• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଏକାଠି ହେଲେ ୧୯ ବିରୋଧୀଦଳ …

ଏକାଠି ହେଲେ ୧୯ ବିରୋଧୀଦଳ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୪ ମଇ ୨୦୨୩

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରୁ ନିଜକୁ ଦୂରେଇ ରଖିବେ ବିରୋଧୀଦଳମାନେ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନ ଉଦଘାଟିତ ହେବାକୁ ଯାଉଛି। ଏହି ଉଦଘାଟନକୁ ନେଇ କଂଗ୍ରେସ ସମେତ ଦେଶର ଅନ୍ୟ ବିରୋଧୀ ଦଳ ମାନେ ଭିନ୍ନ ମତ ପୋଷଣ କରିଆସୁଛନ୍ତି । ଏପରିକି ଏହାର ଉଦଘାଟନ ସମାରୋହରେ ମହାମହିମ ରାଷ୍ଟ୍ରପତି ନିଜେ ଉପସ୍ଥିତି ରହିବା ସହ ନୂଆ ସଂସଦ ଭବନକୁ ଲୋକାର୍ପଣ କରିବା ଉଚିତ ହୋଇଥାନ୍ତା ବୋଲି କଂଗ୍ରେସ ପକ୍ଷରୁ ପ୍ରଥମେ ଦାବୀ କରାଗଲା । ପରବର୍ତ୍ତୀ ସମୟରେ ଅନ୍ୟ ବିରୋଧୀ ଦଳ ମାନେ କଂଗ୍ରେସର ଏହି ଦାବୀ ସହ ସହମତ ହେଲେ ଓ କାହିଁକି ରାଷ୍ଟ୍ରପତିଙ୍କୁ ଏହି ସଂସଦ ଭବନ ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇନାହିଁ ବୋଲି ପ୍ରଶ୍ନ କରିବା ଆରମ୍ଭ କରିଦେଲେ । ଏବେ ଏହି ସମସ୍ତ ବିରୋଧୀ ଦଳ କଂଗ୍ରେସ ସହ ସାମିଲ ହୋଇ ନୂଆ ସଂସଦ ଭବନ ଲୋକାର୍ପଣ ଉତ୍ସବରୁ ଦୂରେଇ ରହିବା ପାଇଁ ମିଳିତ ବିବୃତି ଜାରି କରିଛନ୍ତି । କଂଗ୍ରେସ, ଆପ୍, ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ, ଜନତାଦଳ(ୟୁ), ଡିଏମ୍ କେ, ସମାଜବାଦୀ ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ଏନ୍ ସିପି, ସିପିଆଇ (ଏମ୍), ଆରଜେଡି ଆଦି ୧୯ ଟି ଦଳ ନୂତନ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗଦେବେ ନାହିଁ ବୋଲି ଏକ ମିଳିତ ବିବୃତି ଜାରିକରିଛନ୍ତି ।

କେବଳ ନୂତନ ସଂସଦ ଭବନ ପରିପ୍ରେକ୍ଷୀରେ ବିରୋଧୀ ଦଳ ନିଜର ଏକତା ପ୍ରଦର୍ଶନ କରିବେ ନା ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ମଧ୍ୟ ଏକାଠି ହେବେ ତାହା ଉପର ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ କରିବେ ବୋଲି ଟିଏମ୍ ସି ସୁପ୍ରିମୋ ମମତା ବାନାର୍ଜୀ ଘୋଷଣା କରିବା ପରେ ଏହା ଅନ୍ୟ ବିରୋଧୀ ଦଳ ପ୍ରତି ଏକ ଆହ୍ୱାନ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅଧ୍ୟାଦେଶ ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଂଗ୍ରେସର ନେତା ମାନଙ୍କ ସହ ଦୁଇ ଦୁଇ ଥର ଆଲୋଚନା କରିବା ଓ ଅନ୍ୟ ଦଳର ନେତାମାନଙ୍କୁ ବିରୋଧୀ ଏକତା ସପକ୍ଷରେ ଭେଟିବା ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି । ବିଜେପି ବିରୋଧରେ ଏକଜୁଟ ହେବାପାଇଁ ବିରୋଧୀ ଦଳ ଗୁଡ଼ିକୁ ମନାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର । ଆପ୍ ଓ ଟିଏମ୍ ସି କୁ କଂଗ୍ରେସ ସହ ଯଦି ନୀତିଶ୍ କୁମାର ଯୋଡ଼ିବାରେ ସକ୍ଷମ ହୁଅନ୍ତି, ତେବେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକ ମହାମେଣ୍ଟ ଗଠନର ସମ୍ଭାବନା ଦେଖାଯାଇପାରେ । ମାତ୍ର ପଶ୍ଚିମବଙ୍ଗରେ କଂଗ୍ରେସର ସ୍ଥାନୀୟ ନେତାଙ୍କ ସହ ଟିଏମ୍ ସି ର ସମ୍ପର୍କ ଏବଂ ଦିଲ୍ଲୀରେ କଂଗ୍ରେସ ନେତାଙ୍କ ସହ ଆପ୍ ର ସମ୍ପର୍କ ସମସ୍ତଙ୍କୁ ବେଶ୍ ଭଲ ଭାବରେ ଜଣା ଅଛି ।

ନୀତିଶ କୁମାରଙ୍କ ଉଦ୍ୟମ ସଫଳ ହେବା ନହେବା ସବୁକିଛି ନିର୍ଭର କରୁଛି ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ଓ ସହଯୋଗ ଉପରେ । ପୂର୍ବରୁ ସମସ୍ତ ତିକ୍ତତାକୁ ଯଦି ଆପ୍ ଓ ଟିଏମସି ଭୁଲି ଯାଆନ୍ତି ଓ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସହ ଏକାଠି ହେବା ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ବିରୋଧୀ ଦଳମାନଙ୍କ ଭିତରେ ଏକତା ସମ୍ଭବ ହୋଇପାରେ । ନଚେତ୍ କଂଗ୍ରେସ କୁ ଛାଡ଼ି ଅନ୍ୟମାନେ ବିଜେପି ବିରୋଧରେ ଜାତୀୟ ସ୍ତରରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିବା କଷ୍ଟକର ହୋଇପଡ଼ିବ । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଅନ୍ୟ ଦଳ ମାନେ କଂଗ୍ରେସ ଉପରେ ଭରସା କରିବା ପାଇଁ ବାଧ୍ୟ ହୋଇଛନ୍ତି ।

ତେଣୁ ସଂସଦ ଭବନ ଉଦ୍ ଘାଟନ ଓ ଦିଲ୍ଲୀ ସରକାରଙ୍କ ଉପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପ୍ରସଙ୍ଗରେ ଯଦି ସମସ୍ତ ବିରୋଧୀ ଶକ୍ତି ଏକାଠି ହୋଇ ପାରନ୍ତି ତେବେ ଆଗକୁ ଏକ ଶକ୍ତିଶାଳୀ ବିରୋଧୀ ମେଣ୍ଟର ସଂକେତ ମିଳିପାରେ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.