଏବାବଦରେ ଅଧିକ ଖୋଳତାଡ଼ କରିବା ଆବଶ୍ୟକ। ତେବେ ପୂର୍ବରୁ ଯେପରି ଏକାଧିକ ବାର ପରୀକ୍ଷା ବାତିଲ ହେବାପରେ ମଧ୍ୟ ଏହି କେଳେଙ୍କାରୀରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ଓ ସେମାନଙ୍କୁ ଛାଡ଼ି ଦିଆଯାଇଛି, ଏଥର ତାର ପୁନରାବୃତ୍ତି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

ତେବେ ଯଦି ସିବିଆଇ ଏହି ତଦନ୍ତ ପ୍ରକ୍ରିୟାରେ ପ୍ରକୃତ ଦୋଷୀ ମାନଙ୍କୁ ଖୋଜିବାରେ ବିଫଳ ହୁଏ ଅବା ବିଜେଡି-ବିଜେପି ନେତୃତ୍ୱ ମଧ୍ୟରେ ଥିବା ସମ୍ପର୍କର ଦ୍ୱାହି ଦେଇ ଏମାନଙ୍କୁ ଖସାଇ ଦେବାକୁ ଚେଷ୍ଟା କରେ, ତେବେ ଓଡ଼ିଶାର ଲକ୍ଷ ଲକ୍ଷ ଚାକିରୀ ଆଶାୟୀ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କଣ ବାର୍ତ୍ତା ଯିବ ? ବାରମ୍ବାର ପରୀକ୍ଷା ବାତିଲ ହେବା ଓ ପରୀକ୍ଷା ତାରିଖ ଘୁଞ୍ଚିବା ଆଶାୟୀ ପରୀକ୍ଷାର୍ଥୀ ମାନଙ୍କୁ ଅଧିକ ହତାଶ କରିଦେବ ନାହିଁ ତ? ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଉଛି ଏହି ଦୁର୍ନୀତିରେ ଲିପ୍ତ ଥିବା ବଡ଼ ବାବୁ ଓ ସେମାନଙ୍କ ସିଣ୍ଡିକେଟକୁ ଧରି ଦଣ୍ଡିତ କରିବା ପାଇଁ ରାଜ୍ୟ ସରକାର ଚାହିଁବେ କି ? ବିଜେଡିର ପ୍ରଭାବଶାଳୀ ନେତାଙ୍କ ପାଖରେ ସିବିଆଇର ତଦନ୍ତ ପହଞ୍ଚି ପାରିବ ତ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.